Rabindra kumar Sahoo

Abstract Inspirational

4.5  

Rabindra kumar Sahoo

Abstract Inspirational

ପରିଚୟ

ପରିଚୟ

6 mins
492



   ଆଜି ଅନେକ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ଦିଗମ୍ବର। ଦିଗମ୍ବର ଜଣେ ସ୍ଵନାମ ଧନ୍ୟ ମୂର୍ତ୍ତି କାରିଗର। ତା ଜୀବନରେ ସେ ଅନେକ ଜୀବନ୍ତ ଚଳନ୍ତା ମୂର୍ତ୍ତି ପ୍ରତିମା ଦେଖି ଦେଖି ଏବେ ଏବେ ନାମକରା ମୂର୍ତ୍ତି ଶିଳ୍ପୀର ମାନ୍ୟତା ପାଇଛି । ନିପଟ ମଫସଲି ଗାଁର ପିଲା ସେ, ବାପା ଜଣେ ଦିନ ମଜୁରୀଆ। ଅର୍ଥ ସଂକଟ ତା ଜୀବନର ମୋଡ ବଦଳେଇ ଦେଇଥିଲା। କାହିଁ କେତେ ସ୍ବପ୍ନ ଦେଖିଥିବା ମଫସଲ ଗାଆଁର ପିଲା ଦିଗମ୍ବର ସ୍ଵାଇଁ । ସ୍ଵାଧୀନ ଚେତା କୃତୀ ଛାତ୍ର ଦିଗମ୍ବର ସ୍ଵାଇଁ ପିଲାଟୁ ବେଳୁ ସ୍ଵପ୍ନ ଦେଖିଥିଲା କୃତୀ ଛାତ୍ର ହିସାବରେ ଦେଶ ପାଇଁ କିଛି କରିବ । ହେଲେ ସେ ସ୍ବପ୍ନ ସବୁ ତା'ର ସ୍ବପ୍ନରେ ରହିଗଲା । ମଉଳା ଫୁଲର ଯେମିତି ବାସ ହରା ହୋଇଯାଏ ଠିକ୍ ସେମିତି ଦିଗମ୍ବରର ସ୍ଵପ୍ନ ସବୁ ସ୍ଵପ୍ନରେ ରହିଗଲା । ମନ ଥରେ ମଉଳି ଗଲେ ଅବା ମରି ଗଲେ ହୃଦୟ ଭିତରଟା କେମିତି ଛଟ୍ ପଟ୍ ହୁଏ । ଦିନେ ସେ ହାଇସ୍କୁଲ୍ ଜୀବନରେ କୃତୀ ଛାତ୍ର ଥିଲା । ମନରେ ତା'ର ଅସୁମାରୀ ଆଶା ଓ ଆକାଂକ୍ଷା ଉଙ୍କି ମାରିଥିଲା । ପାରିବାରିକ ଆର୍ଥିକ ଅନାଟନ ତାକୁ ଦିଗହରା କରିଦେଲା । ପାଠ ପଢାରେ ଏକପ୍ରକାର ଡୋରି ବନ୍ଧା ହୋଇଗଲା । 

   ଅର୍ଦ୍ଧ ପାଠୁଆ ବେକାର ଏବେ ସେ। ସମାଜର ତା'ର ପରିଚୟ କ'ଣ ମନେ ମନେ ଚିନ୍ତା କରୁଥାଏ, ହେଲେ ଇଶ୍ଵର ଦତ୍ତ ଏକ କଳା ଥାଏ ଦିଗମ୍ବରର। ସହପାଠୀ ବନ୍ଧୁ ବାନ୍ଧବୀ ମାନେ କଲେଜରେ ଡେଣା ଝାଡି ମୁକ୍ତ ଆକାଶର ବିହଙ୍ଗ ବିହଙ୍ଗୀ ମାନଙ୍କ ଭଳି ଭବିଷ୍ୟତର ସ୍ଵପ୍ନ ସାଗରରେ ଉବୁଟୁବୁ। ଏ ଗରିବ ଅଧା ପଢୁଆ ଦିଗମ୍ବର ସ୍ଵାଇଁ ଦିଗହରା ଭାବେ ତା'ର ସେହି ଈଶ୍ଵର ଦତ୍ତ କଳାକୁ ପେଶା ଓ ନିଶା ଭାବେ ଗ୍ରହଣ କରି ଆଗେଇବାକୁ ଚେଷ୍ଟା କଲା। ମୂର୍ତ୍ତି ଗଢିବା ତା'ର ଜୀବନର ପ୍ରଥମ ସୋପାନରୁ ଥିଲା। ଶୈଶବ କାଳରୁ ମୂର୍ତ୍ତି ନିର୍ମାଣ କରିବାରେ ସେ ନିପୁଣ ଥିଲା। ମୂର୍ତ୍ତି ମାନଙ୍କୁ ଜୀବନ୍ତ କରି ଗଢିବାରେ ସେ ସିଦ୍ଧହସ୍ତ ଥିଲା। ମନର ମାନସୀ ପ୍ରେମର ପ୍ରିୟସୀ ମାନେ ସେ ଜୀବନ୍ତ ମୂର୍ତ୍ତି ପ୍ରତିମା ଗୁଡ଼ିକର ନିର୍ମାଣ ଶୈଳୀରେ ଆକୃଷ୍ଟ ହୋଇ ଅନେକ ସୁନ୍ଦରୀ ତାଙ୍କୁ ମନେ ମନେ ଭଲ ପାଇ ବସୁଥିଲେ,ତନ୍ମଧ୍ୟରୁ ଦୀପାଳି ଥିଲା ଅନ୍ୟତମା । ସେ ଥିଲା ଦିଗମ୍ବରର ଶ୍ରେଣୀ ସହପାଠିନୀ, ଗୌରାଙ୍ଗୀ,ମିଷ୍ଟଭାଷିନୀ, ଅତ୍ୟନ୍ତ ଶାନ୍ତ,ସରଳ ସ୍ଵଭାବର ଝିଅଟିଏ। ଦିଗମ୍ବର ମଧ୍ୟ ଉତ୍ତମ ଛାତ୍ର ଥିଲା ତା ସାଙ୍ଗକୁ ଏ ଈଶ୍ଵର ଦତ୍ତ କାରିଗରୀ କଳା ଦୀପାଳିକୁ ଆକୃଷ୍ଟ କରୁଥିଲା ଦିଗମ୍ବର ଆଡକୁ । ପାଠ ପଢାର ନିଶାକୁ ଛାଡି ଦିଗମ୍ବର ଏବେ ମୂର୍ତ୍ତି ନିର୍ମାଣ ରେ ବ୍ୟସ୍ତ ରଖିଲା ନିଜକୁ ଧୀରେ ଧୀରେ ଛୋଟ ଛୋଟ ମୂର୍ତ୍ତି ମାନ ନିର୍ମାଣ କରୁ କରୁ ବଡ ମୂର୍ତ୍ତି ମାନ ଗଢିବା ଆରମ୍ଭ କଲାଣି । ଆଖ ପାଖ ଅଞ୍ଚଳରେ ମୂର୍ତ୍ତି କାରିଗର ହିସାବରେ ଭାରି ନାଁ ତା'ର । ତଥାପି ତା ମନରେ ସୁଖ ନଥାଏ । ବାପା ମୁଲିଆ ମଜୁରିଆ । ମା ଗୃହିଣୀ । ବାପା ଦୀନବନ୍ଧୁ ସ୍ଵାଇଁ ଅତ୍ୟନ୍ତ କର୍ମଠ। ମା ଗୃହିଣୀ ମୂର୍ଖ ହେଲେ ମଧ୍ୟ ଓଷା, ବ୍ରତ, ପର୍ବ, ପର୍ବାଣୀ ପାଳନ, ଓଡିଆ ଘରର ରୀତିନୀତି ରେ କେବେ ହେଲେ ଅବହେଳା କରନ୍ତିନି । ଏକୋଇର ବଳା ବିଶିକେଶନ ହେଲା ତାଙ୍କର ଏକମାତ୍ର ସନ୍ତାନ ଦିଗମ୍ବର। ପିଲାଟି ବେଳୁ ଭାରି ଦୁଃଖୀ । କେବେହେଲେ ସାହି ପଡିଶା ଗାଁ ଗଣ୍ଡାରେ ତା'ର ଅଝଟ ପଣ କେହି ଦେଖି ନାହାଁନ୍ତି ଦିଗମ୍ବରର ପିଲାଟି ବେଳରୁ । ଦିଗମ୍ବର ନାଁ ଦିନକୁ ଦିନ ମୂର୍ତ୍ତି କାରିଗର ହିସାବରେ ଚାରିଆଡ଼େ ପ୍ରଚାରିତ ହେଲା, ହେଲେ ସବୁଦିନ ତ ଭଲରେ ଯାଏ ନାହିଁ ଦୀପାଳି କଥା ମନେ ପଡିଲେ ଦିଗମ୍ବର ଆଖିରେ ଲୁହ ଆସିଯାଏ । ଦୀପାଳି ଦେଖିବାକୁ ଯେମିତି ସୁନ୍ଦର ଆଚାର ବ୍ୟବହାର ସବୁଥିରେ ମଧ୍ୟ ଗୁଣର,କିନ୍ତୁ ସେ ଥିଲା ଏକ ସମ୍ଭ୍ରାନ୍ତ ପରିବାରର ପିଲା। ବାପା ମା'ଙ୍କର ଗେହ୍ଲା ଝିଅ। ପିଲାବେଳୁ ଅତି ଅଲିଅଳିରେ ବଢିଛି । ଦୀପାଳିର ପାଠ ପଢା ବିଦ୍ୟାଳୟ ରୁ ମହାବିଦ୍ୟାଳୟ, ମହାବିଦ୍ୟାଳୟ ରୁ ବିଶ୍ଵ ବିଦ୍ୟାଳୟ ପାଠପଢା ଶେଷ କରି ସାରିଲାଣି । ତାଙ୍କ ଘରେ ଏକ ମାତ୍ର ଗେଲବସରି କନ୍ୟାର ବିବାହ ନିମନ୍ତେ ଯୋଗାଡ ଯନ୍ତ୍ର ଆରମ୍ଭ ହୋଇଗଲାଣି ବିବାହ ପ୍ରସ୍ତାବ ଦେଖିବାରେ ତାଙ୍କ ଘର ଲୋକ ମନୋନିବେଶ କଲେଣି, ଦୀପାଳିର ମନ ଓ ହୃଦୟ କିନ୍ତୁ ଦିଗମ୍ବର ପାଖରେ । ବାପା ମା'ଙ୍କର ଗେହ୍ଲା ଝିଅ ଉଚ୍ଚ ସମ୍ଭ୍ରାନ୍ତ ପରିବାରର ପିଲା ସେ ବାପା ମା'ଙ୍କୁ କେମିତି ସେ ମୁହଁ ଖୋଲି କହିବ ଯେ ସେ ଦିଗମ୍ବରକୁ ଭଲ ପାଏ ବୋଲି ? ତଥାପି ସେ ମନେ ମନେ ଉପାୟ ଖୋଜୁଥାଏ ଦୀପାଳିର ମା ବହୁତ ସ୍ନହୀ ସେ ତାଙ୍କ ଝିଅକୁ ବହୁତ ଭଲ ପାଉଥିଲେ । ଯେତେବେଳେ ପ୍ରସ୍ତାବ କଥା ପଡେ ଦୀପାଳି କେମିତି କରଛଡା ଦେଲାଭଳି ଲାଗେ ଏ କଥାକୁ ଦୀପାଳିର ମା ଲକ୍ଷ୍ୟ କରିଛନ୍ତି । ଏମିତି ଥରେ ଦୀପାଳିର ମା ତା ବାପାଙ୍କ ଆଗରେ ପ୍ରକାଶ କରିବା ପାଇଁ ଚେଷ୍ଟା କଲେ ଏବଂ ଏ ସମ୍ବନ୍ଧରେ କିୟଦଂଶ ପରିପ୍ରକାଶ କଲେ ମଧ୍ୟ, ଦୀପାଳିର ବାପା ଦୀପାଳି ଉପରେ ବହୁତ ଭରସା କରନ୍ତି । ତାଙ୍କ ଝିଅ ଏମିତି କିଛି ଭୁଲ୍ କାମ କରି ବସିବ ସେ ବିଶ୍ଵାସ ତାଙ୍କର ନ ଥିଲା । ତେଣୁ ଏ କଥାକୁ ସେ ହସରେ ଉଡାଇଦେଲେ । ଏଥୁ ଅନ୍ତେ କିଛି ଦିନ ପରେ ଦୀପାଳି ତା'ର ଏକ ସାଙ୍ଗ ସଂଘମିତ୍ରା ସହ ଦେଖାହେଲା। ସେ ତା'ର ମନର କଥା କହିବାକୁ ଚେଷ୍ଟା କଲା । ସେ ମନେ ମନେ ଦିଗମ୍ବରକୁ ଭଲପାଏ ବୋଲି କହିଲା । ସଂଘମିତ୍ରା ଏ କଥା ଶୁଣି ଖୁସି ହେବା ବଦଳରେ ଭୟଭୀତ ହୋଇଗଲା । ପରେ କିନ୍ତୁ ନିଜକୁ ସଜାଡି ନେଇ ଜଣେ ଉତ୍ତମ ବାନ୍ଧବୀ ଭାବରେ ତା'ର କର୍ତ୍ତବ୍ୟ କ'ଣ ବୋଲି ତାଙ୍କ ପ୍ରେମ ସମ୍ପର୍କରେ ସେ ଦୀପାଳିକୁ ପଚାରିଲା । ଦୀପାଳି କହିଲା ଏ ସମ୍ବନ୍ଧରେ ତୁ ମୋ ମା ସହିତ କଥା ହେବୁ । ସଂଘମିତ୍ରା ପ୍ରଥମେ ପ୍ରଥମେ ଅମଙ୍ଗ ହୋଇ ଶେଷରେ ବାନ୍ଧବୀକୁ ସାହାଯ୍ୟ ସହଯୋଗ ଏ ବାବଦରେ ପ୍ରତଶ୍ରୁତି ଦେଲା । ସଂଘମିତ୍ରା ଏକ ଭିନ୍ନ ଚରିତ୍ରର ପିଲା । ସେ ଏତେ ସୁନ୍ଦର ନ ହେଲେ ମଧ୍ୟ ଅସୁନ୍ଦର ବି ନ ଥିଲା ମଧ୍ୟବିତ୍ତ ପରିବାରର ସଂସ୍କାରୀ ପିଲା । କ'ଣ କରିବ କ'ଣ ନ କରିବ ଚିନ୍ତା କରୁ କରୁ ତା ବାପା ମା ଏହି ଅବସରରେ ତା'ର ବିବାହ ପ୍ରସ୍ତାବ ମଧ୍ୟ ଖୋଜି ସାରିଥିଲେ । ବହୁତ ଆଡୁ ଖୋଜାଖୋଜି କରି ସଂଘମିତ୍ରା ର ବିବାହ ଗୋଟିଏ ସ୍ଥାନରେ ଏକ ପ୍ରକାର ସ୍ଥିର ହୋଇଯାଇଥାଏ କହିଲେ ଅତ୍ୟୁକ୍ତି ହେବନାହିଁ। ଯେତେବେଳେ ସଂଘମିତ୍ରା ଜାଣିଲା ଯେ ତା'ର ବାହାଘର ଏକ ପ୍ରକାର ହେବା ଅବସ୍ଥାରେ ସେତିକିବେଳେ ସେ ଦୀପାଳି ପାଖକୁ ଆସିଲା ତା'ର ବିବାହ ପ୍ରସ୍ତାବ ଜଣାଇବାକୁ । ଦୀପାଳି ହତସ୍ତମ୍ଭ ହୋଇଗଲା ତା ବିବାହ ପ୍ରସ୍ତାବ କଥା ଶୁଣି । ସଙ୍ଗେ ସଙ୍ଗେ ସଂଘମିତ୍ରା ଆଉ ଅପେକ୍ଷା ନ କରି ତା'ର ପ୍ରସ୍ତାବ ବାବଦରେ ଦୀପାଳିର ମା'ଙ୍କୁ ଜଣାଇଲା ତା କଥା ଶୁଣି ଦୀପାଳିର ମା ଖୁସି ହୋଇଗଲେ ହେଲେ ଖୁସି ନ ଥିଲା ସଂଘମିତ୍ରା କାହିଁକି ନା ତା'ର ବାନ୍ଧବୀ ଦୀପାଳି ଯାହାକୁ ଭଲ ପାଉଥିଲା ସେହି ଦିଗମ୍ବର ସହ ସଂଘମିତ୍ରା ର ବିବାହ ସମ୍ପନ୍ନ ହେବାପାଇଁ ଯାଉଥିଲା । ସେଇଠି ସଂଘମିତ୍ରା ଦୀପାଳିର ମା'ଙ୍କୁ ଦୀପାଳି ଦିଗମ୍ବରକୁ ଭଲ ପାଏ ବୋଲି ପ୍ରକାଶ କଲା । ଦୀପାଳିର ମା ଏକଥା ଶୁଣି ଯେତିକି ବ୍ୟତିବ୍ୟସ୍ତ ହେଲେ ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହେଲେ । ତେବେ ଉଚ୍ଚ ଖାନଦାନର ମା ଗେଲବସର ଝିଅର ସୁଖ ଦେଖିବା ତାଙ୍କର ଲକ୍ଷ୍ୟ ଏଣୁ ସେ ଯଥାଶୀଘ୍ର ଏ କଥା ଦୀପାଳିର ବାପାଙ୍କୁ ଜଣାଇଲେ । ହଠାତ୍ ଏ କଥା ଶୁଣି ଦୀପାଳିର ବାପା ସହଜରେ ହଜମ୍ କରିପାରିଲେ ନାହିଁ କାହିଁ ଉଚ୍ଚ ବଂଶ ପରମ୍ପରା ଯୁକ୍ତ ଆଭିଜାତ୍ୟ ସମ୍ପନ୍ନା ଦୀପାଳି କାହିଁ ମୁଲିଆ ମଜୁରିଆର ପୁଅ ଦିଗମ୍ବର ! କିଛି ଦିନ ନୀରବତା ଅବଲମ୍ବନ କରିବା ପରେ ବହୁ ବୁଝାସୁଝା ପରେ ରାଜିହେଲେ ଦୀପାଳିର ବାପା ଦିଗମ୍ବର ସହ ବିବାହ ଦେବାକୁ ଦୀପାଳିକୁ । ଏ ବାବଦରେ କିନ୍ତୁ ଅଜ୍ଞ ଥିଲା ଦିଗମ୍ବର ପରସ୍ପର ପରସ୍ପରକୁ ଭଲପାଇବା କଥାଟା ଉଭୟେ କିଛି କିଛି ଜାଣିଥିଲେ ହେଲେ ଦିଗମ୍ବର ଯେ ଦୀପାଳିକୁ ବିବାହ କରି ତା ସହ ସଂସାର କରିବ ଏ କଥା ଦିଗମ୍ବର ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲା । ଦୀପାଳିର ବାପା ଦେବେନ୍ଦ୍ର ପ୍ରଧାନ ଓ ମା ଦେବକୀ କିନ୍ତୁ ଜାଣିଥିଲେ ଦିଗମ୍ବର ଭଲ ପିଲା । ସେମାନଙ୍କର ଭଲ ବ୍ୟବସାୟ ଥାଏ ଅଚଳାଚଳ ସମ୍ପତ୍ତିର ମାଲିକ ଦେବେନ୍ଦ୍ର ବାବୁ । ଝିଅକୁ ଦିଗମ୍ବର ସହ ବିବାହ ଦେବେ ବୋଲି ଏକ ପ୍ରକାର ସ୍ଥିର କରିଦେଲେ ହେଲେ ତା ସାଙ୍ଗ ସଂଘମିତ୍ରା କ'ଣ କରିବ ? ହଠାତ୍ ଦିନେ ଦେବେନ୍ଦ୍ର ବାବୁ ଦୀପାଳିର ବାପା ଓ ମା ଦେବକୀ ସଂଘମିତ୍ରା ଘରେ ଯାଇ ପହଞ୍ଚିଲେ ଏବଂ ତାଙ୍କର ଶଳାର ଏକ ମାତ୍ର ପୁତ୍ର ତପନ୍ ସହ ପ୍ରସ୍ତାବ ପକାଇଲେ ସଂଘମିତ୍ରା ଘରେ ମଧ୍ୟ ଏ ପ୍ରସ୍ତାବରେ ରାଜି ହୋଇଗଲେ । ଗୋଟିଏ ତିଥିରେ ଦୀପାଳି ଓ ସଂଘମିତ୍ରା ର ବିବାହ କାର୍ଯ୍ୟ ସମ୍ପନ୍ନ ସୁରୁଖୁରୁରେ ହୋଇଗଲା । ଦୁଇଟି ଯାକ ବିବାହ କାର୍ଯ୍ୟର ସମସ୍ତ ଖର୍ଚ୍ଚ ଦୀପାଳିର ବାପା ବହନ କଲେ । ହଁ ଦୀପାଳିର ମାମୁଁ ପୁଅ ଭାଇ ବି ଜଣେ ଭଲ ବ୍ୟବସାୟୀ ଥିଲା ସେ ବି ବହୁତ ଭଲ ରୋଜଗାର କରୁଥିଲା । କାରିଗର ଦିଗମ୍ବର କିନ୍ତୁ ବିବାହ ପରେ ମଧ୍ୟ ତା'ର ମୂର୍ତ୍ତି ଗଢା କାର୍ଯ୍ୟକୁ ଦୃଢ଼ତାର ସହ କରିଚାଲିଥାଏ । ସୁଖରେ ଦୁଇ ବାନ୍ଧବୀ ତାଙ୍କ ବନ୍ଧୁତାର ମୂଲ୍ୟରେ ଅତି ଆନନ୍ଦରେ କାଳାତିପାତ କଲେ ।

    ତ୍ୟାଗ ଯୋଗୁଁ ସମ୍ପର୍କ ଯୋଗୁଁ ମଣିଷ ସବୁ ସୁଖକୁ ଦୁଃଖକୁ ସାଉଁଟି ନିଜର ସମସ୍ତ ଦୁଃଖ କଷ୍ଟକୁ ଭୁଲି ଯାଇ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରେ, ଏଇ ଯେମିତି ମୂଲିଆ ମଜୁରିଆ ପରିବାରର ପିଲା ଦିଗମ୍ବର, ମଧ୍ୟବିତ୍ତ ପରିବାରର ପିଲା ସଂଘମିତ୍ରା ସେମାନଙ୍କ ର ସଂସ୍କାର, ତ୍ୟାଗ ମଣିଷ ପଣିଆ ପାଖରେ ଦେବେନ୍ଦ୍ର ବାବୁ ଭଳି ଧନବାନ୍ ବ୍ୟକ୍ତି ଯେପରି ଏକ ପ୍ରକାର ମୁଣ୍ଡ ନୁଆଇଁ ଥିଲେ । ଅବଶ୍ୟ ଦେବେନ୍ଦ୍ର ବାବୁ ମଧ୍ୟ ଜଣେ ସଂସ୍କାରୀ ମଣିଷ ଥିଲେ ତାଙ୍କ ମଣିଷ ପଣିଆ ତାଙ୍କୁ ସ୍ଵତନ୍ତ୍ର ମଣିଷର ପରିଚୟ ଦେଇଥିଲା । ସେ ମଧ୍ୟ ନିଜକୁ ଅନେକ ଜନ ମଙ୍ଗଳ କାର୍ଯ୍ୟରେ ନିୟୋଜିତ କରୁଥିଲେ । ଧନ ମାନର ଗର୍ବ ତାଙ୍କ ଠାରେ ଏତେ ପ୍ରାୟ ନ ଥିଲା ତେଣୁ ସେ ତାଙ୍କ କନ୍ୟା ଦୀପାଳିର ବିବାହ ଦିଗମ୍ବର ସହ କରିଥିଲେ । ଦିଗମ୍ବର ସମାଜରେ ଏବେ ଏକ ପ୍ରତିଷ୍ଠିତ ଶିଳ୍ପୀ ରୂପେ ନିଜର ପରିଚୟ ସୃଷ୍ଟି କରିପାରିଛି। ନିଜର କାର୍ଯ୍ୟ ନୈପୁଣ୍ୟତା, ନିଷ୍ଠା ଆଗରେ ଧନ, ସମ୍ପଦ, ପ୍ରଭୁତ୍ଵ ହାର୍ ମାନେ ବୋଲି ଦିଗମ୍ବର ପ୍ରମାଣ କରିଦେଇଛି। ସଂଘମିତ୍ରା ର ତ୍ୟାଗ ମଧ୍ୟ ତା'ର ଜୀବନର ଚଲାପଥକୁ କୁସୁମିତ କଲା ଉଭୟେ ସଂଘମିତ୍ରା ଓ ତପନ୍ ସୁଖର ସଂସାର ରଚିଥିଲେ । ସଂଘମିତ୍ରା ଓ ଦୀପାଳିର ବନ୍ଧୁତା ସବୁ ଦିନ ପାଇଁ ବନ୍ଧୁତାର ଏକ ନୂଆ ପରିଚୟ ସୃଷ୍ଟି କଲା। ଏଣୁ ମଣିଷ ର କାର୍ଯ୍ୟ, ତ୍ୟାଗ, ମଣିଷ ପଣିଆ ମଣିଷର ସବୁବେଳେ ନୂଆ ପରିଚୟ ହିଁ ସୃଷ୍ଟି କରେ । ସ୍ନେହ, ଶ୍ରଦ୍ଧା ରେ ଗଢା ସମ୍ପର୍କ ସବୁ ଦିନ ଚିର ସବୁଜ ଓ ନିବିଡତାର ପରିଚୟ ଦିଏ ଯୁଗେ ଯୁଗେ ତ୍ୟାଗର ପରିଚୟ ଭୋଗର ପରିଚୟ ଠାରୁ ଭିନ୍ନ ଏ କଥା ସଂଘମିତ୍ରା ଓ ଦୀପାଳିର ଚରିତ୍ରରୁ ପ୍ରମାଣିତ ପରିଚୟ । ନିଜର ସାଧୁତା, କର୍ତ୍ତବ୍ୟ ନିଷ୍ଠା, ସଚ୍ଚୋଟତା, ସରଳ ପଣିଆ, ତ୍ୟାଗ, ପରୋପକାର ହିଁ ମଣିଷର ଅସଲ ପରିଚୟ ।



Rate this content
Log in

Similar oriya story from Abstract