STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ବନ୍ଧୁତା ନାମରେ ପ୍ରେମ

ବନ୍ଧୁତା ନାମରେ ପ୍ରେମ

2 mins
150


  ଆଜି କାଲି ବୁଝିହେଉନି ବନ୍ଧୁତା ଓ ପ୍ରେମ ମଧ୍ୟରେ ଫରକ୍ କଣ ? ଗାର୍ଲ ଫ୍ରେଣ୍ଡ୍ ବୟ ଫ୍ରେଣ୍ଡ୍ ଯେଉଁ ହେଉଛନ୍ତି ପ୍ରକୃତରେ ସେ ପ୍ରେମ ନା ବନ୍ଧୁତା ? ସମ୍ପର୍କର ସଂଜ୍ଞାଟା ଏବେ କ'ଣ ବଦଳି ଯାଇଛି ବୁଝି ପାରୁନି ସନ୍ଦୀପ୍ ? ସତରେ ଏ ମଣିଷ ଜାତିଟା କେତେବେଳେ ସମାଜ ସାମାଜିକତା ନାଁ ରେ କିପରି ନିଜକୁ ବଦଳାଉଛି ସେ କଥା ବୁଝିବା ବଡ ମୁସ୍କିଲ୍ । ମଣିଷର ମନକୁ ପଢିବା ବଡ କଷ୍ଟ । ବିଶେଷ କରି ଆଜିକାଲିକା ଅତ୍ୟାଧୁନିକ ଝିଅ ମାନଙ୍କ ମନକୁ ବୁଝିବା ଓ ତାଙ୍କ ହୃଦୟ କୁ ପଢିବା ବଡ କଷ୍ଟକର ବ୍ୟାପାର । ଏମିତି ଚିନ୍ତାମଗ୍ନ ବସିଛି ସନ୍ଦୀପ୍ ହଠାତ୍ ତାଙ୍କ ପାଖରେ ଆସି ବସିପଡିଲେ ତାଙ୍କ ସ୍ତ୍ରୀ ସୁନୟନା କାହିଁକି କେଜାଣି ସୁନୟନା ଭାବୁକ ପ୍ରେମିକ ପ୍ରବର ସ୍ଵାମୀଙ୍କ ମନକୁ ବୁଝିଲା ପରି ତାଙ୍କ ହୃଦୟ କୁ ପଢିଲା ପରି କହିଲେ କ'ଣ ହୋଇଛି ତୁମର କାହିଁକି ଏତେ ଚିନ୍ତିତ ଜଣାପଡୁଛ ? ସନ୍ଦୀପ୍ ସୁନୟନାକୁ ଦେଖି ଟିକେ ହଡବଡେଇ ଗଲେ କିଛି କ୍ଷଣ ପରେ ପ୍ରକୃତିସ୍ଥ ହୋଇ ସୁନୟନା କୁ ପଚାରିଲେ, କହିଲ ସୁନୟନା ମୁଁ ତୁମକୁ ଭଲପାଇ ପ୍ରେମ ବିବାହ କରିଥିଲି ସତରେ କହିଲ ପ୍ରେମ ଓ ବନ୍ଧୁତା ମଧ୍ୟରେ ଫରକ୍ କ'ଣ ? ସୁନୟନା ହସି ହସି କହିଲେ ତୁମର ଆଜି ଏ ପରିଣତ ବୟସରେ କାହିଁକି ଏ ପ୍ରଶ୍ନ ? କାହିଁକି ଏ ବୟସରେ ଏଭଳି ପ୍ରଶ୍ନ କାହିଁକି ମୋତେ ତୁମେ ଆଜି ପଚାରୁଛ ? ସନ୍ଦୀପ୍ ଉତ୍ତର ଦେଲେ ଆରେ ନା ଆଜିକାଲିକା ଯୁବ ପିଢି ବନ୍ଧୁତା ଓ ପ୍ରେମକୁ ଗୋଟାଏ ଗୋଟାଏ ଅଲଗା ରୂପ ଦେବାକୁ ବସୁଛନ୍ତି ସେଥିପାଇଁ ମୋ ମନରେ ଅସୁମାରୀ ପ୍ରଶ୍ନ ଉଙ୍କି ମାରୁଛି ଆଜି ? ସୁନୟନା ହସି ହସି କହିଲେ ଆଛା ଆଜି ପ୍ରେମିକ ପ୍ରବରଙ୍କ ମନରେ ହଠାତ୍ ଏ ପ୍ରଶ୍ନର ମାନେଟା ମୁଁ ଜାଣି ପାରେ କି ? ସନ୍ଦୀପ୍ କହିଲେ ସତରେ ସୁନୟନା ଆମ ବେଳେ ପ୍ରେମ ଓ ବନ୍ଧୁତା ସବୁର ସଂଜ୍ଞା ଅଲଗା ଥିଲା ପ୍ରେମ ପ୍ରେମ ବାଟରେ ବନ୍ଧୁତା ବନ୍ଧୁତା ବାଟରେ ଥିଲା ଏବେ କିନ୍ତୁ ବନ୍ଧୁତାର ମିଛ ବାହାନାରେ ପ୍ରେମକୁ କଳଙ୍କିତ କରୁଛନ୍ତି ଯୁବପିଢି ପୁଣି କେଉଁଠି ପ୍ରେମ ଫାଶରେ ପଡି ବନ୍ଧୁତାର ଗଳାବାଟ ଦେଇ ଖସିବାକୁ ଚେଷ୍ଟା କରୁଛନ୍ତି ଆଜିକାର ଶିକ୍ଷିତ ଯୁବକ ଯୁବତୀମାନେ । ସତରେ କହିଲ ସୁନୟନା ତୁମେ ଯଦି ମୋର ପ୍ରେମିକା ନ ହୋଇ ବନ୍ଧୁ ହୋଇଥାନ୍ତ ତୁମେ କ'ଣ ମୋତେ ବିବାହ କରିଥାନ୍ତ, ସୁନୟନା କହିଲେ ନା ପ୍ରେମ ଓ ବନ୍ଧୁତା ଦୁଇଟି ଅଲଗା ଅଲଗା ସମ୍ପର୍କ ।


ମୋ ଜାଣିବାରେ ଯେଉଁମାନେ ପ୍ରେମକୁ ବନ୍ଧୁତା ସହ ଯୋଡୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ୍ । ବନ୍ଧୁତା ସହ ପ୍ରେମ ଯୋଡ଼ି ହେଉଥିବାରୁ ଆଜିକା ଦୁନିଆଁରେ ବିବାହ ବିଚ୍ଛେଦ ଛାଡ଼ପତ୍ର ଆଦି ହେଉଛି । ବନ୍ଧୁ ବନ୍ଧୁ ବାଟରେ ପ୍ରେମ ପ୍ରେମ ବାଟରେ । ପ୍ରେମ ର ସଂଜ୍ଞା ଅଲଗା ଓ ବନ୍ଧୁତାର ସଂଜ୍ଞା ଅଲଗା । ଦୁଇଟି ହୃଦୟର ମିଳନର ଅନ୍ୟନାମ ପ୍ରେମ । କିନ୍ତୁ ବନ୍ଧୁତା ମନ, ହୃଦୟ ସହ ଏହା ଏକ ସୁନ୍ଦର ପ୍ରାକୃତିକ ସମ୍ପର୍କ। ବନ୍ଧୁତା ରେ ପାଇବାର ଆଶା ନ ଥାଏ ହରେଇବାର ବି ଜ୍ଞ୍ଲାନି ନ ଥାଏ। ସନ୍ଦୀପ୍ ଏବେ ବୁଝିପାରିଲେ ପ୍ରେମିକା ଓ ବାନ୍ଧବୀ ମଧ୍ୟରେ ଫରକ୍ ଟା କ'ଣ ? ପ୍ରେମ ହେଉଛି ଦୈହିକ ଓ ମାନସିକ ମିଳନର ସମାହାର କିନ୍ତୁ ବନ୍ଧୁତା ଏ ସବୁରୁ ଉର୍ଦ୍ଧ୍ବ ରେ ନାହିଁ ଏଠି କିଛି ପାଇବା ଓ ହରେଇବାର ଭୟ । ସନ୍ଦୀପ୍ ବୁଝିପାରିଲେ ଯେ ପ୍ରକୃତରେ ବନ୍ଧୁତା ନାମରେ ପ୍ରେମ କରିବା ଏକ ମହା ପାପ, ହୁଏ ତ ବନ୍ଧୁତା ନାମରେ କେହି କେହି ପ୍ରେମ କରୁଥାଇ ପାରନ୍ତି ହେଲେ ଏହା ଉଭୟ ସ୍ତ୍ରୀ ଓ ପୁରୁଷ ଙ୍କ ପାଇଁ କ୍ଷତିକାରକ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract