Brajakishor Bidyadhar

Drama Tragedy Classics

4  

Brajakishor Bidyadhar

Drama Tragedy Classics

ମହାରଥୀ

ମହାରଥୀ

14 mins
268


ସମୟ ପାଖାପାଖି ଭୋର୍ ୪ ଟା ରୁ ୫ ଟା ଭିତରେ । ମୁଁ ରକ୍ତାକ୍ତ ଅବସ୍ଥାରେ ସମୁଦ୍ର ବେଳାଭୂମି ଉପରେ ପଡ଼ିଥାଏ । ହଠାତ୍ ମୋର ଚେତା ଆସେ । ମୁଁ ଧୀରେଧୀରେ ଠିଆ ହେବା ପାଇଁ ଚେଷ୍ଟା କରେ । ଆଖିକୁ ଝାପ୍-ସା ଦେଖା ଯାଉଥାଏ । ମୁଁ ପାଦେ ଆଗକୁ ଗଲାବେଳେ କିଛି ଗୋଟେ ଜିନିଷ ରେ ଝୁଣ୍ଟି ହେଇ ପୁଣି ଥରେ ପଡ଼ିଯାଏ । ଏଇ ସମୟରେ ସମୁଦ୍ରର ଲହଡ଼ି ଶବ୍ଦ ମନରେ ଭୟ ସୃଷ୍ଟି କରେ । ମୁଁ ପଛକୁ ବୁଲି ଦେଖେ ଝାପ୍-ସା ଦେଖା ଯାଉଥିବା ଜିନିଷ ସବୁ ଧୀରେଧୀରେ ମତେ ଜହ୍ନ ଆଲୁଅରେ ସ୍ପଷ୍ଟ ଦେଖାଯାଏ । ଯୋଉଠି ମୁଁ ଝୁଣ୍ଟି ହେଇକି ପଡ଼ିଥିଲି, ସେଇଟା ଗୋଟେ ମରିକି ପଡ଼ିଥିବା ମଣିଷର ଦେହ ଥିଲା । ମୁଁ ପୁଣି ଥରେ ଠିଆ ହେଇ ଚାରିଆଡ଼େ ବୁଲି କି ଚାହେଁ । ସେଠି ଗୋଟେ ନୁହେଁ ୧୦-୧୨ ଜଣଙ୍କ ମୃତ ଦେହ ପଡ଼ିଥାଏ । ମୁଁ ଗୋଟେ ଦୀର୍ଘ ନିଃଶ୍ବାସ ପକାଏ । ଏମାନେ ସମସ୍ତେ ସେଇ ଗୁଣ୍ଡା ଥିଲେ, ଯୋଉମାନେ କି କାଲି ରାତିରେ ମତେ ମାରିବାକୁ ଆସିଥିଲେ । ମୁଁ ଏକୁଟିଆ ଏମାନଙ୍କୁ କେମିତି ମାରିଲି ସେକଥା ମତେ ବି ଜଣା ନାହିଁ । ବାସ୍ ମତେ ଏତିକି ଜଣା ଥିଲା ମୁଁ ମୋ ଜୀବନର ଶେଷ ଯୁଦ୍ଧ ଲଢ଼ୁଛି ।


           ଯୁଦ୍ଧର ନିୟମ କହେ ଯଦି ତମେ ବୀର ତାହେଲେ କେବେ ପଛ ଘୁଞ୍ଚା ଦିଅନି, ମାରିଦିଅ ନହେଲେ ମରିଯାଅ । କେହି କେହି କହନ୍ତି, ଯେ ପର୍ଯ୍ୟନ୍ତ ମରି ନାହଁ, ସେ ପର୍ଯ୍ୟନ୍ତ ମାରୁଥାଅ । ହେଲେ ମୁଁ ବାସ୍ ଏତିକି ଜାଣିଥିଲି, ମରିବା ଆଗରୁ ମାରିଦିଅ । ମୋ ପାଖରେ ଆଉ ଅଳ୍ପ କିଛି ସମୟ ଥିଲା । ହେଲେ ଗୋଟେ ବହୁତ୍ ବଡ ଅଧୁରା କାମ ବାକି ରହି ଯାଇଥିଲା । ଆଉ କାମ ଟା ହେଲା ଗୋଟେ ଦସ୍ତଖତ । 


ମୁଁ ସେମିତି ରକ୍ତାକ୍ତ ଅବସ୍ଥାରେ କଷ୍ଟେ ମଷ୍ଟେ ଯାଇ ମୋ ରୁମ୍ ରେ ପହଞ୍ଚିଲି । କବାଟ, ଝରକା ସବୁ ଖୋଲା ଥାଏ । ଝରକା ପାଖରେ ଲାଗିଥିବା ଛୋଟ ପରଦା ଟା ପବନରେ ଉଡୁଥାଏ । ମୁଁ ଧୀରେଧୀରେ ଘର ଭିତରକୁ ଗଲି । ଜିନିଷ ପତ୍ର ସବୁ ଏପଟ ସେପଟ ହେଇ ପଡ଼ିଥାଏ । ମୁଁ ଡାକୁଥିଲି


          - ଗୁରୁ.... ଗୁରୁ..... ସେ ପେପର୍ ସବୁ କୋଉଠି ?


ହେଲେ ମୋ ପ୍ରଶ୍ନର କୌଣସି ଉତ୍ତର ମିଳୁ ନଥିଲା । ମତେ ଲାଗିଲା, ଗୁରୁ କାଲି ଏଠିକି ଆସିନି କି ମୁଁ କହିଥିବା ପେପର୍ ବି ଆଣିନି । ହେଲେ ଏଠି ଏମିତି ଭଙ୍ଗା ରୁଜା କିଏ କରିଛି ? ହଠାତ୍ ଗୋଟେ ରକ୍ତର ସୁଅ ନଜର ପଡେ । ମୁଁ ସେଇ ରକ୍ତର ସୁଅ ଆଡ଼କୁ ଧୀରେଧୀରେ ଯାଏ । ଭିତର ରୁମ୍ ରେ କେହି ଜଣେ ମରିକି ପଡ଼ିଥାଏ । ଆରେ ଇଏ କିଏ ? ମୋ ଘରେ ୟାକୁ କିଏ ମାରିକି ପକେଇଛି ? ଅନେକ ପ୍ରଶ୍ନ ମୋ ମନ ଭିତରେ , ହେଲେ ଜବାବ୍ ଦବ କିଏ ? ହଠାତ୍ ଜୋର୍ ରେ ପବନ ହୁଏ ଆଉ କିଛି କାଗଜ ଉଡ଼ି ଆସି ମୋ ମୁହଁ ରେ ବାଜେ । ମୋ ଆଖି ଲାଗି ଲାଗି ଯାଉଥାଏ । ତଥାପି ମୁଁ ପଢ଼ିବାକୁ ଚେଷ୍ଟା କରେ । ପଢ଼ିକି ଖୁସି ହୁଏ....


           - I Love you ଗୁରୁ... ତୁ ଠିକ୍ ସମୟରେ ଏଇ କାଗଜ ମୋ ପାଖରେ ପହଞ୍ଚେଇ ଦେଇଛୁ । 


ତାପରେ ମୁଁ ପେପର୍ ଆଡେଇ ଯୋଉଠି ଦସ୍ତଖତ କରିବାରେ ଥାଏ କରିଦିଏ । ଖୁସିରେ ବେଡ୍ ଉପରେ ପଡ଼ିଯାଏ । ନଜର ପଡେ ଖୁସିର ଫଟୋ ବେଡ୍ ଉପରେ ପଡ଼ିଥାଏ । ଆଖିରେ ଲୁହ ଆସିଯାଏ ଆଉ ମୁଁ ଫେରିଯାଏ କିଛି ଦିନ ପଛକୁ......


          ସିଏ ହସୁଥିଲା, ମୁଁ କହିଲି 

          - ସତରେ ମୁଁ ଜଣେ Driver ନୁହଁ

          - ଆଉ ତମେ କଣ ?

          - ତମ ପ୍ରଶ୍ନର ଉତ୍ତର ମୋ ପାଖରେ ନାହିଁ । ବାସ୍ ଏତିକି ଜାଣ ଯେ, ମୋ ପାଖରେ ବହୁତ୍ ଟଙ୍କା ଅଛି ।

          - ବହୁତ୍ ମାନେ କେତେ ?

          - (ଟିକେ ହସିଦେଇ) ବହୁତ୍ ମାନେ କେମିତି କହିବି ଭାବିନିଅ ବହୁତ କିଛି କିଣି ପାରିବି ।

          - ସତରେ ? ଆଗ ଏଇ ହୋଟେଲ୍ ଟିକୁ କିଣି କି ଦେଖେଇଲ ।


ମୁଁ ଗୁରୁ କୁ ଗୋଟେ ଆଖି ଠାର ଦେଲି । ସିଏ ଭିତରକୁ ଯାଇ କିଛି ସମୟ କଥା ହେଲା ପରେ ଗୋଟେ ଚେକ୍ ଧରି ଆସିଲା ଆଉ ମତେ କହିଲା ।


         - ସାର୍, ସିଏ ତିନିଗୁଣା ଅଧିକା କହିଲା

         - ଠିକ୍ ଅଛି , ଚେକ୍ ଦିଅ


ମୁଁ Sign କରି ଚେକ୍ ଟା ଗୁରୁ ଆଡ଼କୁ ବଢେଇ ଦିଏ । ଏସବୁ ଦେଖି ଖୁସି ମତେ କହେ


         - ଏସବୁ କଣ ?

         - ତମର ଏଇ ହୋଟେଲ୍ ଦରକାର୍ ଥିଲା ନା କିଛି ସମୟ ଅପେକ୍ଷା କର


ଖୁସି ମତେ ଆଶ୍ଚର୍ଯ୍ୟ ହେଇ ଚାହିଁଥାଏ । ଦୂରରୁ ଗୁରୁ ମତେ ଠାରି କି କାମ ହେଇଗଲା ବୋଲି ଜଣେଇ ଦିଏ । ଖୁସି ଟିକେ ଥଙ୍ଗମଙ୍ଗ ହେଇ କହେ ।


         ନାଇଁ ମାନେ ଏସବୁ ତମେ ଡ୍ରାଇଭର ପୁଣି ଏତେ ଟଙ୍କା ମୁଁ କିଛି ବୁଝି ପାରୁନି ତାପରେ ମୁଁ କହୁ କହୁ ଏମିତି ହୋଟେଲ୍ କିଣିବା କଣ ଦରକାର୍ ଥିଲା?

         - ମୁଁ ଖୁସି ମୁହଁରେ ସବୁବେଳେ ଖୁସି ଦେଖିବାକୁ ଚାହେଁ

         - ହେଲେ କାହିଁକି ?

         - କାହିଁକି ନା ମୁଁ ତମକୁ ଭଲପାଏ

         - ନାଇଁ.. ଏସବୁ ସମ୍ଭବ ନୁହେଁ । 

         - ଯଦି ମୁଁ ତମର ପସନ୍ଦ ନୁହଁ, ତାହେଲେ ଏବେ ଏଇଠୁ ଚାଲିଯିବି , ଆଉ କେବେ ମୁହଁ ଦେଖେଇବିନି । ହେଲେ ଯଦି ସମ୍ଭବ ନୁହେଁ କହିବାର କାରଣ କିଛି ଅଲଗା ଅଛି, ତାହେଲେ ତାକୁ ମୁଁ ଗ୍ରହଣ କରିବିନି ।

         - ତମକୁ ଗ୍ରହଣ କରିବାକୁ ପଡିବ । କାହିଁକି ନା ମତେ କ୍ୟାନ୍-ସର୍ । ମୁଁ Last Stage ରେ ଅଛି । ଏବେ ତମେ କିମ୍ବା ତମ ପାଖରେ ଥିବା ଟଙ୍କା ଚାହିଁଲେ ବି ମତେ ବଞ୍ଚେଇ ପାରିବନି ।


ହଠାତ୍ ମୁଁ ଅତୀତ ରୁ ଫେରିଆସି ବର୍ତ୍ତମାନ ରେ ପାଦ ଦିଏ । ମୋ ଆଖି ଦୁଇଟି ବନ୍ଦ ହେଇଯାଏ ଆଉ ଲୁହ ଝରି ପଡେ । ମୁଁ ଜୋର୍ ରେ ବେଡ୍ ଉପରେ ମୋ ହାତକୁ ବାଡେଇ ବାଡେଇ କାନ୍ଦିବାକୁ ଲାଗେ । ନଜର ପଡେ ମୋ ପିଲାଦିନର ଫଟୋ ଉପରେ । ଗୋଟେ ସ୍କୁଲ୍ ଡ୍ରେସ୍, ଗୋଟେ ହାତରେ ପେନ୍ ଆଉ ଗୋଟେ ହାତରେ ଖାତା । ଫଟୋ କୁ ଚାହିଁ ମୁଁ ଟିକେ ହସି ଦିଏ । ସବୁକିଛି ଆଖି ସାମ୍ନାରେ ନାଚିଯାଏ ।


       ବୟସ କେତେ ହେଇଥିଲା ଜାଣିନି, କିନ୍ତୁ ବହୁତ୍ ଛୋଟ ଥିଲି । ପିଲାଟି ଦିନରୁ ବାପା ଙ୍କୁ ଦେଖିନଥିଲି । ମୋ ପାଇଁ ମା ହିଁ ସବୁ କିଛି ଥିଲା । ସେଦିନ ମା ମୋ ହାତ ଧରି ରାସ୍ତା ପାର୍ ହେବାକୁ ଯାଉଥିଲା । ଗାଡି ମାନଙ୍କର ସୁଅ ଛୁଟୁଥାଏ । ହଠାତ୍ ମା ମତେ ଟାଣି ଆର ପଟକୁ ଦୌଡ଼ିବାକୁ ଚେଷ୍ଟା କଲା ବେଳେ, ମୁଁ ମା ହାତରୁ ମୋ ହାତ ବାହାର କରି ଠିଆ ହେଇ ରହିଲି ଆଉ ରାସ୍ତା କଡ଼ରେ ଥିବା ବେଲୁନ୍ କୁ ଚାହିଁ ରହିଲି । ଏଇ ସମୟରେ ଗୋଟେ ଗାଡି ଆସି ମା କୁ ଧକ୍କା ଦେଲା । ତାପରେ ଗାଡି ଟି ଯାଇ ରାସ୍ତା କଡରେ ଥିବା ଗୋଟେ ଇଲେକ୍-ଟ୍ରିକ୍ ଖୁଣ୍ଟ ରେ ଜୋର୍ ରେ ମାଡ ହେଲା । ମା ସହିତ ଗାଡ଼ିରେ ଥିବା ତିନିଜଣ ଲୋକ ବି ଆହତ ହେଇ ମେଡିକାଲ୍ ରେ ପହଞ୍ଚିଲେ । କିଛି ସମୟ ପରେ ଜଣେ 15-16 ବର୍ଷ ବୟସ ର ଯୁବକ ସେଇ ମେଡିକାଲ୍ କୁ ଆସିଲେ । ଗାଡ଼ିରେ ଥିବା ତିନି ଜଣ ଲୋକଙ୍କ ଭିତରୁ ଜଣେ ଗାଡ଼ିର ଡ୍ରାଇଭର ଥିଲା ଆଉ ବାକି ଦୁଇଜଣ ତା ମା ଆଉ ବାପା ଥିଲେ । କିଛି ସମୟ ପରେ ଡାକ୍ତର ବାହାରକୁ ଆସି କହିଲେ, ଆମେ କାହାକୁ ବି ବଞ୍ଚେଇ ପାରିଲୁନି । ଏଇ ସମୟରେ ସେଇ ଯୁବକ ଆଖିରୁ ଲୁହ ଝରିଗଲା । ସେ ମୋ ପାଖକୁ ଆସି ମତେ କହିଲେ ।

             ତୋ ନାଁ କଣ ?

ମୁଁ କିଛି କହି ପାରୁ ନଥିଲି ,କେବଳ ତାଙ୍କୁ ଚାହିଁଥିଲି । କିଛି ସମୟ ପରେ ସେ ପୁଣି ମତେ ପ୍ରଶ୍ନ କଲେ ।


            ଘରେ ଆଉ କିଏ କିଏ ଅଛନ୍ତି ? 


ଏଥର ବି ମୁଁ ନୀରବ । ତାପରେ ସେ ମୋ ହାତ ଧରି ମତେ ସେଠାରୁ ତାଙ୍କ ସହିତ ନେଇଗଲେ । ଗଲାବେଳେ ବାଟରେ କହୁଥିଲେ, ମୋ ନାଁ ହଉଛି ରାମ୍ ଆଉ ଆଜିଠୁ ତୋ ନାଁ ହଉଛି ଲକ୍ଷ୍ମଣ୍ । ତା ପରଠୁ ସିଏ ମୋ ବଡ ଭାଇ ଆଉ ମୁଁ ତାଙ୍କ ସାନ ଭାଇ । ପ୍ରତ୍ୟେକ ଦିନ ଭାଇ କୋଉଠି ନା କୋଉଠି କାମ କରି ପଇସା ରୋଜଗାର କରୁଥିଲେ ଆଉ ସେଇ ପଇସା ରେ ମତେ ପାଠ ପଢ଼ୋଉଥିଲେ । ତାପରେ ଭାଇ ଗୋଟେ ପ୍ରାଇଭେଟ୍ କମ୍ପାନୀ ରେ ସିକ୍ୟୁରିଟି ଗାର୍ଡ ଭାବେ କାମ କଲେ । ଆଉ ସେତେବେଳେ ମୁଁ ଏକୁଟିଆ କେମିତି ରହିବି ଭାବି ସେ ମତେ ନେଇ ହଷ୍ଟେଲ୍ ରେ ରଖିଦେଲେ ଆଉ ସବୁଦିନ ଯାଇ ମତେ ଦେଖା କରୁଥିଲେ । 


            ସେଦିନ ରାତିରେ ଭାଇ ଡ୍ୟୁଟି ଯାଇଥାନ୍ତି । ହଠାତ୍ ଲାଇନ୍ କଟିଯାଏ । ଭିତରୁ ଗୋଟେ ଝିଅ ବଞ୍ଚାଅ ବଞ୍ଚାଅ ବୋଲି ପାଟି କରେ । ଭାଇ ଭିତରକୁ ଦୌଡ଼ି ଯାଆନ୍ତି । ଯୋଉ ରୁମ୍ ରୁ ପାଟି ଶୁଣା ଯାଉଥିଲା, ସେଇ ରୁମ୍ ରେ ଭାଇ ପ୍ରବେଶ କଲାବେଳେ ଜଣଙ୍କ ସହିତ ଭାଇଙ୍କ ଧକ୍କା ହୁଏ । ଭାଇ ଦ୍ଵାର ମୁହଁରେ ତଳେ ପଡ଼ି ଯାଆନ୍ତି । ଏଇ ସମୟରେ ଲାଇନ୍ ଆସେ । ଦେଖାଯାଏ ରୁମ୍ ଭିତରେ ଗୀତା ଅସଞ୍ଜତ ଅବସ୍ଥାରେ ପଡିଥାନ୍ତି । ଭାଇ ବୁଝି ପାରନ୍ତି , କେହି ଜଣେ ଗୀତା ମ୍ୟାଡାମ୍ ଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରୁଥିଲା । ଆଉ ଭାଇଙ୍କ ସହିତ ଯୋଉ ଲୋକଟି ଏବେ ଅନ୍ଧାର ରେ ଧକ୍କା ହେଲା ସିଏ ହିଁ ସେଇ ବଳାତ୍କାରୀ । ହେଲେ ସିଏ କିଏ ହେଇପାରେ ? ଏମିତି ଭାବୁ ଭାବୁ ସେଇଠି ଆଉ କିଛି ଲୋକ ବି ପହଞ୍ଚି ଯାଆନ୍ତି । ସମସ୍ତେ ଭାଇଙ୍କୁ ଦୋଷ ଦିଅନ୍ତି ଆଉ ତାର ଗୋଟେ ସମାଧାନ ବାହାର କରନ୍ତି । ଆଉ ସେଇଟା ହେଲା ଭାଇ, ଗୀତା ମ୍ୟାଡାମ୍ ଙ୍କୁ ବାହା ହେବେ । ଗୀତା ମ୍ୟାଡାମ୍ ଙ୍କ ଇଚ୍ଛା ନଥିଲେ ବି, ନିଜର ଇଜ୍ଜତ କୁ ବଞ୍ଚାଇବା ପାଇଁ ରାଜି ହେଲେ । ତାପରଠୁ ସିଏ ଗୀତା ମ୍ୟାଡାମ ରୁ ଗୀତା ଭାଉଜ ହେଇଗଲେ । ତାଙ୍କ ଚାକିରୀ ତ ରହିଗଲା ହେଲେ ଭାଇ ନିଜ ଚାକିରୀ ହରେଇଲେ । ତାପରେ ଭାଇ ଯେବେ ବି ମୋ ପାଖକୁ ଆସନ୍ତି ଭାଉଜ ବିଷୟରେ କହନ୍ତି । ମୋର ତାଙ୍କୁ ଦେଖିବାକୁ ଭାରି ଇଛା ହୁଏ । ହେଲେ ଭାଇ ମତେ ସବୁବେଳେ ମନା କରନ୍ତି ଆଉ କହନ୍ତି 

            - ଏବେ ତୁ ମନ ଦେଇ ପାଠ ପଢ଼ । ସମୟ ଆସିଲେ ଭାଉଜଙ୍କୁ ଦେଖିବୁ । ଏବେ ତୁ ସୁନା ପିଲା ପରି ଠିଆ ହଅ ମୁଁ ତୋର ଗୋଟେ ଫଟୋ ଉଠେଇବି ।


ମୁଁ ସ୍କୁଲ୍ ଡ୍ରେସ୍ ପିନ୍ଧିଥାଏ , ଗୋଟେ ହାତରେ ଖାତା ଏବଂ ଗୋଟେ ହାତରେ ପେନ୍ ଥାଏ । ଭାଇ କ୍ୟାମେରା ବାହାର କରି ଫଟୋ ଉଠାନ୍ତି । କ୍ୟାମେରା ଲାଇଟ୍ ଜଳିବାରୁ ମୋ ଆଖି ଝଲସି ଯାଏ ଆଉ ମୁଁ ଅତୀତରୁ ଆସି ବର୍ତ୍ତମାନରେ ପାଦ ଦିଏ ।


          ଜାଣିନି, କାହିଁକି କେଜାଣି ଭାଇ ଭାଉଜଙ୍କ ପାଇଁ କିଛି ଲେଖିବାକୁ ଇଚ୍ଛା ହଉଥାଏ । ଯନ୍ତ୍ରଣାରେ ଛଟପଟ ହେଇ ମରଣ ଠାରୁ ଆଉ ଚାଖଣ୍ଡେ ଦୂରରେ ଥିବା ବେଳେ ମୁଁ ବାହାରି ପଡେ ଖଣ୍ଡେ ଚିଠି ଲେଖିବା ଉଦ୍ଦେଶ୍ୟରେ । ହୁଏତ ଏଇଟା ଶେଷ ଚିଠି ହେଇପାରେ ।


         ସେଦିନ ହଷ୍ଟେଲ ରୁ ଲୁଚିକି ମୁଁ ଭାଉଜଙ୍କୁ ଦେଖିବି ବୋଲି ବାହାରି ପଡ଼ିଲି । ଆଉ ପହଞ୍ଚିଲା ପରେ ଯାହା ଦେଖିଲି, ସେସବୁ ମୁଁ ବିଶ୍ୱାସ କରି ପାରୁ ନଥିଲି । ପ୍ରକୃତ କଥା ହେଲା ଭାଉଜ କେବେ ବି ଭାଇଙ୍କୁ ପସନ୍ଦ କରୁ ନଥିଲେ । ନିଜେ ରୋଜଗାର କରୁଥିବା ଟଙ୍କାରେ ହିଁ ସେମାନେ ଚଳୁଛନ୍ତି ଆଉ ମୋ ପାଠ ପଢା ଚାଲିଛି ବୋଲି ସେ ଭାଇଙ୍କୁ ବାରମ୍ବାର ଶୁଣାଉ ଥିଲେ । ଭାଇ ବି ବଡ଼ ଚମତ୍କାର ଅଭିନେତା । ମୋ ପାଖରେ ଯାଇ ଭାଉଜ ଙ୍କ ବିଷୟରେ ଏମିତି ବର୍ଣ୍ଣନା କରନ୍ତି ସତେ ଯେମିତି ସିଏ ସାବିତ୍ରୀ । ହେଲେ ମୁଁ ଏ କଣ ଦେଖୁଛି ? ଟଙ୍କା ପାଇଁ ତାଙ୍କର ଏତେ ଗର୍ବ ? ସେଇଦିନ ମୁଁ ବୁଝିଗଲି ଆଜିକାଲି ଦୁନିଆରେ ମଣିଷ ଜୀବନରେ ଟଙ୍କା ର ଭୂମିକା କଣ । ତାପରେ ମୁଁ ସ୍ଥିର କଲି ମୁଁ ବି ବହୁତ୍ ଟଙ୍କା ରୋଜଗାର କରିବି ଆଉ ସେତେବେଳେ ମୋ ଭାଇ ବି ଭାଉଜଙ୍କ କଥାର ଜବାବ ଦେଇ ପାରିବେ । 

          

      ଏମିତି ଭାବି ମୁଁ ସେଇଦିନ ମୋ ପାଠ ପଢା ଆଉ ଭାଇ ଭାଉଜଙ୍କ ଠାରୁ ଏତେ ଦୂରକୁ ଚାଲି ଆସିଲି ଯେ, ଆଜି ଯାଏ ବି ଭାଇଙ୍କ ସାମ୍ନାକୁ ଯାଇ ପାରିନି । ଆଜି ବଡ ଲୋକ ହେଇ ଯାଇଛି ସତ ହେଲେ ମୁଁ ଭାଇଙ୍କ ପାଖରେ ପହଞ୍ଚିବା ସାମ୍ନାରେ ଠିଆ ହେବା ଆଗରୁ ମରଣକୁ ଆଖି ସାମ୍ନାରେ ଦେଖୁଛି । ହୁଏତ ଏ ଜନ୍ମରେ ଭାଇଙ୍କ ସହ ଭେଟ ହେବା ଆଉ ମୋ ଭାଗ୍ୟରେ ନାହିଁ । ଧୀରେ ଧୀରେ ଅନ୍ଧାର କମି କମି ଆସୁଥାଏ । ମୋ ଚିଠି ଲେଖା ଚାଲିଥାଏ । ହଠାତ୍ ମୋ ପିଠି ପାଖରେ ଜୋର୍ ରେ ଯନ୍ତ୍ରଣା ହୁଏ । କାହିଁକି ନା କାଲି ରାତିରେ ସେଇ ଗୁଣ୍ଡା ମାନଙ୍କ ଭିତରୁ କେହି ଜଣେ ମତେ ପଛ ଆଡ଼ୁ ଛୁରୀ ମାଡ କରିଥିଲା । ଧୀରେଧୀରେ ମୋ ହାତରୁ ପେନ୍ ଖସି ପଡେ ଆଉ ମୋ ଆଖି ବୁଜି ହେଇଯାଏ । 


କିଛି ମାସ ପୂର୍ବର କାହାଣୀ ।


ଭାଇ ଆଉ ଭାଉଜ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ରହୁଥାନ୍ତି। ଭାଉଜ ଗୋଟେ ବହୁତ୍ ବଡ ବିଜିନେସ୍ ରେ ସେୟାର୍ ହୋଲ୍ଡର୍ ଥାଆନ୍ତି ଆଉ ଭାଇ ଗୋଟେ ମାର୍କେଟିଙ୍ଗ୍ କମ୍ପାନୀରେ ସେଲ୍-ସ ମ୍ୟାନ୍ ଭାବେ କାମ କରୁଥାନ୍ତି । ଦେଖିବାକୁ ଗଲେ ଭାଇ, ଭାଉଜଙ୍କ ତୁଳନାରେ ବହୁତ୍ କମ୍ ଟଙ୍କା ରୋଜଗାର କରୁଥାନ୍ତି । କିନ୍ତୁ ଭାଉଜ ଭାଇଙ୍କୁ ଛାଡ଼ିକି ଆସିଲା ପରେ ବି ଦ୍ୱିତୀୟ ବିବାହ କରି ନାହାନ୍ତି । ସିଏ ଭାଇଙ୍କ ନାଁ ରେ ଏବେ ବି ସିନ୍ଦୁର ପିନ୍ଧୁଥାନ୍ତି । ଏଥିରୁ ପ୍ରମାଣିତ ହେଇଯାଏ ଯେ, ଭାଉଜ ଭାଇଙ୍କ ଦାରିଦ୍ର୍ୟତା କୁ ଦେଖି ସିନା ତାଙ୍କୁ ଛାଡି ଦେଇ ଚାଲି ଆସିଛନ୍ତି ହେଲେ ମନ ଭିତରେ ତାଙ୍କୁ ହିଁ ସ୍ଵାମୀ ବୋଲି ଭାବି ସାରିଥାନ୍ତି । ଏଇ ପରିସ୍ଥିତିରେ ମତେ ଲାଗେ ମୁଁ ଯଦି ଭାଉଜଙ୍କୁ ବୁଝେଇ ଭାଇଙ୍କ ପାଖକୁ ନେଇଯିବି ସେ ବହୁତ୍ ଖୁସି ହେବେ । କାହିଁକି ନା ସେ ବହୁତ୍ ଦିନ ପରେ ନିଜ ସାନ ଭାଇ ସହିତ ସ୍ତ୍ରୀ କୁ ବି ଆଖି ସାମ୍ନାରେ ଦେଖିବେ । ଏଇ କଥା ଭାବି ମୁଁ ଗୁରୁ ସହିତ ଭାଉଜଙ୍କ ଘରକୁ ଯାଏ । ହେଲେ ଗେଟ୍ ଭିତରକୁ ଯିବା ଆଗରୁ ଭାବେ ପରିଚୟ କଣ ଦେବି ? ଏଇ ସମୟରେ ମୁଁ ଦେଖେ ତାଙ୍କ ଘରର ଡ୍ରାଇଭର ଗେଟ୍ ଭିତରକୁ ଯାଉଥାଏ । ମୁଁ ତାକୁ ପାଖକୁ ଡାକେ । ସିଏ ଆସେ ଏବଂ କହେ ।


        - କଣ ହେଲା ?

        - ତୁ ଏ ଘରର ଡ଼୍ରାଇଭର ନା ?

        - ହଁ ହେଲେ, ତମେ କିଏ ?

        - ଏ ଘରର ନୂଆ ଡ଼୍ରାଇଭର

        - ମାନେ ?

        - ଗୁରୁ ୟାକୁ ଭଲ କି ବୁଝା


ଗୁରୁ ତାକୁ ଚାହିଁ କହେ


        - ଆଜିଠୁ ତୁ ଆଉ ଏ ଘରେ ଗାଡ଼ି ଚଲେଇବୁନି । କିନ୍ତୁ ବ୍ୟସ୍ତ ହେବା ଦରକାର୍ ନାହିଁ, ପ୍ରତ୍ୟେକ ମାସ ତତେ ତୋ ଦରମା ମିଳିଯିବ ।

        - ଦରମା କିଏ ଦବ ?

        - ମୁଁ ଦେବି


ତାପରେ ଗୁରୁ ତାକୁ ତିନି ମାସର Advance ପଇସା ଦିଏ । ତାପରେ ସେଇ ଡ୍ରାଇଭର ସହିତ ମୁଁ ଭିତରକୁ ଯାଏ । ସେ ଡ୍ରାଇଭର ମତେ ତା ଭାଇର ପରିଚୟ ଦେଇ କହେ, ଆଜିଠୁ ମୋ ବଦଳରେ ଇଏ ଆସି ଗାଡ଼ି ଚଲେଇବ । ଭାଉଜ ମୋତେ ଦେଖୁଥାନ୍ତି । ମୁଁ ତାଙ୍କ ମୁହଁରୁ କେବଳ ହଁ ଶୁଣିବାକୁ ଚାହିଁଥାଏ । ସେ କିଛି ସମୟ ଭାବିଲା ପରେ କହନ୍ତି ।


ତାପରେ ଭାଉଜ ଭିତରକୁ ଚାଲି ଯାଆନ୍ତି ଆଉ ସେ ଡ୍ରାଇଭର ତା ଘରକୁ ଚାଲିଯାଏ । ତେବେ ଭାଉଜଙ୍କ ଘରର ଚାକର ବିଶୁ ମତେ ସନ୍ଦେହ କଲା ଭଳି ଦେଖୁଥାଏ । ସେ ମତେ ପଚାରେ


        - ତମେ ସତରେ କଣ ଜଣେ ଡ୍ରାଇଭର ? ତମକୁ ଦେଖିଲେ ତ ଲାଗୁନି । ଆଗରୁ କୋଉଠି ଡ୍ରାଇଭର ଥିଲ ?

        - ହଁ... ଥିଲି...

        - ତାହେଲେ ସେଇଠୁ ଛାଡ଼ିଲ କାହିଁକି ? 

        - ପ୍ରକୃତରେ, ଗୋଟେ ବଡ ଗାଡ଼ି ଦୁର୍ଘଟଣାରୁ ମୁଁ ତାଙ୍କୁ ବଞ୍ଚେଇ ଦେଲି ତ ସେଥିପାଇଁ ସେମାନେ ମତେ ସେଇଠୁ ସସମ୍ମାନେ ବାହାର କରିଦେଲେ । 

        - କଣ ? ତମେ ତାଙ୍କୁ ବଞ୍ଚେଇଲ ମାନେ ତ, ସେମାନେ ଖୁସି ହେଇ ତମକୁ ସାରା ଜୀବନ ପାଇଁ ସେଇଠି ରଖି ଦେବା କଥା । କିନ୍ତୁ ତମକୁ ବାହାର କରିଦେଲେ ? ପୁଣି ସମ୍ମାନର ସହିତ ?

        - ସେଠାକାର ନିୟମ ସେମିତି ଥିଲା । ଯଦି ତମକୁ କିଏ କିଛି ସାହାଯ୍ୟ କଲା, ତାହେଲେ ତମକୁ ସବୁଦିନ ପାଇଁ ତା ସହିତ ସମ୍ପର୍କ କାଟି ତାକୁ ଖୁସିରେ ବିଦାୟ ଦେବାକୁ ପଡ଼ିବ । 

        - ହେ ଭଗବାନ୍, ଏମିତି ନିୟମ ବି ଅଛି...?


ମୁଁ ମନେମନେ ହସୁଥାଏ । ହଠାତ୍ ଭାଉଜ ଭିତରୁ ଆସି ମତେ ଗାଡ଼ି ଚାବି ଦେଇ କହନ୍ତି...


        - ମୋ ସହିତ ଆସ....

        - ଆଜ୍ଞା...

        - ଆଛା ତମ ନାଁ କଣ ?

        - ମୋ ନାଁ....... ମୋ ନାଁ.... ଅଭି..


ତାପରେ ମୁଁ ଭାଉଜଙ୍କୁ ନେଇ ଠିକଣା ଜାଗାରେ ପହଞ୍ଚେଇ ଦିଏ । ସିଏ ଭିତରକୁ ଯାଉ ଯାଉ କହନ୍ତି


        - 2-3 ଘଣ୍ଟା Late ହବ ...

        - ଠିକ୍ ଅଛି Madam.... କିଛି ଅସୁବିଧା ନାହିଁ...


ତାପରେ ଭାଉଜ ଭିତରକୁ ଚାଲି ଯାଆନ୍ତି । ମୁଁ ଗାଡ଼ି ପାର୍କ କରି ପାଖରେ ଥିବା ଗୋଟେ ହୋଟେଲ ଭିତରକୁ ଯାଏ । ପ୍ରଥମ ଥର ପାଇଁ ମୁଁ ଖୁସି କୁ ସେଇଠି ଦେଖେ । ମୁଁ ଗୁରୁ କୁ ଫୋନ୍ କରି ଡାକେ । ତାପରେ ମୁଁ ଖୁସି ସହିତ କଥା ହେବାକୁ ଚେଷ୍ଟା କରେ । ତାର ଖୁସି ପାଇଁ ମୁଁ ସେଇ ହୋଟେଲ୍ ଟି କିଣି ଦିଏ । ହେଲେ ମୋତେ ଦୁଃଖ ଲାଗେ ଯେତେବେଳେ ମୁଁ ଜାଣେ ଯେ, ଖୁସି ଏ ଦୁନିଆରେ ଆଉ ଅଳ୍ପ ଦିନର ଅତିଥି । ମୁଁ ତା ସହିତ ଗୋଟେ ଫଟୋ ଉଠେଇ ସେଇଠୁ ଚାଲି ଆସେ । ମନେମନେ ଭାବେ ଖୁସି ଆଉ ଅଳ୍ପ କିଛି ଦିନ ବଞ୍ଚିବ । ସିଏ ଯେତିକି ଦିନ ବି ବଞ୍ଚିବ ମୁଁ ତାକୁ ବହୁତ ଖୁସିରେ ଦେଖିବାକୁ ଚାହେଁ । ଏମିତି ଭାବି ମୁଁ ସବୁଦିନ ଯାଇ ଖୁସି କୁ ଦେଖା କରେ । ତା ସହିତ ସମୟ ବିତାଏ । ଦିନ ଯେତିକି ଗଡି ଚାଲିଥାଏ ଖୁସି ର ସମୟ ସରି ସରି ଆସୁଛି ଭାବି ବହୁତ୍ ଡର ଲାଗୁଥାଏ । ଇଛା ହଉଥାଏ ସମୟ ଆଗରେ ହାତଯୋଡି କହିବା ପାଇଁ, ତୁ ଧିରେଧିରେ ଚାଲ୍ ରେ ସମୟ, ଧିରେଧିରେ ଚାଲ୍....


          ଏପଟ ଭାଉଜ ସବୁବେଳେ ତାଙ୍କ ବିଜିନେସ୍ କୁ ନେଇ ବହୁତ୍ ଚିନ୍ତାରେ ରହୁଥାନ୍ତି । ଏମିତି ଲାଗୁଥାଏ, ଯେମିତି ସିଏ ହସିବା ଭୁଲି ଯାଇଛନ୍ତି । ଦିନେ ଗାଡ଼ିରେ ଯାଉ ଯାଉ ମୁଁ ସାହାସ କରି ତାଙ୍କୁ ପଚାରେ.....


         - କଣ ହେଇଛି Madam? ବହୁତ୍ ଦିନ ହେଲାଣି ଦେଖୁଛି, ଆପଣ ଜମା ଖୁସିରେ ନାହାନ୍ତି ? କିଛି ଅସୁବିଧା ହେଇଛି କି?

         - ମାସ ଶେଷରେ ତମକୁ ତମ ଦରମା ମିଳି ଯାଉଛି ନା..? 

         - ଆଜ୍ଞା....

         - ତାହେଲେ କାମରେ ଧ୍ୟାନ ଦିଅ । କାହାର କଣ ଅସୁବିଧା ହେଲା ସେକଥା ଜାଣିବା କିଛି ଦରକାର୍ ନାହିଁ....

         - (ସ୍ମିତହାସ୍ୟ ଦେଇ) ଗୋଟେ କଥା କହିବି Madam, ଟଙ୍କା ମୁଁ ବି ରୋଜଗାର କରୁଛି ଆଉ ଆପଣ ବି କରୁଛନ୍ତି । ମୁଁ ମାସକୁ ଦଶ ହଜାର ପାଇଲା ବେଳେ ଆପଣ ମାସକୁ ଲକ୍ଷେ ଟଙ୍କା ରୋଜଗାର କରୁଛନ୍ତି । କିନ୍ତୁ ଲାଭ କଣ ? ମୁଁ ଯେତିକି ଖୁସିରେ ଅଛି, ଆପଣ ସେତିକି ଖୁସିରେ ନାହାନ୍ତି....


ଭାଉଜ ନୀରବ ହେଇ ମତେ ଦେଖୁଥାନ୍ତି । ମୁଁ ପୁଣି କହେ.....


       - ଜୀବନରେ ଟଙ୍କା ଅପେକ୍ଷା ଖୁସି ବେଶୀ ଜରୁରୀ । ଆଉ ସେଇ ଖୁସି ସ୍ନେହ, ଭଲପାଇବା ଆଉ ବିଶ୍ଵାସରେ ଥାଏ । ଆପଣ ମତେ ବିଶ୍ୱାସ କରନ୍ତି ସେଇଥି ପାଇଁ ତ, ଆପଣଙ୍କ ଉଦାସ ମୁହଁକୁ ଦେଖିଲେ ମତେ ବି ଦୁଃଖ ଲାଗୁଛି । 


ଭାଉଜ କିଛି ସମୟ ପାଇଁ ନିଜ ଅତୀତକୁ ଚାଲି ଯାଆନ୍ତି । ଭାଇଙ୍କ କଥା ତାଙ୍କର ବହୁତ୍ ମନେ ପଡେ । କିଛି ବାଟ ଆଗକୁ ଗଲା ପରେ ସେ କହନ୍ତି....


         - ଗାଡ଼ି ରଖ....

         - (ଗାଡ଼ି ରଖି) ଆପଣ ତ ଆଗକୁ ଯିବେ କହୁଥିଲେ....?


ଏତିକି କହି ପଛକୁ ଚାହିଁଲା ବେଳକୁ ଭାଉଜ ଗାଡିରୁ ବାହାରି ସାମ୍ନାରେ ଥିବା ଗୋଟେ ବଡ ଘର ଭିତରକୁ ଯାଆନ୍ତି । ମୁଁ କିଛି ସମୟ ଅପେକ୍ଷା କଲା ପରେ ବି ଭାଉଜ ଆସନ୍ତିନି । ତାପରେ ମୁଁ ବାଧ୍ୟ ହେଇ ଭିତରକୁ ଯାଏ । କିଛି ସମୟ ପରେ ଦେଖେ ତ ଭାଉଜ କାନ୍ଦି କାନ୍ଦି ବାହାରି ଯାଆନ୍ତି । ଭାଉଜ ମତେ ଦେଖି ନପାରିଲା ଭଳି ମୁଁ ଲୁଚି ଯାଏ । ସିଏ ଗଲାପରେ ମୁଁ ଭିତରକୁ ଯାଏ । ଭିତରେ ଜଣେ ଲୋକ ବସିଥାଏ । ମୁଁ ତାଙ୍କୁ ଯାଇ କହେ.....


         - ଆଜ୍ଞା ନମସ୍କାର...

         - କିଏ ତୁ...?

         - ଏବେ ଯୋଉ Madam ଏଠୁ ଗଲେ, ମୁଁ ତାଙ୍କ ଡ୍ରାଇଭର ।

         - ଡ୍ରାଇଭର...? ତୁ ଏଠି କଣ କରୁଛୁ ? ବାହାର୍... ବାହାର୍... ଏଠୁ...

         - ବାହାରି ଯିବି, ହେଲେ ଗୋଟେ କଥା ଜାଣିବାକୁ ଚାହୁଁଛି । ପ୍ରକୃତରେ କଣ ହେଇଛି ? ଅନେକ ଦିନ ହେଲାଣି Madam ଙ୍କ ମୁଁହରେ ମୁଁ ହସ ଦେଖିନି....?

         - ଯଦି ତୁ ତୋ Madam ଙ୍କ ମୁଁହରେ ହସ ଦେଖିବାକୁ ଚାହୁଁଛୁ, ତାକୁ ବୁଝା ଯେ, ସିଏ ମୋତେ ବାହା ହେଇଯିବ । 

         - କିନ୍ତୁ ସିଏ ତ ଆଗରୁ ବିବାହିତ...

         - ହେ.... ସେଇଟାକୁ ତୋ Madam କେବେ ବାହାଘର ବୋଲି ଭାବିନି । ସେମିତି ଭାବିଥିଲେ ତା ସ୍ୱାମୀକୁ ଛାଡି ଦେଇ ଆଜି ଯାଏ ଏକୁଟିଆ କାହିଁକି ରହିଥାନ୍ତା ? ସେଦିନ ମୋର ଗୋଟେ ଭୁଲ୍ ଯୋଗୁଁ ତୋ Madam ସେଇ ମୂର୍ଖ କୁ ବାହା ହେଲା । ମୁଁ ଯଦି ଲୋକ ଲଜ୍ୟା କୁ ନଡରି ସେଦିନ ସେଇଠୁ ଦୌଡ଼ି ନଥାନ୍ତି, ତାହେଲେ ଗୀତାକୁ ମୁଁ ବାହା ହେଇଥାନ୍ତି । 


ମୁଁ ବୁଝିଯାଏ, ସେଦିନ ରାତିରେ ଗୀତା ଭାଉଜଙ୍କୁ ଏଇ ଲୋକଟା ତାହେଲେ ଧର୍ଷଣ କରିବାକୁ ଚେଷ୍ଟା କରିଥିଲା । ମୁଁ କିଛି କହିବା ଆଗରୁ ସେ ପୁଣି କହିଲା....


         - ତାର ବାହାଘର ପରେ ବି ମୁଁ ତାକୁ ନିଜର କରିବାକୁ ଚେଷ୍ଟା କଲି । ସେଇଥି ପାଇଁ ବିଜିନେସ୍ ଆଉ ଟଙ୍କାର ଲୋଭ ଦେଖେଇ ତାକୁ ତା ସ୍ବାମୀଠୁ ଦୂରେଇ ଦେଲି ସତ ହେଲେ ଆଜି ଯାଏ ନିଜର କରି ପାରିଲିନି । 


ମୁଁ ବୁଝିଯାଏ, ସତରେ ଭାଉଜ ଭାଇଙ୍କ ପାଖରୁ ଦୂରେଇ ଯାଇଛନ୍ତି ସତ କିନ୍ତୁ ଆଜି ବି ସେ ଭାଇଙ୍କୁ ହିଁ ସ୍ଵାମୀ ଭାବେ ସ୍ବୀକାର କରୁଛନ୍ତି । ସେ ପୁଣି କହେ...


            - ତାକୁ ଭଲରେ ବୁଝା, ସେ ମୋ ପାଖକୁ ଚାଲି ଆସିଲେ ସାରା ଜୀବନ ଖୁସିରେ ରହିବ । ଆଉ ଯଦି ରାଜି ନହୁଏ, ତାହେଲେ ମତେ ପୁଣି ଥରେ ଭୁଲ୍ ବାଟ ଆପଣେଇବାକୁ ପଡ଼ିବ । 


ତା ମୁହଁରୁ ଏତିକି କଥା ଶୁଣୁ ଶୁଣୁ ମୁଁ ସିଧା ଯାଇ ତା ଗାଲକୁ ଦୁଇ ଚାପୁଡ଼ା ଦିଏ ଆଉ କହେ....


          - ମୁଁ ଥିବା ଯାଏ, Madam ଙ୍କୁ ପାଇବା କଥା ପୁରା ଭୁଲିଯା । ଆଉ ଗୋଟେ କଥା ମନେରଖ, ବହୁତ୍ ଜଲ୍-ଦି ମୁଁ ତାଙ୍କୁ ତାଙ୍କ ସ୍ୱାମୀଙ୍କ ସହିତ ମିଶେଇବା ପାଇଁ ଯାଉଛି । 


ଏତିକି କହି ମୁଁ ସାଙ୍ଗେସାଙ୍ଗେ ଗୁରୁକୁ ଫୋନ୍ କରି କହେ "ଆଜି ସନ୍ଧ୍ୟା ସୁଧା ମୋ ରୁମ୍ ରେ କୋର୍ଟ ପେପର୍ ପହଞ୍ଚିଯିବା ଦରକାର୍" । ଏତିକି କହି ମୁଁ ସେଇଠୁ ବାହାରି ଆସେ । ବାହାରକୁ ଆସି ଦେଖେ ତ Madam ସେଠି ଆଉ ନଥାନ୍ତି । ଏଇ ସମୟରେ ମୋ ପାଖକୁ ଗୋଟେ କଲ୍ ଆସେ । ମୁଁ ସିଧା ମେଡିକାଲ ରେ ଯାଇ ପହଞ୍ଚେ । ଆଖି ସାମ୍ନାରେ ଧଳା ଚାଦର ଘୋଡ଼ା ହେଇଥିବା ଗୋଟେ ମୃତ ଶରୀର । ମୁଁ ଧିରେଧିରେ ଯାଇ ଚାଦର କୁ ଖୋଲେ । ସିଏ ମରିଗଲା ପରେ ବି ତା ଓଠରେ ହସ ଥାଏ ଆଉ ମୁଁ ବଞ୍ଚି ଥାଉ ଥାଉ ବି ମୋ ଆଖିରୁ ଲୁହ ଝରୁଥାଏ । ବାସ୍ ମନକୁ ବୁଝେଇ ଦେଇ ଏତିକି କହେ ଯେ,


         - I Love you ଖୁସି । ଏ ଜନ୍ମରେ ନହେଲେ ନାଇଁ , ଆର ଜନ୍ମରେ ତମକୁ ନିଶ୍ଚୟ ନିଜର କରିନେବି । 


ମୁଁ ଲୁହ ପୋଛି ତାକୁ ଚାହିଁଥାଏ । ତାର ଶବ ସତ୍କାର କରିବା ହେବା ଯାଏ ମୁଁ ତା ସାଥୀରେ ଥାଏ । ତାପରେ ମୁଁ ସିଧା ସମୁଦ୍ର ବେଳାଭୂମି ଆଡ଼କୁ ଗାଡ଼ି ନିଏ । ଚୁପ୍ ଚାପ୍ ହେଇ ବସି ପଡ଼ି ସମୁଦ୍ରର ଢେଉ କୁ ଦେଖୁଥାଏ । ଧିରେଧିରେ ସଞ୍ଜ ନଇଁ ଆସେ । ପବନ ବହିବାକୁ ବି ଲାଗେ । କିଛି ଲୋକ ଠେଙ୍ଗା ଆଉ ବାଡି ଧରି ମୋ ଆଡ଼କୁ ଆସୁଥାନ୍ତି । ପାଖରେ ପହଞ୍ଚିଲା ବେଳକୁ ମୁଁ ସେଇ ଲୋକ କୁ ଦେଖେ, ଯିଏ କି ଭାଉଜଙ୍କୁ ନିଜର କାରିବାକୁ ଚାହୁଁଥିଲା । ସେ କିଛି ଲୋକ ଧରି ମତେ ମାରିବାକୁ ଆସିଥିଲା । ମତେ ଦେଖି କହୁଥିଲା......


          - କଣ କହୁଥିଲୁ? ତୁ ବଞ୍ଚିଥିବା ଯାଏ, ତୋ Madam ଙ୍କୁ ମୁଁ ନିଜର କରି ପାରିବିନି ? ତାହେଲେ ତତେ ମାରିବାକୁ ପଡ଼ିବ.... ସେଇଥି ପାଇଁ ଏମାନଙ୍କୁ ମୋ ସାଙ୍ଗରେ ଆଣିଛି....


ତାପରେ ମୁଁ ଏକୁଟିଆ ସେମାନଙ୍କ ସହ ଲଢ଼ିଲି । ଜାଣିନି ସେତେବେଳେ ଏତେ ଶକ୍ତି କୁଆଡୁ ଆସିଲା । ହେଲେ ସମସ୍ତଙ୍କୁ ମାରି ମୁଁ ବି ରକ୍ତାକ୍ତ ହେଇ ବେହୋସ୍ ହେଇ ପଡ଼ିଗଲି । ସମୟ ପାଖା ପାଖି ଭୋର୍ 4-5 ଟା ବେଳକୁ ମୋର ଚେତା ଆସେ । ଆଉ ତାପରେ କଣ ହେଲା.. ସେ କାହାଣୀ ମୁଁ ଆପଣଙ୍କୁ କହି ସାରିଛି ।


            ମୁଁ ମୋର ସବୁ ସମ୍ପତି ଭାଇଙ୍କ ନାଁ ରେ ଲେଖି ଦେଇ ଏ ଦୁନିଆ ଛାଡି ଚାଲିଗଲି । ଭାଉଜ ବି ସେଦିନ ନିଜର ସବୁ ଭୁଲ୍ ବୁଝି ପାରି ଭାଇଙ୍କ ପାଖକୁ ଚାଲି ଯାଇଥିଲେ । ଗୁରୁ ଯେତେବେଳେ ମୋର ପ୍ରକୃତ ପରିଚୟ ଭାଉଜଙ୍କୁ ଦେଲା, ସିଏ ଭାଇଙ୍କ ସହିତ ମୋ ପାଖକୁ ଆସିଥିଲେ । ଭାଇ ମୋ ମୃତ ଶରୀର କୁ ଚାହିଁ କହୁଥିଲେ ।


         - ଛୋଟ ବେଳେ ମୋ ପାଖରୁ ହଜି ଯାଇଥିଲୁ । ଭାବିଥିଲି ତତେ ଆଉ ଦେଖି ପାରିବିନି । କିନ୍ତୁ ଦେଖିଲି ସେଇଟା ବି ଏମିତି ।


ଭାଇ କହୁ କହୁ କାନ୍ଦି ପକାନ୍ତି । ଭାଉଜଙ୍କ ଆଖିରେ ବି ଲୁହ ଆସିଯାଏ । ଗୁରୁ ବି ଲୁହ ଝରାଉଥାଏ । ସମସ୍ତେ ମୋ ପାଇଁ ଦୁଃଖ କରୁଥାନ୍ତି କିନ୍ତୁ ମୁଁ ଖୁସିରେ ଥାଏ । କାହିଁକି ନା ମୋ ଭାଇ ଭାଉଜ ପୁଣି ଥରେ ଏକାଠି ହେଇ ଯାଇଥିଲେ । 


     


Rate this content
Log in

Similar oriya story from Drama