Brajakishor Bidyadhar

Abstract Fantasy Thriller

3.3  

Brajakishor Bidyadhar

Abstract Fantasy Thriller

ସିକ୍ରେଟ୍ ରୁମ୍

ସିକ୍ରେଟ୍ ରୁମ୍

10 mins
297


ମୁଁ ଜଣେ Writer । ଇଂଲଣ୍ଡ ରେ ପ୍ରାୟତଃ ପ୍ରତିଟି ଜାଗାରେ ମୁଁ ପରିଚିତ । ସେତେବେଳେ ମୁଁ ସେଠାରେ ଗୋଟେ ଭଡା ଘରେ ରହୁଥିଲି । କିନ୍ତୁ ମୁଁ ଗୋଟେ ଘର କିଣିବା ପାଇଁ ଚାହୁଁଥିଲି । ସେଥିପାଇଁ ଘରଟିଏ ବି ଖୋଜୁଥିଲି । ଆଉ ଶେଷରେ ମୋତେ ଗୋଟେ ଭଲ ଘର ବହୁତ କମ୍ ଦାମ୍ ରେ ମିଳିଲା । ଘରଟି ବହୁତ ବଡ଼ ଥିଲା । ପାଖାପାଖି 10-12 ଟି ରୁମ୍ ସେଠାରେ ଥିଲା । ଉପର ମହଲା ଛାତରୁ ଦୂର ଦିଗ୍ ବଳୟର ଦୃଶ୍ୟ ବହୁତ ରମଣୀୟ ଥିଲା । ସେଥିପାଇଁ ସେଇ ସ୍ଥାନଟି ମୋତେ ବହୁତ ଭଲ ଲାଗୁଥିଲା । କିନ୍ତୁ ସବୁ କିଛି ଠିକ୍ ଥିଲା ପରେ ବି , ଗୋଟିଏ କାରଣ ଯୋଗୁଁ ପ୍ରାୟତଃ ଲୋକମାନେ ଘରଟିକୁ କିଣିବାକୁ ରାଜି ହେଉନଥିଲେ । ସେଇଟା ହେଲା, ଘରଟି ସହରଠାରୁ ଟିକେ ଦୂରରେ ଥିଲା ଆଉ ସେଇ ଘର ଚାରିପାଖରେ ଅନେକ ଗୁଡିଏ ଗଛ ଥିଲା । ରାତିରେ ଦେଖିଲେ ସେଇଟା ଗୋଟେ ଭୂତ କୋଠି ଭଳି ଲାଗୁଥିଲା । କିନ୍ତୁ ମୋ ପାଇଁ ଠିକ୍ ଥିଲା । କାରଣ ମୁଁ ଥିଲି ଗୋଟେ Writer ଆଉ ମୋତେ ଏକାକୀ ରହିବା ପାଇଁ ଭଲ ଲାଗୁଥିଲା ।

                         ସେଦିନ ମୁଁ ରୁମ୍ ଭିତରେ ବସି ଗୋଟେ ଷ୍ଟୋରୀ ଲେଖୁଥାଏ । ହଠାତ୍ ମୋ ସାମ୍ନା କାନ୍ଥ ପାଖରୁ କିଛି ଗୋଟେ ଶବ୍ଦ ଆସିଲା । ମୁଁ ଜୋର୍ ରେ ଡାକୁଥିଲି... ଲୁସି.... ଲୁସି । ଲୁସି ହେଉଛି, ମୋ ଘରେ କାମ କରୁଥିବା ଜଣେ ବିଧବା ସ୍ତ୍ରୀ ଲୋକ । ଯେତେବେଳେ ସେପଟୁ କୌଣସି ପ୍ରତିଉତ୍ତର ଆସିଲାନି, ସେତେବେଳେ ମୁଁ କାନ୍ଥରେ ଝୁଲୁଥିବା ଘଣ୍ଟାକୁ ଦେଖୁଥିଲି । ରାତି 10.35 PM । ଲୁସି ତ ଏବେ ଘରକୁ ଚାଲି ଯାଇଥିବ । ତେବେ ଏ ଶବ୍ଦ ଆସିଲା କେଉଁଠୁ...? ତାପରେ ମୁଁ ଆଉ କିଛି ନଭାବି ପୁଣି ଥରେ ଷ୍ଟୋରୀ ଲେଖିବାରେ ଲାଗି ପଡିଲି । କିଛି ସମୟ ପରେ ପୁଣି ସେଇ ଶବ୍ଦ ଆସିଲା । ତାପରେ ମୁଁ ଲେଖା ବନ୍ଦ କରି ସେଇ କାନ୍ଥ ପାଖକୁ ଯାଇ କାନ୍ଥ ଉପରେ ଥରୁଟିଏ ହାତ ବୁଲେଇ ଆଣିଲି । ସେମିତି କିଛି ବି ଫରକ୍ ଜଣା ପଡିଲାନି । ତାପରେ ମୁଁ ସେଇ କାନ୍ଥରେ ନିଜ ହାତ ବାଡେଇ ଠକ୍ ଠକ୍ ଶବ୍ଦ କଲି । ଏଇଟା କିନ୍ତୁ ଅଜବ ଥିଲା । କାରଣ ଶବ୍ଦ ଏମିତି ଆସୁଥିଲା, ସତେ ଯେମିତି କାନ୍ଥ ଟି ଫମ୍ପା ଅଛି । ତାପରେ ମୁଁ ସେଇ କାନ୍ଥ କୁ ଗୋଟେ ଜୋର୍ ରେ ଧକ୍କା ଦେଲି । ଆଶ୍ଚର୍ଯ୍ୟ..! ସେଇଟା ଗୋଟେ କାନ୍ଥ ନଥିଲା । ଗୋଟେ ରୁମ୍ ଭିତରେ ପ୍ରବେଶ କରିବା ପାଇଁ ଗୋଟେ କବାଟ ସଦୃଶ ଥିଲା । କିନ୍ତୁ ତାହା ଏମିତି ଭାବରେ ରହିଥିଲା ଯାହା କୁ, ଯିଏ ବି ଦେଖିଲେ ଏକ କାନ୍ଥ ଭାବିବ । ମୁଁ ସେଇ କବାଟ ଟି ଖୋଲୁ ଖୋଲୁ ଗୋଟିଏ ବିଲେଇ ସେଇ ଘର ଭିତରୁ ବାହାରି ଆସିଲା । ଓଃ...ବିଲେଇଟି ଘର ଭିତରେ ରହି ଶବ୍ଦ କରୁଥିଲା । କିନ୍ତୁ ଘର ଦେଖିବା ବେଳେ ତ ମାଲିକ ଏଇ ସିକ୍ରେଟ୍ ରୁମ୍ ବିଷୟରେ କହିନଥିଲା । ସେ ଯାହା ବି ହେଉ, ଏମିତି ଏକ ରୁମ୍ ଦେଖି ମୋତେ ଖୁସି ଲାଗିଲା । ତାପରେ ମୁଁ ଧୀରେଧୀରେ ସେଇ ରୁମ୍ ଭିତରେ ପ୍ରବେଶ କଲି । ସେଇ ରୁମ୍ ଭିତରେ, ସେମିତି ଅଲଗା କିଛି ବି ନଥିଲା । ସାଧାରଣ ରୁମ୍ ଭଳି , ସେଇଟା ବି ଗୋଟେ କେବଳ ରୁମ୍ ଥିଲା । କିନ୍ତୁ ଭଲ ଲାଗୁଥିଲା, କାରଣ ସେଇଟା ସିକ୍ରେଟ୍ ଥିଲା ।

                        

                       ବେଳେବେଳେ ମୁଁ ସେଇ ସିକ୍ରେଟ୍ ରୁମ୍ ଭିତରେ ବସି ଷ୍ଟୋରୀ ଲେଖେ । ସେଦିନ ମୁଁ ଷ୍ଟୋରୀ ଲେଖୁ ଲେଖୁ ମୋ ଆଖି ଲାଗିଗଲା ଆଉ ମୁଁ ସେଇ ସିକ୍ରେଟ୍ ରୁମ୍ ଭିତରେ ସୋଫା ଉପରେ ଶୋଇପଡ଼ିଲି । ଯେତେବେଳେ ନିଦ ଭାଙ୍ଗିଲା, ସେତେବେଳେ ପାଖାପାଖି ସମୟ ରାତି ଦୁଇଟା । ମୋତେ ଶୋଷ ଲାଗୁଥିଲା । ସେଥିପାଇଁ ମୁଁ ମନେମନେ କହୁଥିଲି, ଏଇଠି ଗୋଟେ ପାଣି ବୋତଲ ଥିଲେ ବହୁତ ଭଲ ହୋଇଥାନ୍ତା । ଏମିତି ଭାବୁଭାବୁ ପୁଣି ଆଖି ଲାଗିଗଲା । ଆଉ ପାଖାପାଖି 20-30 ମିନିଟ୍ ଭିତରେ ପୁଣି ନିଦ ଭାଙ୍ଗିଗଲା । ଏଥର କିନ୍ତୁ ମୋ ଆଖି ଆଉ ଲାଗିନଥିଲା । ମୁଁ ପାଣି ପିଇବା ପାଇଁ ଅନ୍ୟ ରୁମ୍ କୁ ଯିବି ବୋଲି ସୋଫା ରୁ ଉଠି ପଡ଼ିଲି । ନଜର ପଡିଲା ସାମ୍ନା ଟେବୁଲ୍ ଉପରେ ଗୋଟେ ପାଣି ବୋତଲ ଅଛି । ମୋତେ ଟିକେ ଅଜବ ଲାଗିଲା । ଏଠାରେ ତ ଆଗରୁ ପାଣି ବୋତଲ ନଥିଲା । ତେବେ ଏ ବୋତଲ ଆସିଲା କେଉଁଠୁ...? ତଥାପି ମୁଁ ସେଇ ବୋତଲ ରୁ ପାଣି ପିଇଲି । ମନେ ମନେ କହୁଥିଲି, ଆଉ ଟିକେ ଥଣ୍ଡା ପାଣି ମିଳନ୍ତା କି...? ତାପରେ ଯେତେବେଳେ ବୁଲି ପଡି ପାଖ ଚେୟାର୍ ଆଡକୁ ଦେଖୁଥିଲି, ଚେୟାର୍ ଉପରେ ବି ଗୋଟେ ପାଣି ବୋତଲ ଥିଲା । ମୁଁ ସଙ୍ଗେ ସଙ୍ଗେ ସେଇ ଚେୟାର୍ ପାଖକୁ ଦୌଡି ଯାଇ ସେଇ ବୋତଲ କୁ ଦେଖୁଥିଲି । ବୋତଲ ଉପରେ ହାତ ବୁଲେଇ ଆଣିଲା ବେଳକୁ ବୋତଲ ଟି ଥଣ୍ଡା ଥିଲା । ମୁଁ ଧୀରେଧୀରେ ବୁଝିଗଲି, ଏଇ ସିକ୍ରେଟ୍ ରୁମ୍ ହେଉଛି ଗୋଟେ ମ୍ୟାଜିକ୍ ରୁମ୍ । ଏଠାରେ ତୁମେ ଯାହା ଇଛା କରିବ, ତାକୁ ପାଇ ପାରିବ । ତେବେ ଏସବୁ କୁ ଭଲଭାବେ ବିଶ୍ୱାସ କରିବା ପାଇଁ ମୁଁ ଆଉ ଏକ ପରୀକ୍ଷା ନେଲି । ମୁଁ କହୁଥିଲି, ମୋତେ ଏବେ ମେରିନା ଦରକାର । ସଙ୍ଗେସଙ୍ଗେ କେହିଜଣେ ପଛଆଡୁ ମୋ କାନ୍ଧ ଉପରେ ହାତ ରଖିଲା । ଯେତେବେଳେ ମୁଁ ଚମକି ଉଠି ପଛକୁ ବୁଲି ଚାହିଁଲି, ସିଏ ମେରିନା ହିଁ ଥିଲା । ମେରିନା କୁ ଆଖି ସାମ୍ନାରେ ଦେଖି ମୁଁ ଖୁସିରେ ପାଗଳ ହୋଇଗଲି । ମୋ ଅନୁମାନ ସତ ହେଲା । ସତରେ ଏଇଟା ଗୋଟେ ମ୍ୟାଜିକ୍ ରୁମ୍ ଥିଲା । କେହିଜଣେ କିଛି ବି ଏଇ ରୁମ୍ ରୁ ପାଇ ପାରିବ । କିନ୍ତୁ ମୋତେ ଏଇ କଥାକୁ ସିକ୍ରେଟ୍ ରଖିବାର ଥିଲା । କାରଣ କେହି ଯଦି ଜଣେ ଯେ ମୋ ପାଖରେ ଥିବା ସିକ୍ରେଟ୍ ରୁମ୍ ଏକ ମ୍ୟାଜିକ୍ ରୁମ୍ ତେବେ ଭବିଷ୍ୟତ ରେ ତାହା ମୋ ପାଇଁ ବିପଦ ହୋଇପାରେ । ସେଥିପାଇଁ ମୁଁ ମେରିନା ସହ ସେଇ ରୁମ୍ ରୁ ବାହାରି ସେଇ କାନ୍ଥ ସଦୃଶ କବାଟ ଟିକୁ ଟାଣି ଆଣିଲି । ଏବେ ତାହା ପୁଣି ଥରେ ପୂର୍ଵ ଭଳି ଦେଖାଗଲା । ତାପରେ ମୁଁ ମେରିନାକୁ ସାଥିରେ ଧରି ବେଡ୍-ରୁମ୍ କୁ ଗଲି ଆଉ ବାକି ରାତି ତା ସହ ହିଁ ବିତେଇଦେଲି ।

                         ଯେତେବେଳେ ମୋର ନିଦ ଭାଙ୍ଗିଲା, ସେତେବେଳେ ମୁଁ ମେରିନାକୁ ସାମ୍ନାରେ ଦେଖୁଥିଲି । ସେ ମୋତେ ପଚାରୁଥିଲା....

                         - କଫି ପିଇବ....?

                         - ଲୁସି ଏଯାଏ କାମକୁ ଆସିନି କି...?

                         - ସେ ତମକୁ ବିନା କପଡା ରେ ଦେଖିବାକୁ ଚାହୁଁନି । ସେଥିପାଇଁ ସେ ଅନ୍ୟ ରୁମ୍ ରେ କାମ କରୁଛି ।

ତାପରେ ମୁଁ ପ୍ୟାଣ୍ଟ୍ ଆଉ ସାର୍ଟ ପିନ୍ଧି ବାହାରି ପଡ଼ିଲି । ସେଦିନ ମୋତେ ମୋର ଆଗାମୀ ବହି ପାଇଁ ଡାନିଏଲ୍ ସହ ଦେଖା କରିବାର ଥାଏ । ପ୍ରଥମେ ମୁଁ ଫ୍ରେସ୍ ହୋଇଗଲି ଆଉ ତାପରେ ସେଇ ସିକ୍ରେଟ୍ ରୁମ୍ କୁ ଗଲି । ମୋର କିଛି ଟଙ୍କା ଦରକାର ଥିଲା । ସେଥିପାଇଁ ମୁଁ ସେଇ ରୁମ୍ କୁ ଯାଇ ଆବଶ୍ୟକ ଅନୁସାରେ ଟଙ୍କା ଇଛା କଲି ଏବଂ ଆଣିଲି । ତାପରେ ମୁଁ ଗୋଟେ କଫି ସପ୍ କୁ ଯାଇ ଡାନିଏଲ୍ କୁ ଅପେକ୍ଷା କଲି । ଠିକ୍ ସେତିକି ବେଳେ ମେରିନା ସେଠାକୁ ଆସି ମୋର ସାମ୍ନା ଚେୟାର୍ ରେ ବସିଲା । ସେ ମୋତେ କହୁଥିଲା......

                           - ମୁଁ ତମକୁ କିଛି ଟଙ୍କା ମାଗିଥିଲି । ତମେ ଭୁଲିଯାଇଛ ବୋଧେ...?

                           - ନା.. ଭୁଲିନି । କିନ୍ତୁ ଏସବୁ କଥା ଏଠି କାହିଁକି..? ଘରେ ବି ତ କହି ପାରିଥାନ୍ତ...

                           - ଘରେ ...ମାନେ....

                           - ଆରେ.... ମୋ ଘରେ । କାଲି ରାତିରୁ ତ ତମେ ମୋ ପାଖରେ ଥିଲ । ତମର ଟଙ୍କା କଥା ଏବେ ମନେ ପଡ଼ିଲା ।

                           - ଏବେ ବି ତମେ ସ୍ୱପ୍ନ ଦୁନିଆରେ ଅଛ ବୋଧେ । କାଲି ରାତିରୁ ମୁଁ ତମ ସହିତ ଅଛି...? ପୁଣି ତମ ଘରେ...? ମୋତେ ତ ଲାଗୁଛି ତମେ ଲେଖିଥିବା ଏକ ଷ୍ଟୋରୀ ମୋତେ ଶୁଣାଉଛ......

                           - ମେରିନା...ମଜାକ୍ ବନ୍ଦ କର । ତମେ ନିଜେ ବି ଜାଣିଛ ମୁଁ ସତ କହୁଛି । ମୁଁ ଡାନିଏଲ୍ କୁ କିଛି ଟଙ୍କା ଦେବା ପାଇଁ ଆସିଛି ।

                           - ଏମିତି କହି ତମେ ମୋତେ ଠକି ଦେବାକୁ ଚାହୁଁଛ । ସେ ଟଙ୍କା ମୋତେ ଦିଅ ...

ଠିକ୍ ଏତିକି ବେଳେ ଡାନିଏଲ୍ ଆସି ସେଠାରେ ପହଞ୍ଚିଲା । ଯେତେବେଳେ ମୁଁ ତାକୁ ଟଙ୍କା ଦେବା ପାଇଁ ପର୍ସ ଖୋଲିଲି ପର୍ସ ରେ ଗୋଟେ ବି ଟଙ୍କା ନଥିଲା । ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା । ଟଙ୍କା ସବୁ ଗଲା କୁଆଡେ..? ବାଟରେ କେଉଁଠି ପଡି ଦେଇନି ତ...? ସେମିତି ହୋଇଥିଲେ ତ...ପର୍ସ ବି ପଡି ଯାଇଥାନ୍ତା । ଡାନିଏଲ୍ ମୋତେ ଚାହିଁ ରହିଥାଏ । ମୁଁ ଡାନିଏଲ୍ କୁ କହୁଥାଏ....ସରି, ଡାନିଏଲ୍ ମୁଁ ଟଙ୍କା ଆଣିବା ପାଇଁ ଭୁଲି ଯାଇଛି । ସନ୍ଧ୍ୟାବେଳେ ମୁଁ ତମ ପାଖରେ ନେଇ ଟଙ୍କା ପହଞ୍ଚାଇ ଦେବି । ତାପରେ ଡାନିଏଲ୍ ସେଠାରୁ ଚାଲିଗଲା । ମେରିନା ମୋତେ ଚାହିଁ ରହିଥାଏ । ସେ କିଛି କହିବା ଆଗରୁ ମୁଁ ସେଠାରୁ ଚାଲି ଆସିଲି ।

                ମୁଁ ଘରେ ପହଞ୍ଚି ମେରିନା କୁ କହୁଥିଲି...

                         - ମେରିନା... ତମେ କ'ଣ ପାଗଳ ହୋଇ ଯାଇଛ...? ତମର ଯଦି ନିହାତି ଟଙ୍କା ଦରକାର ଥିଲା ତମେ ଘରେ ବି ମାଗି ପାରିଥାନ୍ତ । ମୋତେ ଫାଲୋ କରି କଫି ସପ୍ ଯିବା ଆଉ ତାପରେ ଟଙ୍କା ମାଗିବାର ମାନେ କ'ଣ...?

                         - ମୋର କ'ଣ ପାଇଁ ଟଙ୍କା ଦରକାର ହେବ..? ତାପରେ ମୁଁ ତମକୁ କାହିଁକି ଫାଲୋ କରିବି...? କେଉଁ କଫି ସପ୍ କଥା ତମେ କହୁଛ...?

                         - ଅଭିନୟ କରିବାର ବି ଗୋଟେ ସୀମା ଥାଏ । ତମେ କିନ୍ତୁ ସବୁ ସୀମା ଟପି ସାରିଲଣି...

                         - ମୋତେ ବିଶ୍ୱାସ କର । ମୁଁ ସେମିତି କିଛି ବି କରିନି । ମୁଁ ତ ଦିନସାରା ଘରେ ହିଁ ଥିଲି । ତମର ଯଦି ବିଶ୍ୱାସ ହେଉନି ତମେ ଲୁସି କୁ ପଚାରି ପାର......

ତାପରେ ମୁଁ ଲୁସି କୁ ପଚାରୁଥିଲି ଯେ, ପ୍ରକୃତରେ ମେରିନା ଦିନସାରା ଘରେ ଥିଲା କି ନାହିଁ । ଲୁସି କହିବା ଅନୁସାରେ ମେରିନା ଦିନ ସାରା ଘରେ ହିଁ ଥିଲା । ମୁଁ ଧୀରେଧୀରେ ବୁଝିଗଲି, ଏମାନେ ଜଣେ ନୁହଁ , ଦୁଇଜଣ । ଦୁଇଜଣଙ୍କ ଚେହେରା ସମାନ , କିନ୍ତୁ ସେମାନଙ୍କ ପରିଚୟ ଭିନ୍ନ ଭିନ୍ନ । ଅସଲରେ ସିକ୍ରେଟ୍ ରୁମ୍ ରୁ ମିଳିଥିବା ମେରିନା ବାସ୍ତବ ମେରିନା ସହ ସମାନ ନୁହଁ । ତାପରେ ସିକ୍ରେଟ୍ ରୁମ୍ ରୁ ମିଳିଥିବା ମେରିନା ର ନାଁ କୁ ମୁଁ ପରିବର୍ତ୍ତନ କରିଦେଲି । ତାକୁ ଆଉ ମେରିନା ନଡାକି ଏରିନ୍ ଡାକିଲି । ଭାରି ଅଜବ ହେଲେ କଥା ଟା ସତ ଥିଲା ଯେ, ଗୋଟିଏ ଚେହେରା ରେ ମୁଁ ମେରିନା ଆଉ ଏରିନ୍ ନାମକ ଦୁଇଟି ଝିଅକୁ ଦେଖୁଥିଲି । ଏରିନ୍ କେବେ ବି ଘରୁ ବାହାରକୁ ଯାଉ ନଥିଲା । ଅର୍ଥାତ୍ ସେ ସବୁବେଳେ ଘରେ ହିଁ ରହୁଥିଲା । ଘରେ ଥିବା ବେଳେ ଏରିନ୍ ସହ ମଜା ମସ୍ତି ଆଉ ବାହାରେ ମେରିନା ସହ ମଜା ମସ୍ତି କରୁଥିଲି । ଉଭୟ ମେରିନା ଆଉ ଏରିନ୍ ମୋତେ ବହୁତ ଭଲପାଉଥିଲେ । ଅନ୍ୟ ପାର୍ଶ୍ୱରେ ସିକ୍ରେଟ୍ ରୁମ୍ ପାଖରୁ ମୋର ଆଶା ବଢ଼ିବାରେ ଲାଗିଥାଏ । ଯେତେବେଳେ ଯାହା ଦରକାର ହେଉଥିଲା ମୁଁ ସେଇଠୁ ହିଁ ଆଣୁଥିଲି । ବେଳେବେଳେ ସିକ୍ରେଟ୍ ରୁମ୍ ରୁ ମିଳିଥିବା କିଛି ଜିନିଷ ହଜି ବି ଯାଉଥିଲା । ବିଶେଷ କରି ଟଙ୍କା । ସେଥିପାଇଁ ସେଦିନ ସିକ୍ରେଟ୍ ରୁମ୍ ରୁ ମୁଁ ଅନେକ ଟଙ୍କା ଆଣି ଅନ୍ୟ ଏକ ରୁମ୍ ରେ ରଖିଥିଲି ।

                      ସେଦିନ ମୁଁ କିଛି ଟଙ୍କା ଧରି ମେରିନା କୁ ଦେବା ପାଇଁ ଘରୁ ବାହାରିଲି । ଘରୁ ବାହାରି ଗେଟ୍ ପାଖକୁ ଯାଇଛି କି ନାହିଁ, ମନେ ପଡ଼ିଲା ମେରିନା ମୋତେ ଦେଇଥିବା ରିଙ୍ଗ୍ କଥା । ଯେତେବେଳେ ବି ମୁଁ ତାକୁ ଦେଖା କରୁଥିଲି, ସେଇ ରିଙ୍ଗ୍ ଟି ପିନ୍ଧି ଯାଉଥିଲି । ଆଉ ବାକି ସମୟରେ ରିଙ୍ଗ୍ ଟିକୁ ଖୋଲି ପର୍ସ ରେ ରଖି ଦେଉଥିଲି । ଯେତେବେଳେ ମୁଁ ପର୍ସ ଖୋଲି ମୁଁ ରିଙ୍ଗ୍ ଟି ପିନ୍ଧୁଥିଲି, ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗିଲା । ଏଇ ଏବେ ଏବେ ତ, ମୁଁ ପର୍ସ ଭିତରେ ଟଙ୍କା ରଖିଥିଲି । ସେସବୁ ଗଲା କୁଆଡେ ..? ମୁଁ ସଙ୍ଗେସଙ୍ଗେ ଘର ଭିତରକୁ ଦୌଡି ଆଉ କିଛି ଟଙ୍କା ଧରି ବାହାରକୁ ଆସୁଥିଲି । ଏଥର କିନ୍ତୁ ମୁଁ ପର୍ସରେ ଟଙ୍କା ରଖି ନଥିଲି । ଟଙ୍କା ସବୁ ହାତରେ ଧରି ଘରୁ ବହାରୁଥିଲି । ଯେମିତି ମୁଁ ଘରୁ ବାହାରକୁ ବାହାରିଛି, ସବୁ ଟଙ୍କା ମୋ ହାତରୁ ଅଦୃଶ୍ୟ ହୋଇଗଲା । ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗୁଥିଲା । କ'ଣ ଏମିତି ସବୁ ଘଟୁଛି...? ନିଜକୁ ଏମିତି ପ୍ରଶ୍ନ କରୁକରୁ ହଠାତ୍ ନଜର ପଡିଲା, ମେରିନା ଗେଟ୍ ଖୋଲି ମୋ ପାଖକୁ ଆସୁଛି । ତାକୁ ଦେଖିବା ପରେ ମୁଁ ସିଧାସଳଖ ଘର ଭିତରକୁ ଦୌଡି, ଏରିନ୍ କୁ ଲୁଚେଇବା ପାଇଁ ଚେଷ୍ଟା କରୁଥିଲି । କାରଣ, ମେରିନା ଯଦି ଜାଣିବ କି ଠିକ୍ ତା ଭଳି ଦେଖା ଯାଉଥିବା ଆଉ ଗୋଟେ ଝିଅ ସହ ମୋର ସମ୍ପର୍କ ଅଛି ଏବଂ ତାକୁ ଆଣି ମୁଁ ଘରେ ରଖିଛି ତେବେ ସେ ମୋତେ କ୍ଷମା ଦେବନି । ମୁଁ ଘର ଭିତରକୁ ଯାଇ ଏରିନ୍ କୁ କିଛି କହିବା ଆଗରୁ ମେରିନା ସେଠାରେ ଯାଇ ପହଞ୍ଚି ଗଲା । ସେ ଏରିନ୍ କୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଗଲା । କାରଣ, ଏରିନ୍ ବି ଠିକ୍ ତା ଭଳି ଦେଖା ଯାଉଥିଲା । ତାପରେ ସେ ମୋତେ ପଚାରୁଥିଲା...

                      

                         - ( ବ୍ୟସ୍ତ ହୋଇ ) ଏ ଝିଅ କିଏ...? ଆଉ ଇଏ ଏଠି କଣ କରୁଛି..?

                         - ଇଏ ଏରିନ୍ । ୟାକୁ ମୁଁ ସିକ୍ରେଟ୍ ରୁମ୍ ରୁ ପାଇଛି ।

                         - ପାଇଛ ମାନେ...? ଏଇ ସିକ୍ରେଟ୍ ରୁମ୍ କଣ...?

ତା ପ୍ରଶ୍ନ ଶୁଣି ମୁଁ ଅଟକିଗଲି । କାରଣ ମୁଁ ଚାହୁଁନଥିଲି ସେ ବିଷୟରେ ଆଉ କିଏ ଜାଣୁ ବୋଲି । ସେଥିପାଇଁ ମୁଁ କଥା ଟା ଫାଙ୍କିବା ପାଇଁ ଚେଷ୍ଟା କଲି । କିନ୍ତୁ ମେରିନା ମୋତେ ଗାଳି କରୁଥିଲା । ସବୁ ସତକଥା ଜାଣିବା ପାଇଁ ସେ ଏରିନ୍ କୁ ଏ ବିଷୟରେ ପଚାରିଲା । କିନ୍ତୁ ଏରିନ୍ କୁ ବି ଏ ବିଷୟରେ ଜଣା ନଥିଲା । ଏରିନ୍ ମେରିନା କୁ କହୁଥିଲା....

                         - ରିଚାର୍ଡ ସହ ମୋର ଗୋଟିଏ ରୁମ୍ ଭିତରେ ଦେଖା ହୋଇଥିଲା । ସେତେବେଳେ ସମୟ ପାଖାପାଖି ରାତି 2.30 ହୋଇଥିଲା । ମୋର ଅତୀତ କଣ... ମୁଁ ନିଜେ ବି ଜାଣିନି । ମୁଁ କେବଳ ଏତିକି ଜାଣିଛି , ସେ ମୋତେ ବହୁତ ଭଲପାଆନ୍ତି । ଆଉ ମୁଁ ବି ତାଙ୍କୁ ବହୁତ ଭଲପାଏ ।

                         - ତମେ ମିଛ କହୁଛ । ରିଚାର୍ଡ କେବେ ବି ତମକୁ ଭଲପାଇନି । ସେ କେବଳ ମୋତେ ହିଁ ଭଲପାଇଛି ।

                         

ଉଭୟ ମେରିନା ଆଉ ଏରିନ୍ ମୋ ପାଇଁ ପରସ୍ପର ସହ ଝଗଡା କରୁଥିଲେ । ଉଭୟ ନିଜର ପ୍ରେମକୁ ପାଇବା ପାଇଁ ପରସ୍ପର ସହ ଲଢୁଥିଲେ । ଏରିନ୍, ମେରିନା ଠାରୁ ଅଧିକ ଶକ୍ତିଶାଳୀ ଥିଲା । ସେଥିପାଇଁ ତାର ଗୋଟେ ଦୁଇଟା ମାଡ଼ରେ ମେରିନା ତଳେ ପଡିଯାଉଥିଲା । ଯେତେବେଳେ ମୁଁ ସେମାନଙ୍କୁ ରୋକିବା ପାଇଁ ଗଲି, ଏରିନ୍ ମୋତେ ପଛକୁ ଠେଲିଦେଲା । ମୁଁ ସିଧା ଯାଇ ଘରର କବାଟ ପାଖରେ ପଡିଲି । ସେତେବେଳେ ମୁଁ ଅନୁଭବ କଲି ଯେ, ଏରିନ୍ ପାଖରେ ଗୋଟେ ପୁରୁଷର ବଳ ଅଛି । ସେଥିପାଇଁ ଏରିନ୍ ର ମାଡ ରେ ମେରିନା କ୍ଷତ ବିକ୍ଷତ ହୋଇ ତଳେ ପଡିଥିଲା । ତଥାପି ଏରିନ୍, ମେରିନାକୁ ମାରି ଚାଲିଥିଲା । ମେରିନା ଅସହାୟ ଆଉ ନିରୁପାୟ ଥିଲା । ଶେଷରେ ତଳେ ପଡିଥିବା ଗୋଟେ ପାଣି ବୋତଲ କୁ ଉଠାଇ ଏରିନ୍ ଆଡକୁ ଫିଙ୍ଗିଲା । କିନ୍ତୁ ପାଣି ବୋତଲ ଟି ଏରିନ୍ ଦେହରେ ନବାଜି ସିଧା ଯାଇ ଘର ବାହାରେ ପଡିଲା । ଯେତେବେଳେ ମୁଁ ବାହାରକୁ ଦେଖିଲି, ମୋତେ ଆଶ୍ଚର୍ଯ୍ୟ ଲାଗିଲା । ଏରିନ୍ ଫିଙ୍ଗିଥିବା ପାଣି ବୋତଲ ଟି ବାହାରେ ନଥିଲା । ତାପରେ ମୁଁ ବୁଝିଗଲି , ସିକ୍ରେଟ୍ ରୁମ୍ ରୁ ମିଳୁଥିବା କୌଣସି ବି ଜିନିଷ ଏଇ ଘରୁ ବାହାରକୁ ଗଲେ ନିଜର ଅସ୍ତିତ୍ବ ହରେଇ ନଷ୍ଟ ହୋଇ ଯାଉଛି । ଟଙ୍କା କ୍ଷେତ୍ରରେ ବି ସେମିତି ହେଲା । ଅର୍ଥାତ୍ ଏରିନ୍ ବି ବାହାରକୁ ଗଲେ ନଷ୍ଟ ହୋଇଯିବ । ଏବେ ଯାଏ ସେ ଜୀବିତ ଅଛି, କାରଣ ଆଜି ଯାଏ ସେ କେବେ ବି ଘରୁ ବାହାରି ନାହିଁ । ଏମିତି ଏକ ଅସ୍ଥାୟୀ ଏବଂ ଅସ୍ତିତ୍ବ ହୀନ ଝିଅ ପାଇଁ ମୁଁ ମେରିନା କୁ ଧୋକା ଦେଇ ପାରିବିନି । ଏମିତି ଭାବି ମୁଁ ଏରିନ୍ ପାଖକୁ ଯାଇ ତାକୁ ଭିଡି ଧରି ଘରୁ ବାହାରକୁ ଆଣିବାକୁ ଚେଷ୍ଟା କରୁଥିଲି । କିନ୍ତୁ ସେ ମୋତେ ଧକ୍କା ଦେଇ ପଛକୁ ଠେଲି ଦେଉଥିଲା । ସେ ହସି ହସି କହୁଥିଲା । ମୁଁ ତମକୁ ବହୁତ ଭଲପାଏ । ମୁଁ ବଞ୍ଚିବାକୁ ଚାହେଁ । ତା କଥା ଶୁଣି ମୁଁ ବୁଝିଗଲି ଯେ, ଏରିନ୍ କୁ ମଧ୍ୟ ଏକଥା ଜଣାଥିଲା ଯେ , ସେ ଘରୁ ବାହାରିଲେ ନଷ୍ଟ ହୋଇଯିବ । ସେଥିପାଇଁ ସେ କେବେ ବି ଘରୁ ବାହାରୁ ନଥିଲା । ସେ ମେରିନା କୁ ଜୀବନରୁ ମାରିଦେବା ପାଇଁ କହୁଥାଏ । ସେ ବେଳେବେଳେ ମେରିନାକୁ ଚାହୁଁଥାଏ ଆଉ ବେଳେବେଳେ ମୋତେ ଚାହିଁ କହୁଥାଏ । ଯେତେବେଳେ ସେ ମେରିନା କୁ ଚାହିଁ କିଛି କହୁଥିଲା, ମୁଁ ସିଧା ଦୌଡି ଯାଇ ତାକୁ ଘରୁ ବାହାରକୁ ଠେଲି ନେଲି । ଘରୁ ଆମେ ଦୁଇଜଣ ବାହାରିଲୁ, କିନ୍ତୁ ତଳେ ପଡିଲି ମୁଁ ଏକା । କାରଣ, ଏରିନ୍ ଅଦୃଶ୍ୟ ହୋଇ ସାରିଥିଲା । ସେ ନଷ୍ଟ ହୋଇ ସାରିଥିଲା । ମୁଁ ଭିତରକୁ ଆସି ମେରିନା କୁ ଦେଖୁଥିଲି । ସେ ମୋତେ ଭିଡି ଧରି ଲୁହ ଝରାଉଥିଲା ।

କିନ୍ତୁ ମୋ ମନରେ ପ୍ରଶ୍ନ ଆସୁଥିଲା ...ପ୍ରକୃତରେ ଏଇ ସିକ୍ରେଟ୍ ରୁମ୍ ର ରହସ୍ୟ କ'ଣ...? ଏହାର ଇତିହାସ କ'ଣ...?


                         

                        

                     

     


Rate this content
Log in

Similar oriya story from Abstract