Brajakishor Bidyadhar

Inspirational Others

4.0  

Brajakishor Bidyadhar

Inspirational Others

ମୋତିର ସ୍ମୃତି

ମୋତିର ସ୍ମୃତି

2 mins
68



ଆଖି ଆଗରେ ସବୁକିଛି ନାଚି ଉଠୁଥିଲା । ଶୀତ ସକାଳର କଥା । ଏକ ବିରାଟ ଖୋଲା ପଡିଆ । କାକର ବିନ୍ଦୁଗୁଡିକ ଘାସ ଉପରେ ମୋତି ପରି ଝଲସୁ ଥାଆନ୍ତି । ଆଗେ ଆଗେ ମା ଚାଲିଥାଏ । ମୁଁ ସେଇ ମୋତି ସ୍ୱରପ କାକର ବିନ୍ଦୁ ଗୁଡିକୁ ଚାହିଁ ରହିଥାଏ । କାଳେ ମୁଁ ପିନ୍ଧିଥିବା ଚପଲ ଆଘାତରେ ସେଇ ମୋତି ଗୁଡିକ ନଷ୍ଟ ହୋଇଯିବ ଭାବି, ଚପଲ ଖୋଲି ଆସ୍ତେ ଆସ୍ତେ ଚାଲୁଥାଏ । ପଛକୁ ବୁଲି ମା ଡାକୁଥାଏ, " ଆଉ ଟିକେ ଜୋରରେ ଆସ୍ " । କିନ୍ତୁ ମୋର ମନ ଥିଲା ଆଉ କେଉଁଠାରେ । ଇଛା ହେଉଥିଲା ସେଇ ସବୁ ମୋତିକୁ ସାଉଁଟି ଘରକୁ ନେଇଯିବା ପାଇଁ । ଗୋଟିଏ ହାତରେ କାକର ବିନ୍ଦୁକୁ ଧରି, ଅନ୍ୟ ହାତରେ ଧରିବା ବେଳକୁ ହାତରେ କିଛି ରହୁ ନଥିଲା । କେବଳ ହାତ ଓଦା ହେଉଥିଲା, କିନ୍ତୁ ହାତରେ ମୋତି ନଥିଲା । ଏତେ ଛୋଟ ବୟସରେ କେମିତି ବା ଜାଣିଥାନ୍ତି, ଯେ ମୋତିପରି ଦେଖା ଯାଉଥିବା କାକର ବିନ୍ଦୁଗୁଡିକ ପ୍ରକୃତରେ ପାଣି ଥିଲା ।


       ମା ଭାବୁଥିଲା ଛୋଟ ବୟସର ପିଲା ଟା ଚାଲି ନପାରି ପଛରେ ରହି ଯାଇଛି । କିନ୍ତୁ ମା କୁ ବି ଏକଥା ଜଣା ନଥିଲା ଯେ, ପୁଅର ମନ ଆଉ କେଉଁଠାରେ ଅଛି । ସେଥିପାଇଁ ସେ କେବଳ ପଛକୁ ବୁଲି ଚାହୁଁଥିଲା ଏବଂ ଡାକୁଥିଲା, " ଶୀଘ୍ର ଆସ୍ " । ମୁଁ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ନେଉଥିଲି, ଏବଂ ମୋତି ସବୁକୁ ସାଉଁଟୁ ଥିଲି । କିଛି ସମୟ ପରେ ମୁଁ ଯେତେବେଳେ ପଛକୁ ଚାହିଁଲି, ମୋ ପାଦ ଚିହ୍ନ ପଡିଥିବା ଜାଗାରେ ଆଉ କିଛି ବି ଚକ୍ ମକ୍ କରି ଝଲସୁ ନଥିଲା । ମୁଁ ବୁଝିଗଲି ,ମୁଁ ଯାହା ସାଉଁଟି ସାରିଛି ସେ ମୋତି ଗୁଡିକ ଆଉ ସେଠାରେ ନାହିଁ । କିନ୍ତୁ ମୁଁ ଏତିକି ବୁଝି ପାରିଲିନି ଯେ, ଏତେ ମୋତି ସାଉଁଟିଲା ପରେ ବି ମୋ ପାଖରେ ଗୋଟିଏ ବି ମୋତି ନାହିଁ କେମିତି ? ଅର୍ଥାତ୍ ମୁଁ ମୋତି ବୋଲି ଭାବୁଥିବା ଜିନିଷ ଟା ଆଉ କିଛି ।


     ଛୋଟ ବେଳର ସେଇ ଭ୍ରମ ଟା ଆଜି ହୁଏତ ଠିକ୍ ହୋଇଯାଇଛି କିନ୍ତୁ ଆଜିର ଏଇ ଦୁନିଆରେ ଯେତେ ଠିକ୍ ଥିଲେ ବି ସେଇ ଖୁସି ମିଳିବାର ସମ୍ଭାବନା ବହୁତ କମ୍ ।



Rate this content
Log in

Similar oriya story from Inspirational