STORYMIRROR

Brajakishor Bidyadhar

Drama Inspirational

3  

Brajakishor Bidyadhar

Drama Inspirational

ଜ୍ୟାକ୍ ଆଣ୍ଡ୍ ଡାନିଏଲ୍

ଜ୍ୟାକ୍ ଆଣ୍ଡ୍ ଡାନିଏଲ୍

12 mins
164

ଜ୍ୟାକ୍ ନିଜ ପୁଅ ଡାନିଏଲ୍ କୁ ବହୁତ ଭଲପାଏ । ଡାନିଏଲ୍ ବି ଜ୍ୟାକ୍ କୁ ବହୁତ ଭଲପାଏ । ଯେତେବେଳେ ବାପ-ପୁଅ ଦୁହେଁ ମିଶି ସମୟ ବିତାଉଥାନ୍ତି, ଲାଗେ ସତେ ଯେମିତି ସେମାନଙ୍କ ପାଖରେ ସବୁ ଖୁସି ଅଛି । ସେତେବେଳେ ସେମାନେ ଗୋଟେ ଅଲଗା ଦୁନିଆରେ ଥାଆନ୍ତି । କିନ୍ତୁ ସେଇ ଦୁନିଆକୁ ଯିବା ଆଗରୁ ଆମେ ଜ୍ୟାକ୍ ବିଷୟରେ କିଛି ଜାଣିଗଲେ ଭଲ ହେବ ...

                  ଜ୍ୟାକ୍ ହେଉଛି ଏମିତି ଗୋଟେ ମଣିଷ, ଯିଏ ସବୁବେଳେ ଖୁସିରେ ରହିବାକୁ ଚାହିଁଥାଏ । ଆଉ ସେଥିପାଇଁ ସେ ସବୁବେଳେ ନିଜ ଫେସରେ ଗୋଟେ ସ୍ମାଇଲ ରଖିଥାଏ । ପରିସ୍ଥିତି ଯେମିତି ହେଲେ ବି , ଜ୍ୟାକ୍ ମୁହଁରେ ହସ ସବୁବେଳେ ଭରି ରହିଥାଏ । ତାକୁ ଦେଖିଲେ ସେ ସବୁବେଳେ ଖୁସିରେ ଅଛି ଭଳି ଲାଗେ । କିନ୍ତୁ ପ୍ରକୃତରେ ତା ଜୀବନରେ ଥିବା ଦୁଃଖ , ଆପଣ ଏ କାହାଣୀ ପଢିଲେ ଜାଣି ପାରିବେ ।

                  

                 ଏ କାହାଣୀ ହେଉଛି 2005 ମସିହାର । ସେତେବେଳେ ଗୋଟେ ଛୋଟ ମୋଟ ଚାକିରୀ ପାଇବା ବି ବହୁତ ବଡ଼ କଥା । ଆଉ ସେଇ ସମୟରେ ଜ୍ୟାକ୍ ଗୋଟେ ଗାଡି କମ୍ପାନୀରେ ସେଲସ ମ୍ୟାନ ଭାବେ କାମ କରୁଥାଏ । ଯେଉଁ କମ୍ପାନୀ ରେ କି ତାକୁ ପ୍ରତ୍ୟେକ ମାସ ଅତି କମ୍ ରେ ଏକ ନିର୍ଦ୍ଦିଷ୍ଟ ମଡେଲ୍ ର ଦୁଇଟା ଗାଡି ବିକିବାର ଥାଏ । ଯଦି ସେ ସେଇ ମଡେଲ୍ ର ଦୁଇଟା ଗାଡି ବିକି ଦିଏ , ତେବେ ତାକୁ ସେଇ ମାସର ଫୁଲ ସ୍ୟାଲାରୀ ମିଳେ । ଆଉ ଯଦି ସେ ଗୋଟାଏ ବିକେ, ତେବେ ହାଫ ସ୍ୟାଲାରୀ ଆଉ ଯଦି ମାସରେ କୌଣସି ବି ଗାଡି ବିକ୍ରି ନହୁଏ, ତେବେ ସେଇ ମାସରେ ତାକୁ କୌଣସି ସ୍ୟାଲାରୀ ମିଳେ ନାହିଁ । ଜ୍ୟାକ୍ କୁ ପ୍ରତି ମାସରେ ସେଇ ଦୁଇଟା ଗାଡି ବିକିବା ପାଇଁ ବି ବହୁତ କଷ୍ଟ ହେଇପଡ଼େ । ଏମିତି ଏକ ପରିସ୍ଥିତି ଭିତରେ ଜ୍ୟାକ୍ କୋଉ ମାସ ଫୁଲ ସ୍ୟାଲାରୀ ପାଏ ତ , କୋଉ ମାସ ହାଫ । ଆଉ ଗୋଟେ ଗୋଟେ ମାସ ବିନା ସ୍ୟାଲାରୀ ରେ ବି ତାକୁ ରହିବାକୁ ପଡେ ।

                 ଜ୍ୟାକ୍ ର ସ୍ତ୍ରୀ ଜେନି, ଅନେକ ଦିନ ହେଲା ଜ୍ୟାକ୍ କୁ ଛାଡି ଚାଲି ଯାଇଥାଏ । ତାର ଗୋଟେ ମାତ୍ର କାରଣ ହେଉଛି ଜେନି ସବୁବେଳେ ଗୋଟେ ବିଳାସ ପୂର୍ଣ୍ଣ ଜୀବନ ଖୋଜୁଥିଲା । କିନ୍ତୁ ଜ୍ୟାକ୍ ବହୁତ କଷ୍ଟ ରେ ଦିନ କାଟୁଥିଲା । ଜ୍ୟାକ୍ ପାଖରେ ଯଥେଷ୍ଟ ପରିମାଣର ଟଙ୍କା ନଥିଲା । କାରଣ ସେ ପାଉଥିବା ସ୍ୟାଲାରୀ ରେ କୌଣସି ନିର୍ଦ୍ଦିଷ୍ଟତା ନଥିଲା । ଆଗରୁ ବି କହିଛି, ସେ ଗୋଟେ ଗୋଟେ ମାସ ବିନା ସ୍ୟାଲାରୀ ରେ କାମ କରୁଥିଲା । ଗୋଟେ ଗୋଟେ ଦିନ ତ ସେମାନଙ୍କୁ ଭୋକରେ ବି ରହିବାକୁ ପଡୁଥିଲା । ଜେନି ଜ୍ୟାକ୍ କୁ ସବୁବେଳେ କହୁଥିଲା....

                 - ମୁଁ ତମ ସାଥିରେ ଆଉ ରହି ପାରିବିନି । ବହୁତ ହେଇଗଲା ...

                 - ଧର୍ଯ୍ୟ ରଖ, ଦିନେ ସବୁ ଠିକ୍ ହେଇଯିବ ।

                 - ତମେ କରୁଥିବା ଚାକିରୀ ରେ ଯେତେ ଧର୍ଯ୍ୟ ରଖିଲେ ବି କିଛି ଠିକ୍ ହେବନି ।

                 - ଠିକ୍ ଅଛି । ମୁଁ କିଛି ଅଲଗା କାମ ଦେଖୁଛି ..

                 - ବନ୍ଦ କର.. ଏ ମିଛ କଥା । କେତେ ଦିନରୁ ଏ କଥା କହି ଆସିଲଣି ତମେ । ମୁଁ ଆଉ ଏଠି ରହି ପାରିବିନି । ମୁଁ ଖୁସିରେ ବଞ୍ଚିବାକୁ ଚାହୁଁଛି...

                 - ଜେନି...ଖୁସିରେ ରହିବା ପାଇଁ ଟଙ୍କା ସବୁକିଛି ନୁହେଁ ।

                 - ଚୁପ୍ କର । ମୁଁ ଆସୁଛି....

ଏତିକି କହି ଜେନି ଚାଲିଯାଏ । ଯେହେତୁ ଡାନିଏଲ୍ ତା ବାପା କୁ ବହୁତ ଭଲ ପାଉଥାଏ, ସେଥିପାଇଁ ସେ ଜ୍ୟାକ୍ ସହିତ ରହିବ ବୋଲି କହେ । ଆଉ ଏଇଠୁ ଆରମ୍ଭ ହୁଏ ଜ୍ୟାକ୍ ଆଉ ଡାନିଏଲ୍ ର କାହାଣୀ........

                

ଜ୍ୟାକ୍ ଆଉ ଡାନିଏଲ୍ ଦୁହେଁ ନିଜ ରୁମ୍ ଭିତରେ ଶୋଇଥାନ୍ତି । ଜ୍ୟାକ୍ ନିଜ ପୁଅ ଡାନିଏଲ୍ କୁ ଗପ ଶୁଣାଉଥାଏ । ଠିକ୍ ଏଇ ସମୟରେ ଘର ମାଲିକ ଜୋର୍ ରେ କବାଟ ବାଡେଇ ଘର ଭିତରକୁ ପଶି ଆସେ । ଆଉ ଜ୍ୟାକ୍ କୁ କହେ...

                    - ଜ୍ୟାକ୍ , ତିନି ମାସ ହେଇଗଲାଣି । ଆଜି ଦେବି, କାଲି ଦେବି ଏମିତି କହି ଆଉ କେତେଦିନ ସମୟ ଗଡେଇବ ....

                    - ଦେଖନ୍ତୁ...ମୁଁ ଆଉ ଅଳ୍ପ ଦିନ ଭିତରେ ଦେଇଦେବି । ମୋତେ ବିଶ୍ୱାସ କରନ୍ତୁ....

                    - ଏଇ ମାସ ଯଦି ଘରଭଡା ନଦେଲ, ତାହେଲେ ତମକୁ ମୁଁ ଘରୁ ବାହାର କରିଦେବି ।

ଏତିକି କହି ଘର ମାଲିକ ଚାଲିଯାଏ । ଜ୍ୟାକ୍ , ଡାନିଏଲ୍ ଆଡ଼କୁ ଚାହିଁ ଗୋଟେ ମିଛ ହସ ହସେ । ଡାନିଏଲ୍ କିନ୍ତୁ ସେମିତି ତା ବାପା କୁ ଦେଖୁଥାଏ । ଦୁହେଁ ପରସ୍ପରକୁ କିଛି ସମୟ ପାଇଁ ଚାହିଁ ରହନ୍ତି । ତାପରେ ଡାନିଏଲ୍ ଜ୍ୟାକ୍ ପାଖକୁ ଦୌଡ଼ି ଆସେ । ଜ୍ୟାକ୍ ତାକୁ କୋଳେଇ ନିଏ । ଜ୍ୟାକ୍ ଆଖିରେ ଲୁହ ଆସିଯାଏ । ଡାନିଏଲ୍ ବି ତା ବାପାର ପରିସ୍ଥିତି ବୁଝି ପାରୁଥାଏ ।

                    ତାପରଦିନ ସକାଳେ ଦୁହେଁ ବାହାରି ପଡ଼ନ୍ତି ନିଜ ନିଜ କାମରେ । ମାନେ ଜ୍ୟାକ୍ ନିଜେ କାମ କରୁଥିବା କମ୍ପାନୀକୁ ଆଉ ଡାନିଏଲ୍ ସ୍କୁଲ୍ କୁ । ଜ୍ୟାକ୍ , ଡାନିଏଲ୍ କୁ ସ୍କୁଲ୍ କୁ ଛାଡିବା ପାଇଁ ନେଉଥାଏ । ବାଟରେ ଜ୍ୟାକ୍ ପଚାରେ.....

                      - ତୁ ବଡ ହେଇ କଣ କରିବାକୁ ଚାହୁଁଛୁ ?

                      - (ଭାବିକି) ତମେ କୁହ.... ମୁଁ କଣ କଲେ ତମେ ଖୁସି ହେବ ..?

                      - ନାହିଁ ...ଡାନିଏଲ୍ , ଯଦି ତୁ ମୋ ଇଚ୍ଛାକୁ ପୂରଣ କରିବାକୁ ଚାହିଁବୁ ତେବେ ତୁ ପଛରେ ପଡିଯିବୁ । ତୋର ବି କିଛି ଇଛା ଥିବ .....

ଡାନିଏଲ୍ ନୀରବ ହେଇ ତା ବାପାଙ୍କ କଥା ଶୁଣୁଥାଏ । ଜ୍ୟାକ୍ ପୁଣି କହେ...

                 - ଦେଖ୍ ...ଡାନିଏଲ୍ ..ମଣିଷ ସବୁବେଳେ ଖୁସିରେ ରହିବାକୁ ଚାହେଁ । ସେଥିପାଇଁ ସେ ତାର ନିଜ ଇଚ୍ଛାକୁ ପୂରଣ କରିବାକୁ ଚାହେଁ । ସେଥିପାଇଁ ମୁଁ କହୁଛି, ତୁ ଯାହା ବି କରିବୁ ନିଜ ଚଏସ ରେ କରିବୁ । କାହିଁକି ନା, ସେଥିରେ ହିଁ ତତେ ଖୁସି ମିଳିବ ।

ଗୋଟେ 12 ବର୍ଷର ପିଲା ଏତେ କଥା କେମିତି ବୁଝିବ ? ସେଥିପାଇଁ ସେ ଖାଲି ହଁ ଟିଏ ମାରିଦିଏ । ଏମିତି ଭାବରେ ସେମାନେ ଯାଇ ସ୍କୁଲ୍ ରେ ପହଞ୍ଚି ଯାଆନ୍ତି । ଜ୍ୟାକ୍ , ଡାନିଏଲ୍ କୁ ସ୍କୁଲ୍ ରେ ଛାଡ଼ିଦେଇ କାମ କରୁଥିବା କମ୍ପାନୀ କୁ ଗାଡି ବିକିବା ପାଇଁ ଚାଲିଯାଏ । ଆଉ ଫେରିଲା ବେଳେ ଡାନିଏଲ୍ କୁ ସାଥିରେ ଆଣିବା ପାଇଁ ପୁଣି ସେଇ ସ୍କୁଲ୍ ଦେଇ ଫେରେ । ବାପ ପୁଅ ଦୁହେଁ ପୁଣି ହସଖୁସିରେ ଘରକୁ ଫେରନ୍ତି । ଜ୍ୟାକ୍ ଚେସ୍ ଖେଳିବାକୁ ବହୁତ ପସନ୍ଦ କରେ । ସେଥିପାଇଁ ସେ ବେଳେବେଳେ ନିଜ ପୁଅ ସହିତ ଚେସ୍ ଖେଳେ । ହେଲେ , ଡାନିଏଲ୍ କୁ ଚେସ୍ ଖେଳ ଜଣା ନଥାଏ । ସେଥିପାଇଁ ସେ ଡାନିଏଲ୍ ର ଗୋଟି ବି ନିଜେ ଚଲାଏ । କହିବାକୁ ଗଲେ ସେ ନିଜେ ହିଁ ନିଜର ପ୍ରତିଦ୍ବନ୍ଦୀ ହେଇ ଚେସ୍ ଖେଳେ । ଡାନିଏଲ୍ କିଛି ନବୁଝି ବି ବହୁତ ଖୁସି ହୁଏ । ଆଉ ନିଜ ପୁଅ ମୁହଁରେ ଖୁସି ଦେଖି ଜ୍ୟାକ୍ ବି ଖୁସି ହେଇଯାଏ ।

               ସେଦିନ ଜ୍ୟାକ୍ , ଡାନିଏଲ୍ କୁ ସ୍କୁଲ୍ ଛାଡିବା ପାଇଁ ବହରୁଥାଏ । ଘରୁ ବାହାରି ଗଲା ବେଳେ , ଘର ମାଲିକ ପଛରୁ ଡାକେ.......

                   - ଜ୍ୟାକ୍ . .ଜ୍ୟାକ୍....ଘର ଭଡା କେବେ ଦେବ..?

                   - (ଯାଉଯାଉ ପଛକୁ ବୁଲି ) ହଁ... ଦେଇଦେବି... ଟିକେ ଅପେକ୍ଷା କରନ୍ତୁ....

ଏଥର କିନ୍ତୁ ଘର ମାଲିକ ଆଉ ଜ୍ୟାକ୍ ର କଥାକୁ ବିଶ୍ୱାସ କରେନି । ସେଥିପାଇଁ ସେ ତାଲା ଭାଙ୍ଗି ଜ୍ୟାକ୍ ର ସବୁ ଜିନିଷ ଘରୁ ବାହାର କରିଦିଏ । ଆଉ ଘର ଖାଲି କରି ଗୋଟେ ନୂଆ ତାଲା ପକେଇଦିଏ । ସନ୍ଧ୍ୟାବେଳେ ଜ୍ୟାକ୍ ଆଉ ଡାନିଏଲ୍ ଘରକୁ ଫେରି ଦେଖନ୍ତି ତ ତାଙ୍କର ସବୁ ଜିନିଷ ବାହାରେ ପଡିଛି । ଜ୍ୟାକ୍ କିଛି ବୁଝି ପାରେନି । ଯାଇ ଘର ର ତାଲା ଖୋଲିବାକୁ ଚେଷ୍ଟା କରେ । ଦେଖେ ନୂଆ ତାଲା ପଡିଛି । ଜ୍ୟାକ୍ ବୁଝିଯାଏ ଯେ, ମାଲିକ ସେମାନଙ୍କୁ ଘରୁ ବାହାର କରି ସାରିଛି । ସେ କଣ କରିବ, ବୁଝି ପାରୁନଥାଏ । ସେ ସଙ୍ଗେସଙ୍ଗେ ସବୁ ଜିନିଷକୁ ଏକାଠି କରି ବ୍ୟାଗ୍ ରେ ପୁରାଏ । ଆଉ ଡାନିଏଲ୍ କୁ ଧରି ସେଠାରୁ ଯିବାକୁ ବାହାରିଲା ବେଳକୁ ଡାନିଏଲ୍ କହେ...

                   - ବାପା, ମୁଁ ଥକି ଯାଇଛି । ମୁଁ ଶୋଇବି...

                   - ନା ଡାନିଏଲ୍... ଆମ ପାଖରେ ଏବେ ଘର ନାହିଁ । ଆମକୁ ଯଥା ଶୀଘ୍ର ଏଠାରୁ ଯିବାକୁ ପଡ଼ିବ ।

                   - ବାପା......

                   

ଜ୍ୟାକ୍ ସବୁ ଜିନିଷ ପତ୍ର ଧରି ଡାନିଏଲ୍ କୁ ଡାକେ ଏବଂ ଦୌଡେ । ଡାନିଏଲ୍ ,ଜ୍ୟାକ୍ ପଛରେ ଦୌଡୁଥାଏ । ଡାନିଏଲ୍ ଆଖିରୁ ଲୁହ ଝରି ପଡୁଥାଏ । ଡାନିଏଲ୍ ବାପା , ବାପା ବୋଲି ଯେତେ ଡାକିଲେ ବି ଜ୍ୟାକ୍ କିଛି ଶୁଣୁନଥାଏ । ଏମିତି ଦୌଡୁ ଦୌଡୁ ଡାନିଏଲ୍ ପଡ଼ିଯାଏ ଆଉ ଜୋର୍ ରେ ବାପା ବୋଲି ଡାକେ । ଜ୍ୟାକ୍ ପଛକୁ ବୁଲି ଦେଖେ ଯେ ଡାନିଏଲ୍ ପଡି ଦେଇଛି । ସେ ଡାନିଏଲ୍ ପାଖକୁ ଦୌଡି ଆସେ । ଆଉ ଡାନିଏଲ୍ କୁ ନିଜ କାନ୍ଧରେ ବସାଇ ଆଗକୁ ଚାଲେ । ବାପ ପୁଅ ଦୁହେଁ ଯାଇ ବସ୍ ଷ୍ଟାଣ୍ଡ୍ ରେ ପହଞ୍ଚନ୍ତି । ରାସ୍ତା ଟିକେ ଶୁନ୍ ଶାନ୍ ଥାଏ । ଗାଡି ମଟର ଯିବା ଆସିବା ଧୀରେଧୀରେ କମି କମି ଆସୁଥାଏ । ସନ୍ଧ୍ୟା ସମୟ ଅତିବାହିତ ହେଇ ରାତି ହେଇ ସାରିଥାଏ । ଦୁହେଁ ଯାଇ ସେଇ ବସ୍ ଷ୍ଟାଣ୍ଡ୍ ରେ ବସନ୍ତି । ଡାନିଏଲ୍ ପଚାରେ......

                    - ବାପା ...ଆମେ କୁଆଡେ ଯିବା ?

                    - ତୁ.... କୁଆଡେ ଯିବାକୁ ଚାହୁଁଛୁ କହ...?

                    - ନାଇଁ... ମୁଁ ଜାଣିଛି ...ତମ ପାଖରେ ପଇସା ନାହିଁ । ମୁଁ ଚାହୁଁଥିବା ଜାଗା କୁ ମୁଁ ଯାଇ ପାରିବିନି ।

                    - ନାହିଁ.... ତୁ ଯାଇ ପାରିବୁ...

                    - କିନ୍ତୁ କେମିତି..?

                    - ମୋ ଉପରେ ଭରସା ଅଛି ନା...

                    - ହଁ....

                    - ତାହେଲେ କହ... ତୁ କୁଆଡେ ଯିବାକୁ ଚାହୁଁଛୁ ..?

ଡାନିଏଲ୍ ଭାବେ । ଆକାଶର ଜହ୍ନ କୁ ଦେଖି କହେ.....

                    - ଜହ୍ନ ପାଖକୁ.....

                    - ଠିକ୍ ଅଛି । ଆଖି ବନ୍ଦ କର.....

ଡାନିଏଲ୍ ଆଖି ବନ୍ଦ କରେ । ଜ୍ୟାକ୍ ତାକୁ କହୁଥାଏ ...

                   - ହେଇ ଦେଖ୍... ଜହ୍ନ ରାଇଜରେ ଆମେ ଦୁହେଁ ପାଦ ରଖିଲେ ।

                   - (ଆଖି ବନ୍ଦ କରି) ହଁ...

                   - ଆରେ ଦେଖ୍ ଦେଖ୍.... ଗୋଟେ ଏଲିଅନ୍ ଆମକୁ ଦେଖୁଛି ....

                   - (ଆଖି ବନ୍ଦକରି ) ହଁ...

                   - ସେ ଧୀରେଧୀରେ ଆମ ଆଡ଼କୁ ଆସୁଛି...

                   - (ଆଖି ଖୋଲି ଜୋର୍ ରେ କହେ) ବାପା ...ସେ ଏଲିଅନ୍ ତମ ପଛ ଆଡେ ଅଛି....

ଦୁହେଁ ଜୋର୍ ରେ ହସି ଉଠନ୍ତି । ସେତେବେଳେ କୁ ଜ୍ୟାକ୍ ଆଉ ଡାନିଏଲ୍ ଉଭୟଙ୍କୁ ବହୁତ ଜୋର୍ ରେ ଭୋକ ବି ଲାଗୁଥାଏ । କିନ୍ତୁ ଜ୍ୟାକ୍ ପାଖରେ ବେଶୀ ଟଙ୍କା ନଥାଏ । ସେ ପାଖ ଦୋକାନ ରୁ ଗୋଟେ ବିସ୍କୁଟ ପ୍ୟାକେଟ୍ ଆଣି ନିଜ ପୁଅ ହାତରେ ଧରେଇ ଦେଲା । ଡାନିଏଲ୍ ବିସ୍କୁଟ ଖାଉ ଖାଉ ପଚାରିଲା...

 

                      - ତମେ ଖାଇବନି କି ?

                      - ଆରେ ନା... କମ୍ପାନୀରେ ଆଜି ଗୋଟେ ଭୋଜି ଥିଲା ମୁଁ ଖାଇକି ଆସିଥିଲି । ମୋତେ ଭୋକ ନାହିଁ ତୁ ଖାଆ...

ଡାନିଏଲ୍ ଖାଇଦିଏ ଆଉ ତା ବାପା କୋଳରେ ଶୋଇପଡେ଼ । ଜ୍ୟାକ୍ ଭୋକରେ ବସି ଲୁହ ଝରାଉଥାଏ । ଆଖିକୁ ନିଦ ଆସୁନଥାଏ । ତାପରେ ବି ବସ୍ ଷ୍ଟାଣ୍ଡ୍ ରେ ମଶା ମାନଙ୍କ ଭିଡ କିଛି କମ୍ ନୁହେଁ । ଡାନିଏଲ୍ ଦେହରୁ ବି ମଶା ମାନେ ରକ୍ତ ଶୋଷୁ ଥାନ୍ତି । ସେ ବି ଠିକ୍ ସେ ଶୋଇ ପାରୁ ନଥାଏ । ଜ୍ୟାକ୍ ମଶା ମାନଙ୍କୁ ଘଉଡାଉ ଥାଏ । ଆଉ ଏମିତି ପରିସ୍ଥିତିରେ ରାତି ପାହିଯାଏ । କିନ୍ତୁ ଜ୍ୟାକ୍ ଆଖିରୁ ଲୁହ ଶୁଖି ନଥାଏ । ସକାଳ ହେଉହେଉ ଗାଡି ମଟର ଶବ୍ଦରେ ଜ୍ୟାକ୍ ର ଲାଗି ଲାଗି ଯାଉଥିବା ଆଖିଗୁଡିକ ହଠାତ୍ ଭାଙ୍ଗିଯାଏ । ତାପରେ ସେ ତାର ନିତିଦିନର କାମରେ ଲାଗିପଡ଼େ । ଡାନିଏଲ୍ କୁ ନେଇ ସ୍କୁଲ୍ ରେ ଛାଡିଦିଏ ଆଉ ସେଇଠି ତାର ସବୁ ଜିନିଷ ପତ୍ର ରଖିଦିଏ । ଆଉ ତାପରେ ନିଜେ ତାର କମ୍ପାନୀ କୁ ଚାଲିଯାଏ । ସେ ଲୋକମାନଙ୍କୁ କମ୍ପାନୀ ତରଫରୁ ତାକୁ ମିଳିଥିବା ଏକ ନିର୍ଦ୍ଦିଷ୍ଟ ମଡେଲ୍ ର ଗାଡି ବିଷୟରେ ବହୁତ ଭଲ ଭାବେ ବୁଝାଉଥାଏ । ହସିହସି କଥା ହେଉଥାଏ । ସତେ ଯେମିତି ସେ ବହୁତ ଭଲରେ ଅଛି, କିନ୍ତୁ ପ୍ରକୃତରେ ସେ କାଲି ଦିନ ଠାରୁ କିଛି ବି ଖାଇ ନଥାଏ । କାରଣ ତା ପାଖରେ ପଇସା ନଥାଏ । ଠିକ୍ ଏଇ ସମୟରେ ଜଣେ ଲୋକ ଆସି ଜ୍ୟାକ୍ ବିକୁଥିବା ମଡେଲ୍ ର ଗାଡି କିଣିବାକୁ ରାଜି ହୁଏ । ସେତେବେଳେ ଜ୍ୟାକ୍ ବହୁତ ଖୁସି ହେଇଯାଏ । କାରଣ ସେ ଜାଣିଥାଏ, ଗୋଟେ ଗାଡି ବିକିଲେ, ତାକୁ ଅଧା ସ୍ୟାଲାରୀ ମିଳିଯିବ । କିନ୍ତୁ ଲୋକଟି କହେ....

                        - ଆଉ 30 ମିନିଟ୍ ପରେ ମୋ ଝିଅ ଆସି ଗାଡି ନେଇକି ଯିବ ...

                        - କିଛି ଅସୁବିଧା ନାହିଁ ଆଜ୍ଞା... ମୁଁ ଏଇଠି ତାଙ୍କୁ ଅପେକ୍ଷା କରିଛି ।

ତାପରେ ସେ ଲୋକ ଟି ସେଠାରୁ ଚାଲିଯାଏ । ଠିକ୍ ଏଇ ସମୟରେ ଜେନି ର ଫୋନ୍ ଆସେ । ଫୋନ୍ ରେ ଜେନି ର କଲ୍ ଆସିଛି ଦେଖି ଜ୍ୟାକ୍ ଖୁସିରେ କାନ୍ଦି ପକାଏ । ତାପରେ ଜ୍ୟାକ୍ ଫୋନ୍ ଉଠାଏ । ସେପଟୁ ଜେନି କହେ.....

                 - ମୁଁ ଡାନିଏଲ୍ ର ସ୍କୁଲ୍ ରେ ଅଛି । ତାକୁ ଦେଖିବା ପାଇଁ ଆସିଥିଲି । ତମେ ଯଦି ମୋତେ ଦେଖିବାକୁ ଚାହୁଁଛ , 10 ମିନିଟ୍ ଭିତରେ ଆସି ସ୍କୁଲ୍ ରେ ପହଞ୍ଚ.....

                 - (ଖୁସିରେ) ହଁ...ମୁଁ ଏବେ ଯାଇ ପହଞ୍ଚୁଛି....

ତାପରେ ଜ୍ୟାକ୍ ମନ ଖୁସିରେ ସ୍କୁଲ୍ ଆଡ଼କୁ ଦୌଡେ । ଦୌଡି ଦୌଡି ଯିବା ବାଟରେ ହଠାତ୍ ସେ ଝୁଣ୍ଟି ପଡେ । ତାର ଗୋଟେ ପଟ ପାଦର ଚପଲ ଛିଣ୍ଡିିଯାଏ । ସେ ସେଇ ଛିଣ୍ଡା ଚପଲ କୁ ହାତରେ ଧରି ସ୍କୁଲ୍ ଆଡକୁ ଦୌଡେ । ସ୍କୁଲ୍ ରେ ପହଞ୍ଚି ସେଠାରେ ଥିବା ଟିଚର୍ ଙ୍କୁ ପଚାରେ....

                 - ଜେନି..... ଜେନି କୋଉଠି ଅଛି..?

                 - ସିଏ ତ ..ଏବେ ହିଁ ଏଠାରୁ ଚାଲିଗଲେ ।

ତାପରେ ଜ୍ୟାକ୍ ନିରାଶ ହେଇ ନିଜ ମୋବାଇଲ୍ ରେ ଟାଇମ୍ ଦେଖୁଥାଏ । ଟିଚର୍ ଙ୍କୁ ଚାହିଁ ଗୋଟେ ମିଛ ସ୍ମିତହାସ୍ୟ ଦିଏ ଆଉ କୋହ ଭରା କଣ୍ଠରେ କହେ ....

               - ଥାଙ୍କ ୟୁ....

ତାପରେ ସେ ପୁଣି ନିଜ କାମ କୁ ଫେରି ଯାଉଥାଏ । ହଠାତ୍ ମନେପଡେ, ଜଣେ ଲୋକ 30 ମିନିଟ୍ ପରେ, ସିଏ ବିକୁଥିବା ମଡେଲ୍ ର ଗାଡି ନେବା ପାଇଁ ଆସିବ ବୋଲି କହିଥିଲା । ତାପରେ ସେ ଆଉ କିଛି ନଭାବି ତା କମ୍ପାନୀ ଆଡ଼କୁ ଜୋର୍ ରେ ଦୌଡେ । ନିଜର ଚପଲ ଦୁଇଟିକୁ ହାତରେ ଧରି ଦୌଡୁଥାଏ ଆଉ କାନ୍ଦୁଥାଏ । ତାପରେ ସେ ଯାଇ ନିଜ କମ୍ପାନୀ ରେ ପହଞ୍ଚି ଯାଏ । ପହଞ୍ଚୁ ପହଞ୍ଚୁ ଦେଖେ ଯେ, ଗୋଟେ ଝିଅ ସେଇ କମ୍ପାନୀ ଭିତରୁ ଗୋଟେ ଅଲଗା ମଡେଲ୍ ର ଗାଡି ଧରି ବାହାରୁଛି । ଜ୍ୟାକ୍ ତା ପାଖକୁ ଦୌଡ଼ି ଯାଇ କହେ ....

                    - ରୁହ... ତମ ବାପା ଏଇ 30 ମିନିଟ୍ ଆଗରୁ ଆସି ଗାଡି ବାଛି କି ଯାଇଥିଲେ ବୋଧେ...

                    - ହଁ....

                    - କିନ୍ତୁ ଏଇଟା ସେଇ ମଡେଲ୍ ର ଗାଡି ନୁହଁ । ସେଇ ମଡେଲ୍ ର ଗାଡି ମୁଁ ବିକୁଛି । (ନିଜ ମଡେଲ୍ ଗାଡି ଆଡ଼କୁ ହାତ ବଢ଼େଇ) ଦେଖ....ସେଇଠି ସେଇ ମଡେଲ୍ ର ଗାଡି ଠିଆ ହେଇଛି । ତମ ବାପା ମୋତେ କହି କି ଯାଇଥିଲେ କି ଯେ, ଆଉ 30 ମିନିଟ୍ ପରେ ମୋ ଝିଅ ଆସି କି ଗାଡି ନେବ ।

                    - କିନ୍ତୁ ସେଇ ମଡେଲ୍ ଟା ମୋତେ ପସନ୍ଦ ଆସୁନି । ମୁଁ ଏଇ ମଡେଲ୍ ଟା ନେବି...

                    - (ମିଛ ହସ ହସି) ଥାଙ୍କ ୟୁ ....

30 ମିନିଟ୍ ଆଗରୁ ଜ୍ୟାକ୍ ମନରେ ଯୋଉ ଅଳ୍ପ ସମୟ ଖୁସି ଖେଳି ଯାଇଥିଲା, ସେଇଟା ଏବେ ପୁଣି ଥରେ ଆଖିରେ ଲୁହ ଆଣିଦେଲା । କାହିଁକି ନା ସେ ବୁଝିଗଲା , ଏଇ ମାସରେ ବି ତାକୁ ଆଉ ପଇସା ମିଳିବନି । ତାକୁ ବହୁତ ନିରାଶ ଲାଗିଲା । ସେ କଣ କରିବ ଜାଣି ପାରୁନଥିଲା । ସେ ନିଜର ଅତୀତ କୁ ମନେ ପକେଇ ପକେଇ ଯାଇ ଗୋଟେ ଜଙ୍ଗଲ ରେ ପହଞ୍ଚିଲା । ସେଇଠି ସେ ନିରୋଳା ରେ ବସି ଜୋର୍ ରେ କାନ୍ଦିବାକୁ ଲାଗିଲା । ଠିକ୍ ଏଇ ସମୟରେ ଗୋଟେ ଝିଅ ଜ୍ୟାକ୍ ଆସି କହିଲା.....

                 - ହେ... କିଏ ତମେ ? ଏଠି ଏମିତି କାନ୍ଦୁଛ କାହିଁକି ? ମଣିଷ କୁ ଟିକେ ଶାନ୍ତିରେ ମରିବାକୁ ବି ଦେବନି...

                 - (ସଙ୍ଗେସଙ୍ଗେ କାନ୍ଦ ବନ୍ଦ କରି) ତମେ ମରିବାକୁ ଚାହୁଁଛ ? ହେଲେ କଣ ପାଇଁ ?

                 - କାହିଁକି ନା... ମୋ ଜୀବନରେ ଆଉ କିଛି ବି ନାହିଁ । ଯାହାକୁ ମୋ ଜୀବନଠୁ ବି ଅଧିକ ଭଲ ପାଉଥିଲି , ସେ ମୋତେ ଧୋକା ଦେଲା । ସେ ଆଜି ଆଉ ଗୋଟେ ଝିଅକୁ ବାହା ହେଉଛି । ଏବେ ମୁଁ ଆଉ କଣ କରିବି ?

                 

ସେ ଝିଅ କଥା ଶୁଣି ଜ୍ୟାକ୍ ଟିକେ ହସିଦେଲା । ସେ ଝିଅ, ଜ୍ୟାକ୍ କୁ ହସିବାର କାରଣ ପଚାରିଲା । ତାପରେ ଜ୍ୟାକ୍ ତାକୁ ତା ନିଜ ଜୀବନର କାହାଣୀ ଶୁଣାଇଲା । ଜ୍ୟାକ୍ ର କାହାଣୀ ଶୁଣି ଝିଅଟି ଆଖିରେ ଲୁହ ଆସିଗଲା । ଜ୍ୟାକ୍ କହୁଥିଲା....

                 - ମରିଯିବା ଟା କୌଣସି ସମାଧାନ ନୁହଁ । ଖାଲି ଏତିକି ବିଶ୍ୱାସ ରଖ, ଦିନେ ନା ଦିନେ ସବୁ ଠିକ୍ ହେଇଯିବ ।

                 - ହଁ... ଠିକ୍ କଥା । ହେଲେ ଏବେ ତମକୁ ମୁଁ ଗୋଟେ ପ୍ରଶ୍ନ ପଚାରିବି । ଉତ୍ତର ଦେବ....

                 - ପଚାର....

                 - ଯଦି ଡାନିଏଲ୍ ତମ ପାଖରୁ ଦୂରେଇ ଯାଏ , ତମକୁ କେମିତି ଲାଗିବ ?

                 - (ସ୍ମିତହାସ୍ୟ ଦେଇ) ତମେ ମୋର ପରୀକ୍ଷା ନେବାକୁ ଚାହୁଁଛ ? ପ୍ରକୃତରେ ମୁଁ ଡାନିଏଲ୍ କୁ ଖୁସିରେ ଦେଖିବାକୁ ଚାହେଁ । ସେ ଯଦି ଖୁସିରେ ଅଛି, ଯୋଉଠି ରହିଲେ ବି ମୋର କିଛି ଆପତ୍ତି ନାହିଁ । ହେଲେ ମୁଁ ଜାଣିଛି, ସେ ମୋ ପାଖରୁ ଦୂରେଇ ଯାଇ କେବେ ବି ଖୁସିରେ ରହି ପାରିବନି । କାରଣ ସେ ହେଉଛି ମୋର ବେଷ୍ଟ୍ ଫ୍ରେଣ୍ଡ୍ ।

                 - ମୁଁ ବୁଝିଗଲି । ଥାଙ୍କ ୟୁ...

ଝିଅଟି ହସିଦେଇ ଜ୍ୟାକ୍ ଗୋଟେ ଠିକଣା ଦିଏ । ଆଉ କହେ...

                   - ଏଇ ଠିକଣା ରେ ଆସି ତମେ ମୋତେ ଦେଖା କର । ମୁଁ ତମକୁ ଗୋଟେ ଭଲ କାମ ଦେବି ।

ତାପରେ ଝିଅଟି ସେଠାରୁ ଘରକୁ ଫେରିଯାଏ । ଜ୍ୟାକ୍ ବି ଡାନିଏଲ୍ କୁ ଆଣିବା ପାଇଁ ସ୍କୁଲ୍ କୁ ଯାଏ । ଆଉ ପୁଣିଥରେ ସେମାନେ ଆସି ଗୋଟେ ବସ୍ ଷ୍ଟାଣ୍ଡ୍ ରେ ଆସି ବସନ୍ତି । ହଠାତ୍ ଜ୍ୟାକ୍ ର ନଜର ପଡେ ଟିକେ ଦୂରରେ ଗୋଟେ 500 ଟଙ୍କିଆ ନୋଟ୍ ପଡିଛି । ସେ ସଙ୍ଗେସଙ୍ଗେ ଖୁସିରେ ତାକୁ ଉଠାଏ । ଆଉ ଡାନିଏଲ୍ କୁ ନେଇ ଗୋଟେ ହୋଟେଲ୍ କୁ ଯାଏ । ଦୁହେଁ ବାପ ପୁଅ ମିଶି ଖାଇ ସାରି ପୁଣି ସେଇ ଷ୍ଟାଣ୍ଡ୍ ରେ ରାତି କାଟନ୍ତି । ତାପର ଦିନ ସକାଳେ ଜ୍ୟାକ୍ ଡାନିଏଲ୍ କୁ ସ୍କୁଲ୍ ରେ ଛାଡ଼ିଦେଇ ସେଇ ଝିଅ ଦେଇଥିବା ଠିକଣା ଜାଗାକୁ ଯାଏ । ବହୁତ ବଡ଼ ବଡ଼ ଲୋକ ସେଠାରେ ଯିବା ଆସିବା କରୁଥାନ୍ତି । ସେମାନେ ସବୁ ଉଚ୍ଚ ଦାମ୍ ର ପୋଷାକ ଆଉ ଜୋତା ପିନ୍ଧିଥାନ୍ତି ,ଯେତେବେଳେ କି ଜ୍ୟାକ୍ ଖାଲି ପାଦରେ ସେଇ ଭିତରକୁ ଯାଇଥାଏ । ସମସ୍ତେ ଜ୍ୟାକ୍ କୁ ଦେଖି ଆଶ୍ଚର୍ଯ୍ୟ ହେଉଥାନ୍ତି । ଜ୍ୟାକ୍ ସେଠାରେ ଥିବା ଜଣେ ଲୋକଙ୍କୁ ପଚାରେ…….

                     - ଲାଗୁଛି, ଏଇଠି ବହୁତ ବଡ଼ ବଡ଼ ଲୋକ କାମ କରୁଛନ୍ତି । ନିହାତି ବହୁତ ପାଠ ବି ପଢିଥିବେ ।

                     - ହଁ... ହେଲେ ତମେ କିଏ ? ଏଠାରେ ତ ତମକୁ ଆଗରୁ କେବେ ଦେଖିନି ? କଣ ପାଇଁ ଆସିଛ...?

                     - ମୁଁ... ଏଠାରେ କାମ ପାଇଁ ଆସିଛି

                     - କାମ...(ହସିହସି) ତମେ ଏଠାରେ କି କାମ କରିବ ?

ଲୋକଟି ଜ୍ୟାକ୍ କୁ ବହୁତ ଥଟ୍ଟା କରେ । କେବଳ ସିଏ ନୁହେଁ... ସେଠାରେ ଥିବା ସମସ୍ତ ଲୋକ ତାକୁ ଥଟ୍ଟା କରନ୍ତି । ଜ୍ୟାକ୍ କାନ୍ଦି କାନ୍ଦି ସେଠାରୁ ଫେରି ଆସେ । ସେ ଚାଲି ଚାଲି ଥକି ଯାଇଥାଏ , ସେଥିପାଇଁ ସେ ଗୋଟେ ଅଟୋ ରେ ନିଜ କମ୍ପାନୀ କୁ ଯାଏ । କିନ୍ତୁ ଓହ୍ଲେଇଲା ବେଳେ କାଲି ରାତିରେ ପାଇଥିବା 500 ଟଙ୍କାର ବଳକା ଟଙ୍କା ତା ପକେଟ ରୁ କୋଉଠି ଖସି ପଡିଥାଏ । ସେ କଣ କରିବ ଭାବୁଥାଏ । ହଠାତ୍ ସେ ଦୌଡ଼ିବାକୁ ଆରମ୍ଭ କରେ । ଅଟୋ ଵାଲା ପଛରୁ ଡାକୁଥାଏ....

                - ହେ... ମୋ ପଇସା ଦେ....

                - ମୋ ପାଖରେ ପଇସା ନାହିଁ.... Sorry..

ଏମିତି କହି ଜ୍ୟାକ୍ ଦୌଡ଼ି ଦୌଡ଼ି ବହୁତ ଦୂରକୁ ଚାଲିଯାଏ । ଗୋଟେ ମେଡିକାଲ୍ ପାଖରେ ପହଞ୍ଚେ । ତା ମୁଣ୍ଡ କୁ ଗୋଟେ ଉପାୟ ଆସେ । ତାପରେ ସେ ନିଜ ଦେହରୁ ରକ୍ତ ବିକି ପଇସା ଆଣେ । ସେଇ ପଇସା ଦେଖି ସେ ଖୁସି ହୁଏ । କାହିଁକି ନା ସେ ଜାଣିଥାଏ , ସେଇ ପଇସାରେ ବାପ ପୁଅ ଆଉ କିଛି ଦିନ ଖୁସିରେ ରହିଯିବେ । ଆଉ ଠିକ୍ ସେ ମେଡିକାଲ୍ ରୁ ବାହାରିଲା ବେଳେ ତାର ପୁଣି ସେଇ ଝିଅ ସହିତ ଦେଖା ହୁଏ । ସେ ଝିଅ ପଚାରେ...

            - ତମେ ଆଜି ଆସିଲ କାହିଁକି ?

            - ମୁଁ ବେଶୀ ପାଠ ପଢିନି । ମୁଁ ସେ ଚାକିରୀ ପାଇଁ ଯୋଗ୍ୟ ନୁହଁ....

            - ତମେ ହିଁ ଯୋଗ୍ୟ । କାରଣ ପାଠ ତ ସମସ୍ତେ ପଢୁଛନ୍ତି , କିନ୍ତୁ ସମସ୍ତଙ୍କ ପାଖରେ ମଣିଷ ପଣିଆ ନାହିଁ । ଖାଲି ହିସାବ ଜାଣିଥିଲେ ବହୁତ । ତମେ ହିସାବ କରି ପାରିବ ନା..?

            - (ଲୁହ ଝରେଇ ଦେଇ) ହଁ.....

ତାପରେ ସେ ଝିଅ ସହିତ ଜ୍ୟାକ୍ ଯାଇ ସେଇ ଅଫିସ୍ ରେ ପହଞ୍ଚେ । ପ୍ରକୃତରେ ସେ ଝିଅ ହେଉଛି ,ସେଇ କମ୍ପାନୀ ର ମାଲିକ ର ଝିଅ । ସେ ଝିଅ ଟି ଜ୍ୟାକ୍ କୁ ନେଇ ଗୋଟେ କମ୍ପ୍ୟୁଟର ସାମ୍ନାରେ ବସେଇ ଦିଏ । ଜ୍ୟାକ୍ ସାମ୍ନାରେ କମ୍ପ୍ୟୁଟର ଦେଖି ଟିକେ ଡରିଯାଏ । ଜ୍ୟାକ୍ କହୁଥାଏ....

            - ମୁଁ ଏ କାମ କରି ପାରିବିନି...

            - ମୁଁ ଶିଖେଇ ଦେବି ... ଗୋଟେ ମାସ କାମ କର ଯଦି ଭଲ ନ ଲାଗିବ , ତେବେ ତମେ ଚାଲିଯିବ ।

ତାପରେ ପ୍ରତ୍ୟେକଦିନ ଜ୍ୟାକ୍ ଯାଇ କାମ ଶିଖେ । ତାର ରହିବା ଆଉ ଖାଇବା ବ୍ୟବସ୍ଥା ସବୁକିଛି ସେ ଝିଅ ବୁଝୁଥାଏ । ଜ୍ୟାକ୍ ଦିନ ରାତି ପରିଶ୍ରମ କରି କାମ ଶିଖୁଥାଏ । ଆଉ ଗୋଟିଏ ମାସ ପରେ , ସେ ଝିଅ ଜ୍ୟାକ୍ କୁ ପଚାରେ....

              - ଏବେ କୁହ... ତମେ କାମ କରିବାକୁ ଚାହୁଁଛ ?

ଜ୍ୟାକ୍ ଲୁହ ଝରାଉ ଝରାଉ ହସିଦେଇ କହେ ... ' ହଁ ' ।

ତାପରଠୁ ଆରମ୍ଭ ହୁଏ ଜ୍ୟାକ୍ ଆଉ ଡାନିଏଲ୍ ଜୀବନର ଦ୍ୱିତୀୟ ପର୍ଯ୍ୟାୟ.....

ଡାନିଏଲ୍ ପଚାରେ….

                   - ବାପା, ଜୀବନ କେମିତି ଲାଗୁଛି ?

                   - ବହୁତ ଭଲ । ମନେରଖ... ଜୀବନ ଯେମିତି ବି ହେଉ , ସବୁବେଳେ ହସିହସି ବଞ୍ଚିବା ଉଚିତ୍ ।

             


Rate this content
Log in

Similar oriya story from Drama