STORYMIRROR

Sunanda Mohanty

Abstract Tragedy Action

3  

Sunanda Mohanty

Abstract Tragedy Action

ମହାବାତ୍ୟା ଫନୀ

ମହାବାତ୍ୟା ଫନୀ

1 min
394


ଫନୀ ମହାବାତ୍ୟା ରେ ସବୁକିଛି ଉଜୁଡି ଯାଇଥିଲା ଭିତରେ ସୋମେଶ ର ବାହାଘର ବି ଠପ ହୋଇଯାଇଥିଲା. ନିମନ୍ତ୍ରଣ ପତ୍ର କେବଳ ଛପା ହୋଇଥିଲା ତା ନୁହେଁ ବଣ୍ଟା ବି ସରିଥିଲା, ନିର୍ଦିଷ୍ଟ ଦିନକୁ ନିଶ୍ଚିନ୍ତ କୁଣିଆ ମଇତ୍ର, ସାଙ୍ଗସାଥୀ ଆସିଯିବାର ସମ୍ଭାବନାକୁ ମଧ୍ୟ ଏଡେଇ ଦିଆଯାଇନପାରେ l

   ଫୋନ ଲାଗୁନି, ପାଣି ନାହିଁ, ଲାଇନ ଆସିବାକୁ ଆହୁରି ଢେର ଦିନ ଲାଗିଯିବ କ'ଣ କେମିତି ହେବ ର ଆଲୋଡନ ଭିତରେ ଖବରକାଗଜରୁ ପଢି ସମସ୍ତେ ବୁଝି ଯାଇଥିଲେ, କେହି ସେଦିନ ଆସିନଥିଲେ କିନ୍ତୁ ତିଥି ଆଉ ଆଗକୁ ଶୁଦ୍ଧି ରେ ବାହାଘର ପଡୁନଥିବାରୁ ତଥା କନ୍ୟାପକ୍ଷଙ୍କ କାକୁତି ମିନତି ଯେମିତି ହେଲେ ଆସନ୍ତା ତିଥି ରେ ବାହାଘର ସାରିବାକୁ ହେବ, ସେଇସବୁ ସମସ୍ୟା ଭିତରେ, ବହିନା ନେଇସାରିଥିବା ମାଂସବାଲା, ଫୋଟୋବାଲା, ଡେକୋରେସନବାଲା ତଥା ପାଣିବାଲାଙ୍କ ପତ୍ତା ନାହିଁ, ଫୋନ ବି କାମ କରୁନି l

   ଶେଷକୁ ସୋମେଶର ବଡମାମୁଁ ଙ୍କର ଫୋନ ଆସିଲା, ସବୁ ପରିସ୍ଥିତି ବିଷୟରେ ଅବଗତିରେ ସେ ସଭିଙ୍କୁ ଆଗକୁ ଆସୁଥିବା ବିବାହ ତାରିଖ ଜଣେଇଦେଲେ, ପାଖ ଲୋକ ବନ୍ଧୁବାନ୍ଧବ, ସାଙ୍ଗସାଥି ସମସ୍ତେ କିଏ କୋଉ ସୂତ୍ର ରୁ ଜାଣି ପହଁଚିଲେ ବାହାଘର ପୁର୍ବରୁ, ଆଉ ସମସ୍ତଙ୍କର ଏ ପରିବାର ପ୍ରତି ନିସ୍ଵାର୍ଥପର ପ୍ରେମ ଓ ସଦିଚ୍ଛା ଓ ଭଗବାନଙ୍କ ଅଶେଷ କରୁଣା ରୁ ବାହାଘର ସମ୍ପର୍ଣ୍ଣ ହୋଇପାରିଥିଲା, ଯାହା ଭୁଲିବାର ନୁହେଁ l


Rate this content
Log in

Similar oriya story from Abstract