STORYMIRROR

Sunanda Mohanty

Action Thriller Others

4  

Sunanda Mohanty

Action Thriller Others

ମେଘଫୁଲ 

ମେଘଫୁଲ 

1 min
12


କେଵେ ଲାଗେ ଭଲ ଦେଖି ବର୍ଷା ଫୁଲ 
କେଵେ ପୁଣି ଲାଗେ ଏସବୁ ଭେଜାଲ 
କାହିଁକି ଲାଗେ ନିଦ କୋଉଠି ଶୁଭେ ଶବ୍ଦ
ଆସିଛି ବୋଲିକି ଜଳଦ କରି ସଶବ୍ଦ 
ଝୁପୁଝୁପୁ ଟୁପୁଟୁପୁ ଝରଝର ଘର୍ଘର ନାଦ 
ଆକାଶେ ବଉଦ ଧରାପରେ ମେଘ ନାଦ 
ଚାଷର ମାସ୍ତୁଲ ଚାଷୀ ଉତଫୁଲ 
ଦେଖି ବରଷାର ମେଘଫୁଲ ମାହୋଲ 
ମେଘ ଆଣିଛି ବିଜୁଳି ବାଜା ଘଡଘଡି 
ମେଘଫୁଲ ଝିପି ଝିପି ଟୋପା ପଡେ ଝଡି 
ଝଡ଼ିପୋକ ଉଡି ନାଚନ୍ତି ବେହାଲ 
ନଈ କଳକଳ ପ୍ରକୃତି ଛଳଛଳ 
ମେଘ ସାଥେ ବର୍ଷା ମାରୁଛି ପେଡାଲ 
କୋଉଠି ବଢ଼ି କୋଉଠି ଝଡି କୋଉଠି ଉଡି 
ବର୍ଷା କରେ ନାଚ କରି ହୁଲସ୍ତୁଲ 
ଶ୍ରାବଣ ପୁନେଇଁ ତିଥିରେ ରାକ୍ଷୀ ଗୀତରେ 
ଝୁମେ ଏ ବରଷା ନାଚି ହସି ଖିଲଖିଲ 
ଭାଇ ବେହାଲ ଭଉଣୀ ବେହାଲ 
ରହିଯା ବରଷା ଗାଆନା ଗଜଲ 
ଥମିଜା ଘଡିଏ ଭାଇ ହାତେ ରାକ୍ଷୀଫୁଲ 
ବାନ୍ଧ ରାକ୍ଷୀ ଝୁମିବା ବରଷା ମାତାଲ
ବର୍ଷା ପାଣି ପରା ନୁହେଁ ଭେଜାଲ
ଅମୃତ ପିଇବା ତୃଷା ମେଣ୍ଟାଇବା
ଆକାଶଝର ଝରି କରୁଛି କମାଲ ଧମାଲ


Rate this content
Log in

Similar oriya story from Action