ମେଘ ସବାରୀରେ ଆସିବ ଫେରି
ମେଘ ସବାରୀରେ ଆସିବ ଫେରି
ଜଗନ୍ନାଥ ମନ୍ଦିରର ବାଇଶି ପାହାଚ ଉପରେ କାଶୀ ବିଶ୍ୱନାଥଦେବ ଙ୍କୁ ମୁଁହ କରି ଜଣାଣ କିଛି କରି ସାରିବା ପରେ ବି କାହିଁ ଘରମୁଁହା ହେବାକୁ ଇଚ୍ଛା ନଥାଏ ତ ଯାଉଥିବା ଓ ଆସୁଥିବା ଲୋକଙ୍କୁ ଦେଖୁଥାଏ l
ହଠାତ ମୋଟା ମୋଟି ଗୋରୀ ହୋଇ ପିଲାଳିଆ ଦିଶୁଥିବା ସ୍ତ୍ରୀ ଲୋକ ଜଣେ ବସିଗଲେ ମୋ ପାଖରେ ଆଉ ହସୁଥିଲେ ମୋ ମୁହଁକୁ ଚାହିଁ ତ ମୁଁ ପଚାରିଲି ଘର ଏଇ ପୁରୀରେ ମାଆ ? ତ ହସି ହସି ବେଦମ ହୋଇ ମତେ ହଲେଇଦେଇ କହିଲେ ଚିହ୍ନି ପାରୁନୁ ବୋଧେ, ମୁଁ ପରା ବାଉରୀ l ଜଗନ୍ନାଥ ଦାସିଆ ବାଉରୀ ପ୍ରେମରେ ପଡିବା ପରି, ତାଙ୍କରି ବାଇଶି ପାହାଚରେ ମୁଁ ବାଉରୀ ନାମ୍ନୀ ସ୍ତ୍ରୀ ଲୋକଟିର ପ୍ରେମ ରେ ପଡ଼ିଗଲି ଆଉ ଫେରିଗଲି ଖୁବ ପିଲାଦିନକୁ l ପଚାରି ବସିଲି ତୁମ ଘର ପିପିଲି ନା? ହଁ ହଁ ଚିହ୍ନିଲ ତେବେ, ଏକାଠି ପାଠ ପଢୁଥିଲେ, ତୁମେ ବ୍ଲକ କଲୋନୀ ରେ ରହୁଥିଲ, ଆଉ କଲୋନୀ ପଛପଟେ ଟିକେ ଚଲା ରାସ୍ତା ରେ ଗଲେ ଆମ ଗାଁ, ତୁ ପ୍ରତି ରବିବାର ଦୁଇ ଛୋଟ ଭାଇ ଭଉଣୀଙ୍କୁ ଧରି ଆମ ଘରକୁ ଯାଉ, ତାଠୁ କଥା ଛଡେଇ କହିଲି ହଁ ହଁ ମାଉସୀ କେତେ କଣ ପିଠା କରି ଖାଇବାକୁ ଦିଅନ୍ତି ଆଉ ତୁମ ଘର ମାଛ ଝୋଳ ଖାଇବାକୁ ମୁଁ ମୋ ଛୋଟ ଭଉଣୀ ଓ ଭାଇ ଙ୍କୁ ନେଇ ସବୁରବିବାର ଦିନ ଯାଏ, ଆଉ ସେଦିନ କ୍ଲାସ ରେ ସାର ତୋ ପ୍ରିୟ ସାଙ୍ଗ କିଏ ପଚାରିଥିଲେ ତ ମୁଁ ତୋ ନାମ ବାଉରୀ କହିଥିଲି ଆଉ ସାଙ୍ଗ ପିଲା ସବୁ ହସି ହସି ଗଡୁଥିଲେ ତ ସେଥର ମାଉସୀ ଙ୍କୁ ପଚାରିଥିଲି ତୋ ନାମକରଣ ଏମିତି କାହିଁକି?, ଆଉ ଉତ୍ତରରେ ମାଉସୀ ବୁଝେଇ ଦେଇଥିଲେ, ସବୁ ଭାଇ ଭଉଣୀ ତୋ'ର ମରିଯାଉଥିଲେ ଜନ୍ମ ପରେ ପରେ, ତ ତୁ ଜନ୍ମ ହେବା ପରେ ଯମ ନନେବା ପାଇଁ ତୋ ନାମକରଣ ସେପରି କରାଯାଇଥିଲା l ସେତେବେଳେ ମୁଁ ହସିଦେଇଥିଲି ସତ ହେଲେ ଆଜି ଭାବୁଛି ଗୋଟେ ଗୋଟେ କଥା ଅନ୍ଧବିଶ୍ୱାସ ପରି ଲାଗିଲେ ବି ସମୟ ଓ ପରିସ୍ଥିତି ପରା ଏମିତି ହୁଏ ସେକଥା ବିଶ୍ୱାସ କରିବାକୁ ମଣିଷ ବାଧ୍ୟ ହୁଏ l ବାଉରୀ ମତେ ହଲେଇ ଦେଇ କହିଲା ଆଉ କେମିତି ଅଛୁ?, ମୋର ସେହି ଏକା ପ୍ରଶ୍ନ ରେ ସେ କହୁଥିଲା ହଁ ବହୁ ବ୍ୟସ୍ତ ରହୁଛି ବାପା ବୋଉ ଗଲା ପରେ ମତେ ସବୁ କଥା ବୁଝିବାକୁ ପଡୁଛି, ଜମି ବାଡ଼ି ଘର ଦ୍ୱାର ସହ ଗାଇ ଛେଳି ମେଣ୍ଢା, ଗଡିଆ ପୋଖରୀ ବଗିଚା, ସବୁକଥା lକାହିଁ ତୋ ସ୍ୱାମୀ କିଛି ବୁଝୁନାହାନ୍ତି କି? ବାଉରୀ କହୁଥିଲା, ଏକ ରେ ଘରଜୋଇଁ, ଦୁଇରେ ସରକାରୀ ଚାକିରୀ, ତ ତାଙ୍କୁ ଏସବୁ କଥା ବୁଝିବାକୁ ବେଳ ନାହିଁ l କହିଲେ କାଳେ ଖରାପ ଭାବିବେ ବୋଲି କୁହେନାହିଁ l
କାହିଁକି ଖରାପ ଭାବିବେ? ତ ବାଉରୀ କହୁଥିଲା ବୋକୀ ଟା, ମୁଁ ପରା ବାଉରୀ, ଯମଙ୍କଠୁ ବଞ୍ଚି ଘରଜୋଇଁଆ ହୋଇଛି, ବୁଝିପାରିନୁ କଣ? ହଉ ଏଥର କେବେ ଆସେ ଆମ ଗାଁ କୁ, ମୁଁ ହଁ ନିଶ୍ଚୟ କହୁଥିଲା
ବେଳେ ସେ ଫେରିପଡିଥିଲା ଦର୍ଶନକୁ, ଆଉ କେତେ କଥା ପଚାରିବାକୁ ଯେତେ ତା ଫେରିବା ବାଟ କୁ ଅପେକ୍ଷା କଲେ ବି ସେ ଶୂନ୍ୟ ରେ କୁଆଡେ ମିଳେଇ ଯାଇଥିଲା ଯେମିତି l
ଅନେକ ଦିନ ପରେ ପଡୋଶୀ ଜଣେ ତାଙ୍କ ଗାଁ ନାମ କହିବାରେ ମୁଁ ବାଉରୀ କୁ ଚିହିଁଛନ୍ତି କି ପଚାରିବାରେ ସେ କହିଲେ ହଁ ଆମ ଗାଁ ଝିଅ, ଆମ କୁଟୁମ୍ବର,ଏଇ ବାର ଦିନ ତଳେ ଚାଲିଗଲା, ମୁଁ ଚମକିପଡି ପଚାରିଲି କେବେ, ଆଉ ସେ ଦିନ ବାର ସମୟ ଯାହା କହିଲେ, ମୋ ହୃତସ୍ପନ୍ଦନ ବଢ଼ିଯାଇଥିଲା, କାରଣ ସେହିଦିନ ଠିକ ସେତିକି ବେଳେ ମୁଁ ତାକୁ ବାଇଶି ପାହାଚରେ ଦେଖିଥିଲି ଓ କଥା ହୋଇଥିଲି l ସେ ଲୋକ ତାଙ୍କ ପରିବାର ସହ ବାଉରୀର ବାରପତ୍ର କୁ ଯିବାକୁ ବାହାରୁଥିଲେ ତ କହୁଥିଲେ ମରିବାର ଅଳ୍ପ କିଛି ଦିନ ତଳେ ତାଙ୍କର ପ୍ରିୟ ସାଙ୍ଗ ଏଇ ପୁରୀରେ କୋଉଠି ରହନ୍ତି ବୋଲି କହୁଥିଲେ, ମୁଁ ଭାରସାମ୍ୟ ରଖି ନିଜକୁ ପ୍ରକୃସ୍ଥିତି କରି ରଖୁ ରଖୁ କହିଥିଲି, ମୁଁ ତାର ପ୍ରିୟ ସାଙ୍ଗ, ସେ ଭଦ୍ରବ୍ୟକ୍ତି ଯାଉ ଯାଉ ପଛକୁ ଫେରିପଡ଼ି, କିଛି କହିଲେକି ପଚାରୁଥିଲେ ତ ମୁଁ କିଛିନାହିଁ କହି ସେହି ଅଦୃଶ୍ୟ ଯମଦେବଙ୍କୁ ପ୍ରଣତି ଜଣାଉଥିଲି, ମୋ ସାଙ୍ଗ ନିଶ୍ଚୟ ମେଘ ସଵାରୀରେ ଆସିବ ଫେରି, ହେଲେ ଭାବନା ତ ଖାଲି ଭାବନା ରେ ରହିଯାଏ, ତଥାପି ପ୍ରଣତି ଜଣାଉଥିଲି ଜଗନ୍ନାଥଙ୍କ ଉଦେଶ୍ୟରେ l
