ମାୟା ମରିଚିକା (ଦ୍ୱିତୀୟ ଅଂଶ)
ମାୟା ମରିଚିକା (ଦ୍ୱିତୀୟ ଅଂଶ)
ସିବୁନ୍ ର ବାପା ଏକ ସରକାରୀ ବ୍ଯାଙ୍କରେ ଉଚ୍ଚ ପଦବୀରେ କାର୍ଯ୍ଯ କରୁଥିଲେ। ତେଣୁ ସିବୁନ୍ ର ମଧ୍ଯ ଟଙ୍କା ପଇସାର କେବେ ଅଭାବ ନଥାଏ। ସିବୁନ୍ ଓ ସୁରେଶ ପୂର୍ବରୁ ଗୋଟିଏ ସ୍କୁଲ୍ ରେ ପଢୁଥିଲେ, ତେଣୁ ସେମାନେ ସହଜରେ ଅତି ଘନିଷ୍ଠ ହୋଇଗଲେ। ପ୍ରକାଶ ସହ ଉଭୟ ସାଙ୍ଗ ହେଉଥିଲେ ସତ କିନ୍ତୁ ସୁରେଶ, ପ୍ରକାଶ ଠାରୁ ମାନସିକଭାବେ ଧିରେ ଧିରେ ଦୂରେଇ ଯାଉଥିଲା। ସିବୁନ୍ ଉପର ମନରେ ପ୍ରକାଶ ସହ ସାଙ୍ଗ ହେଉଥିଲା କିନ୍ତୁ ତାକୁ ପରିହାସ କରିବାର ଓ ତାର ମଜାକ୍ ଉଡେଇବାର କୌଣସି ମଉକା ହାତଛଡା କରୁନଥିଲା। ସୁରେଶ ବି ସିବୁନ୍ ସାଙ୍ଗରେ ମିଶି ଦିନକୁ ଦିନ ଅଧିକରୁ ଅଧିକ ମଜାକ ଉଡାଉଥିଲା। ବିଚରା ପ୍ରକାଶ ସାଙ୍ଗମେଳରେ ଥାଇ ମଧ୍ଯ ବହୁତ୍ ଏକା ହେଇ ଯାଇଥିଲା।
ବର୍ଷା ଦିନରେ ସ୍କୁଲ୍ ରୁ ଘରକୁ ଯିବା ବଟରେ ସିବୁନ୍ ଓ ସୁରେଶ ପ୍ରକାଶର ବ୍ଯାଗ୍ ର ଲକ୍ ଅଧିକାଂଶ ସମୟରେ ଖୋଲି ଦିଅନ୍ତି। ବହି ସବୁ ପାଣିରେ ପଡି ଓଦା ହେଇଯାଏ। ଓଦା ବହିକୁ ଧରି ପ୍ରକାଶ ଯେତେବେଳେ ଘରକୁ ଯାଏ ତା ମାଆ ପଚାରନ୍ତି ବହି କେମିତି ଓଦା ହେଲା ପ୍ରକାଶ କହେ ବ୍ଯାଗ୍ ର ଲକ୍ ଖୋରିଗଲା। ବହି ତଳେ ପଡିଗଲା। ବର୍ଷା ଦିନରେ ପ୍ରକାଶର ଛତାକୁ ଜବରଦସ୍ତ ସିବୁନ୍ ନେଇଯାଏ ଏବଂ ପବନ ଦଗରେ ଦେଖାଏ,କହେ ଦେଖିବା ପ୍ରକାଶର ଛତା କେତେ ପବନ ସମ୍ଭାଳି ପାରୁଛି?
ପବନରେ ଅଧିକାଂଶ ସମୟରେ ଛତା ଭାଙ୍ଗିଯାଏ। ସିବୁନ୍ କହେ ଇବେ ଏଇଟା ଡୁପ୍ଲିକେଟ୍ ଟାବେ। ଆଉ ତା'ପରେ ଭଙ୍ଗା ଛତାକୁ ପ୍ରକାଶକୁ ଫେରେଇ ଦିଏ। ଏସବୁ ପରେ ପ୍ରକାଶ ଯେତେବେଳେ କାନ୍ଦେ ସୁରେଶ କହେ ,ପ୍ରକାଶ ତୁ ଏତେବଡ ପିଲାଟେ ହେଲୁଣି ତଥାବି ଏଇ ସାମାନ୍ଯ ଛତାଟେ ପାଇଁ ଛୁଆଙ୍କ ଭଳି କାନ୍ଦୁଛୁ କଣ? ପ୍ରକାଶ କିଛି କୁହେନି,ମନେ ମନେ ଚିନ୍ତାକରେ ତୁମ ଦୁଇଜଣଙ୍କ ପାଇଁ ସେଇ ଛତାଟା ସାମାନ୍ଯ ହେଇପାରେ କିନ୍ତୁ ମୋ ପାଇଁ ନୁହେଁ। କାରଣ ସେଇ ସାମାନ୍ଯ ଛତାଟେ କିଣିବା ପାଇଁ ମୋ ବାପାଙ୍କୁ ମାସକ ଆଗରୁ ଅର୍ଥ ସଞ୍ଚୟ କରିବାକୁ ପଡେ। ଭଙ୍ଗା ଛତା ଧରି ପ୍ରକାଶ ଯେତେବେଳେ ଘରକୁ ଯାଏ,ତାର ମା ତା'ଉପରେ ବହୁତ୍ ରାଗନ୍ତି। ଏମିତିରେ ବି ପ୍ରକାଶ ଥିଲା ଏକ ଅସ୍ୱଭାବିକ ଛୁଆ। ସେ ଆଠମାସରେ ଜନ୍ମ ହୋଇଥିଲା। ତେଣୁ ତାର ସ୍ମୃତି ଶକ୍ତି ଏତେ ସୁଦୃଢ ନଥିଲା, ତେଣୁ ଅଧିକାଂଶ ସମୟରେ ସେ ନିଜର ବହୁତ୍ ଜିନିଷ ଭୁଲିଯାଏ,ଫଳରେ ତାର ଅନେକ ଜିନିଷ ହଜିଯାଏ। ଗରିବିର ବୋଝତଳେ ବାପା ମାଆ ପେଶି ହେଉଥିବା ବେଳେ ପ୍ରକାଶର ଏପରି ଗୁଣ ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତରେ ପକାଉ ଥିଲା। ପ୍ରକାଶ ଥିଲା ଏକ ଆବେଗ ପ୍ରବଣ ପିଲା। କାହାର ଦୁଃଖ ସିଏ ସହିପାରୁ ନଥିଲା। ଏମିତିକି ତାର ମଜାକ୍ ଉଡାଉଥିବା ଲୋକ ମାନଙ୍କର ଦୁଃଖ କଷ୍ଟ ଦେଖି ସେ କାନ୍ଦି ପକାଏ।
ଶ୍ରେଣୀ ଗୃହରେ ପ୍ରକାଶ ନାଁରେ ମିଛ ସତ କହି ସିବୁନ୍ ସାର୍ ଙ୍କ ପାଖରୁ ତାକୁ ମାଡ ଖୋଇଥାଏ। ସପ୍ତମ ଶ୍ରେଣୀରେ ପ୍ରଧାନ ଶିକ୍ଷକ ଅଫିସ୍ ଗୃହ ସଜାଇବାର ଦାୟୀତ୍ୱ ଦେଇଥିଲେ। ପ୍ରକାଶ ସବୁଦିନ ଟାଇମ୍ ରେ ପହଞ୍ଚି ସବୁ ସଜେଇ ରଖିଦିଏ। କିନ୍ତୁ ଦିନେ ପ୍ରକାଶ ଆସିବା ପୂର୍ବରୁ ସିବୁନ୍ ଓ ସୁରେଶ ଅଫିସ୍ ର କଲିଂ ବେଲ୍ କୁ ଭାଙ୍ଗି ଚୁପ୍ ଚାପ୍ ଥୋଇ ଦେଇ ସାରଙ୍କୁ ଯାଇ କହିଲେ ପ୍ରକାଶ କଲିଂବେଲ୍ ଟା ଭାଙ୍ଗିଦେଲା। ଏପଟେ ଏବିଷୟରେ ସମ୍ପୁର୍ଣ୍ଣ ଅଜ୍ଞ ପ୍ରକାଶ ବେଲ୍ ଉପରେ ହାତ ରଖିଛି କି ନାହିଁ ସାର୍ ଆସି ପ୍ରକାଶକୁ ବହୁତ୍ ବାଡେଇଥିଲେ ଆଉ କହିଥିଲେ ତୁ ନୁଆ ବେଲ୍ ଟା ଭାଙ୍ଗିଦେଲୁ। ପ୍ରକାଶ କିନ୍ତୁ କିଛି ବୁଝିପାରୁ ନଥାଏ କି କଣ ହଉଛି? ପରେ ଅବଶ୍ଯ ଜାଣିଲା ଯେ ଏସବୁ ସିବୁନ୍ ଓ ସୁରେଶ ର କାମ। ସୁରେଶ ଯଦିଓ ଭାଙ୍ଗି ନଥିଲା କିନ୍ତୁ ସବୁ ଜାଣିମଧ୍ଯ ନିରବ ରହି ପ୍ରକାଶର ମାଡ ଖାଇବାକୁ ଦେଖି ହସୁଥିଲା। ତେଣୁ ପ୍ରକାଶ ମାନସିକ ସ୍ତରରେ ଭାଙ୍ଗିପଡିଲା। ଏତେସବୁ ପରେବି ସେ ସୁରେଶ ଓ ସିବୁନ୍ ର ସାଙ୍ଗ ହେବା ବନ୍ଦ କରି ନଥିଲା।
ବୟସ ବଢିବା ସଙ୍ଗେସଙ୍ଗେ ସିବୁନ୍,ସୁରେଶ, ପ୍ରକାଶ ଓ ତାଙ୍କର ସବୁ ସହପାଠୀ କୈଶୋରାବସ୍ଥାରେ ପଦ ଦେଲେ। ଧିରେ ଧିରେ ସେମାନଙ୍କର ଦୃତ ଶାରିରୀକ ଓ ମାନସିକ ପରିବର୍ତ୍ତନ ହେବାକୁ ଲାଗିଲା। ପୁଅ ଓ ଝିଅଙ୍କ ମଧ୍ଯରେ ଏକ ଅଦୃଶ୍ଯ ପାଚେରୀ ଯେମିତି ଧିରେ ଧିରେ ରିଆରି ହେବାକୁ ଲାଗିଲା। ପୁଅମାନେ ଝିଅଙ୍କ ଆଡକୁ ଓ ଝିଅମାନେ ପୁଅଙ୍କ ଆଡକୁ ଅକର୍ଷିତ ହେବାର ଏକ ଅଜବ ମନସ୍ତତୱ ସମସ୍ତଙ୍କ ମଧ୍ଯରେ ସୃଷ୍ଟି ହେଲା। ଅବଶ୍ଯ ଏସବୁ ପରିବର୍ତ୍ତନ ପୁଅମାନଙ୍କ ଠାରେ ହେବାର ବହୁ ଆଗରୁ ଝିଅ ମାନଙ୍କ ଠାରେ ପରିଲିଖିତ ହୋଇ ସାରିଥିଲା। ତେଣୁ ସେମାନେ ପୁଅଙ୍କ ସହ ମିଶିବା ଧିରେଧିରେ କମେଇ ଦେଇଥିଲେ ଆଉ ଦୂରେଇ ଦୂରେଇ ରହୁଥିଲେ। ସୁରେଶ ସବୁବେଳେ ଝିଅଙ୍କ ସହ ମିଶିବାକୁ ପସନ୍ଦ କରୁନଥିଲା। ସେ ବହୁତ୍ କମ୍ କଥା ହେଉଥିଲା ଝିଅ ମାନଙ୍କ ସହ। ସିବୁନ୍ କିନ୍ତୁ ସ୍ୱାର୍ଥ ହାସଲ କରିବାର ମାଷ୍ଟର। ସିଏ ସ୍ଥାନ, କାଳ, ପାତ୍ର ଦେଖି ମିଶାମିଶି କରୁଥିଲା। ଆଉ ପ୍ରକାଶ କିନ୍ତୁ ସମସ୍ତଙ୍କ ସହ ବହୁତ୍ ଭଲ ଭାବରେ ମିଶୁଥିଲା। ଏବେ ପ୍ରକାଶ, ସିବୁନ୍,ସୁରେଶଙ୍କର ସପ୍ତମ ସରିଗଲା। ସମସ୍ତେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଲେ। ରତନପୁର ପଞ୍ଚାୟତ ହାଇସ୍କୁଲ୍ ସେ ପଞ୍ଚାୟତର ଏକମାତ୍ର ସରକାରୀ ଉଚ୍ଚ ବିଦ୍ଯାଳୟ। ତେଣୁ ପାଖ ଗାଁମାନଙ୍କରୁ ଅନେକ ନୂଆ ପୁଅ ଝିଅ ମଧ୍ଯ ନାମଲେଖାଇଲେ। ତାପରେ... କ୍ରମଶଃ...।

