STORYMIRROR

Priyaranjan Biswal

Abstract Romance Others

4  

Priyaranjan Biswal

Abstract Romance Others

ମାୟା ମରିଚିକା (ଚତୁର୍ଥ ଅଂଶ)

ମାୟା ମରିଚିକା (ଚତୁର୍ଥ ଅଂଶ)

3 mins
210


  ନବମ ଶ୍ରଣୀର ଆରମ୍ଭରୁ ପ୍ରକାଶ, ସୁରେଶ, ସିବୁନ୍,ଆଉ ସେମାନଙ୍କ ସହ ତାଙ୍କ ଶ୍ରେଣୀର ଧର୍ମେନ୍ଦ୍ର, ନଟିଆ, ହାପି, ସେଲି, ସର, ମାମୁନି ଆହୁରି ଅନେକ ପିଲା ଗୋଟିଏ ଜାଗାରେ ଟିଉସନ୍ ହେଉଥିଲେ। ସକାଳେ ରବି ସାରଙ୍କ ପାଖରେ ଗଣିତ ଓ ବିଜ୍ଞାନ ଏବଂ ରାତିରେ ସଞ୍ଜୟ ସାରଙ୍କ ପାଖରେ ଇଂରାଜୀ, ଇତିହାସ ଓ ଭୂଗୋଳ ପଢୁଥିଲେ। ରବି ସାର ପିଲାଙ୍କ ଶୃଙ୍ଖଳା ଉପରେ ଅନେକ ଧ୍ଯାନ ଦେଉଥିଲେ। ପିଲାମାନେ ତାଙ୍କୁ ବହୁତ୍ ଭୟ କରୁଥିଲେ। କିନ୍ତୁ ସଞ୍ଜୟ ସାର ଥିଲେ ଛାତ୍ର ବତ୍ସଳା ସେ କେତେବେଳେ ପିଲାଙ୍କ ସହ ସାଙ୍ଗ ଭଳି ବ୍ଯବହାର କରୁଥିଲେ ତ କେତେବେଳେ ଅଭିଭାବକ ପରି ଆକଟ କରନ୍ତି। ପିଲାମାନେ ତାଙ୍କ ସହ ସହଜରେ ମିଶି ପାରୁଥିବାରୁ ତାଙ୍କୁ ବହୁତ୍ ପସନ୍ଦ କରନ୍ତି।


   ସବୁବେଳେ ଥଟ୍ଟା ପରିହାସର ପାତ୍ର ହେବାପରେ ଦିନେ ପ୍ରକାଶ ଠାକୁରଙ୍କ ପାଖରେ କାନ୍ଦି କାନ୍ଦି କହିଲା ପ୍ରଭୁ ତୁମେ ମତେ ଏଇ ଦୁନିଆକୁ କାହିଁକି ପଠେଇଲ? ନା ମୋର ଭଲ ପାଠ ହଉଛି, ନା ମୁଁ ଭଲ ଖେଳିପାରୁଛି। ମୋ ବାପାଙ୍କର ବି ଟଙ୍କା ପଇସା କିଛି ନାହିଁ। ମୋର କେହି ଭଲ ସାଙ୍ଗ ନାହିଁ ଯିଏ ମୋ ମନକୁ ବୁଝିବ। ଏମିତିକି ମର ଗୋଟେ ଭଉଣୀ ବି ନାହିଁ। ପ୍ରଭୁ ମୁଁ କେଉଁ ଜନ୍ମରେ କି ପାପ କରିଥିଲି ମତେ ଏତେ ଦୁଃଖ କଷ୍ଟ କାହିଁକି ଦେଉଛ? ମୁଁ ଆଉ ସହି ପାରୁନି ପ୍ରଭୁ। ଶ୍ରେଣୀରେ ସାର୍ ପଢେଇଲା ବେଳେ କହୁଥିଲେ କି ଭଗବାନ୍ ସବୁ ମଣିଷକୁ କିଛିନା କିଛି ବିଶେଷ ଗୁଣ ଦେଇଥାନ୍ତି, ଖାଲି ତାକୁ ଖୋଜି ବାହାର କରିବାର ଆବଶ୍ଯକତା ଅଛି। କିନ୍ତୁ ମୁଁ ଜାଣିପାରୁନି ମୋ ପାଖରେ କଣ ଅଛି? ପ୍ରଭୁ ଆପଣ କଣ ଏଥିରେବି ମତେ ଠକି ଦେଇଛନ୍ତି? ଏତିକି ବେଳେ ପ୍ରକାଶର ମା ପ୍ରକାଶକୁ ଖାଇବା ପାଇଁ ଡାକିଲେ। ପ୍ରକାଶ ଖାଇବାକୁ ଯାଇ ଦେଖିଲା ତା ମା ତାକୁ ପଖାଳ ଭାତ ଆଉ ଆମ୍ବୁଲ ଖଣ୍ତେ ତା ସହ ଶୁଖିଲା ଲଙ୍କା ଦେଇଛନ୍ତି। ଯେତେବେଳେ ପ୍ରକାଶ ଆମ୍ବୁଲ ଓ ଲଙ୍କାକୁ ଦଳିଲା, ସେ ସତ ଚେଷ୍ଟା କରି ମଧ୍ଯ ଲଙ୍କାଟିକୁ ଛିଡେଇ ପାରିଲାନି। ତାପରେ ହଠାତ୍ କହିଲା - ବୋଉ ଯାହା ଦେଲା ହରଷେ, ପାଉ ପାଉ ଗଲା ବରସେ। ଦେଲା ଏମନ୍ତ ଲଙ୍କା, ଛିଣ୍ତୁନାହିଁ ହାତ ମୋର ହେଲାଣି ବଙ୍କା। ତାପରେ ସେ ଖୁସି ହେଇଗଲା ଆଉ ଭାବିଲା ଠାକୁର ବୋଧେ ମତେ କବିତା ଲେଖିବା ଶକ୍ତି ଦେଇଛନ୍ତି। ତେଣୁ ସେ ଲେଖିବାକୁ ଚେଷ୍ଟା କରି କିଛିମାତ୍ରାରେ ସଫଳ ହେଲା। ତେଣୁ ତାପରେ କବିତା ଲେଖିବା ପାଇଁ କାଗଜ ଖଣ୍ତେ ଓ କଲମ ଧରି ତା ଘର ଠାରୁ କିଛିଦୂରରେ ଥିବା ପଡିଆ ପାଖରେ ଏକ ଓଉ ଗଛ ଉପରକୁ ଚାଲିଯାଏ। ଏବଂ କବିତା ଲେଖେ।


ସନ୍ଧ୍ଯାରେ ଯେତେବେଳେ ଇଂରାଜୀ ଟିଉସନକୁ ଯାଆନ୍ତି କିଛି ସମୟ ପଢିବା ପରେ ସାର୍ ଦେଇଥିବା ପାଠ କରି ଖାତା ଦେଇ ପ୍ରଥମେ ସବୁ ଝିଅମାନେ ବାହାରକୁ ଯାଆନ୍ତି। ତାପରେ ସବୁ ପୁଅ ମାନେ ବାହାରକୁ ଯାଆନ୍ତି। ଆଉ ବାହାରୁ ଜାଣିସୁଣି ପୁଅମାନେ ବୁଲାବୁଲି କରି ବିଳମ୍ବରେ ଟିଉସନ୍ କୁ ଫେରନ୍ତି ସେତେବେଳକୁ ସାରଙ୍କର ଖାତା ଦେଖା ସରି ଯାଇଥାଏ। ଆଉ ପହଞ୍ଚିଲା ପରେ ଛୁଟି। ପ୍ରତିଦିନ କିନ୍ତୁ ପୁଅମାନେ ଯେତେବେଳେ ବାହାରକୁ ଯାଆନ୍ତି ସିବୁନ୍ ଜାଣିଶୁଣି ପ୍ରକାଶ ଉପରେ ହିଁ ପରିଶ୍ରା କରେ। ପ୍ରଥମେ ପ୍ରକାଶ ମଜା ବୋଲି ଭାବି କିଛି ନକହି ଧୋଇଧୁଆ ହେଇ ପଳେଇ ଆସିଲା। କିନ୍ତୁ ଏପରି ପ୍ରତ୍ଯେକ ଦିନ ସିବୁନ ପ୍ରକାଶ ଉପରେ ପରିଶ୍ରା କରିବାରୁ ଦିନେ ପ୍ରକାଶ ସାରଙ୍କ ନିକଟରେ ସିବୁନ ନାଁରେ ଅଭିଯୋଗ କଲା। ସାର୍ ବି ସିବୁନକୁ ଏପରି ନକରିବାକୁ ବହୁତ୍ ବୁଝେଇଲେ। ମାତ୍ର ତାପରେ ସିବୁନ୍ ପ୍ରକାଶ ଉପରେ ରାଗ ସୁଝେଇବାକୁ ଯାଇ ତାକୁ ଦୌଡେଇ ଦୌଡେଇ ଆହୁରି ଅଧିକ ମାତ୍ରାରେ ତା'ଉପରେ ପରିଶ୍ରା କରିବାକୁ ଲାଗିଲା। ଶେଷରେ ପ୍ରକାଶ ଆଉ ଅନ୍ଯ କିଛି ଉପାୟ ନପାଇ ସବୁ ପିଲାଙ୍କ ସହ ବାହାରକୁ ଯିବା ପରିବର୍ତ୍ତ ସମସ୍ତଙ୍କ ପୂର୍ବରୁ ନହେଲେ ସମସ୍ତେ ଆସିବା ପରେ ବାହାରକୁ ଗଲା।


    ସବୁଦିନ ପରି ପ୍ରକାଶ ଦିନେ ସ୍କୁଲ୍ ରୁ ଘରକୁ ଫେରି ବହି ବସ୍ତାନୀ ଫିଙ୍ଗିଦେଇ, କାଗଜ ଖଣ୍ତେ ଆଉ କଲମ ଖଣ୍ତେ ଧରି ବାହାରିପଡିଲା ପଡିଆ ପାଖର ସେଇ ଓଉଗଛ ନିକଟକୁ। ବଟରେ ଯାଉଯାଉ ଦେଖିଲା କି ତା ପାଖ ସାହିର ଝିଅ ମାନଙ୍କ ସହ ଗୋଟେ ନୂଆ ସୁନ୍ଦରୀ ଝିଅଟିଏ କିଏ ଯାଉଛି। ସେତେବେଳେ ଗାଁର ଲୋକମାନେ ଏତେ ମାତ୍ରାରେ ଶୌଚାଳୟର ବ୍ଯବହାର କରୁନଥିଲେ। ପ୍ରୟ ସମସ୍ତେ ଖୋଲା ପଡିଆରେ ମଳତ୍ଯାଗ କରୁଥିଲେ। ଗାଁ ଲୋକମାନେ ବି ଏହାର କୁପରିଣାମ ବିଷୟରେ ସଚେତନ ନଥିଲେ । ପ୍ରତିଦିନ ସେଇ ଝିଅମାନେ ବାହାରକୁ ଯାଆନ୍ତି। ବେଳେବେଳେ ପ୍ରକାଶ ସେମାନଙ୍କୁ ବାଟରେ ଭେଟେ। କିନ୍ତୁ ତାଙ୍କ ସହ ଯାଉଥିବା ସେ ଝିଅଟିକୁ ସେ ଆଗରୁ କେବେ ଦେଖିନଥିଲା। ସେ ଝିଅଟି କିନ୍ତୁ ପ୍ରକାଶକୁ ବୁଲିବୁଲି ଦେଖି ହସୁଥିଲା। ହସି ହସି ସିଏ ସେହି ଝିଅ ମାନଙ୍କ ସହ ତା ବାଟରେ ଚାଲିଗଲା। ପ୍ରକାଶ କିଛି ବଝି ପାରିଲା ନାହିଁ। ଭାବିଲା ମୁଁ ତ ୟାକୁ ଜାଣିନି ଇଏ ମତେ ଦେଖି ହସୁଛି କାହିଁକି? ସେତେବେଳେ ପ୍ରକାଶର ଅଧିକାଂଶ ସମୟ ପ୍ଯାଣ୍ଟର ଚେନ୍ ଖୋଲା ରୁହେ। କାରଣ ସେ ଚେନ୍ ଦେବାକୁ ଭୁଲିଯାଏ। ତେଣୁ ପ୍ରକାଶ ଭାବିଲା ମୋ ପ୍ଯାଣ୍ଟ ଚେନ୍ ଖୋଲା ନାହିଁତ? ଚେକ୍ କରି ଦେଖିଲା ସବୁ ଠିକ୍ ଅଛି। ଏବେ ପ୍ରକାଶ ଚିନ୍ତାରେ ପଡିଗଲା କିଏ ସେ ଝିଅ? ସିଏ ତାକୁ ଦେଖି କାହିଁକି ହସୁଥିଲା? ଏହି ସବୁ କଥା ଭାବି ଭାବି ପ୍ରକାଶ ତା ବାଟରେ ଆଗକୁ ଚାଲିଲା। ତାପରେ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract