ମାଟିର ମଣିଷ
ମାଟିର ମଣିଷ
ଦିଦି ଦିଦି ଟିକେ ଶୁଣିଲ ଆସ ଦେଖିବ ଏଠାରେ ଏକ ସଭା ଆୟୋଜିତ ହୋଇଛି ଆଉ ସେ ସଭାରେ ଅନେକ ପ୍ରକାର ବୃଦ୍ଧ ଵୃଦ୍ଧି ଲୋକମାନେ କଣ କଣ ସବୁ କହୁଛନ୍ତି l କିନ୍ତୁ ସେଠାକୁ କେହି ଯାଉ ନାହାନ୍ତି ଗଲେ ମଧ୍ୟ ସଙ୍ଗେସଙ୍ଗେ ଚାଲି ଆସୁଛନ୍ତି l ଦିଦି ଚାଲନା ଆମେ ଟିକେ ଯାଇ ଦେଖିବା l
କୁନି ଝିଅଟିର ଏପରି ଉତ୍ସାହ ଦେଖି ପିଙ୍କି ମଧ୍ୟ ସେଠାକୁ ଗଲା l ଯାଇ ଦେଖେ ତ ସେଠାରେ ଅନେକ ଭଦ୍ର ବ୍ୟକ୍ତି ନିଜ ନିଜ ଅଭିଭାଷଣ ପ୍ରଦାନ କରୁଛନ୍ତି, ତାହା ପୁଣି ଏଇ ଆମ ମାଟିର ମଣିଷ ବିଷୟରେ l କିଛି ସମୟ ଶୁଣିବା ପରେ କୁନି ତା ଦିଦିକୁ ପଚାରେ ଦିଦି ଆମେ କାହିଁକି ମାଟିର ମଣିଷ ଆମେ ତ ମାଟିରେ ତିଆରି ନୁହଁ ନା ତାହେଲେ କେମିତି ଆମେ ମାଟିର ମଣିଷ ?
ଏହାପରେ ପିଙ୍କି କୁନିକୁ କୁହେ ତୁ ଆଗ ଶୁଣ ଏଠାରେ କଣ ସବୁ କହୁଛନ୍ତି, ତାପରେ ମୁଁ ତୋତେ ଘରେ ସବୁକିଛି ବୁଝାଇ କହିବି l କୁନି ମନଦେଇ ଶୁଣେ ଆଉ ଶେଷ ସମୟେ ପଚାରେ ଦିଦି ମୁଁ ଶୁଣିଲି ସେ କହିଲେ ଆମେ ମାଟିର ଯତ୍ନ ନେବା କିନ୍ତୁ ଆମେମାନେ ତ ମାଟିର ଯତ୍ନ ନେଉ ନାହାନ୍ତି l ଆମେ ବୃକ୍ଷ ରୋପଣ କଲେ ସିନା ମାଟିର ଯତ୍ନ ନେଇପାରିବା କିନ୍ତୁ ଆମେ ତ ବୃକ୍ଷ କୁ କାଟି ନଷ୍ଟ କରିଦେଉଛନ୍ତି l କରିବାନି ଵା କିପରି ଯଦି ବୃକ୍ଷ ନ କାଟିଲେ ତ ଗରିବ ଲୋକ ମାନେ ଘର କେମିତି କରିବେ ?ଆମେ ଖଟ ପଲଙ୍କ କେମିତି ତିଆରି କରିବା ଦିଦି ? ଆଉ ଯଦି ଆମେ ବୃକ୍ଷ କାଟିବା ତ ମୃତ୍ତିକା ବର୍ଷା ଜଳରେ ଧୋଇ ହୋଇ ଯାଇ ନଦୀ ନାଳରେ ମିଶିଯିବ l ଆଉ ମାଟି ନଷ୍ଟ ହୋଇଯିବ l
ପିଙ୍କି କୁହେ ଆରେ କୁନି ଆମେ ସେସବୁ ତିଆରି କରିବା ପାଇଁ ବୃକ୍ଷକୁ କାଟିବା କିନ୍ତୁ ତା ବଦଳରେ ଆମେ ଆହୁରି ଅନେକ ବୃକ୍ଷ ରୋପଣ କରିବା ତାହେଲେ ଆମ ମାଟି ନଷ୍ଟ ହେବନି l ଆଚ୍ଛା ଦିଦି କିନ୍ତୁ ସତରେ ଖରାଦିନେ ଆମେ ମାଟି ପାତ୍ର ରେ ଜଳ ରଖି ସେବନ କଲେ ବହୁତ ଥଣ୍ଡା ଆଉ ଖୁବ୍ ଆନନ୍ଦ ମିଳିଥାଏ l ହଁ ହଁ ଦିଦି ଆମେ ମାଟିର ମଣିଷ ଆମେ ମାଟି ଉପରେ ବସବାସ କରୁଛେ ସବୁକିଛି କରୁଛେ l ଆଉ ଶେଷରେ ସେଇ ମାଟିରେ ହିଁ ମିଶୁଛେ l ହେଲେ ଦିଦି ଆମେ ମାଟି କୁ ଯେତେ କଷ୍ଟ ଦେଲେ ମଧ୍ୟ ସେ କାହିଁକି ଆମକୁ କିଛି କୁହେ ନାହିଁ ଏଇଥି ପାଇଁକି ଆମେ ତା ନିଜ ଲୋକ ବୋଲି ଆମେ ମାଟିର ମଣିଷ ବୋଲି l କାରଣ ଗାଁ ରେ ମୁଁ ଦେଖିଛି ନିଜ ଲୋକ ଭୁଲ୍ କଲେ କିଛି ନକହି ସମସ୍ତେ କ୍ଷମାକରିଦିଅନ୍ତି l ସେଇଥି ପାଇଁ ନା ଦିଦି ? ଦିଦି ଦିଦି ଦେଖ ଦେଖ ସେଠାରେ ଲୋକେ ମାଟିରେ ରାସାୟନିକ ସାର ପ୍ରୟୋଗ କରୁଛନ୍ତି ଚାଲ ତାଙ୍କୁ ବାରଣ କରିବା l
ଆରେ ବାଃ କୁନି ତୁ ତ ବହୁତ କିଛି ଜାଣିଗଲୁ ଏ ମାଟି ବିଷୟରେ l
ଆରେ ଦିଦି ଜାଣିବିନି କେମିତି ମୁଁ ପରା ମାଟିର ମଣିଷ l
