ଭାବର ବନ୍ଧନ
ଭାବର ବନ୍ଧନ
ପ୍ରିୟା କାନ୍ଦି କାନ୍ଦି ବସିଥାଏ ସେଇ ଘର ପିଣ୍ଡାରେ l ମନେ ଭାବୁଥାଏ ମୋର ବି ଗୋଟେ ଭାଇ ଥାଆନ୍ତା ନି ମୁଁ ବି ଆଜି ରାକ୍ଷୀ ବାନ୍ଧିଥାନ୍ତି l ପୁଣି ଭାବିଛି ଏ ରାକ୍ଷୀ କାହିଁକି ବାନ୍ଧନ୍ତି ଭାଇକୁ l ସେ ତାପରେ ଆଖିରୁ ଲୁହ ପୁଛି ଦେଇ ଯାଇ ତା ମାଆ କୁ ପଚାରେ ମାଆ ଏ ରାକ୍ଷୀ କାହିଁକି ଭାଇକୁ ବାନ୍ଧନ୍ତି ଆଉ ମୋର ତ ଭାଇ ନାହିଁ ମୁଁ କାହାକୁ ବାନ୍ଧିବି? ତା ମାଆ କୁହନ୍ତି ଆରେ ଏ ରାକ୍ଷୀ ହେଉଛି ରକ୍ଷାର ବନ୍ଧନ ଯାହାକୁ କୁହନ୍ତି ମଧ୍ୟ ଭାବର ବନ୍ଧନ l ଏ ରାକ୍ଷୀ ଭାଇ ହାତେ ବାନ୍ଧିଲେ ଏ ରାକ୍ଷୀ ସାକ୍ଷୀ ରହିଥାଏ ଭଉଣୀର ସବୁ ବିପଦ ସମୟରେ ଭାଇ ତାକୁ ସାହାର୍ଯ୍ୟ କରିବ l ଏବେ ପୁଣି ପ୍ରିୟା ପଚାରେ ଆଚ୍ଛା ମାଆ ମୁଁ କାହାକୁ ବାନ୍ଧିବି ଏ ରାକ୍ଷୀ ଵା ଭାବର ଡୋର l ମାଆ ଟିକେ ଦୁଃଖି ହେଇଯାଆନ୍ତି ଆଉ କୁହନ୍ତି ଆରେ ମାଆ ତୁ ଛୋଟ ଥିଲୁ ବେଳେ ଏକ ଭାବର ଡୋର ତୁ ତ ଭାଇ ହାତେ ବାନ୍ଧିଥିଲୁ ଦୁହେଁ ଖୁବ୍ ଖୁସିରେ ଦିନ ବିତାଉ ଥିଲ ଥଟା ମଜ୍ଜା ଅନେକ କରୁଥିଲି l ଦିନକର କଥା ତୋ ବାପା ମୁଁ ତୁ ଆଉ ତୋ ଭାଇ ମିଶି ଆମେ ବୁଲିବାକୁ ଯାଇଥିଲୁ l ହଠାତ୍ ସେ କୁଆଡେ ଚାଲିଗଲା ଯେ ଆମେ ଯେତେ ଖୋଜିଲେ ମଧ୍ୟ ଆଉ ପାଇଲୁନି l ପୋଲିସ uncle ମାନେ ମଧ୍ୟ ବହୁତ ଖୋଜିଲେ ହେଲେ ତାକୁ ଆଉ ପାଇଲୁନି ଆମେ l ତୁ ମଧ୍ୟ ତୋ ଭାଇ କୁଆଡେ ଗଲା କହି କାନ୍ଦୁଥାଉ ଜିଦ୍ଧି କରୁଥାଉ ଭାଇ ପାଖକୁ ଯିବୁ ବୋଲି l ଏସବୁ ଶୁଣି ପ୍ରିୟା ଦୁଃଖକରେ ତା ମାଆ କୁ ପୁଣି ପଚାରେ ଭାଇ କଣ ଆଉ ଆସିବନି l ଆମେ କଣ ତାର ମନେ ପଡୁନଥିବା ? ପ୍ରିୟା ର ମାଆ କୁହନ୍ତି ଭଗବାନ ଯଦି ଚାହିଁବେ ଆମେ ତାକୁ ପାଇବା ରେ ମାଆ l ପ୍ରାୟ ଏକ ବର୍ଷ ହେଇଗଲା ଆଜକୁ ତଥାପି ଆମେ ତାକୁ ପାଇ ପାରୁନୁ l
. ପ୍ରିୟା କୁହେ ମାଆ ବାପାଙ୍କୁ ଡାକ ଚାଲ ଆମେ ଆଜି ମନ୍ଦିର ଯିବା l ଥାକୁରଙ୍କ ପାଖେ ପ୍ରାର୍ଥନା କରିବା ସେ ଆମ ଭାଇକୁ ଆମ ପାଖକୁ ନେଇ ଆସିବେ l ପ୍ରିୟାର କଥା ଶୁଣି ତା ମାଆ ଙ୍କ ଆଖିରୁ ଲୁହ ଝରିଯାଏ l କିନ୍ତୁ ଲୁହ ପୁଛିଦେଇ ସଙ୍ଗେ ସଙ୍ଗେ ମନ୍ଦିର ବାହାରି ଯାଆନ୍ତି l ସମସ୍ତେ ମିଶି ମନ୍ଦିର ଗଲେ l ମନ୍ଦିରରେ ପ୍ରିୟାର ମାଆ ବାପା ଆଖି ବୁଜି ପ୍ରାର୍ଥନା କରିବା ସମୟେ ପ୍ରିୟା ମନ୍ଦିର କାହିଁକି କେଜାଣି ମନ୍ଦିରରୁ ବାହାରି ଆସେ l ମନ୍ଦିର ବାହାରେ ତା ବୟସର ଏକ ଛୁଆ କୁ ଦେଖେ ଓ ତା ହାତେ ରାକ୍ଷୀ ବାନ୍ଧିଦିଏ l ସେତିକି ବେଳେ ପ୍ରିୟା କୁ ଦେଖିନପାରି ତା ବାପା ମାଆ ବହୁତ ଦୁଃଖିତ ଥିଲେ l ମନ୍ଦିର ବାହାରେ ଆସି ଦେଖନ୍ତି ତ ସେ କାହାକୁ ଭାବର ବନ୍ଧନ ଟିଏ ବାନ୍ଧୁଛି l ପାଖକୁ ଯାଇ ଦେଖନ୍ତି ତ ସେ ଆଉ କେହି ନୁହଁ ତାଙ୍କରି ପୁଅ l ଛୋଟ ବେଳେ ତା ବେକରେ ଯେଉଁ ଲକେଟ୍ ପିନ୍ଧେଇଥିଲେ ସେଇ ଲକେଟ୍ ପିନ୍ଧିଛି ଆଉ ପ୍ରିୟା ମଧ୍ୟ l ହାତରେ ପ୍ରିୟା ବାନ୍ଧିଥିବା ଭାବର ବନ୍ଧନ ମଧ୍ୟ ଅଛି ଏକ ବର୍ଷ ବିତିଗଲେ ମଧ୍ୟ ଭାବର ବନ୍ଧନ ଆଜି ବୋଧେ ପ୍ରିୟା ଓ ତା ଭାଇକୁ ଏକାଠି କରିଛି l ପ୍ରିୟା ଖୁସିରେ ତା ଭାଇ ହାତେ ଆଉ ଏକ ଭାବର ବନ୍ଧନ ବାନ୍ଧେ ଓ ସଭିଏଁ ମିଶି ତାକୁ କୋଳେଇ ନିଅନ୍ତି l

