ଏ ଯୁଗର ଦାନୀ ବୀର
ଏ ଯୁଗର ଦାନୀ ବୀର
ଏଇଟି ଶୁଣୁଛ କହି ଡାକ ପକାନ୍ତି ମିନିର ମାଆ । ମିନିର ବାପା ଘର ଭିତରେ ତାଙ୍କ କିଛି ଅଫିସ କାମ କରୁଥିଲେ ମିନି ମାଆ ର ଡାକଶୁଣି ବାହାରିଲେ ଦେଖିଲେ ଘର ନିକଟେ ଏକ ଗରିବ ବୃଦ୍ଧ ଲୋକଟିଏ ଛିଡା ହୋଇଛି । ମିନିର ବାପାଙ୍କୁ ଆଉ କିଛି କହିବା ପୂର୍ବରୁ ସେ ବୁଝି ଯାଇଥିଲେ ଯେ ମିନିର ମାଆ କିଛି ଟଙ୍କା ଦେବାକୁ କହିବେ ବୋଲି । ତେଣୁ ମିନିର ବାପା ପୁଣି ଘର ଭିତରକୁ ଚାଲିଗଲେ । କିନ୍ତୁ ଏସବୁ ମିନି ଦେଖୁଥାଏ ସେ ଛୋଟ ହେଲେ ମଧ୍ୟ ସାହାର୍ଯ୍ୟକାରୀ ଓ ଧାର୍ମିକ । ତେଣୁ ସେ କାହାକୁ କିଛି ନକହି ତାପାଇଁ ଆସିଥିବା ବିସ୍କୁଟ ଓ ଫଳ ସବୁ ନେଇ ତାଙ୍କୁ ଦେଇଦେଲା । ମିନି ମାଆ ମିନିର ଏପରି କାମ ଦେଖି ଖୁବ୍ ଖୁସିହେଲେ । ମିନି ମାଆ କିଛି କରିପାରୁନଥିଲେ କିନ୍ତୁ ସବୁକିଛି କହି ପାରୁଥିଲେ ।
ଦିନକର ଘଟଣା ପ୍ରାୟ ୧୯ ବର୍ଷର ଝିଅଟିଏ ଏକ ଦାମୀ ପୋଷାକ ପିନ୍ଧିବା ସହ ହାତରେ ଦାମୀ ଘଣ୍ଟା ଓ ପାଦରେ ବହୁ ଉଚ୍ଚ ଚପଲ୍ ପିନ୍ଧି ଏକ ହୋଟେଲ୍ ରେ ବିଭିନ୍ନ ପ୍ରକାର ଖାଦ୍ୟ ଭୋଜନ କରୁଥାଏ । ସେଠାରେ ପ୍ରାୟ ଯେତେବି ଲୋକ ଥିଲେ ଅଧିକାଂଶ ଲୋକ ନିଜ ଖାଇବା ଛାଡି ସେ ଝିଅ କୁ ଚାହୁଁଥିଲେ । ସେ ଝିଅଟି ଦାମୀ ପୋଷାକ ପିନ୍ଧିଥିଲା ସତ କିନ୍ତୁ ସେ ପୋଷାକ ବହୁତ ଛୋଟ ଥିଲା । ସେ ଝିଅ ଯେତେବେଳେ ଭୋଜନ ସାରି ଟଙ୍କା ଦେବାକୁ ଗଲା ତ ଟଙ୍କା ଖୋଜି ପାଉ ନଥାଏ ଏସବୁ ଦେଖି ସେଠାରେ ଥିବା ଦୟାଳୁ ବ୍ୟକ୍ତି ଙ୍କ ମନେ ଦୟା ଭରିଗଲା । କେକୁହେ ମୁଁ ଟଙ୍କା ଦେଇଦେବି ତ ଆଉ କିଏ କୁହେ ମୁଁ ଦେଇଦେବି । ସେଠାରେ ମିନି ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ମନେ ଭାବିଲା ସେଦିନର ଗରିବ ଲୋକଟିଏ ଯଦି ଏଠାରେ ଥାଆନ୍ତେ ଏ ଦୟାଵାନ୍ ବ୍ୟକ୍ତି ଗଣ ତାଙ୍କୁ ବହୁ ପ୍ରକାର ସାହାର୍ଯ୍ୟ କରିଥାନ୍ତେ । ମିନି ଠିକ୍ ଏଇସମୟରେ ହୋଟେଲ୍ ବାହାରେ ସେ ବୃଦ୍ଧ ଲୋକଟି ବସିଥିବାର ଦେଖିଲା ମିନି ତାଙ୍କୁ ଦେଖି ଭାରି ଖୁଇହୋଇଗଲା । ମିନି ତା ବାପାଙ୍କୁ କହିଲା ବାପା ଆମେ ଏଠାରେ କିଛି ସମୟ ବିତେଇବା ତାପରେ ଯିବା । ମିନି କଥାରେ ତା ବାପା ମଧ୍ୟ ରାଜି ହୋଇଗଲେ । ଏହା ପରେ ପରେ ହିଁ ସେଠାରେ ଥିବା ଲୋକମାନେ ହୋଟେଲ୍ ରୁ ବାହାରି ଆସିଲେ କିନ୍ତୁ ସେ ବୃଦ୍ଧ ଲୋକପ୍ରତି କାହାମନେ ଟିକେ ଦୟା ନଥାଏ । ଏସବୁ ଘଟଣା ଦେଖି ମିନି ଆଶ୍ଚର୍ଯ୍ୟ ହୋଇଗଲା ସେ କିଛି ବୁଝି ପାରିଲା ନାହିଁ ।
ତେଣୁ ସେ ସେଠାରେ ସେ ବୃଦ୍ଧଙ୍କୁ କିଛି ଟଙ୍କା ଓ କିଛି ଖାଦ୍ୟ ଦେଇ ସେଠାରୁ ବାହାରି ଆସିବା ସମୟରେ ସେ ଦେଖିଲା ସେ ବ୍ୟକ୍ତି ମାନେ ସେ ଝିଅକୁ କହୁଥାନ୍ତି ମ୍ୟାମ କଉଠି ଆପଣ ଯିବେ ଆପଣ କାହିଁକ କଷ୍ଟ କରିବେ ଆମେ ନେଇ ଘରେ ଛାଡିଦେବୁ । କିନ୍ତୁ ସେ ପାଖରେ ଏକ ଗର୍ଭବତୀ ସ୍ତ୍ରି ଲୋକଟି ମନ୍ଦିରରୁ ଘରକୁ ଫେରୁଥାନ୍ତି ସେ ବୃଦ୍ଧ ଲୋକଙ୍କୁ ଦେଖି ସେ ସ୍ତ୍ରି ଲୋକ କିଛି ଦେବାକୁ ଚାହିଁଲେ ହେଲେ କରିବେ ବା କଣ ସେ ନୋଇଁ ପାରୁନଥାନ୍ତି ତଥାପି ସେ ନିଜେ କଷ୍ଟ ପାଇଲେ ମଧ୍ୟ କିଛି ଦେଲେ । କିନ୍ତୁ ସେ ସେଠାରୁ ଆଉ ଆସି ପାରିଲେନି ତାଙ୍କ ଖୁବ୍ ଜୋରରେ କଷ୍ଟ ହେଲା ହେଲେ ଏସବୁ ଦେଖି କେହି ଆସିଲେନି । ଘରେ ନେଇ ଛାଡ଼ିଦେବା ତ ଦୂର କଥା କଣ ହେଲା ବୋଲି ବି କେହି ପଚାରିବାକୁ ଲୋକ ନଥିଲେ । କିନ୍ତୁ ସେ ଗରିବ ବୃଦ୍ଧ ଲୋକଟି ତାଙ୍କ ଭଙ୍ଗା ରିକ୍ସା ନେଇ ସେ ଗର୍ଭବତୀ ମହିଳାଙ୍କୁ ପାଖ ସରକାରୀ ଚିକତ୍ସାଳୟକୁ ନେଇ ଗଲେ । ମିନି ଘରକୁ ଆସି ଏସବୁ ବିଷୟରେ ବହୁତ ଚିନ୍ତାକଲା କିନ୍ତୁ ତାର ଉତ୍ତର ଖୋଜି ପାଉ ନଥାଏ ।
