କଲେଜ ସମୟ
କଲେଜ ସମୟ
ସୃତି ନୂଆ ନୂଆ କଲେଜ ଯାଇଥାଏ l ଖୁସି କହିଲେ ନସରେ ତାର l କାରଣ ସେ ଭାବେ କଲେଜ ଜୀବନ ସବୁଠାରୁ ଆନନ୍ଦମୟ l ତାର ଇଚ୍ଛା ମଧ୍ୟ ପୂରଣ ହେଇଯାଇଛି ସେ ନୂଆ କରି କଲେଜ ଯାଇଛି ପ୍ରଥମ ଦିନ ସେ ଅତି ସହଜେ ସଭିଙ୍କ ସହ ମିଶିଯାଏ l ହେଲେ କିଛି ଦିନ ବିତିଯିବା ପରେ ସେ ଦେଖିଲା ସଭିଏଁ ନିଜ ସ୍ୱାର୍ଥ ପାଇଁ ସବୁ କିଛି କରୁଛନ୍ତି l ଏଠାରେ ବନ୍ଧୁତା କେବଳ ଦୁଇ ଦିନ ପାଇଁ ପରି ଲାଗେ l କିନ୍ତୁ ସେ ଶୁଣିଥିଲା ବନ୍ଧୁତା କେବେ ହେଲେ ସ୍ୱାର୍ଥ ପାଇଁ ହୋଇନଥାଏ l ହେଲେ ଏ କଣ ଏଠାରେ ତ ସବୁ ଅଲଗା l ସେ ସମୟରେ ସ୍ମୃତି ପିଲାଦିନ କଥା ମନେ ପକାଇ ମନ ଦୁଃଖରେ ବସିଥାଏ l ହଠାତ୍ ତାର କେହି ଜଣେ ପିଲାଦିନର ବନ୍ଧୁ ଆସି ତାକୁ ଆଖି ବୁଝାଏ l ସ୍ମୃତି ଟିକେ ଚମକି ପଡେ କିଏ ବୋଲି ପଚାରେ l ତା ସାଙ୍ଗ କୁହେ ଆଚ୍ଛା କଲେଜ ଆସି ମୋତେ ଭୁଲିଗଲୁ ନା କିଏ ବୋଲି ପଚାରୁଛୁ l ସ୍ମୃତି ଏବେ ଜାଣିପାରେ କୁହେ ପ୍ରୀତି ତୁ ଆସିଛୁ ଦଶମ ପରୀକ୍ଷା ପରେ ମୁଁ ତୋତେ ବହୁତ ଖୋଜିଛି ହେଲେ ପାଇନି l ପ୍ରୀତି କୁହେ ମୁଁ ଜାଣିଛି ହେଲେ ତୁ ଆଗ କହ କେମିତି ଅଛୁ ? ସ୍ମୃତି କୁହେ ହଁ ଭଲଅଛି ହେଲେ ମନ ଜମ୍ମା ଭାଲନାହିଁ l ପ୍ରୀତି କାହିଁକି କଣ ହେଲା କି ତୋର ମନ ଭଲ ନାହିଁ l
ସ୍ମୃତି କୁହେ ଆରେ ମୋତେ ଭାରି ଏକା ଲାଗୁଛିରେ ପିଲାଦିନ କଥା ବହୁତ ମନେ ପଡୁଛି l ସେତେବେଳେ କେତେ ମଜା କରୁଥିଲେ କଥା କଥା ରେ ରାଗ ରୁଷା ଅଭିମାନ ହୁଏ କିନ୍ତୁ ପୁଣି ସଙ୍ଗେ ସଙ୍ଗେ ରାଗ ଉଭେଇ ଯାଏ l ହେଲେ ଜାଣିଛୁ ଏଠାରେ ରାଗ ରୁଷା ଅଭିମାନ ତ ଦୂର କଥା ଭଲ ସାଙ୍ଗଟିଏ ପାଉନି l ଭଲ ତ ସମସ୍ତେ କିନ୍ତୁ ଜାଣିଛୁ ସ୍ୱାର୍ଥ ସମୟେ ସଭିଏଁ ନିଜର ସାଜୁଛନ୍ତି ପୁଣି ଅସୁବିଧା ସମୟେ ଦୂରେଇ ଯାଉଛନ୍ତି l
ପ୍ରୀତି କୁହେ ଆରେ ସ୍ମୃତି ମୁଁ ଦେଖୁଛି ତୁ ବହୁତ ଚିନ୍ତା କରୁଛୁ l ଆଉ ଚିନ୍ତା କରିବା ଦରକାର ନାହିଁ ଏବେ ମୁଁ ଆସିଗଲିଣି ନା l
ଚାଲିଲୁ ଚାଲ୍ ବିଳମ୍ବ ହେଉଛି ଶିଘ୍ର କଲେଜ୍ ଯିବା ଚାଲ୍ l
ଯିବା ବାଟରେ ପ୍ରୀତି ପଚାରେ ଆଚ୍ଛା ତୋର ପଢାପଢି କେମିତି ଚାଲିଛି କହିଲୁ ? ସ୍ମୃତି କୁହେ ଶୁଣ ପ୍ରୀତି ଆଗରୁ ଭାବୁଥିଲି କଲେଜରେ କମ୍ ପଢିଲେ ହେଇଯିବ ହେଲେ ନାଇଁରେ ମୋତେ ତ ଅଧିକ ପଢିବା ପାଇଁ ପଡୁଛି l
ପୁଣି ପ୍ରୀତି କୁହେ ଆଚ୍ଛା ତୁ ତ କଲେଜ ଆସିବା ପାଇଁ ଭାରି ଛନଛନ ହେଉଥିଲୁ ଏବେ କଣ ହେଲା l ମନଦୁଃଖ କାହିଁକି କରୁଛୁ ଏବେ l ଶୁଣ ସ୍ମୃତି ତୁ ଅଧିକ ଚିନ୍ତା କରି ଦେଇଥିଲୁ ଆଉ ସେ ସବୁ ନଘଟି ଅଲଗା ଘଟିବାରୁ ତୁ ଏପରି କହୁଛୁ l
ସ୍ମୃତି କୁହେ ହଁ ମୁଁ ଭାବିଥିଲି କଲେଜ ଜୀବନ ଅତ୍ୟନ୍ତ ଆନନ୍ଦଦାୟକ ଏ କଥା ସତ, କିନ୍ତୁ କାହିଁକି କେଜାଣି ଏ କଲେଜ ଜୀବନ ଅତିବାହିତ କରିବା ସମୟେ ସେ ପିଲାଦିନ କଥା ବହୁତ ମନେ ପଡୁଛି l
