ମୋହ
ମୋହ
ଏ କେମିତି ମୋହ ଜାଣି ହୁଏନା ! ସତରେ ଭାରି ଚମତ୍କାର ଏ ଦୁନିଆର ମୋହ l ମୋହ ପାଇଁ ସଦା ପାଗଳ ହୁଅଇ ଏଇ ମନୁଷ୍ୟ l ସବୁ ବୁଝି ପାରୁଥିବା ସବୁ ଜାଣି ପାରୁଥିବା ଏ ମଣିଷର ହୃଦୟରେ ହଠାତ ପରିବର୍ତ୍ତନ ଲହରୀ ଖେଳି ଯାଇଥାଏ l ମୋହରେ ପଡି ଏ ମଣିଷ କିଛି ବୁଝି ପାରେନା କିଛି ଜାଣି ପାରେନା l ମୋହରେ ଯେତେବେଳେ ଯିଏ ବି ପଡିଛି ସଦା ପାଗଳ ହୋଇଛି l କେତେବେଳେ କିଏ ନିଜ ପରିବାର ପ୍ରତି ମୋହ ରଖି ସାରା ପୃଥିବୀ ବାସୀଙ୍କୁ ଅବିଶ୍ୱାସ କରିବା ସହ ପର ଭାବିଦିଏ l ଯେମିତି ନିଜ ପରିବାରର ଅନେକ ଭୂଲକୁ ଅଣଦେଖା କରି ଦେଇଥାଏ କିନ୍ତୁ ଅନ୍ୟ ଲୋକଙ୍କ ଗୋଟେ ଭୂଲ ହେଲେ ମଧ୍ୟ ତାଙ୍କୁ ଦଣ୍ଡ ଦେଇଥାଏ l ଆଉ କେବେ କେବେ କେହି ପ୍ରେମ ମୋହରେ ପଡି ବାପା ମାଆ ସାଙ୍ଗ ସାଥୀ ଭାଇ ଭଉଣୀ ଙ୍କୁ ଭୂଲି ଯାଇଥାଏ l ଯଥା ବାପା ମାଆ ସାଙ୍ଗ ସାଥି ଭଲ କଥାଟିଏ କହିଲେ ତାଙ୍କୁ ଭେଲ ଶୁଭାଯାଏ ଠିକ ରାସ୍ତା ଦେଖେଇଲେ ରାସ୍ତା ରେ କଣ୍ଟା ଦେଖାଯାଏ l କେବଳ ତାଙ୍କୁ ତାଙ୍କ ପ୍ରେମିକ ପ୍ରେମିକା ଙ୍କ କଥା ଠିକ ଲାଗିଥାଏ l ବେଳେ ବେଳେ ପୁଣି କେହି କେହି ଟଙ୍କା ମୋହରେ ପଡି ସଭିଙ୍କୁ ପର ଭାବି ଦେଇଥାଏ କେବଳ ନିଜ କଥା ହିଁ ଚିନ୍ତା କରିଥାଏ l ଆଉ କେବେ ପୁଣି ଜଣେ ନାରୀ ଧନ ମୋହରେ ପଡି ନିଜ ସ୍ୱାମୀ ଙ୍କୁ ଭୂଲି ଅନ୍ୟ ପୁରୁଷ ପାଖକୁ ଧାଇଁଥାଏ l କେବେ କେବେ ଲୋକେ ମଦ ମୋହରେ ପଡି ନିଜ ଜୀବନ ବର୍ବାଦ କରିବା ସହ ତା ପରିବାର କୁ କଷ୍ଟ ଯନ୍ତ୍ରଣା ଦେଇଥାଏ l
ମୋହରେ ପଡିଲେ ଯେ କେହିବି ଏତେ ପାଗଳ ହୋଇଯାଏ ଯେ ସେ ଯଦିଓ ଜାଣିପାରେ ସେ ଭୂଲ କରୁଛି କିନ୍ତୁ ତଥାପି ତା ପଛରେ ଥାଏ l ମଣିଷ ଜାଣିଥାଏ ମୋ ପାଖରେ ଇଏ ସବୁଦିନ ରହିବନି କିନ୍ତୁ ତଥାପି ତାକୁ ହିଁ ଚାହେଁ l ଯେତେବେଳେ ମନୁଷ୍ୟ ମୋହ ରେ ପଡ଼ିଯାଏ l
ବେଳେବେଳେ ମନୁଷ୍ୟ ତା ପରିବାର ମୋହରେ ପଡି ଭାବେ ତା ପରିବାର ତା ପାଇଁ ସବୁକିଛି l ଅନ୍ୟ କାହାର ଜୀବନ ଚାଲିଗଲେ ବି ତାର ଯାଇ ଆସେ ନାହିଁ କିଛି l ପୃଥିବୀ ବାସୀ ଚାଲିଗଲେ ପଛେ ଚାଲି ଯାଆନ୍ତୁ l କିନ୍ତୁ ତା ପରିବାର ସଦା ହସ ଖୁସିରେ ତା ପାଖରେ ଥାଆନ୍ତୁ l
ଯେବେ କେହି ପ୍ରେମ ମୋହରେ ପଡ଼ିଯାଏ ତାକୁ ତା ପ୍ରେମିକ ପ୍ରେମିକା ର କଥା ହିଁ ଭଲ ଲାଗିଥାଏ l ବେଳେବେଳେ କେହି ତାଙ୍କୁ ଭଲ କଥା କହି ତାଙ୍କୁ ଠିକ ରାସ୍ତା ଦେଖେଇଲେ ସେମାନେ ତାଙ୍କୁ ଭୁଲ୍ ବୁଝି ତାଙ୍କ ସହ ସମ୍ପର୍କ ତୁଟାଇ ଦିଅନ୍ତି l
ଏ ମାନବ ଯେବେ ମଦ ମୋହରେ ପଡ଼ିଯାଏ ସେ ତା ଘର ଜମିବାଡ଼ି ବିକ୍ରି କରି ମଦ ପଛରେ ଧାଏଁ l ତାକୁ ତା ମଦହିଁ ଜୀବନ ପରି ଲାଗେ l ମଦବିନା ତା ଜୀବନ ଚାଲିଯିବି କୁହେ l ଶେଷରେ ସେ ମଦ ମୋହରେ ପଡି ନିଜ ଜୀବନ ହରାଇ ବସେ ମନୁଷ୍ୟ ଯେବେ ଟଙ୍କା ମୋହରେ ପଡ଼ିଯାଏ ସେ ନିଜ ଖୁସିକୁ ଖୋଜିଥାଏ ସଭିଙ୍କୁ ପର କରିଦିଏ l ବେଳେବେଳେ ଧନ ସମ୍ପତି ପାଇଁ ପରିବାର ରେ ଭାଇ ଭାଇ ସହ ଝଗଡା ଦେଖାଯାଏ l
ଯେବେ କେହିଜଣେ ନାରୀ ମୋହରେ ପଡ଼ିଯାଏ ସେ ସଭିଙ୍କୁ ପର କରି ଦିଏ କିନ୍ତୁ ସେଇ ନାରୀ ଦିନେ ତାର ସବୁ ଧନ ସମ୍ପତି ଲୋଟି ସେ ପୁରୁଷ କୁ ସାରା ଦୁନିଆ ଆଗରେ ଦୋଷୀ କରି ଛିଡା କରିଦିଏ । ସତରେ ଏ ମୋହରେ ଯିଏବି ପଡିଛି ସେ ପାଗଳ ସାଜିଛି ସବୁ କିଛି ଭୂଲି ଶେଷରେ ମୋହ ପଛରେ ହିଁ ଧାଇଁଛି l
