STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ମାଟି ମାଆ

ମାଟି ମାଆ

2 mins
201

କ୍ଷେତରେ ଜଣେ ସ୍ତ୍ରୀ ଲୋକକୁ ଦେଖି ଅନୁଭବ ସେଦିନ ବାସ୍ତବିକ ଆଶ୍ଚର୍ୟ୍ଯ ହୋଇଯାଇଥିଲେ। ଗାଡ଼ି ଅଟକାଇ ସେ ସ୍ତ୍ରୀ ଲୋକଟି ପାଖକୁ ଗଲେ ଓ ତାଙ୍କ ସହିତ କଥାବାର୍ତ୍ତା ହୋଇ ଜାଣିବାକୁ ଚାହିଁଲେ ଏ କଷ୍ଟ କାମ ଆପଣେଇ, ଖରା ବର୍ଷା ଶୀତ କାକର ସହି କ୍ଷେତରେ କାମ କରିବା ପାଇଁ ଆପଣ କେଉଁଠୁ କାହାର କେବେ ପ୍ରେରଣା ପାଇଲେ। ଖୁବ୍ ଅଳ୍ପ ବୟର ସ୍ତ୍ରୀ ଲୋକଟି ଟିକେ ଚାହିଁଲା ଅନୁଭବକୁ ଆଉ ତିନିଗୋଟି ପ୍ରଶ୍ନର ଉତ୍ତର କେବଳ ଦେଇଥିଲା ଦୁଇଟି ଶବ୍ଦରେ," ଭାଗ୍ୟ"।

ଅନୁଭବ ପଛେ ପଛେ ତା ଘର ଲୋକ ଚାଲିଆସିଥିଲେ ତାଙ୍କ ପଛେ ପଛେ, ଆଉ ତାଙ୍କ ସଙ୍ଗେ ସେ ଦେଖିବାକୁ ଆସିଥିବା ଝିଅର ବାପା ଭାଇ ମାମୁଁ, ସେମାନେ କହୁଥିଲେ , ସ୍ତ୍ରୀ ଲୋକଟିର ଉପସ୍ଥିତିରେ ଯେ

ସେ ଅଲକ୍ଷଣୀ ଝିଅଟା ଆଜ୍ଞା। କଲେଜରେ ପାଠ ପଢୁଥିବା ଅବସ୍ଥାରେ ବିନୋଦକୁ ବାହା ହୋଇ ଆମ ଗ୍ରାମକୁ ଆସିଲା ପରଠୁ ଆମ ଗ୍ରାମରେ ଦୁର୍ଦ୍ଦିନ ମାଡ଼ିଆସିଲା। ବ୍ରାହ୍ମଣ ଘର ଝିଅ ଚାଷୀ ଘର ଚଷା ପୁଅ ସହ ବାହା ହେଲାଯେ, କେତେ କେସ କରି ବାପା ମାଆ ଫେରେଇ ନେବାକୁ ଚାହିଁଲେ ବି ଗଲାନି, ତା ପରେ ପରେ ପେଟରେ ପିଲାଟା ଥିଲା ବେଳେ, ବିନୋଦ କ୍ଷେତରେ କାମ କରୁ କରୁ ସାପ କାମୁଡ଼ରେ ମଲା। ତଥାପି ବାପା ମାଆ ଘରକୁ ନଯାଇ ଶାଶୁ ଶଶୁରଙ୍କ ସେବା ସହ ପିଲାଟିର ଯତ୍ନ ନେବା ସହିତ କୃଷିକୁ ନିଜର ବେଉସା କରିବା ନିଷ୍ପତ୍ତି ନେଇ କହୁଛି ସେ ଏହି କାମରେ ସବୁଠୁ ଖୁସି l

ଏସବୁ କଥା ଶୁଣି ଅନୁଭବ ସ୍ତ୍ରୀ ଲୋକଟିକୁ ତା ନାମ ପଚାରିବା ସହ ତା କମ୍ପାନୀରେ କାମ ଦେବାକୁ ଅନୁରାଧାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଅନୁରାଧା କ୍ଷେତ କାମରେ, ଆନନ୍ଦ ପାଉଛି କହିଥିଲା। ଅନୁଭବ ସହ ତା ଘର ଲୋକମାନେ ଫେରନ୍ତା ବାଟରେ ଅନୁରାଧା ଚିନ୍ତା ଛାଡି ଝିଅ ପସନ୍ଦ ହେଲା କି ନାହିଁ କହ ବୋଲି ପଚାରିଥିଲେ ତ ଅନୁଭବ ଉତ୍ତର ଦେଇଥିଲେ ଯୋଉ ଗ୍ରାମରେ ମାଟି ମାଆକୁ ଚିହ୍ନି କୃଷି କୁ ଜଣେ ସ୍ତ୍ରୀ ଲୋକ ନିଜ କର୍ମ ବୋଲି ଆପଣେଇ ସ୍ୱାଭିମାନର ପରିଚୟ ଦେଇପାରେ ସେ ଗ୍ରାମର ଝିଅକୁ ବାହା ହେବାରେ ମୋର କିଛି ଆପତ୍ତି ନଥିଲେ ବି ଗୋଟିଏ ସର୍ତ୍ତ ଅଛି l

ବାପା ମାଆ ବନ୍ଧୁବାନ୍ଧବ ଆତଙ୍କିତ ହୋଇପଡିଲେ। ଅନୁଭବ ର କି ସର୍ତ୍ତ ଭାବି ଆତଙ୍କିତ ଓ ଆଶଙ୍କିତ ହୋଇ ପଡ଼ି ଭାବିଲେ, ଅନୁଭବ ଆଉ ଅନୁରାଧାକୁ ପତ୍ନୀ ରୂପରେ ପାଇବାକୁ ଚାହିଁବନି ତ! ମାଆ ମଧ୍ୟ ମନ କଥା ମନରେ ନରଖି ପଚାରିଦେଲେ ଅନୁଭବଙ୍କୁ ତ ଅନୁଭବ କହିଥିଲେ, ଅନୁରାଧାଙ୍କୁ କଣ ବୋଲି ଭାବୁଛ ମାଆ ? ଯିଏ ନିଜ ସ୍ଵାମଙ୍କ ଜଞ୍ଜାଳ, କର୍ତ୍ତବ୍ୟ କର୍ମ କୁ ନିଜର ଭାବି ବାପା ମାଆଙ୍କ ପାଖକୁ ଫେରିଯାଇନି, ନିରାଶ୍ରୟ ବୃଦ୍ଧ ପିତା ମାତାଙ୍କ ସହାୟ ହେବାକୁ ଚାଷୀ ସାଜିଛି, ତା ବିଷୟରେ ଏମିତି ଭାବିବା ପାପ ମାଆ। ମୋର ସର୍ତ୍ତ ଥିଲା, ମୁଁ ଚାକିରୀ ଛାଡି କୃଷି କରିବି। ମୋ ଜ୍ଞାନ ଗରିମା ଓ ଉନ୍ନତ ପଦ୍ଧତି ବଳରେ ମାଟିମାଆକୁ ସୁଜଳା, ସୁଫଳା ଶସ୍ୟଶାମଳା କରାଇବାକୁ ଚାହେଁ। ସମସ୍ତେ ଅନୁଭବ କଥାରେ ମଉନ ସମ୍ମତି ଜଣାଇଥିଲେ ଯେମିତି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract