The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Lopamudra Parida

Drama Tragedy Inspirational

4.4  

Lopamudra Parida

Drama Tragedy Inspirational

ମାସ୍କ

ମାସ୍କ

4 mins
54



● ୧ * ଆଇଡିୟାଲ୍ ପେୟାର୍ : ମାସ୍କ 

****************************


ସୁପର ମାର୍କେଟ ବାହାରେ ଅଧାପେଣ୍ଟ ଆଉ ମଳିଛିଆ ଛିଣ୍ଡା ବଟମ ଦଦରା ସାଟ୍ ପିନ୍ଧା ମୋ ପୁଅ ଠୁ ଟିକେ ବଡ ପିଲାଟି କ'ଣ ଗୋଟେକୁ ଚାହିଁ ରହିଥିଲା ।ଓଃ, ସୋକେଶ୍ ର ଅମୁଲ୍ ମିଲ୍କ ଟା ....ଆଖିରୁ ଠଉରେଇବା କଥା ।ମୋର ବି ଗୋଟେ ନବାରେ ଥିଲା ।ଭାବିଲି ତା' ପାଇଁ ବି ଗୋଟେ ନେଇଯିବି ।


ବିଲିଙ୍ଗ୍ କିଇଉ ରେ ତିନି ଜଣଙ୍କ ଆଗରେ ନଜର ପଡିଲା, ମିସେସ୍ କର ଓ ତାଙ୍କ ଶାଶୁ ।ଆମ ଆପାର୍ଟମେଣ୍ଟର ସବୁଠୁ ଆଇଡିୟାଲ୍ ପେୟାର୍ ଶାଶୁ ବୋହୁ ।ନୋ କ୍ବାରେଲ୍, ନୋ ଫାଇଟ୍ ।ବେଷ୍ଟିଜ୍ ।କ୍ବାଇଟ୍ ଆମେଜିଙ୍ଗ୍ ନା ।ସବୁଠି ତାଙ୍କ ଚର୍ଚ୍ଚା ହୁଏ ।ମତେ କିନ୍ତୁ ବୋହୁଟା ଟିକେ ବେଶୀ ଆର୍ଟିଫିସିଆଲ୍ ହସେ ପରି ଲାଗେ ।ମେକ୍ ଅପ୍ ବାଲା ସ୍ମାଇଲ୍ ।ଭିତରୁ ବତୁରା ଆଉ ଭଲ ବାସ୍ନା ଟେ ଥାଏ ତାର....ଆଖି ଦେଇ ଦେଖିହୁଏ ।


ଆଉ ସେ ପିଲାଟା କଥା ମନେ ନାହିଁ, ସେମାନଙ୍କୁ ଭୁଲିବାକୁ କେତେ ସମୟ ଲାଗେ ଯେ ! ବାସ୍ ନଜର ପଡିଗଲେ ଟିକେ କାଟେ ଯାହା, ସରିଲା ।


ଧାଡି ଆଗକୁ ବଢୁଛି ,ଗୋଲେଇ ଭିତର ଦେଇ ।କାନରେ ପଡିଲା ....ତୋ ବାପଘରୁ ଆସୁଛି ନା କ'ଣ ବା,ଭାରି ତ ଦାନ କରିବାକୁ ମନ ଝିଅ ର ।ଉଁ ଉଁଉ ..... ପୁଅ ତ ମୋର ଟଙ୍କା ଗଛ ପୋତିଛି ଲ ,ଲୁଟେଇବୁ ।ମୁହଁ, ନାକ,ବେକ ଏକାଠି ମୋଡୁ ମୋଡୁ ମୋ ମୁହଁ ରେ ଆଖି ପଡିଗଲାରୁ ମଧୁରେଇ ଗଲେ ।ଓଃ କି ହସ ....ମମତାମୟୀ ତ ଆଉ ।ଡେଫିନେସନ୍ ।


ବୋହୁଟି ଲୁଚେଇବା ଚେଷ୍ଟା ରେ ଛଳ ଛଳ ଦିଶୁଥିଲା ,ସେ ସେଇ ଯୋଉ ବାହାରେ ଠିଆ ପିଲାଟିକୁ ଦବାକୁ କଏନ୍ ବୋଧେ କାଢିଥିଲା ପର୍ସ ରୁ ।


ସେତେବେଳକୁ ମୋ ପୁଅ ଦିଟା ଲଲିପପ୍ ଆଣି ମତେ କହିଲା, ମା' ସେଇ ଭାଇ ଟା ପାଇଁ ବି ଗୋଟେ ।ସିଏ ସେତେବେଳକୁ କୁଆଡେ ପଳେଇଥିଲା ।ସେୟାରିଂ ଇଜ୍ କେୟାରିଂ ।


ଘରକୁ ଫେରିବା ରାସ୍ତା ରେ ଦେଖିଲି, ସେ ତା' ଦି ବର୍ଷ ର କୁନି ଭଉଣୀ ଟିକୁ କୋଳରେ ବସେଇ ଅଳିଆ ଗଦା ଠି ପ୍ଲେଟ୍ ରେ କଣ ଗୋଟେ ପେଇଦଉଛି ।ପାଖ ଠେଲାଗାଡି ବାଲା ବୋଧେ ଇଶ୍ବର ସାଜିଛି ।


ର ମା ର ଗାଡି ରଖ୍, ସେ ବେବୀ ଟା ସେଇଠି ଦେଖ୍ ।ମୋ ଟିକି ଇଶ୍ବର କହୁଥିଲା ।ମୁଁ ତା ହାତରେ ଅମୁଲ ଡବାଟା ଦେଇ କହିଲି ,ଯା ଦେଇଆ ।

ଲଭ୍ଯୁ ମା ' କହିକି ଇଶ୍ବର ଧାଉଁଥିଲେ କୁନି ପାଦରେ ।


***********************************************


● ୨ * ମିଠା ଲଡୁ _ ମାସ୍କ 

*********************

ଆ'ରେ ମନୋଜ ଭାଇ ମିତା ଘରଠିକି ଯାଇଥିଲେ ବା ।କ' ଣ ଖବର ସବୁ ତାର ! ଭଲ ତ ।ମର୍ଣ୍ଣି ୱାକ୍ ରେ ଦେଖାହେଲେ ତ ପଚାରିଦେଲି।ମାସକ ଆଗରୁ ବହୁତ ଖୁସିରେ କହୁଥିଲେ ତ ଯିବେ ବୋଲି ।ମିତା ବୁନ୍ଦିଆ ଭଲ ପାଏ ବୋଲି ବରାଦ କରେଇଥିଲେ ଦାମ ମହାରାଜରେ ।


ହଠାତ୍ ବହୁତ୍ ଖୁସି ଦେଖା ଯିବାର ଚେଷ୍ଟା ପରି ଥିଲା ତାଙ୍କ ଏକସ୍ପ୍ରେସନ୍ ।ହଁ ହଁ ହଁ ତାର ସବୁ ଭଲରେ ମା ।ଠାକୁରଙ୍କ ଦୟାରୁ ସବୁ ମଙ୍ଗଳ ।ବହୁତ ଭଲ ଚର୍ଚ୍ଚା, ତାଙ୍କ ଘର ଠି ।କଣ ଛାଡୁଥିଲେ କି ,ଦି ଚାର ଦିନ ରହିକି ଯାଅ ବୋଲି ଭିଡୁଥିଲେ ପରା ତା' ଶାଶୁ ।ଭଉଣୀ ଘରେ କଣ ରହିହୁଏ, ଝିଅ ଦେଇଛେ ପରା ।ବୁଝେଇ ବାଝେଇ ଆର ଥର ଆସିଲେ ରହିବି ନିଶ୍ଚେ କହି ଫେରିଲି ।ହଉ ହଉ ତୁ ଭଲରେ ଥା ମା ଭଲରେ ଥା ........କହିକି ଏମିତି ଚାଲିଗଲେ ସେଠୁ ଯେମିତି ସେ ସେଠୁ ଅଦୃଶ୍ୟ ହବାକୁ ଚାହୁଁଥିଲେ ।


ମୁଁ ଫେରିଲି ଘରକୁ ।ମିତା ଫୋନ୍ କରିଥିଲା,ବହୁତ ଧିରେ କହୁଥିଲା .....ମିନୁ, ଭାଇ ଦେଖାହେଇଥିଲେ କି ,ଏଇଠୁ ଭାରି ମନ କଷ୍ଟ ରେ ଫେରିଥିଲେ ଲୋ ,ମୋ ଶାଶୁ. .... ଆଉ କହନି , ଛୋଟଲୋକ ମିଠା ଛିଃ ଛଃଆ କହି ସବୁ ଲଡୁ ତାଙ୍କ ଆଗରେ ଫିଙ୍ଗି ଦେଲେ ଦାଣ୍ଡକୁ ।ଦୁଆରୁ ଦୁଆରୁ ଫେରିଗଲେ।ପଦେ କଥା ବି ହେଇ ପାରିନି ଲୋ ।ତାଙ୍କର ହାଇ ବିପି ।ଭୟ ଲାଗୁଛି ।ଟିକେ ଘରକୁ ଯାଇ ଦେଖି ଆସିବୁ ପ୍ଲିଜ୍ ।ମୋ ରାଣ ।ହଉ ହଉ ରଖୁଛି ହେଲା, କିଏ ଆସୁଛନ୍ତି ବୋଧେ ।କଟିଗଲା ।


ଓଃ ସେ ଖୁସିଟା କିଛି ଧରା ପଡିଯିବା ଭୟରେ ଥିଲା .ତେବେ ..........ଏବେ ବୁଝିଲି ।


*****************************************


● ୩ * ସ୍ବୟଂ ସେବକ _ ମାସ୍କ 

*************************


ମୋ ଘର ସାମ୍ନାରେ ଗୋଟେ ଗଭର୍ନମେଣ୍ଟ ସ୍କୁଲ ଆଉ ସ୍କୁଲ ଭିତରେ ଗୋଟେ ଅର୍ଫାନ୍ ହଷ୍ଟେଲ ।କମ୍ପାଉଣ୍ଡ ଗୋଟେ କଡକୁ ଶ୍ରେଣୀ ଗୃହସବୁ ଆଉ ପିଲେ ରହିବା ଘର,ଧାଡିଧାଡି ଶୌଚାଳୟ , ରୋଷେଇ ଘର ଯାହା ପଛରୁ ଦିଶେ ,ଆରକଡକୁ ଗୋଟେ ବିରାଟ ଗଛ ,କି ଗଛ ମୁଁ ଚିହ୍ନିନି .... ଦିଟା ଆମ୍ବ ଆଉ ଦେବଦାରୁ ବି , ଆଉ ଖେଳ ପଡିଆ ଯାହାର ପାଚିରି ସାରା ବହୁତ ସାରା ସୁନ୍ଦର ଚିତ୍ର ଆଉ ବାଡଘେରା ଚାରା ଗଛ ଯାହା ମୋ ଘରୁ ଦିଶେ ।ମତେ ଦେଖିବାକୁ ଭଲଲାଗେ, ପିଲେ ବିଭିନ୍ନ ଖେଳ ଖୋ ଖୋ ,କବାଡି ଆଦି ଖେଳନ୍ତି, ପ୍ରାର୍ଥନା କରନ୍ତି, ଶ୍ଲୋକ ଶୁଭେ, ଜାତୀୟ ସଂଗୀତ ଗାନ୍ତି, ପ୍ଯାରେଡ୍ କରନ୍ତି ।ଧାଡି ହେଇ ଥାଳି ଧରି ଖାନ୍ତି ,।ମିଳିମିଶି ପଡିଆ ଓଳାନ୍ତି, ଗଛ ମୂଳେ ପାଣି ଦିଅନ୍ତି, ରଂଗୀନ କାର୍ ଟାୟାର ସବୁରେ ତିଆରି ଇନୋଭେଟିଭ୍ ଖେଳ ଉପକରଣ ତିଆରନ୍ତି, ଚିତ୍ରରେ ରଙ୍ଗ ଭରନ୍ତି ।


ଛୁଟି ଦିନରେ ଆମ୍ବ ଗଛରେ ଚଢନ୍ତି, ଛୋଟିପାରା ଖେଳନ୍ତି, ବୋଝେ ଲୁଗା ସ୍କୁଲ ଛାତରେ ଶୁଖାନ୍ତି, କୋଉପଟେ ଚଢନ୍ତି କେଜାଣି ଏ ସିଡି ବିହିନ ଛାତରେ! ,ବାଟି,ଚଟା, କିତିକିତି,ବାଡିଲଉଡି ଖେଳନ୍ତି ।ଲଢାଲଢି ବି ହୁଅନ୍ତି ଗଞି ଚିରାଚିରି ହବାଯାଏଁ ।ପିଲେ ତ ଆଉ ।


ପ୍ରାୟ ରବିବାର ଦଳେ ବାବୁବାବୁଆ ଚକଚିକଣ ଗାଡିରେ ଆସନ୍ତି ଏଠିକି, ସେଦିନେ ପିଲେ ପୁରା ଭେରିଗୁଡ୍ ।ସମସ୍ତେ ଏକା ପରି ସେଇ କମ୍ପାନୀ କି ଏନ୍ ଜୀ ଓ ର ଜର୍ସି ପିନ୍ଧି ନାଚ,ଗୀତ,ହୋଲି, ଦିଆଲି....ସବୁ ଆକ୍ଟିଭିଟି କରନ୍ତି ।ଗିଫ୍ଟ ପାଆନ୍ତି।ଫଟୋ ସେସନ୍ ହୁଏ।ମିଡିଆ କଭ୍ରେଜ୍ ହୁଏ।ପିଲେ ବାବୁଭାୟାଙ୍କ କାଖରେ ଥାନ୍ତି ।କୋଳ ପାନ୍ତି ।ମହାଆନନ୍ଦ ।


ସେଇ ବାବୁବାବୁଆ ମାନଙ୍କୁ ମୁଁ ଦେବତା ଭାବେ, ଯା ହଉ ....ସାକ୍ଷାତ ଦେବତା ।ନ ହେଲେ ଏ ପିଲାଙ୍କର କିଏ ହୋ ?


ବାଟରେ ଦିନେ ସେଇ ବାବୁରୁ ଜଣେ ଭିକାରୀ ଟିଏ କୁ ଦୁର୍ ଦୁର୍ ଡୋନ୍ଟ କମ୍ ହିୟର୍ ...... କହୁଥିବାର ଶୁଣିଲି, ଯେତେବେଳେ ଭିକାରୁଣୀ ଟି ଖାଲି ଖାଇବାକୁ ଗଣ୍ଡେ ଦି ଚାରି ଟଙ୍କା ମାଗୁଥିଲା କାକୁତି ହେଇ ।ତା' କୋଳରେ ବି ଲେଙ୍କେଡା ପିଲା ଟେ ତ ଝୁଲିଥିଲା ।


କାବା ! ଇଏବା ସେଇ ଦେବତା ?


***********


ବୋନସ ମାସ୍କ 

***********


ସାଇଡ୍ ଘରୁ ଜୋର୍ ଚିଲା ଶୁଭୁଥିଲା, ଶବ୍ଦ ମାନେ କହୁଥିଲେ ଜଣେ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ କଣ୍ଟା ସବୁ ।ଅବିଚଳିତ ଭାବେ ସବୁଦିନେ .....ଦୌରାତ୍ମ୍ୟ ବଢୁଥିଲା ପଛେ ଉସୁଆସୁ ନ ଥିଲା ।


ଅର୍ନ୍ତମନ ବାଧ୍ଯ କଲା ଦିନେ ,ବେଲ୍ ମାରିଲି ତାଙ୍କ କବାଟରେ ।ଖୋଲିଲେ ଗୃହକର୍ତ୍ତୀ ....ଝାଏଁ କରି ।


ଅତି ଭଦ୍ର ବ୍ୟବହାରରେ ଅତିଷ୍ଠ ମନ ମୋର ଗୁମର ଖୋଜୁଥିଲା, ଦିଶିଲେ କଣୁଆ ଖଟଟିରେ ଭଦ୍ରବ୍ଯକ୍ତି।


ଆଖି ଚଳନରୁ ବୁଝି ଗୃହକର୍ତ୍ତି କହିଲେ, ଶଶୁର ଆମର, ଟିକେ ରେଷ୍ଟ ନଉଛନ୍ତି, ଆଜି ତାଙ୍କ ମନ ମୁତାବକ ସବୁ ରାନ୍ଧିଥିଲି ତ,ଖାଇସାରି ଗଡୁଛନ୍ତି ଟିକେ ।ଚିଙ୍ଗୁଡି ତାଙ୍କର ଭାରି ପ୍ରିୟ, ହେଲେ ଦେହରେ ଯାଉନି ଆଉ ବୟସ ଯୋଗେ ।


କୁମ୍ଭୀର କାନ୍ଦଣା ।


ଅଳ୍ପ ସମୟ ଆଗରୁ ଶୁଭିଥିଲା, ହେ ମାଗଣା ପଡିଛି ଆଉ ,ଖାଲି ଗେଫି ଯିବ ।ଭୋକ୍ କ,କହିଲେ କଣ ନା ଭୋ..କ ହେଲାଣି ।ଆ....ହା ।


**************************************


ଏକ ଚେହେରେ ପେ କଇ ଚେହେରେ ଲଗା ଲେତେ ହେଁ ଲୋଗ ।


ମାସ୍କ ।।


■■■■■■■■■■■■■■■■■■■■■■

Lopamudra Parida


Rate this content
Log in

More oriya story from Lopamudra Parida

Similar oriya story from Drama