Sunanda Mohanty

Abstract Inspirational Children

3  

Sunanda Mohanty

Abstract Inspirational Children

ମାଆ ରୂପକ ନାରୀର, ସନ୍ତାନକୁ ଚିଠି

ମାଆ ରୂପକ ନାରୀର, ସନ୍ତାନକୁ ଚିଠି

5 mins
620


ମୋ ଚାନ୍ଦୁଆ

ତୁ ମୋ ମାତୃତ୍ୱର ପ୍ରଥମ ସ୍ତବକ । ତୁ ଜନ୍ମ ହେଲାବେଳେ ମୁଁ ପାଠ ପଢ଼ୁଥିଲି ,ତ ଭାବିଥିଲି ମୋ ପୁଅ ବହୁତ ପାଠ ପଢିବ ,ହେଲେ ଜନ୍ମ ପରେ ପରେ ତତେ ଉଣେଇଶ ବର୍ଷ ଶନି ପଡିଲେ ,ତୁ ପାଠ ପଡ଼ିଲୁ ଚାକିରୀ କଲୁ ।ବାହା ବି ହେଲୁ ,ହେଲେ ମୋର କାହିଁ ସନ୍ତୁଷ୍ଟି ଆସିଲାନି କେଜାଣି ,ତୋପାଇଁ ମୋ ମନରେ କେତେ ଡର ଓ ଭୟ

।ସେହିଭିତରୁ ତତେ କିଛି କହିପାରୁଛି ,କିଛି କହିପାରୁନି କିନ୍ତୁ କେବେ କେବେ ଲେଖିନେଉଛି କିଛି ,ହୁଏତ କେବେ ପଢ଼ିବୁ ,ଆଜି ଏଇ ଏଇ ଲେଖିଛି ଗଳ୍ପଟିଏ ,ପଢ଼ିବୁ ଆଉ ନିଜକୁ ମଜଭୁତ କରିବୁ ,ଯେ କୌଣସି ପରିସ୍ଥିତି ଆସୁନା କାହିଁକି ,ହାରିଯିବୁନି ,ଭାଙ୍ଗିପଡିବୁନି ,ସବୁକୁ ସାମନା କରିବୁ ,ପଢ଼ ମୋ ମନର ବ୍ୟାକୁଳତା ଭରା ଏ ଗଳ୍ପଟି

ଗଳ୍ପ -ଭୟ -ନିଜ ପାଇଁ କିଛି ସମୟ ବାହାର କରି ମୁଁ ଗଳ୍ପ କବିତା ଲେଖିଲା ବେଳେ ମୋର କାହିଁ ମନେହୁଏ ମଣିଷ ,ନିଜକୁ ଖୁବ ଭଲପାଏ .ନିଜକୁ ଭଲ ପାଉଥିବାରୁ ମଣିଷ ବଞ୍ଚିଛି ଏ ଦୁନିଆଁରେ .ନିଜ ଚାରିପଟେ ଥିବା ବସ୍ତୁ ,ପଦାର୍ଥ ଓ ମଣିଷମାନଙ୍କୁ ଭଲ ପାଉଛି .ଭଲପାଏ ବୋଲି ନିଜକୁ ଓ ଅନ୍ୟକୁ ତ କେତେ କେତେ ଅସହାୟତା ଭିତରେ ବି ବଞ୍ଚିରହେ ମଣିଷ ,କେତେ ମୋହ ମାୟା ଆସକ୍ତିକୁ କାଟି ମରିବାକୁ ଚାହେଁନା ,କିନ୍ତୁ ଯେଉଁମାନେ ଆତ୍ମହତ୍ୟା କରୁଛନ୍ତି ?ସେମାନେ କଣ କେବଳ ନିଜକୁ ଭଲ ପାଆନ୍ତି ?ନହେଲେ ନିଜ ଚାରିପଟର ପ୍ରିୟ ମଣିଷ ମାନଙ୍କୁ ଦୁଃଖ ଶୋକରେ ଭସାଇ ଆତ୍ମହତ୍ୟା କରି ପର ପିଢିର ଲୋକଙ୍କୁ କଣ ଶିକ୍ଷା ଦିଏ ?ନିଶ୍ଚୟ ରୁଗ୍ଣ ମାନସିକତା

ଏଇ ଭିତରେ ଦୁଇ ଦୁଇଟି ଆତ୍ମହତ୍ୟା ଖବର ମୋ ମନକୁ ଆନ୍ଦୋଳିତ କରୁଥିଲା ।ମୁଁ ଆଶଙ୍କିତ ଓ ମର୍ମାହତ ହୋଇ ପଡୁଥିଲି ଯୁବପିଢିଙ୍କ ପାଇଁ .ବିଶେଷ କରି ମୋ ପୁଅ ଝିଅଙ୍କ ପାଇଁ .ପୁଅ ଦିଲ୍ଲୀରେ ଏକୁଟିଆ ରହୁଥିଲା ଚାକିରୀ ସ୍ଥାନରେ ,ଆଉ କହୁଥିଲା ଏଇ ଭିତରେ ସେ ଦିଲ୍ଲୀ କମ୍ପାନୀ ଛାଡି ରାଜସ୍ଥାନ ଯିବ ବୋଲି ଯୋଉଟା ମୋର ଇଚ୍ଛା ନଥିଲେ ବି ବାରଣ କରି ପାରୁନଥିଲି ।ଓଡିଶା କୁ ଫେରିଆସିବାକୁ ମଧ୍ୟ ଯୋର ଦେଇ କହିପାରୁନଥିବା ସ୍ଥଳେ ,ସେହି ଦିଲ୍ଲୀରେ ପିଇସୀ ଝିଅ ଭଉଣୀର ପୁଅ ,ଅଭିଳାଷ ଏଇ ଏଇ ଆତ୍ମହତ୍ୟା କରିଥିଲା ,ଯାହା ପଛରେ କୌଣସି କାରଣ ନଥାଇ କି ନପାଇ ବାପା ମାଆ ପାଗଳ ପ୍ରାୟ ହେଉଥିଲେ ,ତ ମୁଁ ମୋ ପୁଅ,ଚାନ୍ଦୁଆର ଶୁଭ ମନାସି ରାତି ରାତି ଶୋଇପାରୁନଥିଲି କି ଏକଥା ତାକୁ କହି ପାରୁ ନଥିଲି । ଝିଅ ବିବାହିତ ହେଲେ ବି ଝିଅକୁ କେବେ ବି ଏଯାଏଁ ପରଗୋତ୍ରୀ ହେଇଗଲାଣି ଭାବି ପର କରିନି ତାକୁ ମୋ ମନ ହୃଦୟରୁ ,ତାର ସବୁ ସୁବିଧା ଅସୁବିଧା କଥା ବୁଝେ ଯଦିଓ କିଛି କରିପାରେନି ଆଶୁ ପ୍ରତିକାର ତଥାପି ତା ପାଇଁ ଡାକୁଥାଏ ପ୍ରଭୁଙ୍କୁ ,ମୋ ଚାନ୍ଦିନୀକି ଭଲରେ ରଖ ହେଲେ ସେ ଏକୁଟିଆ ରହୁଥିବା ଚାକିରୀ ଜାଗାରେ ,ତା ରୁମକୁ ଲାଗିକି ରହିଥିବା ପଡୋଶୀ ଘରେ ଭଡା ଥିବା କେତେଜଣ ପୁଅ ପିଲାଙ୍କ ଭିତରୁ ଏଇ ଏଇ ଜଣେ କରିଛି ଆତ୍ମହତ୍ୟା .ଭାବିଲା ନାହିଁ ତାର ଏମିତି କାର୍ଯ୍ୟ କଲାପରେ ବାପା ମାଆ ,ନବବିବାହିତ ସ୍ତ୍ରୀଙ୍କ ଉପରେ କି ପ୍ରକାର ଦୁଃଖର ପାହାଡ଼ ଲଦି ହୋଇ ପଡିବ .ବୁଝି ପାରିଲାନାହିଁ ମିଶିକି ରହୁଥିବା ଅନ୍ୟ ପାଂଚଟା ପିଲାଙ୍କର କି ଅସୁବିଧା ହେବ ଭାବିପାରିଲା ନାହିଁ ଅତି ପର ହେଲେ ବି ସାମାଜିକ ସ୍ତରର ସମ୍ପର୍କିତ ପଡୋଶୀ ମଣିଷମାନେ କେତେ କଲବଲ ଓ ସନ୍ତୁଳିତ ହେବେ !

ଝିଅର ଅବସ୍ଥା ଠିକ ସେମିତି ଡର ଭୟ ସନ୍ତୁଳନ ଯୋଗୁଁ ଅସ୍ଥିର ଲାଗୁଛି ତାକୁ ଭାଇ ସହ ନିଜ ଚାରିପାଖ ଅବସ୍ଥାର ବର୍ଣ୍ଣନା ଦେଲାବେଳେ ,ମୁଁ ଡ଼ରୁଛି ଆଉ ବାରଣ କରୁଛି ଭାଇକୁ ଏତେ କଥା ନକହିବା ପାଇଁ ପୁଅ କିନ୍ତୁ ଫୋନରେ ସଂଯୁକ୍ତ ରହି ଭଉଣୀକୁ ନଡରି ନିଜ ପାଇଁ ଠିକଠାକ ରୋଷେଇ କରେ କହୁଥିଲା ବେଳେ ମୋର ଏଵେ ନିଜ ପାଇଁ ରଖିଥିବା ସବୁ ସମୟ ପୁଅ ଝିଅଙ୍କ ଚିନ୍ତାରେ .ନିଜ ପାଇଁ ରଖିଥିବା କିଛି ସମୟକୁ ମୁଁ ମାଆ ଟିଏ ମୋ ପୁଅ ଝିଅଙ୍କ ପାଇଁ ଡର ଓ ଭୟରେ ବିତୁଛି .ପ୍ରଭୁ ହେ ଘଣ୍ଟଘୋଡ଼େଇ ରକ୍ଷା କର ,ସଦବୁଦ୍ଧି ଦିଅ ମୋ ସନ୍ତାନ ଦୁହିଁଙ୍କୁ ,ଯାଉଛି ସେମାଙ୍କୁ ,ଫୋନ କରିବି ଆଉ ଚିଠି ଗୋଟେ ଗୋଟେ ଲେଖିବି ,ମୋ ନିଜ ପଇଁ ରଖିଥିବା କିଛି ସମୟକୁ ଉପଯୋଗ କରିବାକୁ ଭାବି ଉଠିଲି ।ଏମିତି ଅନେକ ଅନେକ ଭୟ ମୋର ତୋ ପାଇଁ ,ଆଉ କେବେ ଯଦି କିଛି କୁହେ ରାଗିକି ତ କହୁ କଣ ଭୁଲ କଲି ମୁଁ ଯେ ତୁ ଗାଳି ଦେଉଛୁ ,ବାପାଙ୍କର ଆଉ ତୋ ପସନ୍ଦର ଝିଅ ନବାହା ହୋଇ ନିଜ ପସନ୍ଦର ଝିଅ ବାହା ହେଲି ,ପାରମ୍ପାରିକ ରୀତିରେ ହେଲେ ସେତିକି ମୋର ଭୁଲ କହି ତୁ ଯେବେ ଚୁପ ହେଇଯାଉ ,ମୋ ଅନ୍ତର ଫାଟିପଡେ ।ଯୋଉଠି ପ୍ରଥମ ଚାକିରୀ କରୁଥିଲୁ ,ସେଠି ତୋ ସହ ଚାକିରୀ କରୁଥିବା ଝିଅଟିର ହଠାତ ଭାଇଟି ଚାଲିଗଲା ,ଦୟା ଆଉ ସହୃଦୟତାରେ ,ତୁ ତାଙ୍କ ଘରକୁ ଗଲୁ ,ସେ ଝିଅକୁ ବୁଝେଇ ଶୁଝେଇ ପୁଣି ଅଫିସ ଆସିବାକୁ ପ୍ରବର୍ତ୍ତାଇ ଆଣିଲୁ ,ଆଉ ତାଙ୍କ ପରିବାର ଆମ ଜାତିର ହେଇଥିବାରୁ ,ତାଙ୍କ ସହ ଘନିଷ୍ଠତା ବଢାଇଲୁ କିନ୍ତୁ ଦୈବ ଦୁର୍ବିପାକ ହେଉ ବା କାଳର କରାଳ ହେଉ ଝିଅଟିର ପାଠପଢୁଥିବା ଭାଇର ମୃତ୍ୟୁ ପରେ ପରେ ତା ବାପାଙ୍କ ଅକାଳ ମୃତ୍ୟୁ ଓ ବାପାଙ୍କ ପରେ ପରେ ତତେ ସ୍ନେହ ଶ୍ରଦ୍ଧା କରୁଥିବା ତା ମାଆଙ୍କ ମୃତ୍ୟୁରେ ଝିଅଟିର ଅସହାୟତା ରେ ତୁ ଯେମିତି ଏକମାତ୍ର ପୁରୁଷ ପୁଙ୍ଗବ ହୋଇ ବାହାରି ପଡ଼ିଲୁ ତାକୁ ଜୀବନ ସାଥୀ କରିନେବାକୁ ,ମୋର ଭୟ ହେଲା ,ଝିଅଟି ସାଥିରେ ହେଉଥିବା ଦୁର୍ଭାଗ୍ୟ ମୋ ଘରକୁ ମାଡି ଆସିବନିତ ? କାରଣ ଏଥି ପୁର୍ବରୁ ବଡ଼ଭଉଣୀଟି ମଧ୍ୟ ବିବାହ ପରେ ସ୍ୱାମୀକୁ ହରେଇ ଛୋଟ ଝିଅଟିଏ ସହ ବାପଘରେ ଆଗରୁ ଆଶ୍ରିତ .ତଥାପି ତୋ ଭଲପାଇବା ହେଉ ବା ସହୃଦୟତା ହେଉ ,ତୋ ପ୍ରସ୍ତାବରେ ମୁଁ ରାଜି ହେଲି ,ବାପାଙ୍କୁ ରାଜି କରେଇଲି ,ଆଉ ବନ୍ଧୁବାନ୍ଧବ ଶାହିପଡିଶାଙ୍କୁ ଚମତ୍କୃତ କରି ତୋର କୌଣସି ଯୋଗ୍ୟତାର ସମକକ୍ଷ ନଥିବା ଝିଅ କୁ ବୋହୁ କରିଆଣିଲି,କେବଳ ତତେ ଛାଡିପାରିବିନି ବୋଲି ,ହେଲେ ମନରେ ଅନେକ କ୍ଷୋଭ ଓ ଡର .କ୍ଷୋଭ ଏଇଥିପାଇଁ ଯେ ହଜାରେ ସୁନାନାକି ଝିଅ ଦେଖି ନିଜ ପସନ୍ଦର ଝିଅ ଆଣିବା ସୌଭାଗ୍ୟ ହରେଇଲି .ଡର ଏଇଥି ପାଇଁ ଯେ ବାହାଘର ପରେ ଦୁର୍ଭାଗ୍ୟ ସବୁ ମାଡିଆସିବନି ତ ,ବାହାଘର ନିମନ୍ତ୍ରଣ ପତ୍ର ଛପା ବଣ୍ଟା ଯାଇଥିଲେ ବି ସେହି ତାରିଖରେ ହୋଇପାରିଲାନି ,ଫନୀ ଯୋଗୁଁ ,ଭାସି ବୋହିଗଲା ଘର ଦ୍ୱାର ,ସମ୍ପର୍କ ସହିତ ଟଙ୍କା ପଇସା ଭୋଜି ଭାତ .ଯଦିଓ ତୋ ବଡମାଇଂ ମୋ କାନରେ ଆଶ୍ବସ୍ତି ର ବାଣୀ ଶୁଣେଇ କହିଥିଲା ,ବ୍ୟସ୍ତ ହୁଅନ୍ତୁ ନାହିଁ ଅପା ,ଫନୀ ରେ ସବୁ ଭାଷି ଧୋଇ ଯାଉ ,ଭବିଷ୍ୟତକୁ ଆଉ ବିପଦ ନଥାଉ ,ହେଲେ ଅନ୍ୟ କେତେଗୁଡିଏ ଘଟଣା ପ୍ରବାହ ମନକୁ ବିଚଳିତ କଲେ ବି ତୋ ପାଇଁ ମୋର ଡର ଆଉ ତତେ ଦୁରେଇ ଦେବାକୁ ମୋର ଭୟ .

ଆଜି ଯଦି ମୁଁ ଫୋନ ଧରିଛି ତୋ ପାଇଁ ,ଆଜି ଯଦି କିଛି ଲେଖୁଛି ,ତୋ ପାଇଁ ,ତୁ ମତେ ଆଣିଦେଇଛୁ ପ୍ରତିଲିପି ଓ ଷ୍ଟୋରୀ ମିରର ପରି ପ୍ଲାଟଫର୍ମ ,ତୁ ମତେ ଶିଖେଇଛୁ ,ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ବାପା ଙ୍କର ଯେତିକି ଅବଦାନ ,ତାଠୁ ତୋର ଅଧିକା କହିଲେ ବି ଅତ୍ୟୁକ୍ତି ହେବନାହିଁ .ଖାଲି ସେତିକି ନୁହେଁ ମୁଁ କେମିତି ଭଲ ଶାଢ଼ୀ ପିନ୍ଧିବି ,ଭଲ ଜାଗାକୁ ଯାଇ ଭଲ ଲୋକଙ୍କ ସଂସ୍ପର୍ଶ ରେ ଆସି ମୋ ଲେଖାକୁ ଆହୁରି ଗତିଶୀଳ ଓ ଉର୍ଣ୍ଣତ କରିପାରିବି ,ଏଥିରେ ତୋର ଅବଦାନ କମ ନୁହେଁ .

ମତେ ଫଟୋ ଉଠାଇବାକୁ ପସନ୍ଦ ବୋଲି ଭଲ କ୍ୟାମେରା କିଣିଥିଲୁ ତୁ ପ୍ରଥମେ ,ଏଵେ ମୋର ନଷ୍ଟ ହେଇଯାଇଥିବା ଫଟୋ ସବୁ ଓ ବିଭିର୍ଣ୍ଣ ପରିପ୍ରେକ୍ଷୀରେ ଉଠାଇଥିବା ଫଟୋ ଗୁଡିକୁ ନୂଆ କରି ଜୀବନ୍ୟାସ ଦେବା ସହ ସେଗୁଡିକୁ ବଡ଼ ବଡ଼ ସାଇଜ କରି ଜେରକ୍ସ ମେସିନରେ ପକାଇ ସାଇତିବା ପାଇଁ ଆଣି ଦେଇଛୁ ଆଲବମ .ତୋ ପରି ପୁଅ କୋଟିଏରେ ଗୋଟେ ଧନ ,ମାଆ ବାପାଙ୍କ ମନ ବୁଝିବାକୁ ,କଥା ମାନିବାକୁ ,କେତେଟା ପୁଅ ଆଜିକାଲି ଅଛନ୍ତି .

ଖାଲି କଣ ସେତିକି ଉଡାଜାହାଜ ରେ ବସାଇ ଦିଲ୍ଲୀ ନେଇ ,ବିଭିର୍ଣ୍ଣ ଦର୍ଶନୀୟ ସ୍ଥାନ ବୁଲାଇ ଦେଖେଇଛୁ ଧନ .ମୋର ଖାଲି ଆଉ ଗୋଟିଏ କଥା ମାନିବୁ ,ଯିଏ ଯେତେବେଳେ ତୋ ପାଖରେ ହାତ ପେତେଇ କିଛି ମାଗୁଛି ,ତ ଯଥାସାଧ୍ୟ କିଛି ଦେବୁ ଧନ ,ଆଉ ଗୋଟେ କଥା ,ମଧୁର ବିନୟ ବଚନ ..କହି ତୋଷିବୁ ଜନମନ .ମୋ ଆୟୁଷ ଆଶିଷ ନେଇ ନିରୋଗୀ ରହି ,କର୍ତ୍ତବ୍ୟ କର୍ମ ପାଇ ଓ ସମ୍ପାଦନ କରି ଅନେଶତ ବର୍ଷ ଯାଏଁ ଭଲରେ ଥାଆ ଧନ ,ଏତିକି ପ୍ରଭୁଙ୍କୁ ମାଗୁଣି .

ଆଉ କେବେ ସମୟ ସୁଯୋଗ ପାଇଲେ ଆହୁରି ଅନେକ ବାକି ଥିବା କଥା କହି ନପାରି ଲେଖିଯିବି ବୋଲି ଭାବିଛି ,ଲେଖିବାକୁ ଶକ୍ତି ସାମର୍ଥ୍ୟ ଥିବା ପର୍ଯ୍ୟନ୍ତ ଲେଖୁଥିବି ବୋଲି ମୋର ସଂକଳ୍ପ ଆଉ ସେହି ସଂକଳ୍ପର ସୂତ୍ରଧର ତ ତୁ .ମୋ ଧନ ବାପାଙ୍କ ସଙ୍ଗେ ମିଶି ମତେ ମଶାଣିରେ ,ମୋ ମୁଁହରେ ନିଆଁ ଦେଇ ମୋ ଆତ୍ମା କୁ ଶାନ୍ତି ଦେବାକୁ ଇଶ୍ୱର ତତେ ଭଲରେ ରଖିଥାନ୍ତୁର ଆଶୀର୍ବାଦ ଦେଇ ଘଣ୍ଟ ଘୋଡେଇ ବସେଇଥାନ୍ତୁ ଧନ ମୋର

ଇତି

ମମି (ବୋଉ )



Rate this content
Log in

Similar oriya story from Abstract