ଲେଖକ ପ୍ରେମରେ
ଲେଖକ ପ୍ରେମରେ
ଭାରି ରାଗ ଲାଗୁଛି ତୁମ ଉପରେ ।ଏମିତି ହିଁ ରାଗୁଥିବି ହେଲେ ତୁମେ ହୁଏତ କେବେ ଜାଣି ପାରିବନି।ପ୍ରେମ ରେ ମଣିଷ ବାର ବାର ପଡେ ,ମାେ ଭଳି।କେହି ସ୍ବୀକାର କରୁ କି ନକରୁ ମୋର ଯାଏ ଆସ କିଛି ନାହିଁ ।ମୁଁ ବି ବେଳେ ବେଳେ ଆଶ୍ଚର୍ଯ୍ୟ ହୁଏ,ଇଏ କି ପ୍ରକାର ପ୍ରେମ ।
ଯେମିତି ମୋ ମିଶାଣ, ଫେଡାଣ,ହରଣ, ଗୁଣନ ସବୁଥିରେ ଗୋଟେ ହିଁ ସଂଖ୍ୟା ।ସେ ଗୋଟେ ସଂଖ୍ୟା କେବଳ ମୁଁ ହିଁ ମୁଁ ।କାହାକୁ କହିବି ତୁମକୁ ଭଲ ପାଏ ବୋଲି,ସବୁ ଲେଖା କୁ ତୁମର ପୁରା ପିଇ ଯାଏ ଯେମିତି ।
ଏମିତି ବାନ୍ଧି ହେଇଗଲି ମୁଁ ତୁମ ଲେଖା ସହ ।ପ୍ରତିଦିନ ଫୋଟୋ ଟା ଦେଖିଲେ,ସେ ଅମାୟିକ ହସଟାରେ ଯେମିତି ବିଭୋର ହେଇ ଯାଏ। ଭଲ ମଣିଷ ଟେ ଭଲ ଲେଖିବ ବୋଲି ତ କିଛି ମାନେ ନାହିଁ, ଭଲ ଲେଖିଲ ତ ଲେଖିଲ ଲେଖା ରେ ସମସ୍ତଙ୍କୁ ପାଗଳ ବି କରିଦିଅ ତୁମେ,ଅନ୍ୟ କାହାର ସୁନ୍ଦର୍ ମନ୍ତବ୍ୟ ସବୁ ଭଲରେ ଗ୍ରହଣ କରି ପାରୁନି ଆଜିକାଲି । ଇର୍ଷା!!! ଜାଣିଥିଲି ସମସ୍ତେ ସେଇଆ ହିଁ କହିବେ ।କାହାର କିଛି କ୍ଷତି ହେଉନି ତ।
ଆରେ ତୁମେ କେବେବି ଜାଣି ପାରିବନି ମାେ ମନ କଥା। ମୁଁ ତୁମକୁ ପଢୁଛି ମାେ ପାଇଁ ଏତିକି ଭାଗ୍ୟର କଥା। ମୁଁ ଜାଣିଛି ତୁମେ ମୋ ପାଇଁ କେବେ ଲେଖିବନି,କି ମୁଁ କେବେ ତୁମ ଆଖି ସାମ୍ନାରେ ବସି ତୁମକୁ ମାେ ମନ କଥା କହି ପାରିବି ନାହିଁ।ଭାବି ଦେଖ ମୋତେ କେତେ କଷ୍ଟ ହେଉଥିବ। ହଁ କହୁଥିଲି ପରା ରାଗ ଲାଗୁଥିଲା ତୁମ ଉପରେ । ଠିକ୍ ଅଛି ବହୁତ ଭଲ ଲେଖୁଛ,ସମସ୍ତେ ଭଲ ଭଲ ମନ୍ତବ୍ୟ ବି ଦେଉଛନ୍ତି,ହେଲେ କଣ ଦରକାର ନାଲି ନାଲି ହୃଦୟ ର ଲାଇକ ଗଦେଇ ଦେବା,ନଦେଲେ କେହି କହିବେ ତୁମକୁ ନା ମୁଣ୍ଡ କାଟ ହେଇ ଯିବ ।ଛାଡ଼ ଏତେ କଥା ଭାବି ଲାଭ ନାହିଁ।
ଏତିକି ଲେଖିଲା ପରେ ଆଉ ରାଗ ନାହିଁ,ହୃଦୟ ରୁ ଅସରନ୍ତି ଭଲ ପାଇବା ତୁମ ପାଇଁ ।ଯେମିତି ମୋ ଶେଷ ସମୟ ଯାଏ ମୁଁ ତୁମ ଲେଖା ପଢ଼ୁଥିବି ।ତୁମେ ମୋ ପାଇଁ କେତେ ମୂଲ୍ୟବାନ ମୁଁ ହିଁ ଜାଣିଛି।ପାଗଳ ଭଳି ମୋର ହରକତ ସବୁ।କେତେବେଳେ ଠୁ ଆପଣଙ୍କୁ ତୁମେ ତୁମେ କରି ଚାଲିଛି। ସରି କାହିଁକି କହିବି ଯେ ।ଭଲ ପାଏ ତ ପାଏ,ଭଗବାନ ଙ୍କୁ ମୁଁ କେମିତି ଭଲ ପାଏ କଣ କେହି ଜାଣେ, ତା ହେଲେ ତୁମକୁ ଭଲ ପାଏ ବୋଲି କାହାକୁ କି ତୁମକୁ କୈଫତ୍ କାଇଁ ଦେବି ।
ହେ ମୋର ପ୍ରିୟ ଲେଖକ,ଆପଣ ଏମିତି ଆପଣ ଲେଖି ଚାଲନ୍ତୁ ଆଉ ମୁଁ ପଢ଼ି ପଢ଼ି ମରିଯାଏ। ମୁଁ ବହୁତ ଭାଗ୍ୟବାନ ମନେ କରେ ଆପଣଙ୍କ ଲେଖା ପଢ଼ି।ଏଇ ସୁନ୍ଦର ଲେଖକ କେତେ ଭଲ ମଣିଷ ଟେ ନହୋଇ ଥିବେ ସତେ ।ଆପଣଙ୍କ ଲେଖା ପଢ଼ି ଅନେକେ ଆନମନା ହେଉଥିବେ ନିଶ୍ଚୟ ହେଲେ ଆପଣ କାହା ପାଇଁ ଆନମନା ହେଉଥିବେ ,ଭାବିବାର କଥା,ହୃଦୟ ର କଥା । ଏମିତି ସୁନ୍ଦର ହସ ଦେଖି ଦେଖି ମୁଁ ଖୁସି ହେଉଥାଏ ।ଯଦି କେବେ ଭେଟ ହୁଏ, ମନ କଥା ମୋର ସେତେବେଳେ ବି ଅପ୍ରକାଶ୍ୟ ରହିବ।।।।।
