Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Akash kumar bhola

Romance


2.0  

Akash kumar bhola

Romance


ଲଭ ଫ୍ଲାୱାର

ଲଭ ଫ୍ଲାୱାର

9 mins 690 9 mins 690

ରୁମ ଭିତରଟା ପୁରା ନିସ୍ତବ୍ଧ ଥିଲା ! ଅବିନାଶ ବେଡ଼ ଉପରେ ଶୋଇଥିଲା । ଅର୍ପିତା ସେଇ ବେଡ଼ ଉପରେ ଅବିନାଶର ପାଦ ପାଖରେ ବସି ଅପଲକ ନୟନରେ ତାକୁ ଚାହିଁଥିଲା। କେତେ ସାଧାସିଧା ଅବିନାଶ , ଅହଂଶୂନ୍ୟ ମଣିଷ , ସରଳ , ନିଷ୍କପଟ , ଗୋଟେ ମାସୁମ ଛୋଟ ପିଲାଟି ପରି । ସହରଠୁ ବହୁତ ଦୂର କୌଣସି ଏକ ଗାଁରେ ତିଆରି ହୋଇଥିବା ଘରଟି ଭିତରେ ସେ ଦୁହେଁ ! ପଛରେ ବହୁତ ସମ୍ପର୍କୀୟ କିନ୍ତୁ ଏଠି କେହି ସାଥିରେ ନାହାନ୍ତି । ନା ଏଠିକି କାହାର ଯିବା ଆସିବା । ସେମାନେ ଏକୁଟିଆ ହେଇବି ଏକୁଟିଆ ନୁହଁନ୍ତି । ଦୁହେଁ ସାଙ୍ଗ ହେଇ ଅଛନ୍ତି । ଆଜିଠୁ ନୁହେଁ କେବେଠୁ ! ଏହା ଠୁ ବଡ଼ କଥା ଆଉ କଣ ହେଇ ପାରେ ।


ଅଚାନକ ଆକାଶରେ ଘଡ଼ଘଡି ସହିତ କଳାହାଣ୍ଡିଆ ବାଦଲ ଖେଳିଗଲା । ଧୀରେ ଧୀରେ ବର୍ଷାର ଧାରା ଧୂସର ମାଟି ଉପରେ ପଡ଼ିବାକୁ ଆରମ୍ଭ କଲା । ପିଲାବେଳୁ ଅବିନାଶକୁ ବର୍ଷା ବହୁତ ପସନ୍ଦ ! ବର୍ଷା ହେଲେ ସେ ପୁଲକିତ ହୁଏ । ପ୍ରଥମେ ପ୍ରଥମେ ବହୁତ ଭିଜୁଥିଲା ଦେହ ଖରାପ ହେବା ପର୍ଯ୍ୟନ୍ତ । କିନ୍ତୁ ଏବେ ଥକି ଯାଇଛି ଗଭୀର ନିଦ୍ରାରେ ଶୋଇଛି । ତାକୁ ଉଠେଇବାକୁ ସେ ଉଚିତ ମଣିଲାନି । ଯେହେତୁ ତାକୁ ଜଣାଥିଲା କି  ଯେତେବେଳ ସେ ଉଠିବ ତା ଉପରେ ରାଗିବ ।


ସେ ବି ବସିବା ସ୍ଥାନରୁ ଉଠିଲାନି ସେମିତି ହିଁ ଅବିନାଶକୁ ଚାହିଁ ରହିଲା । ବର୍ଷାର ଧାରା ବଢିବାକୁ ଲାଗିଲା । ମଝି ମଝିରେ ବିଜୁଳିର ଚମକ ସାଙ୍ଗକୁ ବାଦଲର ଖୁବ ଜୋରରେ ଗର୍ଜନ ପରିସ୍ଥିତିକୁ ଟିକେ ଭୟାନକ କରୁଥାଏ । ମନ ଚାହୁଁଥିଲା କି ଶୋଇଥିବା ଅବିନାଶକୁ ଛାତିରେ ଭିଡି ଧରିବାକୁ ! କିନ୍ତୁ ତାର ନିଦ ଭାଙ୍ଗିଯିବ ଭାବି କାନ୍ଥକୁ ଆଉଜି ଚୁପ ଚାପ ବସିରହିଲା । ସତ ଏଇଆ ଯେ ପ୍ରେମର ସିଂହାସନରେ ଅଭିଷିକ୍ତ ହେଲାପରେ ନାରୀ କେବଳ ନାରୀ ନୁହେଁ କି ପୁରୁଷ କେବଳ ପୁରୁଷ ନୁହେଁ : ଦୁହେଁ ଅଭିନ୍ନ ଅର୍ଦ୍ଧନାରୀଶ୍ଵରର ଅଭିନ୍ନ ସତ୍ତ। ପାଲଟି ଯାଅନ୍ତି । ଜୋରରେ ହେଉଥିବା ବର୍ଷା ଆଉ ଘନ ଅନ୍ଧାର ଦିନକୁ ରାତିରେ ପରିଣତ କରିଦେଇଥିଲା । ନୂଆ କରି ତିଆରି ହେଇଥିବା ଘରର ଛାତ ପ୍ରବଳ ବର୍ଷାକୁ ସହ୍ୟ କରି ପାରିନଥିଲା । ଗୋଟେ ଜାଗାରେ ଛୋଟ ଛିଦ୍ର ଟିଏ ହୋଇ ପାଣି ଗଳିବାକୁ ଲାଗିଲା। ଅର୍ପିତାର ଧ୍ୟାନ ଏବେ ବି ଅବିନାଶ ଉପରେ । ଗୋଟିଏ ମୁହୂର୍ତ୍ତ ପାଇଁ ବି ତା ନଜର ହଟିନଥିଲା । ନା କିଛି ବିଚଳିତ ହେଉଥିଲା ।


ଟପ-ଟପ ଟପ-ଟପ..... ଇଏ ଶବ୍ଦ ଯେବେ ତା କାନରେ ପଡିଲା ତା ତନ୍ଦ୍ରା ଭଙ୍ଗ ହେଲା । ଆରେ ଶବ୍ଦ ତ କବାଟ ପାଖରୁ ଆସୁଛି ! ଓହୋ ! ଛାତରୁ ପାଣି ଗଳୁଛି ବୋଧେ । ସେ ଶିଘ୍ର ଉଠିଲା ଆଉ ୱାସ୍ ରୁମ ରୁ ବାଲଟି ଆଣି ପଡୁଥିବା ପାଣି ତଳେ ରଖିଦେଲା । ଖାଲି ବାଲଟିରେ ଟପ ଟପ ହୋଇ ପଡୁଥିବା ପାଣି ବି ପ୍ରତିଧ୍ୱନୀ ସୃଷ୍ଟି କରୁଥିଲା ।


ଅର୍ପିତା ପଛକୁ ଚାହିଁଲା । ଅବିନାଶ ଏବେ ବି ସୁଖର ନିଦ୍ରାରେ ଶୋଇଛି । କାଳେ ଇଏ ପାଣିର ଶବ୍ଦରେ ତା ନିଦ ଭାଙ୍ଗିଯିବ ଭାବି ପଡୁଥିବା ପାଣି ତଳେ ହାତ ରଖିଦେଲା । ଉପରୁ ପଡୁଥିବା ପାଣି ହାତକୁ କଷ୍ଟ ଦେଉଥିଲା । ତଥାପି ଗୋଟେ ହାତକୁ ପାଣିର ତଳେ ରଖି ଅନ୍ୟ ହାତରେ ଅବିନାଶକୁ ଚାଦର ଘୋଡାଇବାକୁ ଲାଗିଲା କି ଶବ୍ଦ ଯେମିତି ତା କାନ ପର୍ଯ୍ୟନ୍ତ ନ ପହଞ୍ଚେ । କିନ୍ତୁ ଏମିତି ହେଲାନି , ଚାଦର ଘୋଡାଇବାର ଅସଫଳ ଚେଷ୍ଟା ଅବିନାଶକୁ ନିଦରୁ ଉଠାଇ ଦେଲା । ଆରେ ବର୍ଷା ହଉଛି ! ଅର୍ପିତା ତମେ ମତେ ଉଠେଇଲନି କାହିଁକି ? ଅବିନାଶ ମୃଦୁ ରାଗିକି କହିଲେ ।


ପ୍ରକୃତରେ ସରଳ ମଣିସଟେ ତା ମନ ଭିତରେ କିଛି ବି ଲୁଚେଇ ରଖି ପାରେନି । ସେ ସିଧା କହିଦିଏ , କାହାକୁ ଖରାପ ଲାଗୁ କି ଭଲ !


ଅର୍ପିତା କିଛି ନ କହି ହସିଦେଲା । ଅବିନାଶ ରୁମର ବାହାରେ ତିଆରି ହେଇଥିବା କରିଡର ପାଖରେ ଆସି ଠିଆ ହେଲା । ଅର୍ପିତା ବି ତା ପଛେ ପଛେ ଆସି ଛାଇ ପରି ତା ପଛରେ ଠିଆ ହେଲା । ଅବିନାଶ ପଡୁଥିବା ବର୍ଷାର ବୁନ୍ଦାକୁ ଦେଖି କହିଲା , " ଜାଣିଛ ଅର୍ପା ! ଆଜି କୁଆପଥର ବି ବର୍ଷିବ । "

" ତୁମକୁ କେମିତି ଜଣା ! "

" ଏଇଥି ପାଇଁ କି , ମୋ ମନ କହୁଛି । ଆଜି ଜୋରରେ ବର୍ଷା ହେବ ସହିତ କୁଆପଥର ବର୍ଷିବ । କାହିଁକି ନା ମୋ ଅର୍ପିକୁ ଇଏ ମୌସମରେ ଦି ଗୁଣ ଖୁସି ମିଳିବ ।"

" ହେଲେ କେମିତି ଯେ ? "

" ଏମିତି ଯେ , କୁଆପଥର ପଡିବ ମାନେ ଥଣ୍ଡା ବହୁତ ହେବ । ଆଉ ମୋ ଅର୍ପିତା ମତେ ତା ବାହୁବନ୍ଧନରେ ଭିଡି ଧରିବ । ଅବିନାଶ ଟିକେ ଦୁଷ୍ଟାମୀ ରେ କହିଲା ।

" ହଁ...ତୁମକୁ ସବୁ ଜଣା : ଅର୍ପିତା ହସିକି କହିଲା ।

" ତମେ ତ ଜାଣିଛ , ମୁଁ କେବେ ମିଛ କୁହେନି । ଦେଖିବ ତୁମେ ନିଜେ ହିଁ ! "

" ଠିକ ଅଛି ବାବା ! " ନିଜ ହସକୁ ଓଠ ଉପରେ ସଜାଉ ସଜାଉ କହିଲା ।


ବର୍ଷାର ମୃସଳ ଧାର ବଢି ଚାଲିଥିଲା । କରିଡରରେ ପାଣି ଭର୍ତ୍ତି ହେଉଥିଲା । ଅବିନାଶ ନିଜ ଭିତରେ ଯେମିତି ହଜି ସାରିଥିଲା । ତା ଓଠ ଗୁଣୁଗୁଣୁ ହେବାକୁ ଲାଗିଲା - " ମୋ ସଙ୍ଗୀତର ତୁ ମିଠା ବଂଶୀ....ମୋ ସପନର ତୁ ରାଜହଂସୀ...ତୋର ଠୁମକ ଠୁମକ ଚାଲି କଲା ମତେ କିଲିବିଲି...ଶୋଇଦଉନି...ଓରେ ସୋନିଓ...


ଅର୍ପିତା ଝୁମିଉଠିଲା । ମନ ଚାହୁଁଥିଲା କି ସେ ବି ପାଦରେ ଘୁଙ୍ଗୁର ବାନ୍ଧି ବର୍ଷାର ମଦହୋସ୍ ନିଶାରେ ଏମିତି ନାଚିବ ଯେ ପର୍ଯ୍ୟନ୍ତ ସେ ବେହୋସ ହେଇ ନ ପଡିଛି । ଅବିନାଶକୁ ଜୋର କରି ଛାତି ଉପରେ ଜାବୁଡ଼ି ଧରିବ । କେତେ ଓଷାବ୍ରତ , ମାନସିକ ଆଉ ଉପାସ ପରେ ଇଏ ଦିନ ତାକୁ ନସିବ ହେଇଛି । ଅପେକ୍ଷାରେ ତାର ବହୁଥିବା ଲୁହ ଗୁଡାକ ସହିତ ରାତି ରାତି ଉଜାଗର କଟିଛି । ତା ପରେ ଯାଇ ତୁମକୁ ପାଇଛି ମୁଁ ! ଅବିନାଶ ବି ତାଙ୍କ କର୍ତ୍ତବ୍ୟ ଖୁବ ଭଲ ଭାବେ ପାଳନ କରିଛନ୍ତି । ଦୂରରେ ରହି ମଧ୍ୟ ପ୍ରତେକ ମୁହୂର୍ତ୍ତରେ ତା ସହିତ ରହିଛି । ନିଜ ଜୀବନକୁ ଦୁହେଁ ହିଁ ଏମିତି ବିତେଇ ନେଇଛନ୍ତି । ଏ କଥା ସତ୍ୟ ନ ହେଲେ ୪୫ ବର୍ଷ ବୟସରେ କେହି କଣ ଯୁବକ ହେଇରହିଯାଏ । କିନ୍ତୁ ପ୍ରେମ ଯଦି ସତ୍ୟ ହେଇଥାଏ , କେହିବି ପ୍ରେମିକ ପ୍ରେମିକାକୁ ଦୁରେଇ ଦେଇ ପାରିବେନି ।


ସେଦିନ ଦୁହେଁ ଦୁହିଁଙ୍କୁ ପାଇବାର ଜିଦରେ ଅଟଳ ରହିଲେ । ଘରଲୋକ ଖାସ କରି ମାର ଅନ୍ୟଜାତିରେ ବିବାହ ନ ଦେବା ! ଆଉ ଶେଷରେ ସମସ୍ତଙ୍କ ସ୍ୱୀକୃତି !

କଥାରେ କହନ୍ତି ନା , ଯଦି ତୁମେ କାହାକୁ ହୃଦୟର ସହିତ ଭଲ ପାଉଛ ତାକୁ ପାଇବାକୁ ଇଚ୍ଛା ରଖୁଛ , ତା ହେଲେ ଭଗବାନ ବି ତୁମକୁ ସାହାଯ୍ୟ କରିବେ । ଏଇ କଥା ପୁରା ପୁରି ଭାବେ ଫିଟ ହେଇଥିଲା ତାଙ୍କୁ !

ଅର୍ପିତାର ପୂର୍ବ ୩୮ ବର୍ଷର କଥା ମନେ ପଡିଗଲା । ସ୍କୁଲ ଆଉ କଲେଜରେ ଦୁହେଁ ସାଙ୍ଗ ହେଇ ପଢୁଥିଲେ । ସାଙ୍ଗ ହୋଇ ବୁଲୁଥିଲେ । ଏଇ ପିଲାଦିନର ଦୋସ୍ତି ଯେ କେତେବେଳ ଭଲ ପାଇବାର ରଙ୍ଗ ନେଲା କାହାକୁ ଜଣା ହି ପଡ଼ିଲାନି । କଲେଜର ପଢ଼ା ଶେଷ ପରେ ଅବିନାଶ ଯେତେବେଳେ ହାୟର ଷ୍ଟଡି ପାଇଁ ଅନ୍ୟ ସହରକୁ ଯିବାକୁ ନିଷ୍ପତି ଅର୍ପିତାକୁ କହିଲା । ତା ଆଖିରୁ ଅଶ୍ରୁଧାର ବହିବାକୁ ଲାଗିଲା ।

" କଣ ହେଲା ? ତୁମେ କାନ୍ଦୁଛ କାଇଁ ? "

" ଜାଣିନି ଅବିନାଶ , ଲୁହ ଗୁଡିକ କାଇଁ ଆପେ ଆପେ ଆଖିରୁ ବହି ଚାଲିଛି । "

ସେହି ସମୟରେ ସେ ବି ନିଜକୁ ସମ୍ଭାଳି ପାରିନଥିଲା । ତା ଆଖିରୁ ବି ଉଦଗତ ଲୁହର ଧାରା ଶ୍ରାବଣକୁ ଲୁଚାଇ ରଖିଲା ।

" ଆରେ ତମେ ବି ! ମାତ୍ର ଗୋଟେ ବର୍ଷ ! ଆଉ ମଝିରେ ମଝିରେ ଘରକୁ ଯିବା ଆସିବା କରିବି । ସେ ଅର୍ପିତାକୁ ବୁଝାଇବାର ଅସଫଳ ପ୍ରୟାସ କରିଥିଲା ।

କାହିଁକି ନା ସେ ନିଜେ ତ ଭାଙ୍ଗି ପଡିଥିଲା , ଅର୍ପିତା ଠାରୁ ଦୂରେଇ ଯିବାର ଅପେକ୍ଷାରେ....!


କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡିବ ! ହେଲେ ଜଣା ନ ଥିଲା କି ହରାଇବାଟା ଏତେ ଦୁଃଖ ଦେବ ବୋଲି । ଅବିନାଶ ଚାଲିଗଲା ଆଉ ଅର୍ପିତା ନିଶବ୍ଦରେ କାନ୍ଦୁଥିଲା । ସେ ଦିନ ଗୁଡିକ ବହୁତ ଯନ୍ତ୍ରଣା ଦାୟକ ଥିଲା ! ଗୋଟେ ଗୋଟେ ମୁହୂର୍ତ୍ତ ଗଣି ଗଣି କାଟିବା ବହୁତ କଷ୍ଟ ! ଦୁହେଁ ଦୁହିଁଙ୍କ ଠାରୁ ଦୂରରେ ରହି ଅନୁଭବ କଲେକି କେହି କାହାକୁ ଛାଡି କ୍ଷଣଟିଏ ବି ରହିପାରିବେନି । ସାଥି ହେଇ ଜିଇବେ ନ ହେଲେ ସାଥି ହେଇ ମରିବେ । ଅବିନାଶ ଛୁଟି ନେଲା । ଘରେ ଆସି ମାକୁ ସବୁ କଥା କହିଲା ।

" ମା , ମୁଁ ଅର୍ପିତାକୁ ବିବାହ କରିବାକୁ ଚାହେଁ ! "

" କୋଉ ଅର୍ପିତା , ଯିଏ ତୋ ସାଙ୍ଗରେ ପଢୁଥିଲା । "

" ହଁ...ମା ! "

" କିନ୍ତୁ ସେ ତ ବଣିଆ ଘରର ଝିଅ ! ଆମେ ବ୍ରାହ୍ମଣ ଲୋକ , ତା ସହିତ ବିବାହ କେମିତି ହେବ । "

" ତୁ ଏମିତି କଣ କହୁଛୁ ମା ! "

" ଆମ ଖାନଦାନରେ ଅନ୍ୟ ଜାତିର ଝିଅକୁ ବୋହୂ ରୂପରେ ସ୍ୱୀକାର କରିବେ ନାହିଁ ! "

" ଆଜିକା ଦିନରେ ଏଇ ଜାତିପ୍ରଥା ! ସେ ବି ତ କୋଉ ନୀଚ୍ଚ ଖାନଦାନର ନୁହଁ । ବିବାହ ହେବାର ଅସୁବିଧା କୋଉଠି ରହିଲା ! "

" ମନା କଲିନା , ହେଇ ପାରିବନି ମାନେ ହେଇପାରିବନି ! "

ମା ଏକତରଫା ନିଷ୍ପତି ଶୁଣେଇଦେଇଥିଲା । ବାପାଙ୍କ କାନକୁ ବି କଥାଟା ପହଞ୍ଚି ପାରିନଥିଲା ।

ତାର ସବୁକଥା ମାନୁଥିବା ସ୍ନେହୀ ମା , ଆଜି ତା ଜିଦରେ ଅଟଳ ! ମୁଁ ବଞ୍ଚିଥିବା ଯାଏ ଅନ୍ୟଜାତିରେ ବିବାହ ହେଇପାରିବନି । ସେ ବି ଅର୍ପିତାକୁ ଦେଖା ନ କରି ଫେରିଗଲା । ପୁଣି ତା ସହରକୁ କେବେ ଫେରି କି ଆସିନଥିଲା ।


ତାକୁ ବ୍ୟାଙ୍କରେ ଜବ ମିଳିଲା । ମମି ଡାଡିକୁ ବି ପାଖକୁ ଡକେଇ ନେଲା । ଏକମାତ୍ର ପୁଅ , ଦୁଇଭଉଣୀଙ୍କ ଗେହ୍ଲା ସବୁକିଛି ଠିକ ଠାକ ।ସମୟର ଉଜାଣି ସୁଅରେ ଜୀବନ ଚାଲୁଥିଲା । ଯଦି କିଏ ଅବିନାଶକୁ ବିବାହ କଥା କହୁଥିଲା । ସେ ସାଙ୍ଗେ ସାଙ୍ଗେ ସେ କଥାକୁ ଏଡାଇ ଦଉଥିଲା ।

" ମତେ କରିବାର ନାହିଁ ବିବାହ , ମୋ ସାମ୍ନାରେ ସେ ନାଁ ଆଉ ଧରିବନି । ଘୃଣା ଲାଗେ ସେ ଶବ୍ଦ ପ୍ରତି ! "

" ଆରେ ନାଁ ପୁଅ , ଜୀବନଟା ବହୁତ ଲମ୍ବା ! ଏକୁଟିଆ ଚାଲି ପାରିବୁନୁ ।

" କାଇଁ ! ବହୁତ ଲୋକ ତ ପୁଣି ବିନା ବିବାହରେ ଜୀବନ ବଞ୍ଚୁଛନ୍ତି ନା ନାହିଁ । ତୁମେ ମାନେ ତ ଅଛ ! "

" ଆମେ ମାନେ କଣ ସବୁବେଳେ ତୋ ସାଥିରେ ରହିବୁ ।"


ମା , ବାପା , ଭଉଣୀ କେହି ତାକୁ ବୁଝେଇପାରିଲେନି । ମା ଅସୁସ୍ଥ ହେବାକୁ ଲାଗିଲା । ଉଠିବ ବସିବା ବନ୍ଦ ! ଘରର କାମ ପାଇଁ ଚାକର ଟିଏ ରଖିଦେଲା ହେଲେ ଅବିନାଶ ତା ଜିଦ ରୁ ହଟିନଥିଲା । ଏବେ ମା ପୁରାପୁରି ଭାବେ ବିଛଣାରେ ପଡିରହିଲା ।

" ପୁଅ , ଏବେ ତ ବାହା ହେଇଯା । ଯାହାକୁ ତୋ ମନ କହୁଛି ! "

" ନା ମା , ଏବେ ସବୁ ବେକାର ! "

" କଣ ମୋ ଶେଷ ଇଚ୍ଛାକୁ ପୁରା କରିବୁନୁ !

" ମା , ଇଚ୍ଛା ଶେଷ ଆଉ ଆରମ୍ଭ କଣ ! ଇଚ୍ଛା ତ ବାସ ଇଚ୍ଛା ନା ! "


ମା ଚାଲିଗଲା । ବାପା ଆଉ ଅବିନାଶ ଦୁହେଁ ଘରେ ଏକୁଟିଆ ରହିଗଲେ । ଏତେ ଚାକର ବାକର ଥାଇ ବି ଘରଟି ରଙ୍ଗହୀନ , ଖାଁ ଖାଁ , ଆକର୍ଷଣହୀନ ଲାଗୁଥିଲା । ଗୋଟେ ସାମନ୍ୟ ଜୀବନ ଚାଲୁଥିଲା । ଅଚାନକ ଭାବେ ଶାନ୍ତ ନଦୀରେ ସମୁଦ୍ର ପରି ତରଙ୍ଗ ସୃଷ୍ଟି ହେଲା । ବହୁତ ଦିନରୁ ଚାପି ହୋଇ ରହିଥିବା ଅଗ୍ନି ପିଣ୍ଡୁଳାଟି ପବନର ସ୍ପର୍ଶ ପାଇଁ ଧୂଆଁମୟ ହେଇଉଠିଥିଲା ପୁଣିଥରେ । ଅର୍ପିତାର ପତ୍ର ଥିଲା !

" ମୁଁ ଅପେକ୍ଷା କରିଛି ! କେବେ ଆସିବ ? "

" ଆରେ ଏତେ ବର୍ଷ ପରେ ଅର୍ପିତା ଏବେବି ତାକୁ ଅପେକ୍ଷା କରିଛି । ତା ହେଲେ ଚିଠି ଦେବାକୁ ଡେରି କାଇଁ କଲାଯେ ! ସେ ତ ଗୋଟିଏ ବର୍ଷ ପରେ ଫେରିବାକୁ କହିଥିଲା କଣ ସେ ବି ତା ପରି ଜିଦ ଧରି ବସିଛି ।

ସେ ଯାଇଥିଲା ତାକୁ ଦେଖା କରିବାକୁ । ତାର ସୌନ୍ଦର୍ଯ୍ୟ ଏବେ ବି ମହକୁଥିଲା ।

" ତାର ବିବାହ ହେଇଯାଇଥିଲା ଶୁଣିଥିଲି । "

" ହଁ..! ମାତ୍ର ଚାରିଦିନ ରହିଛି କି ନାହିଁ , ଫେରିଆସିଲା ! ଶାଶୁଘର କଣ ହେଲା...କଣ ନାହିଁ । ଆଜି ପର୍ଯ୍ୟନ୍ତ କହିନି । ନା ତା ଶାଶୁ ଘରୁ କିଏ ଆସିଲେ , ନା ସେ ଆମକୁ ତା ଶାଶୁଘରକୁ ଯିବାକୁ ଦେଲା । ଅର୍ପିତାର ମା ଅଶ୍ରୁସଜଳ କଣ୍ଠରେ କହିଲେ ।


ଯବାନ ଝିଅଟି ଘରକୁ ଫେରିଆସିବା ! ପାଟିରୁ ପଦେ ଶବ୍ଦ ନ ବାହାରିବା । କେମିତି ସହୁଥିଲା କେଜାଣି ଜୀବନ ଅଟକିଯାଇଥିଲା ଯେମିତି , ନା ଆଗକୁ ଗଡୁଥିଲା ନା ପଛକୁ ହଟୁଥିଲା । ଲାଗୁଥିଲା ଘଣ୍ଟାର ମିନିଟ ଆଉ ସେକେଣ୍ଡ କଣ୍ଟା ଅଟକି ଯାଇଛି । ପ୍ରକୃତରେ ସେମିତି ହୁଏନି ଆମକୁ ଅନୁଭବ ହୁଏ କି ! ସବୁକିଛି ଅଟକି ଯାଇଛି । କିନ୍ତୁ ଜୀବନ ଆଉ ସମୟ ନିଜ ନିଜର ଗତିରେ ଚାଲନ୍ତି ! ବଦଳୁଥିବା ତାରିଖ ଆଉ ମୁହୁର୍ତ୍ତ ଗୁଡାକ ସହିତ ! ଅର୍ପିତା ଏମିତି ହିଁ ଦିନ ଗୁଡିକ କାଟୁଥିଲା । କହିବାକୁ ଗଲେ ରାମଙ୍କ ଅପେକ୍ଷାରେ ପଞ୍ଚବଟିରେ ବସିଥିବା ସୀତା ! ସେ ତ ନିଜ ପାଇଁ ବନବାସ ନିଜେ ହିଁ ବାଛିନେଇଥିଲା ।

କବାଟର ଠକ ଠକ ଶବ୍ଦ ସହିତ ଯେତେବେଳ ସେ କବାଟ ଖୋଲିଲା ,ସ୍ୱର୍ଗୀୟ ପ୍ରେମର ବାସ୍ନା ଟିକକ ଭିତରକୁ ଯିବା ପାଇଁ ଅସ୍ତବ୍ୟସ୍ତ ହଉଥିଲା ।

" ଅବିନାଶ , ତୁମେ ଆସିଗଲ ! ଫେରିଆସିଲ ତୁମେ ? ଅନାୟସ ଭାବରେ ଅର୍ପିତା ର ମୁହଁରୁ ବାହାରି ଆସିଲା "

" ଆରେ , ମୁଁ କୁଆଡେ ଯାଇଥିଲି କି ! ମୋ ହୃଦୟ ପରା ତମ ପାଖରେ ଛାଡି ଯାଇଥିଲି । ତମେ ଡାକିବାକୁ ଡେରି କଲ ! ଇଏ ଡାକ ଆଗରୁ ଲଗାଇଥାନ୍ତ ଯଦି ! ଦୁହିଁଙ୍କ ଆଖିରେ ଲୁହ !

" ମୁଁ ତ ଡାକୁଥିଲି ହେଲେ ତମେ ତ ଶୁଣିଲନି ! "

" ଠିକ କହୁଥିଲା , ଅର୍ପିତା " ସେ କେବେବି ତା ବିଷୟରେ ଜାଣିବାକୁ ଚେଷ୍ଟା ହିଁ କରି ନଥିଲା । ସେ ତ ତାକୁ ବିବାହିତ ମାନିନେଇଥିଲା ।


ସେମାନଙ୍କ ବିବାହ ହେଲା । ଦୁଇଟି ମନ ଗୋଟିଏ ହେଇଗଲା , ସମସ୍ତଙ୍କ ଇଚ୍ଛା ଅନୁସାରେ ! ଏବେ ମା ନଥିଲା । ତାର ସ୍ନେହ , ଭଲପାଇବା ଥିଲା । ହେଇ ପାରେ ଉପରେ ରହି ସେ ଦେଖୁଥିଲା , ଆଉ ତା ଆଶିଷ ଭରା ହାତରେ ଦୁହିଁଙ୍କୁ ଆଶ୍ରିବାଦ ଦେଉଥିଲା ।


କିନ୍ତୁ ବିଦା ହେବ ସମୟରେ ଅବିନାଶ ଅର୍ପିତାକୁ ତା ଘରକୁ ନେଇ କି ଯାଇନଥିଲା । ଯୋଉଠି ମାର ସ୍ମୃତି ଥିଲା ! ସେ ସହର ଠୁ ଦୂର ଏଇ ଛୋଟ ଘରକୁ ନେଇକି ଆସିଥିଲା ।ଯାହାର ସେପଟେ ପାହାଡ଼ , ଶାନ୍ତ ସୁନ୍ଦର ପୃଥିବୀ , ଲାଜେଇ ଝରଣାର କଳ ଜଳ ହସ ! ଚଉଦିଗରେ ଶୋଭାବର୍ଦ୍ଧନ କରୁଛି ସବୁଜ ରଙ୍ଗର ବିଭିନ୍ନ ଜାତି ଜାତିକା ଫୁଲ । ପ୍ରକୃତି ବି ତ ମା ନା ! ଏହା ଭାବି ତା ଆଶ୍ରିବାଦ ତଳେ ରହିବାକୁ ଆସିଯାଇଥିଲା ।


ଦୂରରୁ ଚଢେଇ ମାନଙ୍କର କିଚିରି କିଚିରି ଶବ୍ଦ ଶୁଭୁଥିଲା । ଲକ୍ଷ ଲକ୍ଷ ପ୍ରଜାପତି ବିଞ୍ଚିଦେଉଥିଲେ ସୁନେଲି ପରାଗ । ଜନ୍ମଜନ୍ମ , ଯୁଗଯୁଗ ଓ କାଳକାଳ ପାଇଁ ଏକ ହେଉଥିଲା ତାଙ୍କ ସମ୍ପର୍କ ! ଆକାଶରେ ଘଡଘଡି ବିଜୁଳି ମାନେ ଖୁସି ହେଇ ତାଙ୍କ ମିଳନର ତାଳି ମାରୁଥିଲେ । ଆତ୍ମା ପରମାତ୍ମା ସହ ବିଲୟ ହେବାକୁ ଆତୁର ହେଉଥିଲା । ନିଶ୍ଵାସ ଦିର୍ଘଶ୍ୱାସ ନେଲା ! ଅପହଞ୍ଚ ଇଲାକାରେ ପହଞ୍ଚି ଯାଇଥିଲା ପ୍ରେମର ମନ ଯୁଗଳ । ଦୁହେଁ ଦୁହିଁଙ୍କୁ ଭିଡ଼ିଧରିଥିଲେ ବାହୁବନ୍ଧନରେ ! ଆସ୍ତେ ଆସ୍ତେ ବ୍ରହ୍ମ ଆଉ ରଜର ମିଳନରେ ହିଁ ସୃଷ୍ଟି ହେଉଥିଲା ପ୍ରେମର ଫୁଲଟେ !



Rate this content
Log in

More oriya story from Akash kumar bhola

Similar oriya story from Romance