Akash kumar bhola

Tragedy

2  

Akash kumar bhola

Tragedy

ମା

ମା

1 min
454


ମା ଶବ୍ଦ ଶୁଣିଲେ ହିଁ ମୋ ହୃଦୟ ଭିତରେ କିଛି ଗୋଟେ ହେଇଯାଏ । କେବଳ ତିନି ବର୍ଷର ହେଇଥିଲି ମୁଁ , ଯେତେବେଳେ ମା ମତେ ଆଉ ମୋ ଜନ୍ମ ହେଇଥିବା ଛୋଟ ଭାଇକୁ ଛାଡି ଆର ପାରିକୁ ଚାଲିଗଲା ।


" କେବଳ ତିନି ବର୍ଷର ଥିଲ ତୁମେ ? "


ହଁ.... ମୋ ଜେଜେମାକୁ ନାତି ଟେ ଦରକାର ଥିଲା । ସେଥିପାଇଁ ଏକ ବର୍ଷ ପରେ ମୋ ଛୋଟ ଭଉଣୀ ଆଉ ଗୋଟେ ବର୍ଷ ପରେ ମୋ ସାନ ଭାଇ ହେଲା , କିନ୍ତୁ ପ୍ରସବ ସମୟରେ ମା ଆମମାନଙ୍କୁ ଛାଡି ଚାଲିଗଲା ।

ଲୋକ କହନ୍ତି ନାଁ ! ପୁଅ ଘର ସମ୍ଭାଳିବ । ବଂଶ ବଢେଇବ , ମୁହଁରେ ନିଆଁ ଦେବ । କିନ୍ତୁ ଭାଇକୁ ଯେତେବଳେ ୨୦ ବର୍ଷ ହେଲା , ପଢିବା ପାଇଁ ଦିଲ୍ଲୀ ଚାଲିଗଲା । ଆଜିକି ୧୮ ବର୍ଷ ହେଇଗଲାଣି , ସେ କେବେ ଫେରି ନାହିଁ । ଜେଜେ ମା ...ଜେଜେବାପା ମରିବା ବି ଦୁଇବର୍ଷ ହେଇଗଲାଣି ! ତାଙ୍କ ସ୍ନେହ ଟିକେ ଆମକୁ ମିଳିଲାନି । କୋଉ ଘର ସମ୍ଭାଳିବା ! ଆଉ ମୁହଁରେ ନିଆଁ ଦେବ ! ସେଇ ଜାଣନ୍ତି ବଂଶ କେମିତି ଆଗକୁ ବଢୁଛି । ଯଦି ମା ଥାନ୍ତା ଇଏ ପରିବାର ଏମିତି ଭାଙ୍ଗିନଥାନ୍ତା , କାରଣ ମା ହିଁ ଜାଣେ ପରିବାର କଣ ? ସତରେ ସେଦିନ ଯଦି ଜେଜେମା ନାତିଟିଏ ପାଇଁ ଇଚ୍ଛା କରିନଥାନ୍ତା । ମା ଆଜି ଆମ ପାଖରେ ଥାନ୍ତ !



Rate this content
Log in

Similar oriya story from Tragedy