STORYMIRROR

akash bhola

Abstract

2  

akash bhola

Abstract

ନିହାନ ପ୍ରଣୟ

ନିହାନ ପ୍ରଣୟ

2 mins
168

ଦି ବର୍ଷ ତଳେ କୁରାଢ଼ୀରେ ହାଣି ହତ୍ୟା କରା ଯାଇଥିଲା ପ୍ରଣୟକୁ। ପ୍ରଣୟ ତାର ପତ୍ନୀ ଅମୃଥାକୁ ଏତେ ଭଲ ପାଉଥିଲା ଯେ ପୁଣି ଥରେ ତା ପାଖକୁ ଫେରି ଆସିଥିଲା ଗଲା ବର୍ଷ। ନୂଆ ଜୀବନ ଧରି ତା' କୋଳରେ ଜନ୍ମ ନେଇଥିଲା। ଗଲା ବର୍ଷ ଜାନୁଆରୀ ୩୦ ତାରିଖରେ ସେମାନଙ୍କ ବିବାହର ପ୍ରଥମ ବର୍ଷ ପୂର୍ତ୍ତି ଦିନ ହିଁ ଅମୃଥା ପୁଅଟିଏ ଜନ୍ମ ଦେଇଥିଲା। ତାର ନାଁ ରଖିଥିଲା 'ନିହାନ ପ୍ରଣୟ'। ଦୁଇ ଦିନ ତଳେ କୁନି ପ୍ରଣୟକୁ ବର୍ଷେ ପୂରିଛି। 

ସିଏ ଜନ୍ମ ଦିନ ପାଳିଛି। କାନ୍ଥରେ ଝୁଲୁଥିବା ଫଟୋ ଭିତରେ ବାପାକୁ ଖୋଜିଛି। ଅମୃଥା ଆଖିରୁ ଲୁହ ଝରାଇଛି ସିନା ସିଏ କେବେ ବି ହାର ମାନି ନାହିଁ କି ମାନିବ ନାହିଁ ବୋଲି ଠାଣି ନେଇଛି। ଅମୃଥା କହିଛି, ସେମାନେ ସିନା ପ୍ରଣୟକୁ ମାରିଦେଲେ, କିନ୍ତୁ ତା' ମନରେ ପ୍ରଣୟ ପ୍ରତି ଥିବା ପ୍ରେମକୁ କେବେ ମାରି ପାରି ନାହାଁନ୍ତି କି ପାରିବେ ବି ନାହିଁ। 


ତେଲେଙ୍ଗାନାର ୨୪ ବର୍ଷ ବୟସର ପ୍ରଣୟ ଦଳିତ ହେଇ ବଡ଼ ଜାତିର ଝିଅ ଅମୃଥାକୁ ଭଲ ପାଇ ମନ୍ଦିରରେ ବାହା ହେଇଥିଲା। ସେମାନେ ପିଲା ବେଳୁ ଭଲ ବଂଧୁ ଥିଲେ। ଏକାଠି ଜିଇଁବାର ସ୍ୱପ୍ନ ଦେଖିଥିଲେ। କିଏ କୋଉ ଜାତିର, କୋଉ ଗୋତ୍ରର, କୋଉ ରାଶିର ବୁଝିବାକୁ ସେମାନଙ୍କ ପାଖରେ ବେଳ ନ ଥିଲା। ସେମାନଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ଝିଅର ବଡ଼ ଜାତିର ବାପା ବିରୋଧ କଲେ। ଝିଅଠାରୁ ଦୂରେଇ ଯିବାକୁ ବାରମ୍ବାର ଧମକ ମିଳିଲା ପ୍ରଣୟକୁ। ୩ କୋଟି ଟଙ୍କା ନେଇ ଝିଅଠାରୁ ଦୂରେଇ ଯିବାକୁ ଲୋଭ ଦେଖା ହେଲା। ଝିଅର ଗର୍ଭ ନଷ୍ଟ କରିବାକୁ ବି ଧମକ ମିଳିଲା। ୨୦୧୮, ସେପ୍ଟେମ୍ବରରେ ୬ ମାସର ଗର୍ଭବତୀ ଅମୃଥାର ଚେକ୍-ଅପ କରିି ମେଡିକାଲରୁ ବାହାରୁ ଥିବା ବେଳେ ପ୍ରଣୟକୁ ବିଭତ୍ସ ଭାବେ ହତ୍ୟା କରାଗଲା। ବଡ଼ ଜାତିର ଶ୍ୱଶୁର ପଠାଇଥିବା ଗୁଣ୍ଡା ପ୍ରଣୟର ବେକକୁ କୁରାଢ଼ୀରେ ହାଣି ହତ୍ୟା କଲା। ଗର୍ଭବତୀ ପତ୍ନୀ ଆଗରେ ପ୍ରଣୟ ଛଟପଟ ହେଇ ମରିଗଲା। ବାପା ହେବା ଆଗରୁ ପ୍ରଣୟର ଜୁଇ ଜଳିଥିଲା।


ଏହି ଘଟଣାର ଛ' ମାସ ପରେ ପ୍ରଣୟ କୁନି ପୁଅଟିଏ ହୋଇ ଅମୃଥା କୋଳକୁ ଫେରି ଆସିଥିଲା। ପ୍ରଣୟର ଏହି ସନ୍ତକକୁ ଧରି ଅମୃଥା ତାର ବାକି ଜୀବନ କାଟିବାକୁ ନିଷ୍ପତ୍ତି ନେଇଛି। ପୁଅର ଆଖିରେ ସିଏ ପ୍ରଣୟକୁ ଦେଖୁଛି। ପୁଅର କଥାରେ ପ୍ରଣୟର କଥା ଶୁଣୁଛି। ପୁଅ ତାକୁ ବଞ୍ଚିବାର ରାହା ଦେଖାଉଛି। 


-ପ୍ରଶ୍ନ ଉଠେ ସତରେ କ'ଣ ପ୍ରଣୟ ଛୋଟ ଜାତିର ଥିଲା ! ଜାତିରୁ ବା କେହି କେମିତି ଛୋଟ ଆଉ ବଡ଼ ହେଇ ପାରିବ ? ସିଏ ତ କେବଳ ଭଲ ପାଇଥିଲା। କାହାକୁ ସ୍ୱପ୍ନ ଦେଖିବା ଶିଖାଇ ଥିଲା। କାହାର ହାତ ଧରି ବଞ୍ଚିବାକୁ କଥା ଦେଇଥିଲା। ସିଏ କେମିତି ଛୋଟ ହେଇ ପାରିବ ! ଛୋଟ ତ ସିଏ ଯିଏ ତାକୁ ହତ୍ୟା କରି ପାରିଲା। ଯିଏ କାହାକୁ ହତ୍ୟା କରି ପାରେ ସିଏ କେମିତି ବା ବଡ଼ ହେଇ ପାରିବ ? ଜାତି କଥା ଛାଡ଼, ସିଏ କ'ଣ ମଣିଷରେ ବି ଗଣା ହେଇ ପାରିବ ? ହତ୍ୟାକାରୀ ପୁଣି ବଡ଼ ଜାତିର ଇଏ କେମିତି ସମ୍ଭବ


-ଖାଲି ଜାତିକୁ ଧରି କେହି କେମିତି ବଡ଼ ହେଇ ପାରିବ  ଯାହା ପାଖରେ ମଣିଷପଣିଆ ନାହିଁ, ହୃଦୟଟିଏ ନାହିଁ, ଅନ୍ୟକୁ ଆପଣାର କରିବାର ସାମର୍ଥ୍ୟ ନାହିଁ ତାକୁ ବା କେମିତି କେହି ବଡ଼ କହି ପାରିବ ବଡ଼ ଜାତିର ଅହଙ୍କାରରୁ ଘୃଣା ଛଡ଼ା ଆଉ କିଛି ସୃଷ୍ଟି ହୁଏନି। ବଡ଼ ଜାତିର ତୁଚ୍ଛା ଗର୍ବରୁ କେବଳ ହିଂସା ସୃଷ୍ଟି ହୁଏ। ଭୟଙ୍କର ମାନସିକତା ସୃଷ୍ଟି ହୁଏ। ସେଇ ମାନସିକତା ଅନ୍ୟର ଜୀବନ ନେବାକୁ ବାଟ ଦେଖାଏ। ଆଉ ଏହା ମନେ ରଖିବାକୁ ହେବ ହିଂସା, ଘୃଣା ଦ୍ୱାରା କେବଳ ମଣିଷକୁ ମାରି ହୁଏ, ଜୀବନକୁ ନଷ୍ଟ କରିହୁଏ। ପ୍ରେମ ଦ୍ୱାରା କେବଳ ଜୀବନ ଗଢି ହୁଏ, ସ୍ବପ୍ନ ଦେଖି ହୁଏ। ପ୍ରେମ ଜୀଵନ ନିଏ ନାହିଁ, ପ୍ରେମ ଅନ୍ୟ ପାଇଁ ଜୀବନ ଦେବାର କଳା ଶିଖାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract