Siddhartha Tripathy

Abstract Tragedy Classics

3.9  

Siddhartha Tripathy

Abstract Tragedy Classics

*ଲୌହଦାନବର ରକ୍ତ ଭୋଜି*

*ଲୌହଦାନବର ରକ୍ତ ଭୋଜି*

6 mins
394



ଓଃ ! ଅସହ୍ୟ ଏ ଯନ୍ତ୍ରଣା ! ଜୀବନତରୀକୁ ଆଗକୁ ବଢେଇବା ପାଇଁ ବାହାରକୁ ଯିବା ନିତାନ୍ତ ଆବଶ୍ୟକ ।ଆଜି ବି ଠିକ୍ ସମୟରେ ସୂର୍ଯ୍ୟୋଦୟ ହେଉଛି, ତାର ବାସଭବନ ପାଖରେ ମୟୂର ରାବୁଚି। କୋଇଲିର କୁହୁତାନ ମନ ମୋହୁଛି। ସାମ୍ନାରେ ଥିବା ଅସନା ପାଣି, ପଙ୍କରେ ଘୁଷୁରୀ ଲୋଟୁଛି। ସବୁକିଛି ସ୍ଵାଭାବିକ ଅଛି। ହେଲେ ତା ଜୀବନତରୀ ଏମିତି ଅସ୍ବାଭାବିକ କାହିଁକି ? ଦୁଇବର୍ଷ ତଳେ ପ୍ରେମର ଡଙ୍ଗାରେ ଆହୁଲା ମାରି ଆଗକୁ ବଢୁଥିବା ରତିକାନ୍ତ ନିଜ ହାତରେ ପ୍ରେମର କବର ଦେଇ ଡଙ୍ଗାରେ ଛିଦ୍ର କଲା କାହିଁକି ?


ବାହାଘର କିଛିବର୍ଷ ପରେ ତାର ତିନିମାସର କନ୍ୟା ସନ୍ତାନ। ସମସ୍ତ ଧ୍ୟାନ କନ୍ୟାର ଭବିଷ୍ୟତ ଉପରେ। ସ୍ଵାମୀ ସ୍ତ୍ରୀ ସମ୍ପର୍କ ବାହାଘରର ଦୁଇ ବର୍ଷପରେ ବାସି ମିଠା ପରି କାହିଁକି ହୋଇଯାଏ ?


ଆବର୍ଜନାକୁ ଜରିଦେଇ ଅତରଲେପି କାଚପାତ୍ରରେ ଦୀର୍ଘଦିନ ଢାଙ୍କି ରଖିବା ପରେ କୌଣସି କାରଣରୁ ଫାଟିଯାଇ ହଠାତ ବିସ୍ଫୋରଣ ହୋଇ ପୂତିଗନ୍ଧ ଯୁକ୍ତ ହୋଇଯାଏ। ଠିକ ସେମିତି ସ୍ଵାମୀ ସ୍ତ୍ରୀ ସମ୍ପର୍କ। ମନକଥା ପରିପ୍ରକାଶ ନକଲେ ଭୂଲ ବୁଝାମଣା ବଢେ ଓ ସମ୍ପର୍କ ଧିରେ ଧିରେ ପୂତିଗନ୍ଧମୟ ହୋଇଯାଏ।ଭାବନା ରାଜ୍ୟରେ ଡୂବି ରହିଥିଲା ଅତନୁ। ଦୂରରୁ ଲକ୍ଷ୍ୟ କରୁଥିଲା ବନିତା।


ବନିତା ! କେବେ ଭାବିନଥିଲା ବୋହୂଟିଏ ହେବ ଓ ଶାଶୂଘରେ ହିଁ ଜୀବନ ବିତେଇବ। କାରଣ ସେ ବାପାମାଆଙ୍କ କୋଳରେ ରହି ଗେହ୍ଲା ହେଇଛି, ଭାଇମାନଙ୍କ ଉପରେ ହୁକୁମାତି ଜାହିର କରିଛି। ଖୋଲା ଆକାଶ ଓ ଟିକି ଟିକି ଜଙ୍ଗଲ ଦେଖିଲେ, ଅବା ବର୍ଷା ବତାସର ହାୱା ତା ' ଦେହ ମନକୁ ସଂଖୁଳିଲେ ତାର ମନେ ହୁଏ ସେ ଯେପରି ସ୍ଵାଧୀନ ସତ୍ତାଟିଏ, ନିଜ ମର୍ଜିରେ ବଞ୍ଚିଛି। ପରାଧୀନ ହେବା ସେ କ'ଣ ଜାଣି ନାହିଁ ଏବଂ କାହା ଅଧୀନରେ ରହିବା ଶିଖି ନାହିଁ। ଉଦ୍ଧତ ଯୌବନରେ ଘର ଭିତର କୁଅଁରେ ଗାଧେଇବା ସମୟରେ ଲୁଚି ଲୁଚି ଦେଖୁଥିବା ଗାଆଁ ଟୋକା ମାଧବକୁ ଚଟକଣି ବି ମାରିଛି।


ସୁନ୍ଦର ଚମତ୍କାର ଗଢଣ ଧରିଥିବା ସୁନ୍ଦରୀ ବନିତା ଖୁବ୍ ଗମ୍ଭୀର ପ୍ରକୃତିର। କଥା କମ୍ କୂହେ ଓ ନିରବରେ କାମ କରିଯାଏ। ଆଶ୍ଚର୍ଯ୍ୟ ଲାଗେ ସେ କେମିତି ଜୀବନସାଥୀ ବାଛି ପାରିଲା। ବନିତା ନିଜେ ବି ଆଶ୍ଚର୍ଯ୍ୟ ହୁଏ ଏହା କିପରି ସମ୍ଭବ ହେଲା। ମାତ୍ର ଦୁଇଥର ସାକ୍ଷାତ ଓ ଆଲୋଚନା ପରେ ସେ ଏପରି ଏକ କଠୋର ନିଷ୍ପତ୍ତି ନେବା କେତେଦୂର ଯଥାର୍ଥ। ରତିକାନ୍ତ ବେଶୀ ପୁରୁଣା ନୁହଁ, ତାଙ୍କ ବ୍ୟକ୍ତିତ୍ୱର ସବୁ ଦିଗ ଉପରେ ସେ ଜ୍ଞାତ ନଥିଲା ତଥାପି ବାହା ହୋଇଗଲା। କାରଣ ଝିଅ ଜନମ ପର ଘରକୁ ତାଛଡ଼ା ବାପା ମାଆଙ୍କ ବ୍ୟସ୍ତତା ତାକୁ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କଲା।


ହେଲେ ଆଜି .......


ସେ ରତିକାନ୍ତ ସହ ସଂସାର କରିସାରିଛି। ହସ କାନ୍ଦ ମିଶା ଦୁନିଆ। ପଛରୁ ବନିତାର କାନ୍ଧରେ ହାତ ପକେଇ ଗାଲରେ ଗାଲ ମିଶେଇ ଗେହ୍ଲା କରୁଥିଲେ ରତିକାନ୍ତ।

ଶିହରୀ ଉଠୁଥିଲା ବନିତା।


ରତିକାନ୍ତ କହୁଥିଲେ, ଜାଣିଛ ବନିତା !

ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି। ତମେ ବହୁତ୍ ଉଚ୍ଚମନା। ସବୁ ଝିଅଙ୍କ ସ୍ୱପ୍ନ ସୁନ୍ଦର ବର ଆଉ ଧନଧାନ୍ୟରେ ଭରା ଘର। ସେସବୁରେ ମୁଁ କିଛିଟା ସଫଳ କିଛିଟା ଅସଫଳ।


ପ୍ରେମର ପ୍ରାବଲ୍ୟରେ ରତିକାନ୍ତକୁ ଚୁମ୍ବନ ଦେଉ ଦେଉ ବନିତା କହୁଥିଲା, ଓଃ ଲୋ ମୋ ଗେଲ୍ହୁ, ମୋ ଛୁଆ।

ହସିଦେଇ ରତିକାନ୍ତ କହିଲେ ଜାଣିଛ ବନିତା, ପ୍ରତି ନାରୀ ଜଣେ ଜଣେ ଆଜନ୍ମ ଅଭିନେତ୍ରୀ। ଅଭିନୟ ସେମାନଙ୍କ ଜନ୍ମଗତ କଳା। ଆରେ ଖରାପ ଭାବିଲ କି ? 


ବନିତା କହିଲା, ଆଜି ତମେ ପୂର୍ଣ୍ଣ ସ୍ଵାଧୀନ, କହିଚାଲ। କାରଣ ଆଜି ରାତି ରେଳରେ ତମେ ଚେନ୍ନାଇ ଚାଲିଯିବ। ତମେ ସେଠାକୁ ଗଲେ ସବୁ ଭୁଲିଯାଅ । ହେଲେ ତମ ସୁନ୍ଦରୀ ଝିଅକୁ ଯେମିତି ଏଥର ଭୁଲି ନଯାଅ ।


ରତିକାନ୍ତ ଆରମ୍ଭ କଲେ ;

ନାରୀକୁ ଅଭିନୟ ଶିଖିବାକୁ ପଡେନାହିଁ। ଅବଲୀଳା କ୍ରମେ ସେମାନେ କନ୍ୟାରୁ ଜନନୀ ପର୍ଯ୍ୟନ୍ତ ବିଭିନ୍ନ ଭୂମିକାରେ ଅଭିନୟ କରିପାରନ୍ତି।


ଯେଉଁ ନାରୀ ଜୀବନରେ ଯେତେ ନିଖୁଣ ଅଭିନୟ କରିପାରେ ଜୀବନରେ ସେ ସେତେ ଅଧିକ ସୁଖୀ ହୁଏ। ତମେ ବି କନ୍ୟାରୁ ଜନନୀ। ଏମିତି ଖୁସିରେ ରହିବାକୁ ଚେଷ୍ଟା କର। ହଁ ଭରି ଦୃଢ଼ ଆଲିଙ୍ଗନରେ ଥିଲେ ଦୁହେଁ।


ଜିନିଷପତ୍ର ସଜାଡୁ ସଜାଡୁ ବନିତା କହିଲା, ଏ ରତିକାନ୍ତ, ଆଜି ମୋ ଡାହାଣ ଆଖିଟା ଫଡ ଫଡ ହେଉଛି। କିଛି ଅଶୁଭ ସଂକେତ। ଆଜି ନଗଲେ ହେବନି ?


ଧେତ୍ ପାଗଳୀ , ଏସବୁ ଅନ୍ଧବିଶ୍ୱାସ। ମୁଁ ଦି ପଇସା କମେଇଲେ ଝିଅର ଭବିଷ୍ୟତ ଗଢ଼ିବା। ତମ ସ୍ୱପ୍ନ ସାକାର ହେବ। ହଁ ଶୁଣ ତମ ଡାଇରୀ ବ୍ୟାଗ୍ ଉପରେ ରଖି ଦେଇଛି। ରାସ୍ତାସାରା ଲେଖିବ ନା ।


ଡାଇରୀ ଖୋଲି କହୁଥିଲେ ରତିକାନ୍ତ, କହିଲ ବନିତା ! ଏତେ ଶୁଭ ଅଶୁଭ କହୁଛ, ମାଟି ହାଣ୍ଡି ଶୁଭ ନା ଅଶୁଭ।


ବନିତା କହିଲା ଏଇ କି ପ୍ରଶ୍ନ।


ରତିକାନ୍ତ ଡାଇରୀ ପଢୁଥିଲେ ;

ସଂସ୍କାର ସମୟରେ ମାଟି ହାଣ୍ଡିରେ ପାଣି ରଖି ସେଥିରେ.... ଟିକେ କଣା କରି ଶବ ଚାରିପାଖେ ଘୁରିଥାଏ ଅଗ୍ରଜ,ଶେଷରେ ମାଟି ହାଣ୍ଡିଟିକୁ ତଳେ ପକାଇ ଭାଙ୍ଗି ଦିଆଯାଏ। ଓଃ, ଖିନଭିନ ହୋଇ ମାଟି ହାଣ୍ଡି ଛୋଟ କଣିକାରେ ପରିଣତ ହେଲା ବେଳେ କହିଉଠେ;


ଏ ସ୍ୱାର୍ଥପର ମନୁଷ୍ୟ !! କାର୍ଯ୍ୟରେ ଲାଗିଲା ପର୍ଯ୍ୟନ୍ତ,ଜଳ ପୂର୍ଣ୍ଣ ଥିବା ପର୍ଯ୍ୟନ୍ତ,ସ୍ବାର୍ଥ ସିଦ୍ଧି ହେବା ପର୍ଯ୍ୟନ୍ତ ମୁଁ ତୁମ ସ୍କନ୍ଧର ଡ଼ାହାଣ ପାର୍ଶ୍ୱରେ,ଉଚ୍ଚାସନରେ।ସ୍ବାର୍ଥ ହାସଲ ହେବା ସାଙ୍ଗେ ସାଙ୍ଗେ ଜଳ ଶେଷ ହେବା ସାଙ୍ଗେ ସାଙ୍ଗେ ମୋ ସ୍ଥାନ ତୁମ ପାଦତଳେ!!


ଏ...ତ...ନିୟତିର ନିୟମ ନୁହଁ,ଏ ସ୍ବାର୍ଥ ପର ମନୁଷ୍ୟର ନିଜ କ୍ରୁତ ନିୟମ।


      ଭେଣ୍ଡିଆ ପୁଅର ଶବ ଚାରିପଟେ ଘୁରିଆସିଥିବା ବ୍ରୁଦ୍ଧ ଜଣକ ବୁଝିପାରିଲେ ଭଗ୍ନ ମାଟି ହାଣ୍ଡିର ଅକୁହା କେହ......!!ଉତ୍ତର ଦେଲେ ନା...ନା....!!   


ହେ ମାଟିହାଣ୍ଡି! ତୁମେ ପରା ଭଗବାନଙ୍କ ଅନନ୍ୟ ସର୍ଜନା।ତୁମ ବିନା ଶୁଭ,ଅଶୁଭ ଉଭୟ କାର୍ଯ୍ୟ ଅସମ୍ଭବ।ରୋଜଗାରିଆ ପୁତ୍ରର ଅକାଳ ବିୟୋଗର ଦୁଃଖ ତା ସାଙ୍ଗକୁ ତୁମର ଭୁଲ ବୁଝାମଣା ଏତେ ପାପର ବୋଝ ମୁଣ୍ଡାଇବାରେ ଏ ବ୍ରୁଦ୍ଧର କାନ୍ଧ ଅସମର୍ଥ। ବର୍ତ୍ତମାନ ଶୁଣ;


ହେ ମାଟି ହାଣ୍ଡି ! ତମେ ହେଲ ଜୀବନ ସଦ୍ରୁଶ୍ୟ।

ଯେତେବେଳେ ପାଣି ଅର୍ଥାତ୍ ସମୟ ସରିଯାଏ, ସେତେବେଳେ ମାଟି ହାଣ୍ଡି ଅର୍ଥାତ୍ ଜୀବନ ଚାଲିଯାଏ ........!!

ତେଣୁ ତୁମକୁ ତଳେ ପକାଇ ଦେବାକୁ ବାଧ୍ୟ।କାରଣ ତୁମର ପରା ସମୟ ସରିଗଲା।

ବ୍ରୁଦ୍ଧ ଲକ୍ଷ୍ୟ କଲେ ଖୁସିରେ ହସି ଉଠୁଥିଲା ଖଣ୍ଡ ବିଖଣ୍ଡିତ ମାଟି ହାଣ୍ଡି!!!


ବନିତା ଚିଡିଉଠି କହିଲା, ଏତେ ଦୂର ଯିବ ଏମିତି ଅଶୁଭ କଥା ମନକୁ କାହିଁକି ଆଣୁଛ ? ହସିଦେଇ ବନିତା ଗାଲରେ ଚୁମା ଦେଲେ ରତିକାନ୍ତ। ଲାଜେଇ ଗଲେ ବନିତା।


ଷ୍ଟେସନ ଯିବାକୁ ପ୍ରସ୍ତୁତ ହେଲେ ରତିକାନ୍ତ। ଝିଅକୁ ଧରି ରତିକାନ୍ତକୁ କୁଣ୍ଢେଇ ଧରିଥିଲେ ବନିତା। ଆଖିରେ ଆଖିଏ ଲୁହ। ତିନିମାସର ଝିଅ ବି ବାପର ହାତକୁ ଧରିଥିଲା। ପାଦ ଆଗକୁ ବଢ଼ୁନଥିଲା ରତିକାନ୍ତର। କିନ୍ତୁ ପେଟପାଟଣା କଥା। ଆଗକୁ ବଢିଥିଲେ ରତିକାନ୍ତ ଓ ପଛକୁ ଫେରି ଫେରି ଚାହୁଁଥିଲେ। ବନିତା କାନ୍ଥରେ ନେଶି ହେଇ ନାକି ଓଢଣା ଦେଇ ଅଶ୍ରୁଳ ନୟନରେ ବିଦାୟ ଦେଉଥିଲେ ରତିକାନ୍ତକୁ।


 ରେଳଷ୍ଟେସନ୍। ଖଚାଖଚ ଭିଡ। ଗୋଟେ କୋଣରେ ବସି ଡାଇରୀ ଲେଖୁଥିଲେ ରତିକାନ୍ତ। ଫୋନ ବାଜି ଉଠିଲା। ସେପଟୁ ବନିତା କହୁଥିଲା, ଏ ରତି ! ଏ ଧନ ! ଭାରୀ ମନେ ପଡ଼ୁଚ। ତମେ ଗଲାପରେ ଠାକୁରଙ୍କ ଦୀପ ଲିଭିଗଲା। ମନରେ ଶଙ୍କା ହେଉଛି। ଜାଗ୍ରତରେ ଯିବ। ହଁ ଏ , ଶୁଣ !


ଆଜି ତମ କାମବାସନା ଚରିତାର୍ଥ କରିବାରେ ମୁଁ ଅସମର୍ଥ। କାରଣ ମୁଁ ରଜସ୍ଫଳା। ତମେ ଜଲଦି ଫେରିଆସ ଆମ ପରିସ୍ଥିତି ଟିକେ ସୁଧୁରି ଗଲେ ସୁନ୍ଦର ଜୀବନ ଜିଇଁବା। 

ପୁଣି ରେଳ ଚଢ଼ିଲା ପରେ ଫୋନ କଲେ ବନିତା। ଟିକେ କଥା ହୋଇ ରତିକାନ୍ତ କହିଲେ, ମୁଁ ଡାଇରୀ ଲେଖୁଛି ତମେ ଖାଇକି ଶୋଇପଡ଼।

ଫୋନ କଟିଗଲା।


ବନିତା ମନ ଭଲ ଲାଗୁନଥିଲା। ଟିଭି ଦେଖିବାରେ ଲାଗିଲେ ସେ।

କିଛି ସମୟ ପରେ .......

ଏ କ'ଣ , ଏ କି ବିଭତ୍ସ ଦୃଶ୍ୟ !!!

କରମଣ୍ଡଳ ଦୁର୍ଘଟଣାଗ୍ରସ୍ତ। ରେଳବଗି ଗୁଡ଼ିକ ଦିଆସିଲି ଖୋଳ ପରି ଦେଖା ଯାଉଛି। କୁଢ଼ କୁଢ଼ ଶବ। ଥରି ଉଠିଲା ବନିତାର ଦେହ।


ଶବ ଗୁଡ଼ିକ ଯେମିତି ଚିତ୍କାର କରୁଛି।

ମୋତେ ଚିହ୍ନ, ମୋତେ ଚିହ୍ନ। ମୁଁ ମରିବାକୁ ଚାହୁଁନଥିଲି। ମୋର ଅନେକ ଅପୂରଣୀୟ ସ୍ୱପ୍ନ ଥିଲା।

ମୁଁ ଘରକୁ ଯିବାର ଥିଲା, ମୋର ବାହାଘର ସ୍ଥିର ହୋଇସାରିଥିଲା। ବାପାଙ୍କ ସ୍ୱପ୍ନ ପୂରଣ କରିବାକୁ, ନୂଆଁ ଘର ତୋଳିବାକୁ ମୁଁ ପୁଳାଏ ଟଙ୍କା ଧରି ଘରକୁ ଯାଉଥିଲି। ହେ ଭାଇମାନେ, ମୋ ଟଙ୍କା ନେଇ ମୋ ବାପାଙ୍କୁ ଦେଇଦିଅ। କେଉଁ ଶବ ଚିତ୍କାର କରୁଥିଲା, ମୋତେ ଚିହ୍ନ ...

ମୋତେ ଚିହ୍ନ !!

ଏଇ ଦେଖ *" ଲୌହ ଦାନବର ରକ୍ତ ଭୋଜି । "* ପୁସ୍ତକରେ ପଢିଥିବା ପାଠ ସତ ହୋଇଗଲା।


ବନିତା ଆଖିରେ ଲୁହର ବନ୍ୟା। ସେଇଠି ସ୍ଥାଣୁ ହୋଇଯାଇଥିଲା ସେ।

ଟିଭିର ଚିତ୍ର ଦେଖି ହେଉନି। ବହୁତ୍ ସ୍ଥାନୀୟ ଲୋକ ସାହାଯ୍ୟ କରୁଛନ୍ତି। ଦଲକା ଦଲକା ରକ୍ତ। ମେଞ୍ଚା ମେଞ୍ଚା ଶବ ! କରୁଣ ଚିତ୍କାର।

ହେ ଜଗା !

ମୋ ରତିକାନ୍ତ ସୁରକ୍ଷିତ ଥାଆନ୍ତୁ।

ତମେ ପରା ଜଗତର ନାଥ।

ତମେ ପରା ଭକ୍ତର ଭଗବାନ।

ତମ ଆଗାମୀ ଦେବସ୍ନାନ ପାଇଁ ମହୋଦଧି ଜଳ କମ୍ ପଡ଼ିଲା କି ? ତମେ ଭକ୍ତର ରକ୍ତରେ ସ୍ନାନ କଲ ।

କ'ଣ ପାଇଲ ହେ ଭକ୍ତର ଭଗବାନ !


ଆରେ, ସେ କ'ଣ ଭାବନା ରାଜ୍ୟରେ ଘୁରି ବୁଲୁଛି। ତା ସ୍ଵାମୀ ରତିକାନ୍ତ ପରା ଏହି ରେଳରେ। ଫୋନ କଲେ ବନିତା। ଫୋନ ବାଜି ଉଠିଲା।

ଆଶ୍ବସ୍ତ ହେଲା ବନିତା। କ'ଣ ଭାବି ଫୋନ କାଟିଦେଲା। କାରଣ ସେ ଭୟାଳୁ ମନୁଷ୍ୟ। କାଳେ ଯଦି କିଛି ଅଘଟଣ ଘଟିଥିବ ? ନା ତା ସ୍ଵାମୀଙ୍କ ଫୋନ ବାଜୁଛି। 


ପୁଣି ଫୋନ କଲେ ବନିତା। ଫୋନ ରିଙ୍ଗ ହେଲା ହେଲେ ରତିକାନ୍ତ ଉଠେଇଲେନି। ବୋଧେ ଏହି ଦୁର୍ଘଟଣାରେ କେଉଁଠି ଡାଇରୀ ଲେଖୁଥିବେ ନତୁବା ଅସହାୟଙ୍କୁ ସାହାଯ୍ୟ କରୁଥିବେ। ମନ ବୁଝିଲାନି। ବାରମ୍ବାର ଫୋନ କରି ଚାଲିଲେ। 


ବହୁତ୍ ସମୟ ପରେ

ସେପଟରୁ ଶୁଣାଗଲା , ହ୍ୟାଲୋ !

ଆରେ ତମେ ମୋ ସ୍ବାମୀ ନୁହଁ, ତମେ କିଏ ? ମୋ ସ୍ବାମୀଙ୍କ ଫୋନ କାହିଁକି ଧରିଛ ? ସେପଟରୁ ଶୁଣାଗଲା , ଏ ଫୋନ ଯାହାର ସେ ଆଉ ନାହାନ୍ତି। ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରେଇଛନ୍ତି, ତମେ ବାଲେଶ୍ଵର ଆସ, ମର ଶରୀର ନେଇଯିବ।


ପାଦତଳୁ ମାଟି ଖସିଗଲା ବନିତାର। ବସିବା ସ୍ଥାନରେ ଚେତା ହରେଇଲା। କେତେବେଳେ ଚେତା ଫେରିଛି ଜାଣିନି, ଝିଅକୁ ଧରି ଦୌଡିଲା ବାଲେଶ୍ଵର ଡାକ୍ତରଖାନା।

ଓଃ ! କି ବିଭତ୍ସ ଦୃଶ୍ୟ। କୁଢ଼ କୁଢ଼ ଶବ । ମୁଣ୍ଡ ଗଣ୍ଡି ଅଲଗା। ମେଞ୍ଚା ମେଞ୍ଚା ମାଂସ ପିଣ୍ଡୁଳା। କେମିତି ଜାଣିବ ତା ପ୍ରିୟତମକୁ । ସେ ଭିତରେ ହାତରେ ଲାଗିଲା ରତିକନ୍ତର ଡାଇରୀ । ଡାଇରୀ ହାତରେ ଧରି ଡାକ୍ତରଖାନା ଭିତରକୁ ପଶି ଡାକ୍ତରମାନଙ୍କୁ ଅନୁରୋଧ କଲା ତା ସ୍ବାମୀଙ୍କୁ ଖୋଜି ଦେବାକୁ।


ହଠାତ ......


ଏ କ'ଣ ?

ହାତ ଦୁଇଟି କଟି ଯାଇଛି, ରତିକାନ୍ତ ମୂର୍ଚ୍ଛିତ ଅବସ୍ଥାରେ ବିଛଣାରେ। ନଥ କରି ବସିଗଲା ବିଛଣା ପାଖରେ। ଧିରେ ଧିରେ ଆଖି ଖୋଲିଲେ ରତିକାନ୍ତ। କ୍ଷୀଣ କଣ୍ଠରେ ଦୁର୍ଘଟଣା ବର୍ଣ୍ଣନା କରୁ କରୁ କହିଲେ, ମୋ ଡାଇରୀ ଛିଟିକି ପଡ଼ିଲା ଓ କେହି ଦୁର୍ବୃତ୍ତ ମୋ ମୋବାଇଲ ଟାଣି ନେଇଗଲା।

ଏ ବନିତା !

ମୋ ହାତ !

ବନିତା ରତିକାନ୍ତକୁ ଜାବୁଡ଼ି ଧରି ନିଜ ହାତ ଦୁଇଟି ଆଗକୁ କରି କହିଲା, ଏଇ ତୁମ ହାତ। 

ହେ ଜଗନ୍ନାଥ ! ଏ କି ତମ ଲୀଳା !

ଭୋ ଭୋ କାନ୍ଦୁଥିଲେ ଦୁହେଁ ।



Rate this content
Log in

Similar oriya story from Abstract