ଲୈଲେସର ହସ
ଲୈଲେସର ହସ
ବିବାହର ଗୋଟିଏ ବୟସ ଥାଏ । ଉପଯୁକ୍ତ ବୟସରେ ବିବାହ ନ କଲେ ବିବାହର କିଛି ମଜା ନ ଥାଏ। ଏପଟେ ସାଙ୍ଗ ସାଥି ବାପା ମା ବିବାହ କାହିଁକି.... କରିବାକୁ ଇଚ୍ଛା କରୁନାହୁଁ ବୋଲି ନାନା ପ୍ରଶ୍ନ..... ନାନା ଆଶଙ୍କା । କିନ୍ତୁ କିଏ କାହିଁକି ବୁଝିବ..... ମନ ପସନ୍ଦର ଝିଅଟିଏ ମିଳୁନାହିଁ ବୋଲି । ମା'ବାପା, ସାଙ୍ଗ ସାଥି, ସମ୍ପର୍କୀୟ ମାନେ କେତେ ପ୍ରସ୍ତାବ ଆଣି ଦେଖେଇ ସାରିଲେଣି ! !
- କେଉଁ ଝିଅଟି ମନ ପାଉଛି ତ କିଏ ମନ ପାଉନି ପୁଣି କିଏ ମୋଟି ତ କିଏ କାଳି, ଯେଉଁ ଝିଅ ସୁନ୍ଦର ସେ ପାଠ କମ ପଢିଛି , ଯିଏ ପାଠ ପଢିଛି ତାର ବୟସ ଗଡି ଗଲାଣି ।
- ମନୁ କକେଇ କଲ୍ୟାଣପୁର ଶାସନରୁ ଗୋଟିଏ ପ୍ରସଙ୍ଗ ଆଣିଥିଲେ... କହିଲେ ଝିଅକୁ ଆଗ ଦେଖୁ.... ମନ ପାଇଲେ ପରେ କଥା ହେବା...
- ସୁଧାଂଶୁ ଗାଁ ର ସାଙ୍ଗ ସୁଶାନ୍ତକୁ ନେଇ ଝିଅ ଘରେ ପହଞ୍ଚିଗଲା । ଝିଅ ଦେଖିଲେ... ଚଳିବ କହି ହଁ ଭରିଲେ...
- ଦେବାନେବା ସେମିତି କିଛି ପ୍ରାୟ ନାହିଁ । ଅତିଥି ଚର୍ଚ୍ଚା କରିବେ । ବରଯାତ୍ରୀଙ୍କ ପାଇଁ ଭଲ ଆୟୋଜନ କରିବେ.. । ବଡ ଧୂମଧାମରେ ବାହାଘର ଆୟୋଜନ ହେଲା । ସବୁ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ଗଲା । ବାଜା, ରୋଷଣି ରେ ଗାଁ ଟା ଯାକ ଫାଟି ପଡିଲା ।
- ସୁଧାଂଶୁ ବାହାବେଦୀରେ ବସି ବାହା ହେଲା । ସମସ୍ତଙ୍କର ଆନନ୍ଦ କହିଲେ ନ ସରେ । ବରକନ୍ୟାଙ୍କୁ ସମସ୍ତେ ଆଶୀର୍ବାଦ କଲେ । ବିବାହର ସରୁ ସରୁ ରାତି ପହିଲା, ବରକନ୍ୟା ଘରକୁ ସକାଳୁ ଆସିଲେ ।
- ନଣନ୍ଦ ମାନେ ଗୋଡ ଲମ୍ବାଇ ଦୁଆର ଜଗିଲେ ଛାଡିବେନି ଭିତରକୁ ବୋଲି କହିଲେ । ଦି ଭଉଣୀକୁ ସୁନା ମୁଦି ଦେଲେ । ଭାଉଜର କେହି ଭାଇ ନ ଥିଲେ । ତାଙ୍କର ଦୁଇ ଭଉଣୀ । ସାନ ଭଉଣୀ ହିଁ ଭାଇ ହେଇ ଛାଡିବାକୁ ଆସିଲା । ସବୁଠାରୁ ମଜାକଥା ହେଉଛି ଭାଉଜ ସେହି ଭଉଣୀକୁ ହିଁ ଭାଇ ବୋଲି' ଡାକନ୍ତି ।
- ଗୃହଲକ୍ଷ୍ମୀ ହେଇ ଭାଉଜଙ୍କର ଗୃହ ପ୍ରବେଶ ହୋଇଗଲା । ନଣନ୍ଦମାନେ ମଧ୍ୟ ନଣନ୍ଦ ପେଡିରୁ କିଛି ନ ପାଇଲେ ବି ମନ ଦୁଃଖ କରି ନ ଥିଲେ କାରଣ ଭାଇ ପାଖରୁ ମୋଟା ଅଙ୍କର ମାଲ ପାଇଛନ୍ତି ! ବରଯାତ୍ରୀ କିନ୍ତୁ ଟିକେ ଅସନ୍ତୁଷ୍ଟ । ଖାଇବା କାଳେ କାହାରି ପସନ୍ଦ ହେଲାନାହିଁ ।
- ସମସ୍ତେ ଭାବିଥିଲେ ସୁଧାଂଶୁର ବାହାଘର ଭୋଜି ଜମେଇକି ଖାଇବେ ବୋଲି କିନ୍ତୁ ଖାଇବା ସେମିତି କାଳେ ଭଲ ନ ଥିଲା । ତଥାପି ମୁହଁ ଖୋଲି କେହି କିଛି କହିବା ଆଗରୁ ସୁଧାଂଶୁର ଭୋଜିଟା ଏତେ ଜୋରଦାର ଥିଲା ଯେ ସେ ସବୁକୁ ଆଉ କେହି ମନେ ପକେଇଲେ ନାହଁ ।
- ସୁଧାଂଶୁର ମାଆ ମୁହଁଟା କେମିତି ଶୁଖିଲା ଶୁଖିଲା ଲାଗୁଥିଲା । ବୁଝିଲାରୁ ଜଣା ପଡିଲା ବୋହୂଟା କଣ ସେତେ ସୁନ୍ଦର ଲାଗୁନି , ପୁଅକୁ ତାଙ୍କର ଜମା ମାନୁନି । ବାହାଘର ଆଠଦିନ ଭିତରେ ଏମିତି ଲାଗୁଛି, ଛୁଆପିଲା ଗୋଟିଏ ହୋଇଗଲା ପରି..... ଇଏ କି ଅବସ୍ଥା ? ? ?
- ଚିନ୍ତାରେ ସୁଧାଂଶୁ ମାଆର ମୁଣ୍ଡ ଖରାପ ହୋଇ ଯାଉଛି । କେହି ଜଣେ କହିଉଠିଲେ, "ଆରେ ନାଇଁ ରେ । ଛୁଆଟା.... ଉପବାସ କେବେ କରି ନ ଥିବ । ଏବେ ଲଗାତାର ଉପବାସ, ଅଲଗା ଜାଗାରେ ନିଦ ହେଉନ ଥିବ, ଖାସ ସେଇଥିପାଇଁ ମୁହଁଟା ତା'ର ଶୁଖିଯାଇଛି । ପରେ ଦେଖିବ..... ସେ ଠିକ ଭଲ ଦେଖାଯିବ ! ! !
- ସୁଧାଂଶୁକୁ ପୂରା ମାନିବ, ଆପଣ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ ।
- ବୋହୂ କାଳି ଲାଗିବାର ଅସଲ କାରଣଟା କିନ୍ତୁ ଅଲଗା ଥିଲା । ପୁଅ ତାଙ୍କର କମ୍ପାନୀରେ କାମ କରୁଛି, ବୋହୂ କଲେ ଏମିତି ଘରୁ ଯେ ଝିଅକୁ ତା' ମା'ବାପା ପୂରା ଖାଲି ହାତରେ.... ବାସନ କେତେ ଖଣ୍ଡ ଆଉ ଗୋଟିଏ ଦିଇଟା ଗହଣା ଦେଇ ବିଦା କରିଦେଲେ.....
- କେମିତି ମା'ବାପା କେଜାଣି ... .. ମୁହଁଟା ତାଙ୍କର ଯେମିତି ଲଜ୍ୟାରେ ତଳକୁ ହେଇଗଲା ପରି ଲାଗୁଥିଲା । ମନେ ମନେ କେତେ ଆଶା କରିଥିଲେ....
- କିଛି ନ ହେଲେ ପୁଅକୁ ତ କାର ଖଣ୍ଡିଏ ତ ଦେଇ ଥାନ୍ତେ, ଉପରେ ଉପରେ ଆମେ ଯେତେ ମନା କଲେ ବି ସେମାନେ ନିଶ୍ଚୟ ଦେବାକଥା... ପୁଅର ସମ୍ମାନକୁ ତ ! ! !
- ହେଲେ କଥାଟା ପୂରା ଓଲଟା..... ଦେଖି ସେ ନା କିଛି କହିପାରୁଛନ୍ତି, ନା ନିଜ ମନକୁ ବୁଝାଇ ପାରୁଛନ୍ତି । ତା'ର ପ୍ରତିଫଳନ ହେଉଛି, "ବୋହୂଟା ଏତେ ଖରାପ ଦେଖିବାକୁ, କେହି ଜାଣି ପାରିଲେନି କେମିତି ? ? ?
-ଏତେ ମେକଅପ ନେଇଥିଲା କି କଣ.... ସମସ୍ତଙ୍କୁ ସୁନ୍ଦର ଲାଗିଲା, ଯେତେଜଣ ତାକୁ ଦେଖିବାକୁ ଯାଇଥିଲେ ! ! !
- ଧିରେ ଧିରେ ବିବାହର ଦ୍ଵିତୀୟ ଦିନ ଠାରୁ ବୋହୂ ପ୍ରତି ବ୍ୟବହାର ରୁକ୍ଷ ହେବାକୁ ଲାଗିଲା ଶାଶୁମା'ଙ୍କର । ତାଙ୍କୁ ଦେଖାଦେଖି ନଣନ୍ଦ ମାନେ ବି ଆରମ୍ଭ କରିଦେଲେ ଗୁଣ ବାଛିବା । ବିଚରା ବୋହୂ ବୁଝି ପାରୁ ନ ଥାଏ ଏମାନଙ୍କ ଦୁର୍ବ୍ୟବହାରର କାରଣ ? ? ?
-ବାପା ଜଣେ ସାଧାରଣ କର୍ମଚାରୀ । ମା' ତେଣେ ଆଜୀବନ ରୋଗଗ୍ରସ୍ତ ଶଯ୍ୟ।ଶାୟୀ । ପୁଅ କହିଲେ ବି ସେଇ ଏକା..... ଝିଅ କହିଲେ ବି ସେଇ..... କାରଣ ସେମାନଙ୍କ କୋଳକୁ ପ୍ରଥମେ ସେ ହିଁ ଆସିଛି ! ! ନିଜର ଯଥାସାଧ୍ୟ ଖର୍ଚ୍ଚ କରି ବାପା କନ୍ୟା ଦାନ କରିଛନ୍ତି ।
- ବରପକ୍ଷ କହିଛନ୍ତି.... ଜ୍ୱାଇଁ ତାଙ୍କର ମାସକୁ ଦୁଇ ଲକ୍ଷ ଦରମା ପାଉଛନ୍ତି, ମୁମ୍ବାଇ ରେ ଚାକିରୀ କରୁଛନ୍ତି । ବାପାଙ୍କର ପାଦ ଭୂଇଁରେ ଲାଗୁ ନ ଥାଏ । ଯାହା ହେଉ ମୋ ଝିଅର ଭାଗ୍ୟ ଯେ..... ସେ ଏମିତି ବରଟିଏ ପାଇଛି ।
- ବାହାଘର ଆଠଦିନ ଭିତରେ ଏକଥା ସ୍ପଷ୍ଟ ବୁଝି ଯାଇଛି ଝିଅ ଯେ ସେମାନେ ଠକି ଦେଇଛନ୍ତି । ବର ତାଙ୍କର ମାସକୁ ମାତ୍ର ତିରିଶିହଜାର ଟଙ୍କା ଦରମା ପାଇ କମ୍ପାନୀରେ ଚାକିରି କରିଛି । ତାଙ୍କର ଖର୍ଚ୍ଚ କରିବାର ଢଙ୍ଗ, ବ୍ୟବହାର, ଏସବୁରୁ ସ୍ପଷ୍ଟ ଜାଣି ହେଉଥିଲା ।
- ସେ କେତେ କଷ୍ଟ କରି ଚଳନ୍ତି ଆଉ ମା'ବାପା, ଭାଇଭଉଣୀର ପରିବାରକୁ ଚଳ।ନ୍ତି । ଶାଶୁ ମାଆ ଯେତେ ଯାହା କହିଲେ... କଣ ହେବ ସୁଧାଂଶୁ ନିଜ ସ୍ତ୍ରୀ କୁ ଭଲ ପାଉଥିଲା । ଝିଅଟି ତେଣୁ ଦୁଃଖୀ ନ ଥିଲା କାରଣ ସୁଧାଂଶୁର ପୂର୍ଣ୍ଣ ଭଲ ପାଇବା ତାକୁ ମିଳି ସାରିଥିଲା । ସେ ସୁଧାଂଶୁ କୁ ନେଇ ଖୁସି ଥିଲା ।
- ମାତ୍ର ଖୁସି ସମସ୍ତଙ୍କ କପାଳରେ ଲେଖା ନ ଥାଏ । ଝିଅର ବାପା ତା'ର ଏ ମିଛକୁ ବରଦାସ୍ତ କରି ପାରିଲେନି । ଏ ପଟେ ସୁଧାଂଶୁର ମା'ବି ବୋହୂ କିଛି ନ ଆଣି ଆସିବା ଟାକୁ ହଜମ କରି ପାରୁନ ଥାନ୍ତି ।
- ଧିରେ ଧିରେ ସୁଧାଂଶୁ ଦ୍ୱାରା ବୋହୂର ସ୍ୱାଧୀନତା ଉପରେ ଆକ୍ରମଣ ଆରମ୍ଭ ହେଲା, ଉଭୟ ପରିବାର ମଧ୍ୟରେ ତିକ୍ତତା ବଢ଼ି ବଢ଼ି ଚାଲିଲା । ପ୍ରେମର ଡାଳରେ ନୂଆ କରି ବସା ବାନ୍ଧିଥିବା ସୁଧାଂଶୁ ଆଉ ବୋହୁଟି ସେହି ତିକ୍ତତା ରେ ଘାଣ୍ଟି ହୋଇ ଅଣନିଶ୍ୱାସୀ ହେଇଗଲେ । କେହି କାହା ମୁହଁ ଚାହିଁବାକୁ ପସନ୍ଦ କଲେ ନାହିଁ ।
- ଏହା ଭିତରେ ଦେବଦୂତ ସାଜି ସେମାନଙ୍କ ଜୀବନକୁ ପଶି ଆସିଛି ସେମାନଙ୍କର ପୁଅ ଲୈଲେସ । ବିଚରା ହତଭାଗ୍ୟ ଶିଶୁଟିଏ । ଜନ୍ମରୁ ସେ ନିର୍ଯ୍ୟାତିତ ।
- ଗୋଟିଏ ନିର୍ଯ୍ୟାତିତା ମା'ଠୁ ସେ ଆଉ କଣ ବା.... ସେ ପାଇ ପାରିଥାନ୍ତା ? ? ତଥାପି ସେ ହସେ, ଆଉ ତା'ହସର ଯାଦୁରେ ମା' ବି ହସିଦିଏ, ବାପା ସୁଧାଂଶୁ ବି ଟାଣି ହୋଇ ଆସନ୍ତି ।
- ଶିଶୁର କୋମଳ ହସରେ ସବୁ ତିକ୍ତତାର ଅନ୍ତ ଘଟେ । ଦିନ ଦିନ ଧରି ଖାଇବାକୁ ନ ପାଇ ରାହା ଧରି କାନ୍ଦୁଥିବା ଶିଶୁଟି ପୁଣି ସବୁ ଠିକ୍ ଠାକ୍ ଅନୁଭବ କରେ। କେବଳ ଲୈଲେସର ସେଇ କୁନି କୁନି ଓଠରେ ଫୁଟି ଉଠୁ ଥିବା ଖିଏ ହସ ପାଇଁ ସବୁ ଖୁସି ଆଣିଦିଏ.....