STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

କର୍ତ୍ତବ୍ୟ

କର୍ତ୍ତବ୍ୟ

2 mins
195


ଯିଏ ଯାଉଥିଲା ତାକୁ ତାଙ୍କୁ ଟିକେ ଦେଖିଆସିବାକୁ ଅନୁରୋଧ କରୁଥିଲା ସୁଧା ।ସବୁଦିନେ ଫୋନରେ କଥା ହେଉଥିଲା ।ଲାଗୁଥିଲା ସେ ଭାରି କଷ୍ଟ ରେ ,କିନ୍ତୁ କହୁନାହାନ୍ତି ସୁଧା କାଳେ ବ୍ଯସ୍ତ ହେବ ଭାବି ।ହସୁଥିବାର ଶବ୍ଦ ଟି ଫିକା ଓ ଯାନ୍ତ୍ରିକ ଲାଗୁଥିଲା ତା' ଆଖି କୁ ଲୁହ ବୁନ୍ଦଟେ ବି ନ ଛୁଉଁ ବୋଲି ।ସେ ତ ଚିରକାଳୁ ସେମିତି ।ସର୍ବଂସହା, ତଥାସ୍ତୁ ଈଶ୍ବର ।ଯିଏ ଫେରିଆସୁଥିଲେ ତାଙ୍କୁ ଦେଖି ସେମାନଙ୍କ ଚେହେରାରୁ ସେ ବୁଝୁଥିଲା ଶୀର ଶୀର ରେ ଦୁଃଖ ଭରି ମାଟି ତାର ଉଈ ଖାଇଲାଣି ହେଲେ ଉପରୁ ବରଗଛ ପରି ଦିଶୁଛନ୍ତି ନିର୍ବିକାର, ନିରାସକ୍ତ ଦାୟିତ୍ୱବୋଧ ରେ ବୋଲି ।ସେମାନଙ୍କୁ କହିବାକୁ ହୁଏନି, ସୁଧା ଛାତି ତଳ ଯାଏ କୋହ ବୋହିଯାଏ । ଝିଅ ହବା ବି ଗୋଟେ କଷ୍ଟ, କିନ୍ତୁ ଚେଷ୍ଟା ନକରିବା ଆହୁରି କଷ୍ଟ ।ଭାଙ୍ଗୁଥିଲା ସିଏ ଦୂରରେ ରହି ପ୍ରତିଥର ତାଙ୍କ କଥା ଭାବି ।ଶେଷ ଚେଷ୍ଟାରେ ସେ ମନ ଟାଣ କଲା, ଭାବିଲା , "ମୁଁ ବି ତ ସେଇ ଆତ୍ମା ର ସତ୍ତା, ମୋତେ ବି ତ ଚାରା ରୁ ଦ୍ରୁମ କରିବାରେ ସବୁ ଢାଳିଦେଲେ ସେ ।ତେବେ ମୋର କିଛି କର୍ତ୍ତବ୍ୟ ନାହିଁ କଣ ତାଙ୍କୁ ଭୁଷୁଡି ପଡିଲାବେଳେ ଡେରୀହେବାକୁ କାନ୍ଧ ଟେ ହବାକୁ,କାନ୍ଥ ଟେ ହବାକୁ? "


ପଚାରିଲା " ଶୁଣ, ବାପାଙ୍କୁ ନେଇଯିବା ? ସବୁଦିନ ପାଇଁ?ଆମ ପାଖକୁ? 


_ ହଁ ,ତାଙ୍କ ପୁଅ ବୋହୁ ଯଦି ନ ପଚାରୁଛନ୍ତି ତେବେ କଣ କରାଯିବ? ନେଇଚାଲ ।


ରୁନ୍ଧି ଦେଲା ଅନ୍ଧାର କରି ଅନ୍ତର ତଳକୁ ଶବ୍ଦ ତକ ।ତେବେ କଣ ଦୟା? କର୍ତ୍ତବ୍ୟ ନୁହେଁ?ମୁଠା ମୁଠା ନେସା ନେସା ଦୁଃଖ ଓଜାଡି ଯାଉଥିଲେ ପାଦ ଝୁଣ୍ଟିଆ ଠୁ ମଝି ସୁନ୍ଥାଣୀ ଯାଏ ।ବନ୍ଧନ ତକ ।ଇଛ୍ଛା ସବୁ ଦଳିହେଇଯାନ୍ତି ବାଛି ହେଇ ।




ଛାଡିଫେରୁଥିଲା ମୁଠେ ପାଉଁଶ ରେ ବାପାଙ୍କୁ ।ନିର୍ଲିପ୍ତ ଥିଲେ ସମସ୍ତେ ।କେମିତି କେଜାଣି?ସୁଧା କିନ୍ତୁ ନିଜ ଭିତରେ ଏବେ ରଖିନେଇଥିଲା ବାପା ଙ୍କୁ ।ଆଉ ନୀରବି ଯାଇଥିଲା ଠିକ୍ ତାଙ୍କରି ପରି ।ବାହାରି ଆସିଲା ତା' ଭିତରୁ ଦମ୍ଭ ।କାହାକୁ ପଚାରିଲାନି ଥରଟେ ପାଇଁ ବି ।ପଚାରି ତ ଥିଲା ,ଶୂନ୍ୟଫଳ ଆବୋରିଲା ।


ସୁଧା ତାର ସ୍ବୟଂ ନିଷ୍ପତ୍ତି ନେଲା ।ସବୁ ବାପା ମାନଙ୍କ ପାଇଁ ତିଆରିଲା ଏକ ଘର ।ନାଁ ଦେଲା ସୁଧାଘର ।ସେଇଠି ରହିବେ ତା ' ବାପା ପରି ସବୁ ବାପା ।


ଶକ୍ତି ମନରେ ଥାଏ ।ବେଳଥାଉ ବାହାରିଲେ କିଛି ନହେଲେ ବି ହୃଦୟ ର ଶାନ୍ତି ଟିକକ ତ ଫେରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action