କୃତଜ୍ଞତା
କୃତଜ୍ଞତା
ଜଣେ ବିଶିଷ୍ଟ ୱିମ୍ବେଲ୍ଡାନ ପ୍ଲେୟାର ଅର୍ଥୁର ଆଶେ (Arthur Ashe), ୧୯୮୩ ମସିହାରେ ଏଚ ଆଇ ବି ରୋଗରେ ମୃତ୍ୟୁ ବରଣ କରିଲେ। ହୃଦୟ ଅପରେସନ ବେଳେ ଯେଉଁ ରକ୍ତ ନେଇଥିଲେ ତାହା ଏଚ ଆଇ ବି ର କାରଣ ଥିଲା । ତାଙ୍କ ରୋଗର ଖବର ପାଇ ଦେଶ ବ୍ୟାପୀ ଫ୍ୟାନ ମାନଙ୍କ ବାର୍ତ୍ତା,ପତ୍ର ଆଦିର ସୁଅ ଛୁଟି ଥିଲେ ସମସ୍ତେ ଶୋକ ପ୍ରକାଶ କରିଥିଲେ ,ତହିଁ ମଧ୍ୟରୁ ଜଣେ ଫ୍ୟାନ ଗୋଟିଏ ପ୍ରଶ୍ନ କରିଥିଲେ ଯାହାର ଉତ୍ତର ଖୁବ୍ ସୁନ୍ଦର ଭାବରେ ରଖିଥିଲେ ସେ। ତାହାର ସଂପୂର୍ଣ୍ଣ ବିବରଣୀ ତଳେ ଦେଉଛି,
ଫ୍ୟାନ ଙ୍କ ପ୍ରଶ୍ନ: ଭଗବାନ ଆପଣଙ୍କୁ କାହିଁ ବାଛିଥିଲେ ଏହି ଭଳି ଗୋଟିଏ ଦୁର୍ଗମ,ଅସାଧ୍ୟ ବେମାରୀ ପାଇଁ???
ତାଙ୍କର ଉତ୍ତର ଥିଲା: ଏହି ବିଶ୍ୱରେ ୫୦ କୋଟି ଶିଶୁ ଟେନିସ ଖେଳନ୍ତି ଓ ପାଞ୍ଚ କୋଟି ବ୍ୟକ୍ତି ଟେନିସ ଖେଳନ୍ତି, ତନ୍ମଧ୍ୟରୁ ପାଞ୍ଚ ଲକ୍ଷ ଲୋକଙ୍କ ବୃତ୍ତି ହେଲା ଟେନିସ ଖେଳିବା, ତହିଁରୁ ପଚାଶ ହଜାର ଲୋକ ସର୍କିଟରେ ଆସନ୍ତି, ପାଞ୍ଚ ହଜାର ଗ୍ରାଣ୍ଡ ସ୍ଲମ୍ କୁ ଆସନ୍ତି, ପଚାଶ ଜଣ ୱିମ୍ବେଲ୍ଡନ ଆଉ ଚାରିଜଣ ସେମି ଫାଇନାଲ ପରେ ଦୁଇ ଜଣ ଫାଇନାଲ ଶେଷରେ ଯେତେବେଳେ ମୁଁ ମୋ ହାତରେ ୱିମ୍ବେଲ୍ଡନ କପ୍ ଧରି ଥିଲି କେବେ ଈଶ୍ୱରଙ୍କୁ ପଚାରିନି "କଣ ପାଇ ମୁଁ" ତେବେ ଆଜି ଏହି ସମୟେ ତାଙ୍କୁ ପଚାରିବା ଉଚିତ୍ ମନେ କରୁନି, ଖାଲି କହିଛି ଯାହା ଦେଇଛ ଭଲ ଦେଇଛ।
ତାଙ୍କର ଏହି କଥା ଯେତେବେଳେ ମୁଁ one paragraph that explains life
ପୁସ୍ତକରେ ପଢ଼ୁଥଲି ମୋ ମନ ଈଶ୍ବରଙ୍କ ପ୍ରତି କୃତଜ୍ଞତା ରେ ଭରି ଉଠିଥିଲା, ସତରେ ଈଶ୍ୱର ତୁମ୍ଭେ ମହାନ।
ମଣିଷ ଜୀବନରେ ପାଇଥିବା ସୁଖ ବେଳେ କେବେ କୁହେ ନାହିଁ କାହିଁକି ମୁଁ ଏହି ସୁଖର ହକଦାର ହେଲେ ଦୁଃଖ, ରୋଗ, ଜରା, ବ୍ୟାଧି ଆଦିରେ ପଡ଼ିଲେ ଈଶ୍ୱରଙ୍କୁ ନିନ୍ଦା ଦେବାକୁ ଆଦୌ ଭୁଲେନାହିଁ । ମଣିଷ ଭୁଲି ଯାଏ ଯଦି ସେ ରୋଗ, ବ୍ୟାଧି, ଦୁଃଖ ଆଦି କଷ୍ଟରେ ପଡ଼ିଛି ତାହା ତାର କୃତ କର୍ମର ଫଳ ନିଶ୍ଚିତ। ତେଣୁ ଈଶ୍ୱରଙ୍କୁ କୃତଜ୍ଞତା ଜଣାଇବା ପାଇଁ ଆତ୍ମାକୁ ଶାନ୍ତ କରି କେବେ ଏକୁଟିଆ ବସି ଗୋଟିଏ ଛୋଟ ଧନ୍ୟବାଦ୍ ନିଶ୍ଚିତ କହିବା । ସେ ଲୋଭି ନୁହେଁ ତାଙ୍କରି ଦାନ ଆମ ଠାରୁ ଆଶା କରିବେ କିନ୍ତୁ କୃତଜ୍ଞତା ଜରୁରୀ ଆଉ କୃତଜ୍ଞ ମଣିଷ ନିଶ୍ଚିତ ଉପରକୁ ଯାଏ, କୃପା ଲାଭ କରେ। ହେଲେ ମଣିଷ ଜାତି ଅନ୍ୟର ଦୋଷ ତ୍ରୁଟି ଆଦି ଖୋଜିବାରେ ଏତେ ବ୍ୟସ୍ତ ସେ କେବେ ବୁଝି ପାରିବେନି ଗୋଟିଏ ଛୋଟ କୃତଜ୍ଞତାର ମୂଲ୍ୟ କଣ ?କେବଳ ନିଜ କଲା କର୍ମରୁ ଭୋଗୁଥିବା କଷ୍ଟ ପାଇଁ ଈଶ୍ୱରଙ୍କୁ ଦୋଷ ନିଶ୍ଚିତ ଦେଇ ପାରିବେ। ଥରେ ଚିନ୍ତା ଅବଶ୍ୟ କରିବ ।
