STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

କୃଷ୍ଣ ଜନ୍ମ ୩

କୃଷ୍ଣ ଜନ୍ମ ୩

3 mins
249


ହରିବୋଲ, ହରିବୋଲ ।।


ଆଜି ଗୋପିକା ବଲ୍ଲଭ ଶ୍ରୀ ଗୋବିନ୍ଦ ଓ ମା ଜଗଦମ୍ବା ଜଗତ ଜନନୀ ମହାମାୟା ଙ୍କର ଜନ୍ମ ତିଥି ।


ଭାଗ୍ୟ ରେ ଥିଲେ, ହରି କୃପା ହେଲେ ହରି କଥା କଥନ, ଶ୍ରବଣ , ବର୍ଣ୍ଣିନ, ସେବା, ମନନ,ଚିନ୍ତନ, ନାମ ଜପ ,ଦର୍ଶନ ଲଭିବା, ଆଦି ଜୁଟେ ।ହରିଦାସ ର ଦାସ ବି ଚିର ନମସ୍ଯ ।ହରି ଶବ୍ଦ ରେ ଏତେ ଶକ୍ତି ଯେ ମଣିଷ ତା ଚଉଦ ଜନ୍ମେ ବି ଏତେ ପାତକ ଅରଜି ପାରିବନି ଯାହା ମାତ୍ର ଥରେ ହୃଦୟ ସହ ଅଶ୍ରୁବିଗଳିତ ହୋଇ ଭକ୍ତି ଗଦଗଦେ ହରି ଉଚ୍ଚାରିଲେ ନାଶ ଯାଏ ।ସମସ୍ତ କ୍ଲେଶ ହରଣ, ଭବଭୟ ତାରଣ ହରି ।


କଳିଯୁଗ ତାରଣ ମହାମନ୍ତ୍ର ଏ ଯୁଗ ର ଅଶେଷ ଜୀମମଣ୍ଡଳର ମୁକ୍ତି ନିମନ୍ତେ କୃପା ପରବଶ ହୋଇ ଶ୍ରୀ ଚୈତନ୍ଯ ମହାପ୍ରଭୁ ଜଗତରେ ପ୍ରଚଳିତ କରାଇଛନ୍ତି ।


ବଡଦେଉଳେ କୃଷ୍ଣ ଜନ୍ମ ନୀତି 



ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ରେ ଅଚଳ ମହାମେରୁ ବଳିଆରଭୁଜ କୃଷ୍ଣ ବଳରାମ ଦୁଇ ଭାଇ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ନାମେ ନିଳାଦ୍ରୀ କନ୍ଦରରେ ଶୋଭାୟମାନ ।


ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥି 


ଜନ୍ମାଷ୍ଟମୀ ର ଆଗଦିନ ସପ୍ତମୀ ତିଥିରେ ମହାପ୍ରଭୁଙ୍କ ପାଖରେ ଲାଗେ ଜଉଁତ ଭୋଗ ଠିକ୍ ଆମର ସାତମାସିଆ ପୁଜା ପରି ମା ' ଦେବକୀ ଦେବୀ ଙ୍କର ଗର୍ଭଧାରଣ କୁ ନେଇ ଏଇ ପୂଜା ।ଏହି ଭୋଗରେ ଆମ୍ବିଳ, ଶାକର, ଦଧି, ଆଦି ଖଟା ଜାତୀୟ ଦ୍ରବ୍ୟ ବ୍ଯଞନ ର ଅର୍ପଣ କରାଯାଏ ।ସାଧାରଣ ନାରୀ ଟିଏ ଯେପରି ସନ୍ତାନ ସମ୍ଭବା ହେଲେ ତାର ଟିକେ ଖଟାରେ ମନ ମହାପ୍ରଭୁଙ୍କ ମା ବି ସେମିତି ।


ଜନ୍ମାଷ୍ଟମୀ ରାତିରେ ଶୃଙ୍ଗାରୀ ସେବାୟତ ଓ ଅନ୍ୟାନ୍ୟ ସେବାୟତ ଗଣ ମହାପ୍ରଭୁଙ୍କର ପିତା ରାଜା ବସୁଦେବ ,ମାତା ରାଣୀମା ଦେବକୀ, ନନ୍ଦରଜା, ଜଶୋଦାରାଣୀ ଆଦି ମଥୁରା ଏବଂ ଗୋପପୁର ର ସମସ୍ତ ଚରିତ୍ର ରେ ଅବତରିତ ହୋଇ ଅଭିନୟ କରିଥାନ୍ତି ।


ସଧୂପ ବା ସନ୍ଧ୍ୟା ଧୂପ ନୀତି ବଢିବା ପରେ ମହାପ୍ରଭୁଙ୍କର ଜନ୍ମନୀତି ର ପ୍ରକ୍ରିୟା ଆରମ୍ଭ କରାଯାନ୍ତି ।ମହାପ୍ରଭୁଙ୍କ ରତ୍ନ ବେଦୀ ରୁ ଆଜ୍ଞା ମାଳ ପ୍ରାପ୍ତ ହୁଅନ୍ତେ ଦେଉଳ ପଞିକା ଅନୁଯାୟୀ ସମୟ ନିର୍ଘଣ୍ଟ ରେ ଦେବକୀ ମାତ ଙ୍କର ପ୍ରସବ ବେଦନା ଆରମ୍ଭ ହୁଏ ଏବଂ ଇଶ୍ବର ଏ ଧରାପୃଷ୍ଠ କୁ ପବିତ୍ର ଓ ଧନ୍ଯ କରି ଅବତରିତ ହୋଇଥାନ୍ତି ଏ ଧରାଧାମରେ ।


ସମସ୍ତ ଦେଉଳ ବେଢାକୁ ଆଲୋକ ସଂଯୋଗ ବିଚ୍ଛେଦ କରାଯାଇ ଅନ୍ଧକାର କରିଦିଆ ଯାଏ କିଛି ସମୟ ନିମନ୍ତେ, ଯଦ୍ବାରା ଏହି ପରିବେଶ ସଂପୂର୍ଣ୍ଣ ସେଇ ମହାର୍ଘ୍ଯ ମୂହୁର୍ତ୍ତ ପରି ହି ବିଦିତ ହେବେ ।ଲାଗେ ସତେ ଯେମିତି ଆମେ ମଥୁରା କଟକ ର ବନ୍ଦୀଗୃହ ବାହାରେ ।ସତସତିକା ।


ସେହି ଅନ୍ଧକାର କୁ ଭେଦ କରି ବନ୍ଦୀ ଓ ସମ୍ମୋହିତ ବସୁଦେବ କୋଳରେ ସଦ୍ଯ ଜନ୍ମ ଶିଶୁ ପୁତ୍ର କୁ କୋଳେଇ ଗରୁଡ ସ୍ତମ୍ଭ ବାମକୁ ଦେବୀ ସର୍ବ ମଙ୍ଗଳା ଙ୍କ ପଟକୁ ଥିବା ଦ୍ବାର ଦେଇ ବାହାରିଯାନ୍ତି ।ବାଟରେ ବନ୍ଦୀ ରଜା ଉଗ୍ରସେନ ବାଟ ଓଗାଳନ୍ତି ।

ମନ୍ଦିର ଭିତର ବେଢା ହିଁ ବନ ଜଙ୍ଗଲ ଘେରା କଣ୍ଟକିତ ପଥ ,କାଳନ୍ଦୀ/ ଯମୁନା ଉଛ୍ଛୁଳା ନଦୀ,ଆଦି ଭାବରେ ପରିକଳ୍ପିତ ଏବଂ ସୋଲ ,ଜରି ଓ କାଠ ସଜ ର ସର୍ପ ପ୍ରତିକୃତି ମାନ ମଧ୍ୟ ସାଜ କରାଯାଇଥାନ୍ତି ।

ବାଳୁତ ପୁତ୍ର କୁ ମୁଣ୍ଡ ରେ ମୁଣ୍ଡେଇ ପିତା ବସୁଦେବ ଙ୍କୁ ଏ ଘୋର ତମାସା ରଜନୀ ରେ ଜଗିଥାନ୍ତି ସପ୍ତଫେଣୀ ଶେଷଦେବ ସ୍ବୟଂ ।ଶେଷରେ ଯେବେ ସେ ଘଣ୍ଟ ଦ୍ବାର ସ୍ଥିତ ନାଭିକଟାମଣ୍ଡପରେ ଉପନୀତ ହୁଅନ୍ତି ନନ୍ଦ ରଜା ଙ୍କର ଆବିର୍ଭାବ ହୁଏ ।ଆବିର୍ଭୂତ ହୁଅନ୍ତି ଜଗତପତି କୋମଳ ଶିଶୁ ରୂପରେ ତାଙ୍କ କୋଳରେ ।ସଂସାର ଉଦ୍ଧାର କାରଣେ ଏକ ପିତା ଆଉ ଜଣେ ପିତାଙ୍କୁ ହସ୍ତାନ୍ତର କରନ୍ତି ନିଜର ଆଖି ପୁରେଇ ଦେଖି ନଥିବା ଜୀବନଧନ ଟିକୁ ....ବନ୍ଧୁତା, ଉତ୍ତର ଦାୟିତ୍ଵ ବହନ ରେ ନିଷ୍ଠାପରତା ର ଉତ୍କୃଷ୍ଟ ଉଦାହରଣ ।


ଚତୁର୍ଦିଗ ହାଲ୍ଲୋଳମୟ ମାଳ ମାଳ ଆଲୋକ ରାଶି ରେ ଉଜ୍ବଳି ଉଠେ ,ଶତ ଦିବସ ବି ପାସଙ୍ଗେ ପଡିବେନି ସେ ଆଭାମଣ୍ଡଳର ।ନୀଳ ,ନୀଳ ,ନୀଳ ନୀଳମୟ ଅଶେଷ ବ୍ରହ୍ମାଣ୍ଡ ।


ଏ ଜୀବନ ପଛେ ନର୍କେ ପଡିଥାଉ,ଜଗତ ଉଦ୍ଧାର ହେଉ ।

(ସନ୍ଥ କବୀ ଭୀମଭୋଇ )


ନାଭିକଟାମଣ୍ଡପରେ ହୁଏ ଜଗତ ପତି ଙ୍କର ନାଭି କଟା ।କେତେ ଅଦ୍ଭୁତ ନା ,ଯିଏ ସକଳ ସୃଷ୍ଟି ର ସ୍ରଷ୍ଟା ସେ ପୁଣି ଭକ୍ତ ନିମନ୍ତେଣ କି ଲୀଳା ଖେଳା ନ କରନ୍ତି ସତେ ।ଏଇ ତ ତାଙ୍କର କୃପା, ପ୍ରଭୁ ପଣିଆ ।


ଧଳା ନୂଆ ଲୁଗା ସବୁ କୁ ଲାଲି ଅଳତା ରେ ବୁଡାଯାଇ ଜନ୍ମ ସମୟ ର ନାହି ଓ ଅନ୍ୟାନ୍ୟ ଶରୀର ଅଂଶ ଭାବେ ପ୍ରତିକାତ୍ମକ ରୂପ ଦିଆଯାଇଥାନ୍ତି ।


ପାଲଣା ରେ ଏବେ ନନ୍ଦ ଗୋପାଳ .....ଆହା ମୋ ନନ୍ଦ କୋଳେ ଗୋବିନ୍ଦ ।।ଝୁଲଣା ରେ ଥିବା ଆମ କୁନି ଲଲ୍ଲା ପାଇଁ ସେଇଠି ଜନ୍ମ ଭୋଗ ଲାଗି ହୁଅନ୍ତି ।


ଆଉ ଅନନ୍ତ ଉତ୍ସବ ମୁଖରିତ ହୋଇଉଠି ଜଗମଣ୍ଡଳ ।ଭବ୍ଯ ଭବ୍ଯ ।ଏ ସମାରୋହ ଅତୁଳନୀୟ, ଅଦ୍ବିତୀୟ ।କୋଟି ଜନ୍ମ ପୂଣ୍ୟ ବଳେ ହୁଏ ଜଗନ୍ନାଥ ଦର୍ଶନ, ଆଉ ତାଙ୍କ ଲୀଳା ଖେଳା ସ୍ବଚକ୍ଷୁରେ ଦେଖିବା ଏକ ବରଦାନ ନିଶ୍ଚିତ ।


ଆଗରୁ ମୋ ବୋଉଠୁ ଶୁଣିଥିଲି, ଦେଖିବାର ସୁଯୋଗ ପାଇନି ଆଜିଯାଏ । ମୋର ମାମୁଁ Gourhari Pradhan ଅହୋଭାଗ୍ଯ,ପ୍ରାରବ୍ଧ ସୁକର୍ମ ଓ ପୂର୍ବ ପୁରୁଷଙ୍କ ସୁକୃତି ଓ ଆଶିଷ ରୁ ମହାପ୍ରଭୁଙ୍କ ସେବାରେ ନିୟୋଜିତ ।

ଆଜି ପୁଣି ତାଙ୍କରି ଠୁ ଶୁଣିଲି ଏ ସମସ୍ତ ଦିବ୍ଯ ବୃତାନ୍ତ ।


ହରି ହରିବୋଲ ।


କ୍ରମଶଃ . .......



Rate this content
Log in

Similar oriya story from Action