STORYMIRROR

Sunanda Mohanty

Abstract Tragedy Thriller

3  

Sunanda Mohanty

Abstract Tragedy Thriller

କୋଣାର୍କ

କୋଣାର୍କ

2 mins
359

  ସନ୍ଧ୍ୟା ଆଗତ କୋଣାର୍କ ମନ୍ଦିର ଭିତର ବେଢ଼ା ରେ ବସି ଭାବି ଚାଲିଥିଲି କାହିଁରୁ କେତେ କଣ କଥା l

 ବିଶ୍ୱର ଐତିହ ମଧ୍ୟରୁ କୋଣାର୍କ ସୂର୍ଯ୍ୟମନ୍ଦିର ଅନ୍ୟତମ. ଯାହାର ପଥର କାରିଗରୀକୁ ବାରଶହ ବଢ଼େଇ ଦିନରାତି ଏକଜୁଟ କରି ନିର୍ମାଣ କଲେ ଓ ମନ୍ଦିର ଶିଖର ଚୁଳି ମାରିବାକୁ ଧର୍ମପଦ ତାର ଜୀବନ ଦେଇଥିଲା ।

  ପୃଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରୁ ଓଡ଼ିଶାର ସଂସ୍କୃତି କେବଳ ଗୋଟିଏ ନୁହେଁ ବରଂ ଅନନ୍ୟ, ସ୍ଥାନ ସ୍ୱତନ୍ତ୍ର ସ୍ୱତନ୍ତ୍ର କଳା ର ସୃଜନ ହେତୁକ ପଥର ନିହାଣର କିମ୍ବଦନ୍ତୀ ତଥା ସ୍ମାରକୀ ଏଇ କୋଣାର୍କ. ଓଡ଼ିଆ ସଂସ୍କୃତି ସପ୍ତାଶ୍ଚର୍ଯ୍ୟ ଏଇ କୋଣାର୍କ, ଯେଉଁଠି ପଥର ନର୍ତ୍ତକୀ କଥା କହେ, ସେହି ନୃତ୍ୟାଙ୍ଗନା ନର୍ତ୍ତକୀମାନଙ୍କର ନୃତ୍ୟ ଏକ ଉତ୍ତରଣ, ଭୂମିରୁ ଭୂମାଯାଏ, ବିଶ୍ଵବ୍ୟାପୀ ସାତ ସମୁଦ୍ର ଓ ସାତଦୀପ ଡେଇଁ ପର୍ଯ୍ୟଟକ ଆସନ୍ତି କୋଣାର୍କର ଶିଳାଲେଖ, କିମ୍ବଦନ୍ତୀ, ମାଧୁର୍ଯ୍ୟ, ଗାମ୍ଭିର୍ଯ୍ୟରେ ହୁଅନ୍ତି ଉଲ୍ଲସିତ, ଆଲ୍ହାଦିତ ଓ ପ୍ରଫୁଲ୍ଲିତ ପୁରୀ ବଡ଼ଦାଣ୍ଡରେ ଥିବା ବାଦାମନ୍ଦିରର ଅଧାଗଢା ଚତୁର୍ଦ୍ଧା ତିନିଠାକୁରଙ୍କ ଆଧ୍ୟାତ୍ମ ଭଳି କୋଣାର୍କର ସୂର୍ଯ୍ୟଦେବତାଙ୍କ ଉପାସନା ପାଇଁ ଏହି ମନ୍ଦିର ହରାଇଦିଏ, ପୃଥିବୀର କେତେ କେତେ ହସ୍ତଶିଳ୍ପର କାରୁକାର୍ଯ୍ୟପୂର୍ଣ୍ଣ ଅସ୍ତିତ୍ୱ. 

  ଇତିହାସ ର କିମ୍ବଦନ୍ତୀ କହେ, ଓଡ଼ିଶାର ପବିତ୍ର ମାଟିକୁ ଛୁଇଁ ଚଣ୍ଡାଶୋକ, ଧର୍ମାଶୋକ ହୋଇଥିବା ଭଳି, ମହାଭାରତ ର ଦ୍ୱାରକାରୁ ଶାପଗ୍ରସ୍ତ ଶାମ୍ବ, ଋଷି ଆଦେଶ ଘେନି ଆସିଥିଲେ ଅର୍କଭୂମି କୋଣାର୍କର କବ୍ଦର୍ମକୁ ଦେହରେ ବୋଳି ଶାପମୁକ୍ତି ପାଇଁ. କୋଣାର୍କର ପ୍ରାଚୁର୍ଯ୍ୟ, ଉଚତା ଗଠନଶୈଳୀ, କେବଳ ଏକ ବିସ୍ମୟ, ଯାହା ପାଖରେ ପୃଥିବୀବାସୀ ଦାସ କହିଲେ ଅତ୍ୟୁକ୍ତି ହେବନାହିଁ, ଯୋଉଠି ଅବତାରୀ ବି ଅଟକି ଯାଆନ୍ତି, ବିଶ୍ୱ ଦେଖ ମଧୁମୟରେ ଭୁବନ ବିଶ୍ୱଦେଖ ମଧୁମୟ l

  ଆଜି ଅବକ୍ଷୟରେ ଅନୁତପ୍ତ ସେହି ସ୍ତବ୍ଧ ଖୋଦେଇ ପ୍ରସ୍ତରମାଳା, ସତେ ଯେମିତି ଭଗ୍ନ ମୁଖଶାଳାର ଆଗରେ ଥିବା ନର୍ତ୍ତକ ନର୍ତ୍ତକୀ ଆଜି କୁହୁଳୁଛନ୍ତି ସେହି ଜୀବନ୍ତ କାରିଗରୀକୁ ମନେପକାଇ. ଧୂଳିସାତ ହେବାକୁ ବସିଛି ଆଜି ଗୌରବ ଓ ମହାମହିମ ନୃପତିଙ୍କର ଗର୍ବ ଓ ଗୌରବ ଅପୂର୍ବ, ଅଦ୍ଭୁତ,ଆଶ୍ଚର୍ଯ୍ୟପୂର୍ଣ୍ଣ ସୃଷ୍ଟି ଆଜି କ୍ଷତାକ୍ତ ଓ ରକ୍ତାକ୍ତ ପ୍ରତ୍ନତାତ୍ତ୍ୱିକ ବିଶେଷଜ୍ଞ ଆଜି ହାର ମାନିଛନ୍ତି କୋଣାର୍କର ରକ୍ତଘନତା ମାପିବାକୁ ଅଲୌକିକ ସ୍ଥାପତ୍ୟରାଜିରେ ଭରା କୋଣାର୍କ ଆଜି ବି କଳାପାହାଡ଼ର ଆତଙ୍କ ଓ ପାଟପୁର ଗ୍ରାମର ଶିବରାମ ପଣ୍ଡାଙ୍କ ସ୍ତ୍ରୀ ମାଳତୀର ଶପଥ ଭୁଲି ବନ୍ଦନା କରେ ସୂର୍ଯ୍ୟଙ୍କର l

  ସୂର୍ଯ୍ୟ ସକଳ ଶକ୍ତିର ଆଧାର ଭଗବାନଙ୍କୁ ଦେଖି ପାରୁଥିବାର ଆତ୍ମବିଶ୍ୱାସ ଭରା ଚନ୍ଦ୍ରଭାଗା ତୀରେ ଅବସ୍ଥିତ ଓଡିଶା ସ୍ଥାପତ୍ୟର ନିଦର୍ଶନ ସୂର୍ଯ୍ୟଦେବଙ୍କ ମନ୍ଦିର, ଆଜିବି ପର୍ଯ୍ୟଟକଙ୍କୁ ହାତଠାରି ଡାକିଲାବେଳେ ତାହାର ରକ୍ଷଣାବେକ୍ଷଣା, ଏକାନ୍ତ ଅପରିହାର୍ଯ୍ୟ ଓଡିଶାର ଏହି ଐତିହକୁ ଉଜ୍ଜିବିତ କରି ରଖିବା ପ୍ରତ୍ୟେକ ସଚେତନ ନାଗରିକର ଏକାନ୍ତ କର୍ତ୍ତବ୍ୟ.ସୂର୍ଯ୍ୟମନ୍ଦିର ପ୍ରତି ଆନୁଗତ୍ୟ ମଧ୍ୟ ସାର୍ଵଜ୍ଜନୀନ ହେବା ନିହାତି ବାଞ୍ଛନୀୟ l

   ଭାବୁ ଭାବୁ ମୋ ହାତରେ ଦୁଇ ବୁନ୍ଦା ରକ୍ତ କୋଉଠୁ ଖସି ପଡିଲା ମୁଁ ଅନୁସନ୍ଧାନ କରିବା ପୁର୍ବରୁ ସିକୁରିଟି ମତେ ବାହାରକୁ ଯିବାକୁ ନିର୍ଦ୍ଦେଶ ଦେଉଥିଲା, ଥରେ ସିକୁରିଟି ଆଉ ଥରେ ମୋ ହାତ ର ସଜ ତାଜା ଦୁଇବୁନ୍ଦା ଗରମ ରକ୍ତ କୁ ବିସ୍ଲେସଣ କରିବାକୁ ସିକୁରିଟି ମତେ ଦେଇନଥିଲା, ତ ମୁଁ ବାହାରି ଯିବା ପୁର୍ବରୁ ନର୍ତ୍ତକୀ ମାନଙ୍କୁ ଦେଖିବାକୁ ଲାଗୁଥିଲି ହେଲେ ଅନ୍ଧାର ପ୍ରତିବନ୍ଧକ ସାଜିଥିଲା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract