STORYMIRROR

Sunanda Mohanty

Abstract Tragedy Thriller

4  

Sunanda Mohanty

Abstract Tragedy Thriller

କୋଳାହଳର ଖୋଳପା

କୋଳାହଳର ଖୋଳପା

2 mins
368

ସବୁ କୋଳାହଳର ଉର୍ଦ୍ଧରେ ଶବ ସଂସ୍କାର କରାଗଲା ସତ ହେଲେ ଅନେକ ଗୁଜବ, ଏତେ ସୁନ୍ଦର ରୂପ, ଯୋଗ୍ୟତା ଚାକିରୀ ଥାଇ ପିଲାଟା ଆତ୍ମହତ୍ୟା କଲା କାହିଁକି?? କିଏ କହୁଥିଲା ପ୍ରେମରେ ଅସଫଳ ତ କିଏ କହୁଥିଲା ଆତ୍ମହତ୍ୟା ନୁହେଁ ଏହା ହତ୍ୟା.l କିନ୍ତୁ ବାପା ମାଆ ଭାଇ ଭାଉଜ ଚୁପ ରହିଲେ.l ତା ମାଆ ମନର ଆକୁଳତା ବ୍ୟାକୁଳତା ବିଷୟରେ ଭାବି ମୁଁ ସନ୍ତୁଳିତ ହେଉଥିଲି.l ହଠାତ ଗୋଟେ ଉତ୍ସବରେ ତା ମାଆକୁ ଦେଖି ମୁଁ ଜଡ଼ସଡ଼ ହୋଇଗଲି, କେମିତି ବିଚରା ଦୁଃଖିନୀ ମାଆଟିକୁ ସାନ୍ତ୍ୱନା ଦେବି ଭାବିପାରୁନଥିବା ବେଳେ ସେ ହସି ହସି କଥା କହୁଥିଲା ମୋ ସହ.l ମୁଁ ତା ପୁଅର ଆତ୍ମହତ୍ୟାର କାରଣ ପଚାରିବା ପୂର୍ବରୁ ସେ କହୁଥିଲା ଜାଣିଛୁ ଅପା ପୁଅ ମୋର ରୋଗଗ୍ରସ୍ତ ଥିଲା.l କାହିଁ ଏଯାଏଁ ତ କେହି ଏବିଷୟରେ ମତେ କେହି କିଛି କହିନଥିଲେ.l କି ରୋଗ? ନେକ୍ରୋଫିଲିଆ ରୋଗଟା ଥିଲା ତାର.l ସେଇଟା କି ରୋଗ ?? ପଚାରିଲି ମୁଁ.l

   ତୋର ମନେ ନାହିଁ ଅପା, ପିଲାବେଳେ, ଆମ ସାହିର ହରି ସାର ଓ ତାଙ୍କ ସ୍ତ୍ରୀ ଏକାଦିନେ ଆଗପଛ ହୋଇ ମରିଥିଲେ? ମୁଁ କହିଲି ହଁ ତାଙ୍କର କିଛି ପିଲାଛୁଆ ନଥିବା କାରଣରୁ ସେ ଦୁହେଁ ବିଷ ପିଇକି ମରିଥିଲେ.l ନାଇଁଲୋ ଅପା ତୁ ତ ବାହା ହେଇଯାଇଥିଲୁ, ତୁ କେମିତି ଜାଣିବୁ ?? ଦୁହେଁ କୁଆଡେ ମରିବାକୁ ଖୁବ ଭଲ ପାଉଥିଲେ, ନିଜ ଜୀବନଠୁ ବଳି, ସ୍ତ୍ରୀ ପାଇଁ ସ୍ୱାମୀର ଭଲପାଇବାଠୁ ବଳି, ସ୍ୱାମୀ ପାଇଁ ସ୍ତ୍ରୀର ସୋହଗିନୀ ଓ ପତିବତ୍ରା ପଣଠୁ ବଳି.l ସେମାନେ ମରିବାର ଅନେକ ଦିନ ପରେ ପରା ତାଙ୍କ ଘର ସିନ୍ଦୁକରୁ ବାହାରିଥିବା ଦୁଇଟା ଡାଇରୀରେ ଦୁହେଁ ଲେଖିଥିଲେ ଏକଥା, ତ ଗଡି ଚାଲିଥିବା କେଶ ଦଫା ରଫା ହୋଇଥିଲା.l ନା ମ, ଏହା ପଛରେ କିଛି ଷଡଯନ୍ତ୍ର ଥିବ? ଆରେ ନା ନା ଅପା ତୋ ପରି ମୁଁ ବି ଗାଁ ଲୋକଙ୍କ କଥାରେ ପଡି କେତେ କଥା ଭାବୁଥିଲି.l ଗାଁରୁ ବାହାହୋଇ ତୁ ତୋ ଶାଶୁଘର ଚାଲିଗଲା ପରେ ଗାଁ ଭିତରେ ଏକୁଟିଆ ଅଭିଆଡ଼ି ଝିଅ ଥିଲି ମୁଁ ଆଉ ଗାଁ ଲୋକଙ୍କ ଟୁପୁରୁ ଟାପର କଥାରେ ମୁଁ ବି ଭାବୁଥିଲି ହରି ସାରଙ୍କଠି କିଛି କଥା ଥିବ.l କଲେଜରେ ଏତେ ଝିଅ ପିଲା ପଢାଉ ପଢ଼ାଉ ହୁଏତ କାହା ସଙ୍ଗେ କିଛି ଅଭାବନୀୟ ଘଟଣା ଘଟୁ ଘଟୁ ପରକୀୟା ପ୍ରୀତି ହୋଇଯାଇଥିବ.l ହଁ ତ ମୁଁ ବି ଏମିତି କିଛି ଶୁଣିଥିଲି.l

   ନାହିଁଲୋ ଅପା, ମୋ ପୁଅ ଆତ୍ମହତ୍ୟା ନକରେ ନା ମୋର ବିଶ୍ୱାସ ନହୁଏ.l ଏଇଟା ପରା ରୋଗ.ଏଁ ରୋଗ ? ତାର ପୁଣି କି ଲକ୍ଷଣ?? ତୁ କେମିତି ଜାଣିଲୁ ତୋ ପୁଅକୁ ସେ ରୋଗ ହୋଇଥିଲା ବୋଲି? ତତେ କଣ ତା'ର କିଛି ଡାଇରୀ ମିଳିଲା ନା କଣ? ଡାଇରୀ ମିଳିବ କଣ କିଲୋ ଅପା, ପାଠ ପଢିଲା ବେଳେ ତା ସାଙ୍ଗମାନେ କହନ୍ତି ପରତେ ଯାଉନଥିଲି.l ଏବେ ସହକର୍ମୀମାନେ କହୁଛନ୍ତି ପରା. କଣ କହୁଛନ୍ତି ?? ମୁଁ ପଚାରିଲି ଆଉ ସେ ଉତ୍ତର ଦେଲା ଏଇ ମରିବାର ପ୍ରବୃତ୍ତି. ମରିଗଲେ କେମିତି ହୁଅନ୍ତା? ଆତ୍ମହତ୍ୟା କରିବା ବେଳେ କେମିତି ଲାଗୁଥିବ?? ଏସବୁ ସେଇ ରୋଗର ଲକ୍ଷଣ ପରା ଅପା. ମୁଁ ବୁଝି ପାରୁନଥିଲି ସେ ରୋଗ ବା ରୋଗର ନାମ ନେକ୍ରୋଫିଲିଆ କଣ କିନ୍ତୁ ଆଶ୍ୱସ୍ତ ଅନ୍ତତଃ ହୋଇସାରିଥିଲି ପୁଅର ଆତ୍ମହତ୍ୟା ପରେ ଏଇ ରୋଗର ନାମ ଓ ଲକ୍ଷଣ ହିଁ ତା ମାଆକୁ ସମ୍ଭାଳି ନେଇଛି ଏତେ ସବୁ କୋଳାହଳ ଉର୍ଦ୍ଧରେ !



Rate this content
Log in

Similar oriya story from Abstract