କଲେଜ ସ୍ମୃତି
କଲେଜ ସ୍ମୃତି
ଏକ ବିଶେଷ ମୂହୁର୍ତ୍ତରେ ମୋ ଜୀବନରେ ତୋର ପ୍ରବେଶ ଚିର ସ୍ମରଣୀୟ । ମୁଁ ସେତେବେଳେ BOSE Diploma କଲେଜ୍ ବୈଦୁତିକ ବିଭାଗ ର ଶେଷ ବର୍ଷ ର ଛାତ୍ର ଥାଏ । ଆମ ଫାଇନାଲ ସେମିଷ୍ଟାର ପରୀକ୍ଷା କୁ ମାତ୍ର କିଛି ଦିନ ବାକି ଥାଏ । ମୁଁ ସେତେବେଳେ Bose Gents Hostel ରେ ରହୁଥାଏ । ସେ ସମୟରେ ଦେଶରେ ତୁ ତୋର କାୟା ବିସ୍ଥାର କରି ଚାଲିଥାଉ । Hostel ରେ ଅନେକ ପିଲାଙ୍କର ମଧ୍ୟ କରୋନାର ସାମାନ୍ୟ ଲକ୍ଷଣ ପରିଲିକ୍ଷିତ ହେଉଥାଏ । ଆମେ ବାରମ୍ଵାର ଟେଷ୍ଟିଙ୍ଗ ପାଇଁ ଦାବି କରିଆସୁଥିଲେ ମଧ୍ୟ ସେଥିପ୍ରତି କାହାର ଧ୍ୟାନ ସେତେଟା ନଥାଏ । ଏହାକୁ ଏକ ଭାଇରାଲ୍ ଫିବର୍ କହି ସମସ୍ତେ ଏଡାଇ ଦେଉଥାନ୍ତି । ଏଥିପାଇଁ ଗଣମାଧ୍ୟମ ଏବଂ ପାୱାର ଫୁଲ୍ ନେତା ମାନଙ୍କର ସାହାଯ୍ୟ ନିଆଗଲା । ଅତ୍ୟଧିକ ବାହାର ଚାପ ପଡ଼ିବା ଫଳରେ ସେମିଷ୍ଟାର ପରୀକ୍ଷା ର ଦୁଇ ଦିନ ପୂର୍ବରୁ କରୋନା ଟେଷ୍ଟିଙ୍ଗ ର ନିର୍ଣ୍ଣୟ ନିଆଗଲା ଏବଂ ନିର୍ଣ୍ଣାୟକ ଦିନ ସକାଳ ସମୟରେ ଟେଷ୍ଟିଙ୍ଗ କରାଗଲା । ଅନେକ ପିଲା Corona Positive ବାହାରିଲେ ପରୀକ୍ଷା ବାତିଲ ହେଇଯିବ ବୋଲି ଉଚ୍ଛୁକତା ର ସହ ଅପେକ୍ଷା କରିଥାନ୍ତି ।
ସେଦିନର ସଂଧ୍ୟା ସମୟ, ମୁଁ ମୋ Room mate ଙ୍କ ସହ ମିଶି ମୋବାଇଲ୍ରେ କ୍ରିକେଟ୍ ଖେଳ ଦେଖୁଥାଏ । ହଠାତ୍ ମୋ ଫୋନକୁ କଲେଜ୍ ପ୍ରିନ୍ସିପାଲ ଙ୍କ ଏକ କଲ୍ ଆସିଲା । ମୋତେ Hostel Gate ପାଖକୁ ଆସିବାକୁ କୁହାଗଲା । ସେତେବେଳେକୁ ମୋତେ କରୋନା positive ବାହାରିଛି ବୋଲି ମୁଁ ବୁଝି ସାରିଥାଏ ।
ମୋର positive ବାହାରିଛି କି ବୋଲି ସାର୍ ଙ୍କୁ ପ୍ରଶ୍ନ କଲି । ଉତ୍ତର ରେ ସାର କହିଲେ ବ୍ୟସ୍ଥ ହେବାର କିଛି ନାହିଁ, ତୁମର ବହୁତ୍ କମ୍ ମାତ୍ରାରେ positive ଆସିଛି । ମୁଁ ମଧ୍ୟ ସେତେ ବିଚଳିତ ହେଉନଥାଏ । ଗେଟ୍ ପାଖକୁ ଯାଇ ଦେଖେତ ମୋ ସହ ଅନ୍ୟ ଦୁଇ ଜଣଙ୍କର ମଧ୍ୟ positive report ଆସିଛି । ଆମ ତିନି ଜଣଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ମଧ୍ୟମରେ SCB Medical ନିଆଯାଇ ସେଠାରେ Admit କରାଗଲା । ଯେହେତୁ ଆମେ କଲେଜ୍ ଛାତ୍ର ଥିଲୁ ଏବଂ ଆମ ପରୀକ୍ଷା ନିକଟତର ଥିଲା ସେଥିପାଇଁ ଆମ ପାଇଁ ସ୍ଵତନ୍ତ୍ର କୋଠରୀର ବ୍ୟବସ୍ଥା କରାଗଲା । ଯେଉଁଠାରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ଥିଲା । ସେଠାରେ ଶାନ୍ତି ରେ ପଢ଼ାପଢି କରିହେଉଥିଲା । ଡାକ୍ତର ଏବଂ ନର୍ସ ମାନେ ଆମ ସହ ବହୁତ ଭଲ ବ୍ୟବହାର କରୁଥିଲେ ଏବଂ ଉତ୍ତମ ଚିକିତ୍ସା ମଧ୍ୟ କରୁଥିଲେ । ଆମେ ଡାକ୍ତରଖାନାକୁ ବି ଆସି ପତୁଥିବାର ଦେଖି ସେମାନେ ବହୁତ୍ ଖୁସୀ ହେଇଯାଉଥିଲେ ।
ଯେହେତୁ ପରୀକ୍ଷା ମାତ୍ର ଦୁଇ ଦିନ ଥାଏ ତ ଆମେ ପ୍ରିନ୍ସପାଲ୍ ସାରଙ୍କ ସହ କିପରି ପରୀକ୍ଷା ଦେଇପାରିବୁ ସେ ବିଷୟରେ ଆଲୋଚନା କରିବା ପାଇଁ ସାର ଙ୍କୁ ଫୋନ କଲୁ । ପ୍ରିନ୍ସପାଲ୍ କହିଲେକି ଏବର୍ଷ ପରୀକ୍ଷା ଦେବା ଅସମ୍ଭବ । ଆଗାମୀ ବର୍ଷ କୁ ତୁମେମାନେ ପରୀକ୍ଷା ଦେବ । ଏହା ଶୁଣି ଆମେ ପୁରା ଭାଙ୍ଗି ପଡିଥିଲୁ । ଘର ଲୋକ ଯେତେ ବୁଝେଇଲେ ବି ଏମନ ଯମା ବୁଝୁନଥାଏ । ଲାଗୁଥାଏ ଯେମିତି ବାର ବର୍ଷର ତପସ୍ୟା ଗୋଟିଏ ଶୁଖୁଆ ପୋଡାରେ ଚାଲିଗଲା । ତା ପରେ ସାଙ୍ଗ ମାନଙ୍କ କଲ୍ ଆସିଲା, ତୁମେ ମାନେ ପରୀକ୍ଷା ଦେଇପାରିବନି ତ ଆମେ କେହି ବି ଦେବୁନି । ପରୀକ୍ଷା ଆଗଦିନ ଷ୍ଟ୍ରାଇକ୍ କରିବାକୁ ଯୋଜନା ହେଲା । ସେ ସମୟ ରେ ବହୁତ ସାଙ୍ଗମାନେ କରୋନା ଭୟାବହତା କୁ ଖ୍ୟାତିର୍ ନକରି ଆମକୁ ଡାକ୍ତରଖାନା ରେ ଆସି ଦେଖା କରୁଥିଲେ ଏବଂ ଆମ ମନୋବଳତା କୁ ବଢଉ ଥିଲେ । ଯେଉ ମାନଙ୍କ ସହ କେବେବି କଲେଜ୍ କଥା ହେଇନି ସେମାନେ ବି ଫୋନ୍ କରି ଭଲମନ୍ଦ ପଚାରି ବୁଝୁଥିଲେ ।
ଉଚିତ୍ ସମୟରେ କଲେଜ୍ ଷ୍ଟ୍ରାଇକ୍ ହେଲା । ଷ୍ଟ୍ରାଇକ୍ କୁ ରୋକିବାକୁ ବହୁ ଯୋଜନା କଲେ ମଧ୍ୟ ତାହା ସଫଳ ହେଲାନାହିଁ । ପିଲାମାନେ ତାଙ୍କ ଜିଦ୍ ରେ ଅଟଳ ଥିଲେ । ଅଖିଆ ଅପିଆ ଦିନ ରାତି ପିଲା ଷ୍ଟ୍ରାଇକ୍ କଲେ । ଏହା ଦେଖି ଓଡ଼ିଶାର ଅଧିକାଂଶ Engineering କଲେଜ୍ ମଧ୍ୟ ଷ୍ଟ୍ରାଇକ୍ ଆରମ୍ଭ ହେଇଗଲା । ଏହାକୁ ସିଧାସଳଖ ଗଣମାଧ୍ଯମ ରେ ପ୍ରକାଶ କରାଗଲା । ପୋଲିସ ର ବୁଝାସୁଝା ପରେ ବି ପିଲାମାନେ ନିଜ ଜିଦ୍ ରେ ଅଟଳ ଥିଲେ । ପୋଲିସ୍ ପାୱାର ମଧ୍ୟ ଫେଲ୍ ମାରିଲା । ଏଭଳି ଜଟିଳ ପରିସ୍ଥିତିକୁ ଆଖି ଆଗରେ ରଖି Diploma ବୋର୍ଡ ସଂପୂର୍ଣ୍ଣ ଭାବରେ ନହେଲେ ମଧ୍ୟ କିଛିକାଂଶ ର ପିଲାଙ୍କ ଦାବିକୁ ମାନିବାକୁ ବାଧ୍ୟ ହେଲା । ଆମ ମାନଙ୍କ ପାଇଁ ପରୀକ୍ଷା ର ସ୍ଵତନ୍ତ୍ର ବ୍ୟବସ୍ଥା କରାଗଲା ଏବଂ ଆମେ ମାନେ ସେ ପରୀକ୍ଷାରେ କୃତକାର୍ଯ୍ୟ ହେଲୁ । ସମୟକ୍ରମେ ଆମେ ଆରୋଗ୍ୟ ମଧ୍ୟ ହେଇ ଗଲୁ ।
"କୋରନା" ତୁ ମୋ ଜୀବନକୁ ଆସି ବହୁତ କଷ୍ଟ ଦେଲୁ ସତ କିନ୍ତୁ ଜୀବନରେ ବନ୍ଧୁତ୍ୱ ର ମୂଲ୍ୟ ବୁଝେଇ ଦେଇଗଲୁ । ଏ ସମାଜକୁ ମାନବିକତା ଶିଖେଇ ଦେଇ ଗଲୁ । ଆଉ ଏ ମଣିଷକୁ ଜୀବନର ମୂଲ୍ୟ ବୁଝେଇ ଦେଇ ଗଲୁ ।
ହେ କରୋନା ବାସ୍ ତୁ ସେତିକିରେ ରହିଯା । ମଣିଷର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଗଲାଣି । ଶିକ୍ଷାବ୍ୟବସ୍ଥା ସଂପୂର୍ଣ୍ଣ ରୁପେ ଭୁଶୁଡ଼ି ଗଲାଣି । କଉ ବାପା ମା' ନିଜ ପିଲା ଛୁଆ ଙ୍କୁ ତ' କୋଉ ପିଲା ଛୁଆ ନିଜ ବାପା ମା' ଙ୍କୁ ହରେଇ ଦେଲେଣି । ନିଜଲୋକ ଙ୍କୁ ହରେଇବାର ଦୁଃଖ ତୁ ବୁଝିଯା କରୋନା ବାସ୍ ତୁ ସେତିକିରେ ରହିଯା | ତୁ ସେତିକିରେ ରହିଯା |