Suvram Prusty

Others

3.9  

Suvram Prusty

Others

ଶ୍ରାବଣର ପହିଲି ବର୍ଷା

ଶ୍ରାବଣର ପହିଲି ବର୍ଷା

2 mins
133


ଜଗା ! ମଧୁପୁର ଗାଆଁର ଗୋଟେ ଛୋଟ ଚାଷୀ । ପରିବାର କହିଲେ ତାର ସ୍ତ୍ରୀ ଆଉ ଦୁଇଟି ଝିଅ । ଚାଷକାର୍ଯ୍ୟ ଉପରେ ସାରା ପରିବାର ନିର୍ଭରଶୀଳ । ଏ ବର୍ଷ ସେ ସୂର୍ଯ୍ୟନାରାୟଣ ମହାରଥୀ ଜମିଦାରଙ୍କ ଛୋଟ ଜମି ଖଣ୍ଡେ ଭଡାରେ ଆଣିଛି ଚାଷ ପାଇଁ। ବିହନ, ସାର ଓ ଅନ୍ୟାନ୍ୟ ଚାଷ ଉପକରଣ ପାଇଁ ପଚାଶ ହଜାର ଟଙ୍କା ଧାର ମଧ୍ୟ ନେଇଛି । ଏ ବର୍ଷ ଭଲ ବର୍ଷା ସହ ଭଲ ଫସଲ ହେବ ବୋଲି ତା'ର ଆଶା । ଭଲ ଦି' ପଇସା ହାତକୁ ଆସିଲେ ବଡ଼ ଝିଅର ବାହାଘର କରିଦେବ ବୋଲି ଭାବିଛି । ବଡ଼ ଝିଅକୁ ଆସି ପଚିଶି ହେଲାଣି ଆଉ କେତେ ଦିନ ରଖିବ ପାଖରେ । ପୁଣି ତା'ପରେ ସାନ ଝିଅର ବାହାଘର ଅଛି । ବଡ଼ ଆଉ ସାନ ଝିଅ ମଧ୍ୟରେ ମାତ୍ର ତିନି ବର୍ଷର ଅନ୍ତର । ବାପ କୋଉ ଥିଲା ବାଲା ଯେ ପାଖା ପାଖି ଦୁଇ ଝିଅର ବାହାଘର କରିଦବ । ସେଥିଲାଗି ଝିଅ ପାଇଁ ଭଲ ବରପାତ୍ର ଖୋଜିବା ଆରମ୍ଭ କରିଦେଇଛି ସେ । ପାଖା ପାଖି ଦୁଇ ତିନି ଜଣ ମଧ୍ୟସ୍ଥିଙ୍କୁ ଝିଅର ଫୋଟ ସହ ଟିପଣା ଦେଇ ଆସିଛି । 

      ଅକ୍ଷୟତୃତୀୟା ଦିନ ଜମିକୁ ହଳ କରି ଅଖି ମୁଠି ବୁଣିଦେଲା । ଜମିରେ ଉପଯୁକ୍ତ ସାର ମଧ୍ୟ ଆ'ଣି ଦେଲା । ଧାନ ଗଜା ମଧ୍ୟ ମାରିଲା । ବାସ୍ ଏବେ ତା'ର ଅପେକ୍ଷା ଭଲ ବର୍ଷାଟିଏକୁ । ହେଲେ ଏ କଣ ବହୁଦିନ ବିତିଗଲା ବର୍ଷାର ଦେଖା ନାହିଁ । ଜଗାର ଚିନ୍ତା ବଢି ଯାଇଥାଏ । ହଠାତ୍ ଦିନେ ପଵନ ଘଡ଼ଘଡ଼ି ସହ କଳାହାଣ୍ଡିଆ ମେଘ ଆସିଲା । ଜଗା ଖୁସି କହିଲେ ନସରେ । ଖୁସି ଖୁସିରେ କୋଦାଳ ଧରି ବାହାରି ଗଲା ଜମିରେ ପାଣି ମଡେଇବା ପାଇଁ ହେଲେ ଗଲା ବେଳେ ସାଙ୍ଗରେ ପକ୍ଷୀଆ ନେବାକୁ ଭୁଲି ଯାଇଥିଲା। ବାପା ବର୍ଷରେ ଓଦା ହେଇଯିବ ଭାବି ବାପ ପାଇଁ ପକ୍ଷୀଆ ଖଣ୍ଡେ ଧରି ପଛେ ପଛେ ବାହାରି ଗଲା ବଡ ଝିଅ । 

ଜଗା ନିଜ ଜମି ଆଡକୁ ନାଳ କରିବାରେ ବ୍ୟସ୍ତ । କିପରି ପାଣି ଉଚିତ୍ ମାର୍ଗରେ ପ୍ରବାହିତ ହେବ । ହଠାତ୍‌ ଜଣେ ଧାଇଁ ଧାଇଁ ଆସି ଜଗାକୁ କହିଲା "ତୋ ଝିଅ ଜମିକୁ ଆସିବା ବାଟରେ ତାକୁ ବିଜୁଳି ମାରିଛି । ଶିଘ୍ର ଚାଲ ।।" ଜଗା, କୋଦାଳ ଫିଙ୍ଗି ଦେଇ ଦୋଉଡିଲା । ଝିଅକୁ ମେଡିକାଲ୍ ନେଉ ନେଉ ଅଧା ବାଟରେ ତା'ର ପ୍ରାଣ ବାୟୁ ଉଡି ଯାଇଥାଏ । ମେଡିକାଲରେ ପହଞ୍ଚିଲା ବେଳକୁ ଡାକ୍ତର ତାକୁ ମୃତ ଘୋଷଣା କଲେ । ଜଗା ଆଉ ଧୈର୍ଯ୍ୟ ଧରି ପାରିଲା ନାହିଁ । ଯୋଉ ଝିଅ ବାହାଘର ପାଇଁ ସେ ଏତେ କଷ୍ଟ କରୁଥିଲା ତାକୁ ଆଜି ମଶାଣୀକୁ ନେଇଯିବ । ସେଦିନ ସିନା ପବନ ସହ ଘଡ଼ଘଡ଼ି ତାଣ୍ଡବ ରଚିଥିଲା, ହେଲେ ବର୍ଷାର ଦେଖା ନଥିଲା । ଜମି ପଡ଼ିଆ ପଡ଼ି ଯାଇଥାଏ । ଜଗା ଘରେ ନଥିବା ବେଳେ ଟଙ୍କା ପାଇଁ ଜମିଦାରୀର ଲୋକ ଦୁଇ ତିନି ଥର ଧମକ ଦେଇ ଫେରିଲେଣି । ସରକାରୀ କାର୍ଯ୍ୟାଳୟକୁ ଦଉଡ଼ି ଦଉଡି ନୟାନ୍ତ ହେଲାଣି କ୍ଷତିପୂରଣ ଆଶାରେ । ହେଲେ ଅନୁକମ୍ପା ରାଶି ଶୂନ । ଆଜି ମିଳିବ କାଲି ମିଳିବ ଭଣ୍ତେଇ ଚାଲିଥନ୍ତି । ଝିଅକୁ ହରେଇବାର ଦୁଃଖ ସହ ଅପମାନ ରେ ଭାଙ୍ଗି ପଡ଼ିଥିଲା ସେ | ହଠାତ୍‌ ଦିନେ ଘରକୁ ଖବର ଆସିଲା ଜଗା ଜମିରେ ମରି ପଡ଼ିଛି । ପରିବାର ଲୋକ ଯାଇ ଦେଖନ୍ତିତ ଜଗା କୀଟନାଶକ ପିଇ ଜୀବନ ହାରିଛି । 

          ଜଗା ପରି ଅନେକ ଚାଷୀ ଜୀବନ ହାରି ଦେଉଛନ୍ତି ବର୍ଷା ଅଭାବରେ । ଏ ଚାଷୀ ଭାଇଙ୍କ ଉପରେ ଆଉ ଦାଉ ସାଧେନା । ହେ ଶ୍ରାବଣ ତୋର ପହିଲି ବର୍ଷା କୁ ବରଷି ଦେଇଯା । ଆଉ ଏ ପ୍ରାଣୀଜଗତରେ ଜୀବନ ଭରିଦେ | 



Rate this content
Log in