ବନ୍ଧୁତା ଚିର ବର୍ତ୍ତମାନ
ବନ୍ଧୁତା ଚିର ବର୍ତ୍ତମାନ
ନୟନା ! ଭାରି ଚୁଲବୁଲି ଝିଅଟେ। ଆଖି ଦୁଇଟି ଛୋଟ ଛୋଟ ଆଉ ବହୁତ୍ ସୁନ୍ଦର । ବୋଧେ ସେଥିପାଇଁ ନା ତାର ନୟନା ।
ଛୋଟ ଆଖିରେ ତାର ବହୁତ୍ ସାରା ସ୍ଵପ୍ନ । ବାପ(ସୁଧୀର) ତାର ଅଟୋ ଡ୍ରାଇଭର୍ ଟିଏ । ବହୁତ ସ୍ବଳ୍ପ ଆୟ, ମାସକୁ ପ୍ରାୟ ୪ - ୫୦୦୦ ଟଙ୍କା । ଆଜିକାଲି ଦୁନିଆରେ ଏତେ ସ୍ଵଳ୍ପ ଆୟ ରେ କିଏ ବା ଚଳିପାରିବ । ପୁଣି ଅଟୋ ମରାମତି କାର୍ଯ୍ୟରେ ପ୍ରତି ମାସରେ କିଛି ପଇସା ମଧ୍ୟ ଚାଲିଯାଏ । ତେଣୁ ମା'(ମଞ୍ଜୁ) ତାର ସିଲେଇ କାମ ଆରମ୍ଭ କରିଦେଇଛି । ଆଖପାଖ ଅଞ୍ଚଳରେ ମଞ୍ଜୁ ର Design cutting ବହୁତ Famous l ସେଥିପାଇଁ ତାର ବହୁତ୍ order. ହେଲେ ସେ କଣ ବା କରିପାରିବ । ଡାଇବେଟିସ୍ ଯୋଗୁ ଆଖି କୁ ଠିକ୍ ସେ ଦେଖା ଯାଉନି । ଡ଼ାକ୍ତର ମନା କରିଛନ୍ତି ଆଖି ଉପରେ ସେତେ ପ୍ରେସର୍ ନ ପକେଇବା ପାଇଁ । ଅଧିକ ପ୍ରେସର ପକେଇଲେ ଦୃଷ୍ଟିଶକ୍ତି ମଧ୍ୟ ହରେଇବାକୁ ପଡିପାରେ । ସୁଧୀର ବାବୁ ସବୁବେଳେ ମନା କରୁଛନ୍ତି ସିଲେଇ କରିବାକୁ । କିନ୍ତୁ ଚଷମା ପିନ୍ଧି କି କରୁଛି ଆଖି ଉପରେ ସେତେଟା ପ୍ରେସର ପଡ଼ିବନି କହି ମଞ୍ଜୁ ସୁଧୀର ବାବୁଙ୍କ କଥା ଟିକୁ କାଟି ଦିଏ । ନିଜ କଷ୍ଟ ନିଜେ ହିଁ ଜାଣିହୁଏ । ନିଜ ସ୍ଵାମୀ କୁ ଜେତେ ଲୁଚେଇଲେ କଣ ହେବ । ନିଜ ଝିଅ ଆଖିର ସ୍ଵପ୍ନ ଆଗରେ ନିଜ ଆଖିକୁ ତୁଚ୍ଛ କରିଦେଇଛନ୍ତି ସେ ।
ସକାଳୁ ସକାଳୁ Duty କୁ ବାହାରୁଛନ୍ତି ସୁଧୀର ବାବୁ, ଜଲଦି ଯାଇକି ଅଟୋ ଲାଇନ୍ ରେ ନଦେଲେ ପୁରା ପଛକୁ ରହିଯିବେ । ଆଉ ଆଜି ବେପାର ଟା ପୁରା ବୁଡ଼ିଯିବ । ଦେଖୁଛନ୍ତି ତ ଏବେ ବାଦାମବାଡ଼ି ରେ ଅଟୋ ସଂଖ୍ୟା କେତେ । ତ' ପ୍ରତିଯୋଗିତା ବି ବଢି ଯାଇଛି । ବାଦାମବାଡ଼ି ରୁ ବଡ ମେଡିକାଲ ମଧ୍ୟରେ ସୁଧୀର ବାବୁଙ୍କ ଗାଡ଼ି ଯିବା ଆସିବା କରେ । ଡ଼େରି ହେଲେ ଦିନରେ ଥରେ କି ଦୁଇ ଥର up-down ସୁଯୋଗ ମିଳିବ । ଏବେ ଟ୍ରାଫିକ୍ ପୋଲିସ୍ ବାଲା ବି ଏକା ଥରେ ୪-୫ ଜଣ ପ୍ୟାସେଞ୍ଜର୍ ରୁ ଅଧିକ ନେଲେ ଚାଲାଣ କାଟି ଦେଉଛିନ୍ତି । ଆଉ ପେଟ୍ରୋଲ ରେଟ୍ ତ ଆକାଶ ଛୁଆଁ । ତ Late ହେଲେ ଲାଭ ତ ଲାଭ ମୂଳ ବି ଯିବ । ସୁଧୀର ବାବୁ ତରତର ହୋଇ ବାହାରୁ ବାହାରୁ ମଞ୍ଜୁ କୁ ଡାକ ପକେଇଲେ ଚା ଆଣ ଡ଼େରି ହେଉଛି । ଉତ୍ତର ରେ ଆସିଲା ମୁଁ ଏବେ ଗାଧୋଇକି ଆସିଲି ୫ ମିନିଟ ଅପେକ୍ଷା କର ମୁଁ ଆଣୁଛି ।
ସୁଧୀର ବାବୁ :- ସକାଳୁ ଆଉ ଟିକେ ଜଲ୍ଦି ଉଠିଥିଲେ ହେଇନଥାନ୍ତା ।
ମଞ୍ଜୁ:- ଏତେ ଭୋରରୁ ସର୍ବ ପ୍ରଥମେ ତ ମୁଁ ଉଠିଲିଣି ଆଉ କେତେ ଜଲ୍ଦି ଉଠିବି । ସିଆଡ଼େ କେତେ କାମ ସାରି କି ଗାଧୋଇବାକୁ ଗଲି । ରାତି ବାସନ ମାଜିଲି , ଘର ବାହାର ଝାଡ଼ୁ କଲି, ଫୁଲ ତୋଳି ରଖିଲି, କେତେ କାମ କଲି । ଆଉ ତୁମେ ଉଠି ପଡ଼ି Ready ହେଇ ଚା ମାଗି ଦେଲ ।
ସୁଧୀର ବାବୁ ବି ଚିନ୍ତାକଲେ ଦିନସାରା ମଞ୍ଜୁ କେତେ କାମ କରୁଛି । ରୋଗ ବେମାର ରେ ପଡିକି ବି ସେ ତା କର୍ତ୍ତବ୍ୟ କରିଛି କେବେ ବି ପଛ ଘୁଞ୍ଚା ଦେଇନି । ଧନ୍ୟ ସେ ମହିଳା । ସୁଧୀର ବାବୁ ଏହା ଚିନ୍ତା କରି ୫ ମିନିଟ ଅପେକ୍ଷା କରିଦେବାଟା ଶ୍ରେୟ ମନେ କଲେ । ପାଖରେ ଥିବା ଚୌକିରେ ବସିପଡ଼ିଲେ । ମା' ଡ଼ାକ ପକେଇବାରୁ ପାଖ ଦେଇ ଦୌଡ଼ି ପଳେଇଲା ନୟନା ମା' କୁ କାମରେ ସାହାଯ୍ୟ କରିବାକୁ । ଛୋଟ ହେଲେବି ମା ଠୁ ବହୁତ୍ କାମ ସିଖି ଯାଇଥାଏ ସେ । ଆଉ ସବୁ କାମରେ ମା' କୁ ସାହାଯ୍ୟ ମଧ୍ୟ କରେ । ନୟନା କୁ ଦେଖି ଅତୀତ କଥା ମନେ ପକେଇଲେ ସୁଧୀର ବାବୁ । ବାପ ମା' ଦୁଇ ଜଣ ଚାହୁଁଥିଲେ ପୁଅ ଟେ ହଉ ବୋଲି । ହେଲେ ଜନ୍ମ ନେଲା ନୟନା ।
ପ୍ରଥମେ ପ୍ରଥମେ ମଞ୍ଜୁ ଏଥିପାଇଁ ମନ ଦୁଃଖ କରୁଥିଲା କିନ୍ତୁ ସୁଧୀର ବାବୁ ବୁଝେଇଲେ ଝିଅ ହେଉଛି ଘରର ଲକ୍ଷ୍ମୀ । ଆମ ଘରକୁ ଲକ୍ଷ୍ମୀ ଆସିଛନ୍ତି ଏଥିରେ ମନ ଦୁଃଖ କରିବାର କଣ ଅଛି । ତା' ଛଡ଼ା ଆଜିକାଲି ଝିଅମାନେ ବି ପୁଅ ମାନଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି । ଏତଦ୍ ବ୍ୟତୀତ ଝାନ୍ସି ରାଣୀ ଲକ୍ଷ୍ମୀବାୟୀ, କଳ୍ପନା ଚାଓଲା, ଇନ୍ଦିରା ଗାନ୍ଧୀ, ମେରିକମ୍ ଙ୍କ ଭଳି କେତେକ ନାରୀ ଶକ୍ତି ର ଉଦାହରଣ ମଧ୍ୟ ଦେଲେ । ସୁଧୀର ବାବୁ ଏହା ମଧ୍ୟ କହିକି ବୁଝେଇଲେ ଯେ ତୁମେ ନିଜେ ମଧ୍ଯ ଜଣେ ନାରୀ ତୁମର କାର୍ଯ୍ୟ ଦକ୍ଷତା, ଧର୍ଯ୍ୟଶକ୍ତି, ସହନଶୀଳତା, ସ୍ନେହ ଏବଂ ଉଦାରତା ର ତ ତୁଳନା ନାହିଁ ।
ନାରୀ ବିନା ତ ଏ ସମାଜ ର ଅସ୍ଥିତ୍ଵ ନାହିଁ । ନାରୀ ହେଉଛି ଶକ୍ତି । ସ୍ୱୟଂ ମା' ଦୁର୍ଗା ଙ୍କର ରୂପ । ଏଥର ମଞ୍ଜୁ ନିଜ ଭୁଲ୍ କୁ ବୁଝି ପାରିଥିଲା । ବାପ ମା' ଦୁହେଁ ଝିଅକୁ ବହୁତ ଭଲ ପାଉଥିଲେ । ତା' ଜୀବନରେ କିଛି ବି ଅଭାବ ରଖୁନଥିଲେ । ନିଜେ କାନ୍ଦି ମଧ୍ୟ ଝିଅ କୁ ହସଉ ଧିଲେ । ଖାଲି ଭଲ ପାଉନଥିଲେ ନୁହେଁ ଝିଅକୁ ସମାଜ ସହ ଲଢିବାକୁ ସେତିକି ସାହାସୀ ଓ ସାମର୍ଥ୍ୟ ମଧ୍ଯ କରାଇଥିଲେ ।
ନୟନା ପାଠ ପଢ଼ା ରେ ତ ଧୃତ ଥିଲା । ତା' ସହ ଅନ୍ୟାନ୍ୟ କାର୍ଯ୍ୟ ଯଥା ନାଚ, ଗୀତ, କ୍ରୀଡା, ଚିତ୍ରାଙ୍କନ ଇତ୍ୟାଦି
ମଧ୍ୟ ପାରଙ୍ଗମ ଥିଲା । ସେ ଏବେ ଏବେ ସପ୍ତମ ଶ୍ରେଣୀ ସମାପ୍ତ କରି ନୂଆ ନୂଆ High School ରେ ପାଦ ଦେଇଥାଏ । ନୟନା ପ୍ରତୀଭା ଦେଖି ତା'ର ବହୁତ ଜଲ୍ଦି ବହୁତ୍ ସାଙ୍ଗ ବନିଯାଇଥିଲେ । ହେଲେ ତା'ର ସବୁଠାରୁ ଘନିଷ୍ଠ ଥିଲା ଅନନ୍ୟା । ଦୁଇ ଜଣଙ୍କ ନାମ ରେ ଯେତିକି ସାମଞ୍ଜସ୍ଯ ଥିଲା ଉଭୟଙ୍କ ସମ୍ପର୍କ ରେ ତା' ଠାରୁ ଅଧିକ ନିବିଡ଼ତା ଥିଲା ।
ସେଦିନ ଥାଏ ଶନିବାର । ଶନିବାର ଦିନ ସ୍କୁଲ୍ ମଧ୍ୟ ଅଧା ଦିନର ଥାଏ । ମଞ୍ଜୁ ବହୁତ ଚିନ୍ତିତ ଜଣାପଡୁଥାଏ । ସ୍କୁଲ୍ ତ ଛୁଟି ହେବାର ୪୫ ମିନିଟ ବିତିଲାଣି । ନୟନା ଏତେବେଳକୁ ପହଞ୍ଚିଯିବା କଥା । ହେଲେ ସେ ଏତେ ସମୟ ହେଲାଣି ଫେରିନି କଣ ପାଇଁ ?
ସ୍କୁଲ୍ ରୁ ଘର ମାତ୍ର ୧୫ - ୨୦ ମିନିଟ ର ରାସ୍ତା । ନୟନା କେଉଁ ସାଙ୍ଗ ଘରକୁ ପଳେଇଲା ନାହିଁ ତ, ହେଲେ ଘରେ ନ କହି କୁଆଡ଼େ ଯିବା ପିଲା ସେ ନୁହେଁ । କିଛି ଅଘଟଣା ଘଟି ନାହିଁ ତ । ନା ନା ଏମିତି ହେଇନଥିବ | ମୁଁ ବି ପାଗିଳି କଣ ନା କଣ ଭାବି ଦଉଛି । ଏମିତି ମନକୁ ମନ କହି ଚାଲିଥିଲା ମଞ୍ଜୁ । ନା ଏମିତି ଭାବିଲେ କିଛି ହବନି ଭାବି, ଫୋନ୍ ଆଣି ସୁଧୀର ବାବୁ ଙ୍କୁ କଲ୍ କଲା । ମଞ୍ଜୁ ର ବ୍ୟସ୍ଥତା ପୂର୍ଣ୍ଣ Hello ଶୁଣି କିଛି ଅସୁବିଧା ହେଇଛି ବୋଲି ବୁଝି ଯାଇଥିଲେ ସୁଧୀର ବାବୁ ।
ମଞ୍ଜୁ: - ତୁମେ କୋଉଠି ?
ସୁଧୀର ବାବୁ : - Auto stand ରେ ଅଛି, କଣ ହେଇଛି କୁହ । କିଛି ଅସୁବିଧା ହେଇନି ତ !
ମଞ୍ଜୁ: - ଏତେ ବିଳମ୍ବ ହେଲାଣି ଝିଅ ଘରକୁ ଫେରି ନି ।
ସୁଧୀର ବାବୁ : - ସେ କୌଣସି ସାଙ୍ଗ ଘରକୁ ପଳେଇଥିବ
ମଞ୍ଜୁ: - ନା ସେ ଘରେ ନ କହି କୁଆଡେ ଯିବିନି ।
ସୁଧୀର ବାବୁ : - ଆରେ ତୁମେ ବ୍ୟସ୍ତ ହୁଅନି ସେ ଆସିଯିବ । ହଉ ମୁଁ ଫୋନ୍ ରଖୁଛି । ସେପଟେ ଗୋଟେ ବସ ରହିଲାଣି, ପ୍ୟାସେଞ୍ଜର ଓହ୍ଲେଇବେ । ଏହା କହି ଫୋନ କାଟି ଅଟୋ ସ୍ଟାର୍ଟ କରି ସେ ବସ ପାଖକୁ ପଳେଇଲେ ।
ସୁଧୀର ବାବୁ ସିନା ଫୋନ୍ ରଖିଦେଲେ ହେଲେ ମା' ମନ ତ ବୁଝୁନି । କଣ ଗୋଟେ ଚିନ୍ତା କରି ଅନନ୍ୟା ଘରକୁ ଫୋନ୍ ଲଗାଇଲା ମଞ୍ଜୁ । ଦୁଇ ତିନି ଥର ର ଲମ୍ବା ରିଙ୍ଗ୍ ପରେ ଫୋନ ଉଠେଇଲେ ଅନନ୍ୟା ର ମା' ।
ମଞ୍ଜୁ: - Hello ! ଅନନ୍ୟା ର ମା' କହୁଛନ୍ତି ତ !
ଅନନ୍ୟା ମା' : - ଆଜ୍ଞା ! ଆପଣ କିଏ କହୁଛନ୍ତି ।
ମଞ୍ଜୁ: - ହଁ ମୁଁ ନୟନା ର ମା' କହୁଛି ।
ଅନନ୍ୟା ମା' : - ଆରେ ସରି, ଏ ନମ୍ବର ଟା ମୋ ଫୋନ୍ ରେ ସେବ୍ ନାହିଁ ତ ମୁଁ ଜାଣି ପାରିଲି ନାହିଁ। ଏଥି ପାଇଁ ମୁଁ ଦୁଃଖିତ ।
ମଞ୍ଜୁ: - ନା କିଛି ଅସୁବିଧା ନାହିଁ ।
''ମଞ୍ଜୁ ଆଗକୁ କିଛି କହିବାକୁ ପ୍ରୟାସ କରିଛି''
ଅନନ୍ୟା ମା' : - ହଉ ମୁଁ ଟିକେ ବ୍ୟସ୍ଥ ଅଛି ପରେ କଥା ହେଉଛି ।
ମଞ୍ଜୁ: - ଟିକେ ଶୁଣନ୍ତୁ । Actually ! ନୟନା ଏ ପର୍ଯ୍ୟନ୍ତ ଘରକୁ ଫେରିନି । ସେଥିପାଇଁ ଫୋନ୍ କରିଥିଲି । ସେ ତ ଅନନ୍ୟା ସହ ବେସି ମିଶେ କାଳେ ଆପଣଙ୍କ ଘରେ ରହି ଯାଇଥିବ ।
ଅନନ୍ୟା ମା' : - ମୋର ବ୍ୟସ୍ଥତା ର କାରଣ ମଧ୍ୟ ସମାନ ।
ଅନନ୍ୟା ମଧ୍ୟ ଏତେବେଳ ଯାଏଁ ଘରକୁ ଫେରିନି ।
ଆପଣ ବ୍ୟସ୍ଥ ହୁଅନ୍ତୁ ନାହିଁ ତା'ର ବାପା ଯାଇଛନ୍ତି ଖୋଜିବା ପାଇଁ । ସେ ନେଇ କରି ଆସିବେ ।
ମଞ୍ଜୁ ମନେ ମନେ ଭାବୁଥାଏ ଅନନ୍ୟା ବାପା ଗୋଟେ ସଙ୍ଗେ ସଙ୍ଗେ ଝିଅକୁ ଖୋଜିବାକୁ ବାହାରି ଗଲେ । ଆଉ ଆର ବାପାଙ୍କର ଚିନ୍ତା ଟିକେ ବି ନାହିଁ । ଝିଅ ଆସିଲା କି ନାହିଁ । ହେ ପ୍ରଭୁ' ଝିଅ ଦୁଇଟା ଭଲରେ ଥାଆନ୍ତୁ ।
ନିରବତା ଭାଙ୍ଗି ଅନନ୍ୟା ମା' କହିଲେ, " ହଉ ଠିକ୍ କିଛି ଖବର ପାଇଲେ ମୁଁ ଆପଣଙ୍କୁ ଜଣେଇବି । ଏତିକି କହି ଫୋନ୍ କାଟିଲେ ଅନନ୍ୟା ର ମା ।
ସୁଧୀର ବାବୁ ସେଦିନ ଜଲ୍ଦି Duty ରୁ ଫେରି ଆସିଲେ ଏବଂ ଘରେ ପହଞ୍ଚି ସଙ୍ଗେ ସଙ୍ଗେ ଝିଅକୁ ଖୋଜିବାକୁ ବାହାରି ଗଲେ ।
ସନ୍ଧ୍ୟା ପ୍ରାୟ ୫ ଟା ହେବ ମଞ୍ଜୁ ର ଫୋନ୍ କୁ ଏକ କଲ୍ ଆସିଲା ।
ମଞ୍ଜୁ କଲ୍ ଉଠେଇଲା ବେଳକୁ ଫୋନ୍ରେ ନୟନା ସ୍ଵର ସୁଭିଲା ।
ନୟନା : - ମା ମୁଁ ନୟନା କହୁଛି । ତୁମେ ଅନନ୍ୟା ମା' କୁ କଲ୍ କରି ସାଙ୍ଗ ହୋଇ କି ମେଡ଼ିକାଲ ଟିକେ ଜଲ୍ଦି ଆସ । ଆମେ ମେଡିସିନ୍ ୱାର୍ଡ ରେ ଅଛୁ । ତୁମେ ମାନେ ସିଧା ସଳଖ ସେଠି ପହଞ୍ଚି ଯିବ । ବ୍ୟସ୍ଥ ହେବା ଦରକାର ନାହିଁ ଆମ ଦୁଇ ଜଣ ଠିକ୍ ଅଛୁ । ମୁଁ ଜଣଙ୍କ ଫୋନ୍ ମାଗିକି କଲ୍ କରିଛି । ହଉ ମୁଁ ରଖୁଛି ।
ମଞ୍ଜୁ କିଛି କହିବା ପୂର୍ବରୁ କଲ୍ କାଟି ଦେଲା ନୟନା ।
ମଞ୍ଜୁ ସୁଧୀର ବାବୁ ଏବଂ ଅନନ୍ୟା ମା' ଙ୍କୁ ଫୋନ୍ କରି ଜଣେଇ ଦେଲେ । ସମସ୍ତେ ଆଉ ଡେରି ନକରି ଯଥା ଶୀଘ୍ର ଯାଇ ମେଡିକାଲ ପହଞ୍ଚି ଗଲେ ।
ମେଡିକାଲ ରେ ପହଞ୍ଚି ଖୋଜି ଖୋଜି ଯାଇ ମେଡିସିନ୍ ୱାର୍ଡ ରେ ପହଞ୍ଚି ଗଲେ ସମସ୍ତେ । ସେଠିକାର ପରିସ୍ଥିତି ଦେଖି ଆଉ ନିଜ କୋହ ସମ୍ଭାଳି ପାରିଲେ ନାହିଁ ଅନନ୍ୟା ର ମା । ତାଙ୍କୁ ଦେଖି ମଞ୍ଜୁ ମଧ୍ୟ କାନ୍ଦି ପକେଇଲା ।
ମେଡିକାଲ୍ ରେ ଗୋଟେ ବେଡ୍ ରେ ପଡିଛି ଅନନ୍ୟା । ମୁଣ୍ଡ ବ୍ୟାଣ୍ଡେଜ୍ ହୋଇଛି । ହାତରେ ସାଲାଇନ୍ ଲାଗିଛି । ପାଖରେ ବସିଛି ନୟନା।
ଉଭୟଙ୍କ ପରିବାରକୁ ଦେଖି ଉଠିଆସିଲା ନୟନ୍ୟା । ଅନନ୍ୟା ର ମା' କୁ ବୁଝେଇବାକୁ ଯାଇ କହିଲା, କିଛି ହେଇନି ଅନନ୍ୟା ର ଖାଲି ମୁଣ୍ଡଟା ଟିକେ ଫାଟି ଯାଇଛି । ସେ ଏବେ ଠିକ୍ ଅଛି । ଡାକ୍ତର କହିଗଲେ ଡରିବାର କିଛି ନାହିଁ ସବୁ ଠିକ୍ ହେଇଯିବ । କିଛି ମେଡିସିନ୍ ଆଉ ଇଞ୍ଜେକ୍ସନ୍ ଲେଖି ଯାଇଛନ୍ତି ଏବଂ ନେଇ ଆସିବାକୁ କହିଛନ୍ତି ।
ସଙ୍ଗେ ସଙ୍ଗେ ପେସ୍କିସନ୍ କୁ ଧରି ମେଡିସିନ୍ ଆଣିବାକୁ ବାହାରିଲେ ସୁଧୀର ବାବୁ । ଗଲା ବେଳେ ଅନନ୍ୟା ର ବାପା କିଛି ଟଙ୍କା ଦେଲେ ସୁଧୀର ଙ୍କୁ ମେଡ଼ିସିନ୍ ପାଇଁ । ହେଲେ, ସୁଧୀର ବାବୁ ସେ ଟଙ୍କା ନେବାକୁ ମନାକଲେ ଏବଂ କହିଲେ, ମୋ ଝିଅର ସାଙ୍ଗ ହିସାବରେ ଅନନ୍ୟା ମଧ୍ୟ ମୋ ଝିଅ । ଟଙ୍କା ଦେଇ ମୋତେ ପର କରିଦିଅନ୍ତୁନି । ଏହା ତ ମୋର କର୍ତବ୍ୟ । ଏହା ଦେଖି ଟିକେ ଭାବବିହ୍ୱଳ ହେଇଗଲେ ଅନନ୍ୟା ର ବାପା ଏବଂ ମେଡିସିନ୍ ପାଇଁ ଚାଲିଗଲେ ସୁଧୀର ବାବୁ । ନୟନ୍ୟା ମଧ୍ୟ ମଞ୍ଜୁ କୁ କହିଲା,
ନୟନା : - ତୁ'ବି ନା ମା' ଏ ସମୟରେ ଆଣ୍ଟି କୁ ନବୁଝେଇ ନିଜେ କାନ୍ଦୁଛୁ ।
ମଞ୍ଜୁ: - ତୁମେ ମାନେ କେମିତି ବୁଝିବ ଗୋଟେ ମା'ର ମନ । ନିଜ ପିଲାମାନଙ୍କର କିଛି ହେଲେ ମା' କୁ କେତେ ଯେ କଷ୍ଟ ହୁଏ । ହେଲେ ଏ ସବୁ ହେଲା କେମିତି ? ଅନନ୍ୟା ର ମୁଣ୍ଡ କେମିତି ଫାଟିଲା ?
ଅନନ୍ୟାର ମା' : - ହଁ ଏସବୁ କେମିତି ଘଟିଲା ? (କାନ୍ଦି କାନ୍ଦି)
ଅନନ୍ୟା : - ଟିକେ ଧର୍ଯ୍ୟ ଧର ସବୁ କହୁଛି । ଆମେ ସ୍କୁଲ ଛୁଟି ହେବା ପରେ ପ୍ରତିଦିନ ପରି ସାଙ୍ଗ ହୋଇ ଘରକୁ ଫେରୁଥିଲୁ । ହଠାତ୍ ଗାଁ ମୁଣ୍ଡରେ ଦୁଇ ଚାରିଟା କୁକୁର ଆମକୁ ଘେରିଗଲେ । ସେତେବେଳକୁ ପାଖରେ ଆଉ କେହି ନଥିଲେ । ଆମେ ଡରିକି ଦଉଡିବାକୁ ଲାଗିଲୁ । ଦଉଡ଼ିବା ସମୟରେ ଅନନ୍ୟା ଝୁଣ୍ଟିକି ପଡ଼ିଗଲା ଏବଂ ତା ମୁଣ୍ଡ ଫାଟିଗଲା । କୁକୁର ଗୁଡା ଆସି ତା' ପାଖରେ ଛିଡ଼ାହୋଇ ଭୁକିବାକୁ ଲାଗିଲେ । ସେ ଡରରେ ଚିତ୍କାର କରୁଥାଏ । ମୁଁ ସାହାସ କରି ପଥର ମାରି ସେ କୁକୁର ଗୁଡାକୁ ଭଗେଇଦେଲି ଏବଂ ଅନନ୍ୟା କୁ ନେଇ ମେଡ଼ିକାଲ୍ ଚାଲି ଆସିଲି ।
ଅନନ୍ୟାର ମା' : - ଧନ୍ୟବାଦ ଝିଅ ! ଆଜି ତୋ ସାହାସ ପାଇଁ ଅନନ୍ୟା ଜୀବନ ବଞ୍ଚିଗଲା ।
ଝିଅର ସାହାସ ଦେଖି ମଞ୍ଜୁ ମଧ୍ୟ ଖୁସି ହେଇଗଲା ଏବଂ ଝିଅକୁ ଖୁସିରେ କୁଣ୍ଢେଇ ପକେଇଲା ।
ନୟନ୍ୟା: - ଅନନ୍ୟା ମୋ ସାଙ୍ଗ ପରା ତାକୁ କ'ଣ ଏକା ଛାଡ଼ି ଯାଇ ପାରିଥାନ୍ତି । କୁକୁର ମୋ ସାଙ୍ଗ କୁ କାମୁଡ଼ି ଥିଲେ ମୁଁ କୁକୁରକୁ ମଧ୍ୟ କାମୁଡ଼ି ଦେଇଥାନ୍ତି ପରା ।
ଏହା ଶୁଣି ସମସ୍ତେ ହସିବାକୁ ଲାଗିଲେ । ବାସ୍ତବରେ ନୟନା ଏ ପରିସ୍ଥିତିରେ ସମସ୍ତଙ୍କୁ ଟିକେ ହସେଇବାକୁ ଚାହୁଁଥିଲା । କାହାକୁ କେମିତି ଖୁସୀ କରିହୁଏ, ଏହା ତ' ନୟନା କୁ ଭଲଭାବେ ଜଣା ।
ମଞ୍ଜୁ : - ଆହା ଲୋ ମୋର ସାହାସୀ ଝିଅ । ତୋର କିଛି ହେଇନି ତ ?
ନୟନା : - ନା ମା' ମୁଁ ସଂପୂର୍ଣ୍ଣ ଠିକ୍ ଅଛି ।
ନୟନା ଲକ୍ଷ୍ୟ କଲା ଯେ, ଅନନ୍ୟା ବେଡ୍ ଶୋଇ କାନ୍ଦୁଛି । ନୟନା ତା ନିକଟକୁ ଯାଇ କହିଲା, ତୁ କାନ୍ଦୁଛୁ କାହିଁକି । ମୁଁ ପରା ତୋ ପାଖରେ ଅଛି । ତୋର କିଛି ବି ହେବାକୁ ଦେବିନି । ତୁ ମୋର ଜୀବନ, ଆମେ ପରା ବେଷ୍ଟଫ୍ରେଣ୍ଡ ।
ଏଭଳି ଦୁଇ ସାଙ୍ଗଙ୍କ ମଧ୍ୟରେ ଭଲ ପାଇବା ଦେଖି ସମସ୍ତ ଙ୍କ ଆଖିରେ ଲୁହ ଆସିଗଲା ।