STORYMIRROR

Suvram Prusty

Abstract Classics Inspirational

3  

Suvram Prusty

Abstract Classics Inspirational

ବିଘ୍ନହର୍ତ୍ତା ଙ୍କୁ ଚିଠି

ବିଘ୍ନହର୍ତ୍ତା ଙ୍କୁ ଚିଠି

3 mins
125

ପ୍ରିୟର ଗଜାନନ,

ହେ ଭଗବାନ ତୁମକୁ ମୋର କୋଟି କୋଟି ପ୍ରଣାମ । ମୁଁ ମୋ ଜୀବନର ଏକ ବିଶେଷ ମୂହୁର୍ତ୍ତରେ ଆପଣଙ୍କୁ ଏ ଚିଠି ଟି ଲେଖୁଛି ।ଏବେ ମୋ ଜୀବନ ରେ କଣ ଘଟୁଛି, ମୁଁ ମୋର କର୍ତ୍ତବ୍ୟ ରେ କେତେ ଦୂର ଅଗ୍ରସର ସେକଥା ମୁଁ ଜାଣି ନାହିଁ । ମୋର ଜୀବନରେ କୋଉଟା ଠିକ୍ କୋଉଟା ଭୁଲ୍‌ ସେଟା ମଧ୍ୟ ଜାଣି ନାହିଁ । ମୋତେ ଲାଗୁଛି ମୁଁ ଏକ ପରିକଳ୍ପନା ର ଚିତ୍ର ଆଙ୍କୁଛି ।

ମୁଁ ପ୍ରତିଦିନ ଓ ପ୍ରତି ମୂହୁର୍ତ୍ତ ଆପଣଙ୍କୁ ଖୋଜିଛି, ଦୁଃଖ ରେ ହେଉ କିମ୍ବା ସୁଖରେ ଏବଂ ଆପଣଙ୍କ ଉପସ୍ଥିତି କୁ ଅନୁଭବ କରିଛି ମଧ୍ୟ । ଦୁଃଖ ରେ ଗାଳି ବି ଦେଇଛି, ସୁଖ ରେ ଧନ୍ୟବାଦ ବି ଜଣେଇଛି । ମୁଁ ଯେବେ ହସିଛି ଆପଣଙ୍କ ସହ ହସିଛି, କାନ୍ଦିଲେ ବି ଆପଣଙ୍କ ସହ କାନ୍ଦିଛି । ସବୁବେଳେ ନିଜଲୋକ ଭଳି ଦେଖିଛି । ଭିନ୍ନ ମୂହୁର୍ତ୍ତ ରେ ଭିନ୍ନ ରୂପରେ । କେତେବେଳେ ଭଲ ବନ୍ଧୁଟିଏ ତ କେତେ ବେଳେ ଭାଇ ଟିଏ ଭଳି ତ' ଆଉ କେତେବେଳ ବାପା ମା' ଭଳି । ଏତେବଡ଼ ଦୁନିଆରେ ନିଜକୁ କେବେ ଏକା ଭାବିନି । ଆପଣଙ୍କ ରୂପ ତ ଦେଖିନି କିନ୍ତୁ ବିଭିନ୍ନ ରୂପ ଦେଇ ଆସିଛି । କେବେ ନିଜ ପାଇଁ କିଛି ମାଗିନି, ସବୁବେଳେ ଏ ସଂସାରର ହିତ ପାଇଁ ମାଗିଛି ।

"ତୁମେ ଜନ୍ମ ଦାତା ତୁମେ ମୋ ବିଧାତା

ଏ ସୃଷ୍ଟିର ସ୍ରଷ୍ଟା ତୁମେ,

ଯାହା ମୁଁ ପାଇଛି ଜୀବନେ ଏ ଯାଏଁ

ସବୁ ତ ଦେଇଛ ତୁମେ ॥"

"ଧନ ଜନ ମାନ ସବୁ ତୁମ ଠାରୁ

ପାଇଛି ଏଇ ଜନମେ,

ତୁମ କୃପା ବିନା ଲୋଡା ନାହିଁ କିଛି

ସବୁ ତ ଦେଇଛ ତୁମେ ॥"

ସବୁ ତ ତୁମେ ଦେଇଛ ଭଗବାନ, ତୁମକୁ ବୁଝିବାକୁ ଜ୍ଞାନ ଦେଇଛି, ତୁମ କଥା ଭାବିବାକୁ ଏ ମନ ଦେଇଛ, ତୁମ ନାମ ଧରିବାକୁ ଏ ମୁଖ ଦେଇଛ, ତୁମ ଆଗେ ହାତ ଯୋଡିବାକୁ ଏ ହାତ ଦେଇଛି ଆଉ ତୁମକୁ ନିଜ ଭିତରେ ରଖିବାକୁ ଏତେ ବଡ଼ ହୃଦୟ ଟେ ଦେଇଛ । ଆଉ କ'ଣ ଚାହେଁ ପ୍ରଭୁ, ବାସ୍‌ ଜୀବନର ଶେଷ ମୂହୁର୍ତ୍ତ ରେ ଶୋଇବାକୁ ଆପଣଙ୍କ କୋଳ ଦରକାର ।

         

        ଏ ସଂସାରରେ ଅନ୍ୟାୟ ସୀମା ଲଙ୍ଘିଲାଣି । ଦୁର୍ନିତି , ଅତ୍ୟାଚାର, ଧର୍ଷଣ ବଢି ଚାଲିଛି । ଲୋକଙ୍କ ଭିତରେ ମାନବିକତା ମରିଗଲାଣି । ନିଜ ଲୋକ ବି ନିଜ ଲୋକ ଙ୍କୁ ଠକି ଚାଲିଛି । ଦିନ ଦ୍ଵିପହରରେ ରାସ୍ତା ମଝିରେ ହତ୍ୟା ଚାଲିଛି । ଛୋଟ ଶିଶୁ ବି ବଳତ୍କାର ର ଶିକାର ହେଉଛନ୍ତି । ରକ୍ଷାକରୀ ହିଁ ଭକ୍ଷାକାରୀ ସାଜିଛି । ସମାଜ ପାଇଁ ଉତ୍ତମ ଚିନ୍ତାକାରୀ ଦୁର୍ବଳ ହେଇ ପଡୁଛନ୍ତି । ନିଜ ସୃଷ୍ଟି କୁ ରକ୍ଷା କରନ୍ତୁ ଭଗବାନ, ଏମିତି ନଷ୍ଟ ହେବାକୁ ଦିଅନ୍ତୁନି । ମାନବ ସମାଜରେ ଟିକେ ମାନବିକତା ଭରି ଦିଅନ୍ତୁ ଭଗବାନ ।

        “କରି କରାଉ ଥାଏ ମୁଁହି ମୋ ବିନୁ ଅନ୍ୟ ଗତି ନାହିଁ ” କହିବା ବାହୁଲ୍ୟ ଯେ ଏହି ବିଶ୍ୱ ବ୍ରହ୍ମ।ଣ୍ଡ ରେ ଏହା ହିଁ ହୋଇଥାଏ ଯାହା ଈଶ୍ୱର ଙ୍କ ଇଛା ।

ଆପଣଙ୍କ ଇଛା ବିନା ବୃକ୍ଷ ରେ ଯେ ପତ୍ର ଟିଏ ବି ହଲେ ନାହିଁ ଏହି କଥା କାହାକୁ ବା ଅଛପା କାହାକୁ ବା ଅଜଣା! ଆପଣ ମନୁଷ୍ୟ କୁ ଜୀବନ ଦେବା ପୂର୍ବରୁ ତାହାର ଭାଗ୍ୟ କୁ ଲିଖନ କରନ୍ତି ଏହି କଥା ଆମେ ଶାସ୍ତ୍ର ରୁ ଜାଣିବାକୁ ପାଉ । ମନୁଷ୍ୟ ର ଭାଗ୍ୟ ରେ ଯାହା ଲେଖା ହେଇ ଯାଏ ସିଏ ତାହା ହିଁ ପାଇ ଚାଲିଥାଏ ସଂସାର ରୁ ଯିବା ପର୍ଯ୍ୟନ୍ତ ।

       ଆପଣ ତ ସୃଷ୍ଟିକର୍ତ୍ତା ଆପଣଙ୍କୁ ସବୁ ଜଣା । ମୁଁ କ'ଣ ଆଉ ଅଧିକ ଜଣେଇବି । ଏ ସଂସାର ର ସବୁବେଳେ ମଙ୍ଗଳ କରୁଥିବେ ପ୍ରଭୁ । କାହିଁକିନା ଆପଣଙ୍କ ଛଡ଼ା ଆମର ଆଉ କିଏ ବା ଅଛି ।

ଯଦି ଆପଣଙ୍କ ପ୍ରତି ମୋର ଭଲ ପାଇବା କିଛି ଉଣା ରହି ଯାଇଥାଏ କିମ୍ବା କିଛି ଭୁଲ୍‌ କହି ଦେଇଥାଏ ତେବେ ନିଜର ଭାବି କ୍ଷମା କରିଦେବେ ।

 "ଅଳତା ସୁନ୍ଦର ତୁମ ପାଦ ଦ୍ଵୟ ,

  ପ୍ରଣାମ କରି ମୁଁ ନେଲି ବିଦାୟ ॥"    

            "ଇତି"

         ଆପଣଙ୍କ ସନ୍ତାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract