Suvram Prusty

Abstract Romance Classics

3.9  

Suvram Prusty

Abstract Romance Classics

ଶେଷ ଶବ୍ଦ

ଶେଷ ଶବ୍ଦ

1 min
142


କିଛି ତ ଲେଖି ପାରନ୍ତି ଆଜି ଲେଖି ଦିଅନ୍ତି । ନଆଉ ପଛେ ସେ ଲେଖାରେ ଛନ୍ଦ ଆଉ ଅଳଙ୍କାର ବାସ୍‌ ଖାଲି ଥାଉ ହୃଦୟର ବେଦନା । ହୃତପିଣ୍ତର ଧକ୍ ଧକ୍ ଶବ୍ଦ ସହ ଗଡ଼ି ଚାଲିଥିବ କଲମ ର ମୁନ । ଅଶ୍ରୁର ଧାରରେ ଭିଜି ଚାଲିଥିବ କାଗଜ । ଆଉ ସେ କାଗଜ ବୁକୁରେ ଆଙ୍କି ହେଇ ପଡ଼ୁଥିବ ପ୍ରତିଛବି । ନା ଅଟକିବ ଏ କଲମର ମୁନ ନା ଅଟକିବ ଏ ଆଖିର ଅଶ୍ରୁ । ଶ୍ରାବଣ ବର୍ଷାର ଧାରବି କିଛି ସମୟ ପାଇଁ ଥମି ପାରେ ହେଲେ ଏ ଆଖିର ଅଶ୍ରୁ ଧାର କେବେବି ନୁହେଁ । ଧ୍ୟାନ ଭଙ୍ଗ ପାଇଁ ଶତ ଚେଷ୍ଟା ବି ବିଫଳ ହେଇ ପଡ଼େ । ମନରେ ଥିବା କଷ୍ଟ କୁ ତ' ଭୁଲି ହୁଏ ହେଲେ ହୃଦୟରେ ଥିବା କଷ୍ଟ । ତା'କୁ କ'ଣ ଭୁଲି ହେବ । ଅପେକ୍ଷା କରି କରି ଅପେକ୍ଷାର ଅନ୍ତ ଘଟି ସାରିଥାଏ । ଭାବନାର ସୀମା ଲଙ୍ଘି ସାରିଥାଏ । ହେଲେ ଏବେ ବି ସେ ଏକ ପ୍ରତିଛବି । ଦୂରେ ବହୁଦୂରେ ଏକ ସ୍ମୃତି । ପୁର୍ଣ୍ଣଛେଦର ହଜାର ପ୍ରଚେଷ୍ଠା ବି କମା ରେ ପରିବର୍ତ୍ତନ ହେଇଯାଏ । 

ପୁଣି ଆସିଯାଏ ନୂଆ ପ୍ରଭାତ । ଗୋଟେ ଥର ପଛକୁ ଫେରି ଚାହିଁ, ପୂର୍ଣ୍ଣବାର ଆଗେଇ ଯାଉ ନୂତନ ଜୀବନ ବଞ୍ଚିବାରେ । ସ୍ମୃତି ଆଉ ଭାବନା କୁ ପୁଞ୍ଜି କରି କ'ଣ ଜୀବନ ଜୀଇଁ ହୁଏ ?

ପରବର୍ତ୍ତୀ ପୃଷ୍ଠା ରେ ତ' ଅନେକ କିଛି ଲେଖି ହେଇଯାଏ ହେଲେ ଅତୀତ ପୁଷ୍ଠାରୁ ଶବ୍ଦଟିଏ ବି ଲିଭେନାହିଁ । ଆଜିର ଠିକଣା କାଲି ପାଇଁ ଏକ ସ୍ମୃତି ପାଲୋଟି ଯାଏ । ଅତୀତ କୁ ପାଥେୟ କରି ବର୍ତ୍ତମାନରେ ବଞ୍ଚିବାକୁ ପଡ଼େ । ସ୍ମୃତି ଜୀବନର ଏକ ସଂଯୋଗ ସଦୃଶ ଯାହା ଯୋଡି ହେଇ ଚାଲିଥାଏ । 


Rate this content
Log in

Similar oriya story from Abstract