Suvram Prusty

Abstract Classics

4.4  

Suvram Prusty

Abstract Classics

ନୂତନ ବର୍ଷ ନୂତନ ଆଶା

ନୂତନ ବର୍ଷ ନୂତନ ଆଶା

3 mins
242


ଏକ ନୂତନ ବର୍ଷ ଆଣେ ନୂତନ ଉନ୍ମୋଧନା ନୂତନ ଆଶା ଆଉ ନୂତନ ଆକାକ୍ଷାଂ । ହେଲେ ପଛରେ ଛାଡ଼ି ଦିଏ ଅନେକ ସ୍ମୃତି ଯାହା ଚୀର ସ୍ମରଣୀୟ । ବର୍ଷ ଶେଷରେ ସିନା କ୍ୟାଲେଣ୍ଡର ବଦଳି ଯାଏ ହେଲେ ସେ କେବେବି ଲିଭେନା । ଅଲିଭା କାଳିରେ ଲେଖା ଯାଇଥିବା ଅବୁଝା ଫର୍ଦ୍ଦ ସେ । 

ମାସ ପରେ ମାସ ବର୍ଷ ପରେ ବର୍ଷ ବିତି ଚାଲିଛି । ହେଲେ ତୋର ସ୍ମୃତି ଚିର ସ୍ମରଣୀୟ । ଜାଣିନି ଏବେ ତୁ କେଉଁଠି , ତୋର ନୂଆ ଠିକଣା କ'ଣ । ହେଲେ ଆଜି ବି ତତେ ଖୋଜୁଛି । ତୁ ଏବେବି ମୋ ହୃଦୟରେ ଅଛୁ ଆଉ ସର୍ବଦା ରହିବୁ ମଧ୍ୟ । ସେ ପିଲାଦିନ ର ଅଭୁଲା ସ୍ମୃତି ଗୁଡ଼ିକ ଆଜି ବି ମୋ ଆଖି ଆଗରେ ଫଟୋ ଚିତ୍ର ଭଳି ଉଡ଼ି ବୁଲୁଛି । 

       ହଁ ସରୋଜ ମୋ ପିଲା ଦିନର ସର୍ବ ପ୍ରିୟ ସାଙ୍ଗ । ଆମେ ଦୁହେଁ ସମ ଶ୍ରେଣୀ ଏବଂ ସମାନ ସ୍କୁଲ୍ ରେ ପଢୁ । କ୍ଲାସ୍ ଠୁ ଆରମ୍ଭ କରି ଖେଳ ପଡ଼ିଆ ପର୍ଯ୍ୟନ୍ତ ସବୁ ସ୍ଥାନରେ ଆମେ ସାଙ୍ଗରେ ଆଉ । ଛୋଟ ଛୋଟ କଥାକୁ ନେଇ ସେ ଅଧିକ ଭାବିଥାଏ । ଯାହା ତାକୁ ପ୍ରତ୍ୟେକ ସମୟରେ ଦୁଃଖ ହିଁ ଦେଇଥାଏ । ଏଥିପ୍ରତି ମୁଁ ତାକୁ ପ୍ରତ୍ୟେକ ସମୟରେ ବୁଝେଇବାକୁ ଚେଷ୍ଟା କରେ । ହେଲେ ତା'ର ହୃଦୟ ପୁରା ନିର୍ମଳ ଥିଲା । ସେ ସବୁ ଆତ୍ମ କଥା ମୋ ସହ ହିଁ ଆଦାନ ପ୍ରଦାନ କରେ । ପାଠପଢ଼ା ରେ ସେ ସମ୍ପୂର୍ଣ୍ଣ ବିଜ୍ଞ ଥିଲା ଏବଂ କ୍ଲାସରେ ସର୍ବଦା ପ୍ରଥମ ସ୍ଥାନ ହିଁ ଅଧିକାର କରୁଥିଲା । 

       ସେ ବର୍ଷ ଆମର ମେଟ୍ରିକ୍ ବୋର୍ଡ଼ ପରୀକ୍ଷା ଥାଏ । ଆମେ ଦୁହେଁ ମିଶି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉ । ଯେହେତୁ ସେ ମୋ ଠୁ ଭଲ ପଢୁଥିଲା ତ ମୋତେ ଜଣା ଥିଲା ଯେ ସେ ମୋ ଠୁ ଅଧିକ ନମ୍ବର ରଖି ପାସ କରିବ । ଏହା କେବଳ ମୋର ନୁହେଁ ସମସ୍ତ ଶ୍ରେଣୀର ବିଶ୍ଵାସ ଥିଲା । ଉଚିତ୍‌ ସମୟରେ ମେଟ୍ରିକ୍ ପରୀକ୍ଷ ସରିଲା । ପରୀକ୍ଷା ପରେ ସେ ସମ୍ପୂର୍ଣ୍ଣ ଭାବେ ଉଦାସ ଜଣା ପଡୁଥାଏ । ମୁଁ ତାକୁ ଏହାର କାରଣ ଯେତେ ପଚାରିଲେ ମଧ୍ୟ ସେ କିଛି କହିଲା ନାହିଁ । ମେଟ୍ରିକ୍ ରେଜଲ୍ଟ ବାହାରିଲା, ମୋର ଠିକ୍ ଠାକ୍ ନମ୍ୱର ଆସିଥାଏ । ହେଲେ ଏ କ'ଣ ସରୋଜ ଫେଲ୍‌ ହୋଇଯାଇଛି । ଏହା ମୋ ସହ କାହାକୁ ବି ବିଶ୍ଵାସ ହେଉନଥାଏ । ଯେହେତୁ ମୁଁ ତା'ର ସାଙ୍ଗ ତେଣୁ ମୁଁ ତା'ର ସମସ୍ତ ଲକ୍ଷଣ କୁ ଭଲଭାବେ ଜାଣିଥାଏ । ସାମାନ୍ୟ କଥାକୁ ନେଇ ସେ ଏତେ ଭାବେ ତ ଏ ଘଟଣା ତ ସାମାନ୍ୟ ନଥିଲା । ତ ମୁଁ ତା'କୁ ଫୋନ କଲ୍ କଲି । ହେଲେ ତା'ର ଫୋନ ସ୍ୱିଚ୍ ଅଫ୍ କହିଲା । ବାରମ୍ଵାର ଫୋନ କରି ମଧ୍ୟ ବିଫଳ ହେଲି । ତାକୁ ଦେଖା କରିବା ପାଇଁ ତା' ଘରକୁ ଯିବାକୁ ବାହାରିଛି ତ ହଠାତ୍‌ ତା' ବାପାଙ୍କର ଫୋନ ଆସିଲା ମୋତେ, ସରୋଜ ତୁମ ଘରେ ଅଛିକି । ମୁଁ ମନା କରିବାରୁ ସେ ବେସ୍ଥ ହୋଇ ଫୋନ କାଟିଦେଲେ । ମୁଁ ଚିନ୍ତାକଲି ଯେ ସେ ଘରେ ନାହିଁ, ମୋ ପାଖକୁ ବି ଆସିନି ତ ଗଲା କୁଆଡେ । ମୋତେ କାହିଁକି ଏସବୁ କିଛି ଠିକ୍ ଲାଗିଲାନି ଏବଂ ପରୀକ୍ଷାରେ ତା'ର ଖରାପ ନମ୍ବର ଆସିବା ମୋର ସନ୍ଦେହ କୁ ଦ୍ଵିଗୁଣିତ କରୁଥାଏ । 

       ଯେତେ ଖୋଜା ଖୋଜି କଲେ ମଧ୍ୟ ତତେ ପାଇଲେନି । ଶେଷରେ ପୋଲିସ୍‌ ରେ ମଧ୍ୟ ଅଭିଯୋଗ କଲେ । ହେଲେ କିଛି ବି ଲାଭ ହେଲା ନାହିଁ । ତତେ ହରେଇ ପୁରା ପରିବାର ଭାଙ୍ଗି ପଡ଼ିଥାଏ । ମୁଁ ତ ତୋ ବିନା ସମ୍ପୂର୍ଣ୍ଣ ଏକା ହୋଇଯାଇଥାଏ । ଏବେବି ଫୋନ୍‌ ରିଙ୍ଗ୍ ହେଲେ ମୁଁ ପ୍ରଥମେ ତୋ ଫୋନ ଭାବି ଦୋଉଡି ଯାଏ । ମୁଁ ଏବେବି କହିବି ତୁ ନେଇଥିବା ନିଷ୍ପତି ସମ୍ପୂର୍ଣ୍ଣ ଭାବେ ଭୁଲ ଅଟେ । ମୁଁ ଜାଣିନି ତୁ ମୃତ ନା ଜୀବିତ । ତୋ ଭଳି ମେଧାବୀ ଛାତ୍ର ର ପରୀକ୍ଷା ଫଳ ଏପରି ଆସିବାର କାରଣ ଆଜି ବି ଅସ୍ପଷ୍ଟ । ଏହା ସମ୍ପୂର୍ଣ୍ଣ ଶତ କି ନାହିଁ ଜାଣିନି ହେଲେ ଶୁଣାଯାଏ ଯେ ତା ଏକ ପ୍ରିଣ୍ଟିଙ୍ଗ୍ ମିଷ୍ଟେକ୍ ହିଁ ଥିଲା । ସେ ଯାହା ବି ହେଉ ତୁ ଆଜି ବି ମୋ ହୃଦରେ ରହିଥିଲୁ, ଏବେ ବି ଅଛୁ ଏବଂ ଆଗକୁ ରହିବୁ ମଧ୍ୟ । ମୋର ଆଶା ତୁ ନିଶ୍ଚିତ ଫେରି ଆସିବୁ । ୨୦୨୩ କିଛି ନୂଆ ଆଶା ନେଇ ଫେରିବ । ଆଉ ତୁ ବି । 


Rate this content
Log in

Similar oriya story from Abstract