Suvram Prusty

Inspirational Others

4  

Suvram Prusty

Inspirational Others

ପହିଲି ରଜ

ପହିଲି ରଜ

4 mins
331


ଶେଷ ଥର ପାଇଁ କେବେ ମୁଁ ମନ ଖୋଲି ହସିଥିଲି । ବୋଧେ ମନେ ନାହିଁ, ତେବେ ଆଜି ଟିକେ ହସିଦେବା । 

ଆଜି ହେଉଛି ଓଡ଼ିଶାର ଗଣପର୍ବ ରଜ । ରଜକୁ ସଭିଏଁ ବିଭିନ୍ନ ଢଙ୍ଗରେ ପାଳନ କରନ୍ତି । କିଏ ପୋଡପିଠା ଖାଇ ତ' କିଏ ଦୋଳି ଖେଳି, ପୁଣି କିଏ ତାସ୍ ଓ ଲୁଡ଼ୁ ର ଆସରରେ । ରଜ ତିନି ଦିନ ସମସ୍ତେ ହସ ଉଲ୍ଲାସ ପାଳନ କରିଥାନ୍ତି । ତେବେ ମହେଶ ବାବୁଙ୍କର ମାତ୍ର ଦୁଇ ଦିନ ପାଇଁ ଆଫିସ୍ ଛୁଟି ଅଛି । ତେଣୁ ଏହି ଦୁଇ ଦିନକୁ ସେ ପରିବାର ସହ ପାଳନ କରିବାର ଯୋଜନ କରିଛନ୍ତି । ତେବେ ଦେଖିବା ତାଙ୍କର ରଜର ପ୍ରଥମ ଦିନ କିପରି କଟୁଛି । 


  ପହିଲି ରଜ । ମହେଶ ବାବୁ ହାତରେ ଖଣ୍ଡେ ଥଳି ଧରି ମଟର ସାଇକେଲ୍‌ ରେ ବାହାରିଲେ ବଜାର ଅଭିମୁଖେ । ଏଥର ରଜଟା ଭଲ ବାରରେ ପଡିଛି । ଅନେକ ଦିନ ହେଲାଣି ଘରେ ଟିକେ ଆଇଁଷ ପଶିନି, ପାଟିଟା ପୁରା ଖାଲି ଖାଲି ଲାଗୁଛି । ଘରେ ଟିକେ ଆଇଁଷ ହେବ ଆଜି । ଦୀର୍ଘ ଦିନ ପ୍ରତୀକ୍ଷା ର ଅନ୍ତ ଘଟିଛି ତେଣୁ ବିଳମ୍ବ କଲେ ହେବ ନାହିଁ ଦୋକାନରେ ସିଆଡ଼େ ଭିଡ଼ ଜମିଯିବ । ପିଲାଙ୍କୁ ଟିକେ ମଟନ ପସନ୍ଦ ନୁହେଁ । ଚିକେନ୍‌ ଆଣିବାକୁ ବାହାରିଛନ୍ତି ମହେଶ ବାବୁ । ତା ବ୍ୟତୀତ ଶସ୍ତାରେ ବି କାମ ଚଳିଯିବ । 

ରଜ ସକାଳରେ ବଜାର ଟିକେ ଭିଡ଼ ଥାଏ । ରାସ୍ତାରେ ଭିଡ଼ ପାଇଁ ସାମାନ୍ୟ ବିଳମ୍ବ ହେଉଥାଏ ଓ ତାହା ସହ ଚିକେନ୍‌ ଖାଇବାର ଉତ୍କଣ୍ଠା ବଢିଚାଲିଥାଏ । ମଟର ସାଇକେଲ କୁ ନେଇ ଦୋକାନ ନିକଟର ରଖିଦେଲେ । ଦୋକାନ ଆଗରେ ଏକ ଲମ୍ବା ଲାଇନ୍ । ମହେଶ ବାବୁ ନିଜକୁ ମଧ୍ୟ ସେ ଲାଇନ୍ ରେ ସାମିଲ କରିଦେଲେ । ମନେ ମନେ ଚିନ୍ତା କରୁଥାନ୍ତି, "ମୋ ବେଳକୁ କ'ଣ ଆଉ ମାଲ୍‌ ଥିବ ତ । 

ଚିକେନ୍‌ ଆଜି ଟିକେ ଚଢା ଦାମ୍‌ରେ ବିକ୍ରି ହେଉଥାଏ । ପଚାରିଲେ ଦୋକାନୀ କହୁଥାଏ ନବାର ଅଛି ଜଦି ନିଅ ନ ହେଲେ ଆଗକୁ ଯାଅ । ମୋର କ'ଣ ବେପାର ହେଉନି ଯେ ତୁମେ ନନେଲେ ମୋତେ ବାଧିବ । 


ହଁ ଅବଶ୍ୟ ଆଜି ଟିକେ ଅଧିକା ଭିଡ଼ ଯେହେତୁ ଦୋକାନୀର ଭାଉ ବଢିବା ତ' ସ୍ଵାଭାବିକ । ଅନ୍ୟ ଦିନରେ ଡାକି ଡାକି ବିକୁଥାଏ । 

ଇଚ୍ଛା ହେଇଛି ଯେତେବେଳ ନେବାକୁ ତ' ପଡ଼ିବ । 


ଶେଷକୁ ତାଙ୍କର ପାଳି ପଡିଲା । ମହେଶ ବାବୁ ଦୋକାନୀକୁ କହିଲେ, ପଛେ ଦଶ କୋଡିଏ ଅଧିକା ନେ' କିନ୍ତୁ ମୋତେ ଲେଗ୍ ପିସ୍‌ ବାଛି ବାଛି ଦେ । ଦୋକାନୀ ମଧ୍ୟ ସେଇ ଅନୁସାରେ ଥଳିରେ ଚିକେନ୍‌ ଭର୍ତ୍ତି କରିଦେଲା । 

ମଦେଶ ବାବୁ କଷ୍ଟେମଷ୍ଟେ ସେ ଭିତରୁ ନିଜର ମଟର ସାଇକେଲ ଟିକୁ ବାହାର କରି ବାଟରୁ କିଛି ଗ୍ରୋସରୀ ସାମାନ୍ ଧରି ପହଞ୍ଚିଲେ ଘରେ । ସ୍ତ୍ରୀ କୁ ଚିକେନ୍‌ ଥଳି ଟି ଧରେଇ ଦେଇ ବାହାରିଲେ ମନ୍ଦିରରେ ଯାଇ ତାସ୍ ଖେଳିବାକୁ । 

ମନ୍ଦିରରେ ତାସ୍ ଖେଳ ଜମିଥାଏ । ମହେଶ ବାବୁ ଯାଇ ବସି ପଡ଼ିଲେ ସେଠି । ମହେଶ ବାବୁ ଏହି ଖୋଳରେ ଭାରି ଧୃତ । ଜଣେ ଯୁବକ ତାଙ୍କୁ ନିଜ ସ୍ଥାନକୁ ସମର୍ପି ଦେଲା । 

ହେଲେ ଆଜି ଖେଳରେ ସେ ଟିକେ ଅନ୍ୟମନସ୍କ ଜଣା ପଡ଼ୁଥାନ୍ତି । ଇଚ୍ଛା ଥାଏ ତାଙ୍କର ଅନ୍ୟ ସ୍ଥାନରେ । 

ଜଣେ ବ୍ୟକ୍ତି ପଚାରି ଦେଲେ, ସବୁ ବେଳେ ଜିତୁ ଥିବା ଲୋକ ଆଜି କ'ଣ ହାରି ଯାଉଛି । ଧ୍ୟାନ ଆଜି କେଉଁଠି ଅଛି କି ??

ମହେଶ ବାବୁ ହସରେ କଥାଟିକୁ ଫାଙ୍କି ଦେଲେ । 


କିଛି ସମୟ ପରେ ରୋଷେଇ ସମାପ୍ତ କରି ସ୍ତ୍ରୀ ବଡ଼ ପୁଅ ହାତରେ ବାପାଙ୍କୁ ଡାକି ପଠେଇଲା । 

ପୁଅ ଯାଇ ବାପାଙ୍କୁ କହିଲା, ବାପା ଚିକେନ୍ ହୋଇଗଲାଣି ଆସ ଖାଇବ । 

ସମସ୍ତେ ହସୁଥାନ୍ତି ଆଉ କହୁଥାନ୍ତି, ବାବୁଙ୍କର ସବୁ ଧ୍ୟାନ ଆଜି ତାହାଲେ ଚିକେନ୍‌ ପାଖରେ ଥିଲା । 

ମହେଶ ବାବୁ ଙ୍କୁ କଥାଟି ସାମାନ୍ୟ ଅସହଜ ଲାଗିଲା । ତତ୍କ୍ଷଣାତ୍ ପୁଅକୁ ଧରି ସେଠାରୁ ଚାଲି ଆସିଲେ । ବାଟରେ ମହେଶ ବାବୁ ପୁଅ କୁ ବୁଝଉ ଥାନ୍ତି, ସମସ୍ତେ ବସିଥିଲେ ଏମିତି କହିବୁ ନାହିଁ । କେବଳ ମୋତେ ଡାକି ଦେବୁ ମୁଁ ଚାଲିଆସିବି । ବୁଝିଲୁ ନା' ନାହିଁ ?

ପୁଅ ମୁଣ୍ଡ ହଲେଇ ସହମତି ଭରିଲା । 

ସମସ୍ତେ ହାତ ମୁହଁ ଧୋଇ ଖାଇବା ନିକଟରେ ବସିଲେ । ସ୍ତ୍ରୀ ସମସ୍ତଙ୍କ ପାଇଁ ଖାଦ୍ୟ ପୋରଷି ଦେଲେ । 

ମହେଶ ବାବୁ ପୁଅକୁ କହିଲେ ଟିକେ ଟିଭି ଟା ଲଗେଇଲୁ ରଜ ସମ୍ବାଦ କ'ଣ ଅଛି ଦେଖିବା । ପୁଅ ଟିଭି ଲଗେଇ ରିମୋଟ୍ ଟିକୁ ଆଣି ବାପାକୁ ଧରେଇ ଦେଲା । ମହେଶ ବାବୁ ନିଉଜ୍‌ ଚ୍ୟାନେଲ୍‌ ଟା ଲଗେଦେଲେ । ଟିଭିରେ ବିଭିନ୍ନ ସ୍ଥାନର ରଜ ପର୍ବ ପାଳନ ସମ୍ବନ୍ଧରେ ଦେଖଉ ଥାଏ । 

ସ୍ତ୍ରୀ କହୁଥାନ୍ତି, ଖାଇଲା ବେଳେ କ'ଣ ଟିଭି ମଁ । ଖାଇଲା ପରେ ଦେଖିଲେ ହୁଅନ୍ତାନି । 

ମହେଶ ବାବୁ କହିଲେ, କ'ଣ ମାଛ ହେଇଛି ଯେ ଅନ୍ୟମନସ୍କ ହେଲେ ତଣ୍ଟିରେ କଣ୍ଟା ଲାଗିବ । ଏହା କହି ବାପ ପୁଅ ଠୋ ଠୋ ହେଇ ହସୁଥାନ୍ତି । 

ସ୍ତ୍ରୀ କହିଲେ, ହଉ ଯାହା ଇଚ୍ଛା ହଉଛି କର । ମୋ କଥା କୁ ତ' ସବୁବେଳେ ହସରେ ଉଡ଼େଇ ଦେବ । 

ସଭିଏଁ ଖୁସିରେ ଖାଇବା ଆରମ୍ଭ କଲେ । ହଠାତ୍ ଟିଭିରେ ଗୋଟେ ବ୍ରେକିଙ୍ଗ୍ ନିଉଜ୍‌ ଆସିଲା, ରାଜ୍ୟରେ ପୁଣି ବ୍ୟାପିଲା ବାର୍ଡ ଫ୍ଲୁ । ଚିକେନ୍‌ ଖାଉଥିଲେ ସାବଧାନ୍‌ । ସରାକାର ସମସ୍ତ କୁକୁଡ଼ା ଫାର୍ମ ରେ ଚିକେନ୍ ଗୁଡ଼ିକୁ ମାରିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । 


ମହେଶ ବାବୁ ତାଜୁବ୍ ହେଇ ଟିଭି କୁ ଚାହିଁ ଥାନ୍ତି । 

ସ୍ତ୍ରୀ ମନେ ମନେ ହସୁଥାନ୍ତି । ମହେଶ ବାବୁ ଚିନ୍ତା କଲେ, ଏତେ ଭିଡରେ ଆଉ ଏତେ ଦାମ୍ ଦେଇ ଚିକେନ୍‌ ଆଣିଥିଲି ହେଲେ ଶେଷକୁ ! 

ସ୍ତ୍ରୀ କହିଲେ , ମୁଁ ତ' କହୁଥିଲି ଖାଇବା ବେଳେ ଟିଭି ଖୋଲନାହିଁ । ମୋ କଥାକୁ ହସରେ ଉଡ଼େଇ ଦେଲ । 

ମହେଶ ବାବୁ ସ୍ତ୍ରୀ କୁ ରାଗି କରି ଚାହିଁଲେ ଆଉ ଚିନ୍ତାକଲେ, ସ୍ଵାସ୍ଥ୍ୟ ଆଗେ ସ୍ଵାଦ ପଛେ । ସବୁ ଚିକେନ୍‌ ତରକାରୀକୁ ବାହାରେ ଫିଙ୍ଗି ଦେବାକୁ ସ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ । 

ମହେଶ ବାବୁ:- ହେଲେ ଏବେ ଖାଲି ଭାତ କିପରି ଖାଇବା । 

ସ୍ତ୍ରୀ:- ବ୍ୟସ୍ତ ହୁଅ ନାହିଁ କୁନ୍ତୀ ନାନୀ ପୋଡପିଠା ଦେଇଛନ୍ତି । ତାକୁ ହିଁ ଖାଇ ଦେବା । 

ସେଦିନ କୁନ୍ତୀ ନାନୀର ପୋଡ଼ ପିଠା ବହୁତ ସୁସ୍ଵାଦୁ ଥାଏ ଏବଂ ତାହାର ବାସ୍ନା ଭୋକର ବ୍ୟାକୁଳତା କୁ ବଢେଇ ଦେଇଥାଏ । ସମସ୍ତେ ଖୁସିରେ ପୋଡ ପିଠାର ସ୍ଵାଦ କୁ ଉପଭୋଗ କରୁଥାନ୍ତି । 

ସ୍ତ୍ରୀ ହସି ହସି କହୁଥିଲେ, ଏ ପା' ଆମ ଓଡ଼ିଆ ଘରର ଖାଦ୍ୟ । ପୋଡପିଠା ଫ୍ଳୁ କେବେବି ହେବନି ମଁ । 



Rate this content
Log in

Similar oriya story from Inspirational