Suvram Prusty

Abstract Classics Inspirational

4.0  

Suvram Prusty

Abstract Classics Inspirational

ଚିଠିଦ୍ବାରା ସୃଷ୍ଟିକୁ ପ୍ରଶ୍ନଟିଏ

ଚିଠିଦ୍ବାରା ସୃଷ୍ଟିକୁ ପ୍ରଶ୍ନଟିଏ

2 mins
212


କାହା ନିକଟକୁ ଏ ଚିଠି ? ଚିଠିର ଠିକଣା କ'ଣ ? ସୃଷ୍ଟିର ରଚୟିତା' କି'ଏ ? ତାହା ପୂର୍ବରୁ ପ୍ରଥମ ପ୍ରଶ୍ନ ଆସେ, ଭଗବାନ କି'ଏ ? ଏଭଳି ପ୍ରଶ୍ନ ଆମ ମନରେ ସବୁ ସମୟ ରେ ଆସିଥାଏ । କିନ୍ତୁ ଏହାର ନିର୍ଦ୍ଦିଷ୍ଟ ଉତ୍ତର କିଛି ମିଳିନଥାଏ ।ଆସନ୍ତୁ ଆଜି ଏ ପ୍ରଶ୍ନର ଉତ୍ତର ଖୋଜିବାକୁ ପ୍ରାୟାସ କରିବା । 

ଆମ ସମାଜ ରେ ବିଭିନ୍ନ ପ୍ରକାର ଧର୍ମ ଓ ଧର୍ମାମୀ ଲୋକ ରହୁଛନ୍ତି । ଯଥା; ହିନ୍ଦୁ, ମୁସଲ୍‌ମାନ, ଖ୍ରୀଷ୍ଟିଆନ୍‌, ବୌଦ୍ଧ, ଜୈନ୍ଯ ଧର୍ମ ଇତ୍ୟାଦି ପ୍ରମୁଖ । ଧର୍ମ ଅନୁଯାୟୀ ବିଚାର ମଧ୍ଯ ଭିନ୍ନ । ହିନ୍ଦୁ ଧର୍ମରେ ଭଗବାନ ଅନେକ, କିନ୍ତୁ ଇସ୍ଲାମ୍ କିମ୍ଵା ଖ୍ରୀଷ୍ଟ ଧର୍ମରେ ଭଗବାନ ଏକ I ତଦ୍ଧନୁଯାୟୀ ପୋଷାକ, ଖାଦ୍ୟ, ରହଣି, ଚାଲିଚଳଣି ମଧ୍ୟ ଭିନ୍ନ ଭିନ୍ନ । ଯଦି ଭଗବାନ ଏକ ତେବେ ସେ ନାରୀ ନା ପୁରୁଷ । ହିନ୍ଦୁ ମାନଙ୍କ ଶ୍ରେଷ୍ଠ ଗ୍ରନ୍ଥ ବେଦ କୁ ଅନ୍ୟଷୋଣ କଲେ ଜଣା ଯାଏ ଯେ ପ୍ରକୃତି ପୂଜା ହିଁ ଶ୍ରେଷ୍ଠ ପୂଜା । ଭୌତିକ ବିଜ୍ଞାନ ଅନୁଯାୟୀ ଜୀବଜଗତ ଅଜୈବିକ ପଦାର୍ଥରୁ ସୃଷ୍ଟି । ଧର୍ମ ହେଉଛି ଜୀବନର ମାଧ୍ୟମ । ଧର୍ମରେ ହିଂସା, କ୍ରଧ, ସ୍ଵାର୍ଥ, ମାୟା ଆଦି ର ସ୍ଥାନ ନାହିଁ । ଧର୍ମ ନୁହେଁ କୌଣସି ସଂସ୍ଥା ବା ସଂଘ ଏହା ମନରେ ଥିବା ପବିତ୍ରତା ର ପରିଚୟ । ବିଶ୍ଵର ସର୍ବ ପୁରାତନ ଧର୍ମ ହିନ୍ଦୁ ଧର୍ମ ଏବଂ ଏହା ପୃଥିବୀ ର ତୃତୀୟ ସର୍ବବୃହତ୍ ଧର୍ମ । 

         ହିନ୍ଦୁଧର୍ମ କୈଣସି ବ୍ୟକ୍ତି ବିଶେଷଙ୍କଦ୍ୱାରା ସ୍ଥାପନା କରାଯାଇନାହିଁ । ଏହା ମୁଖ୍ୟତଃ ବେଦ ଉପରେ ପର୍ଯ୍ୟବସିତ । ତେବେ ହିନ୍ଦୁଧର୍ମରେ ବହୁମତ ବହୁପଥର ସହାବସ୍ଥାନ ଘଟିଛି । ଏଥି ପାଇଁ ହିନ୍ଦୁଧର୍ମକୁ ଏକ ବିକାଶଶୀଳ ଧର୍ମ କୁହାଯାଏ । ହିନ୍ଦୁଧର୍ମର ମୂଳସତ୍ତ୍ୱ - ସତ୍ୟ, ଅହିଂସା, ଦୟା, କ୍ଷମା ଓ ଦାନ। ସେଥିପାଇଁ ନିଜର ମନ, ବଚନ ଓ କର୍ମଦ୍ୱାରା ହିଂସାଠାରୁ ଦୂରେଇ ରହୁଥିବା ମଣିଷକୁ ହିନ୍ଦୁ କୁହାଯାଏ । ହିନ୍ଦୁ ଧର୍ମର ଇତିହାସ ବହୁତ ପ୍ରାଚୀନ। ପୁରାଣ ଅନୁସାରେ ପୃଥିବୀର ସୃଷ୍ଟି ସମୟରୁ ହିଁ ହିନ୍ଦୁଧର୍ମର ଆବିର୍ଭାବ ହେଇଥିଲା । ଏହାକୁ ସନାତନ ଧର୍ମ ମଧ୍ୟ କୁହାଯାଏ ।

         ହିନ୍ଦୁ ଶବ୍ଦଟି ସିନ୍ଧୁନଦୀରୁ ଆସିଅଛି । ଆରବୀ ଭାଷାରେ ଅଲ୍‌-ହିନ୍ଦ୍ ଶବ୍ଦର ଅର୍ଥ ସିନ୍ଧୁ ନଦୀ ପାର୍ଶ୍ୱରେ ବାସ କରୁଥିବା ଲୋକମାନଙ୍କୁ ବୁଝାଉଥିଲା ଓ ଏହି ଶବ୍ଦକୁ ୟୁରୋପ ଦେଶମାନେ ଗ୍ରହଣ କରିଥିଲେ । ସିନ୍ଧୁନଦୀ ତୀରରେ ପଶ୍ଚିମରେ ବସବାସ କରୁଥିବା ପାରସୀ, ଆରବୀ ଅଧିବାସୀମାନେ ମଧ୍ୟ ହିନ୍ଦୁ ନାମରେ ପରିଚିତ । ସିନ୍ଧୁନଦୀର ପୂର୍ବଦେଶ ହିନ୍ଦୁସ୍ତାନ,ସେଠାରେ ରହୁଥିବା ଅଧିକାଂଶ ଅଧିବାସୀ ହିନ୍ଦୁ ।

        ଅନ୍ୟ ଧର୍ମ ପରି ଏଇ ଧର୍ମରେ କୌଣସି ସଂସ୍ଥାପକ ନାହାନ୍ତି, ଏହାର ଧର୍ମଗ୍ରନ୍ଥ, ନୈତିକ ଉପଦେଶ, ଦେବତା, ଶାସ୍ତ୍ର କୌଣସି ଗୋଟିଏ ନୁହେଁ, ଏହାର କୌଣସି ମୌଳିକ ଧର୍ମୀୟ ଅଧିକାରୀ ବା ମୁଖ୍ୟ ନାହାନ୍ତି କିମ୍ବା ଏଥିରେ ମସିହା ବାଦ ନାହିଁ। 

         ହିନ୍ଦୁଧର୍ମରେ ଅନେକ ଗ୍ରନ୍ଥ ହଜାର ବର୍ଷ ପୂର୍ବେ ରଚନା କରାଯାଇଛି।ପୁରାଣ ଓ ମହାକାବ୍ୟ ମଧ୍ୟରେ ରାମାୟଣ ଓ ମହାଭାରତଅନ୍ୟତମ। ଭଗବତ ଗୀତା ମହାଭାରତର ଏକ ଅଂଶ ଏବଂ ଏହାକୁ ଚାରି ବେଦର ସାର ବୋଲି କୁହାଯାଏ।

     ଚେତନା ଶକ୍ତି ଅଭାବ ରେ ଆମେ ଆମ ଧର୍ମକୁ ପାଦରେ ଦଳି ଧର୍ମର ଅପପ୍ରଚାର ଦିଗରେ ଅଗ୍ରସର । ଆଉ ଯେତେବେଳ ପର୍ଯ୍ୟନ୍ତ ଆମେ ଧର୍ମ ର ପ୍ରକୃତ ଅର୍ଥ ବୁଝିନେ, ସେତେବେଳ ପର୍ଯ୍ୟନ୍ତ ସୃଷ୍ଟିକର୍ତ୍ତା ଙ୍କୁ ଖୋଜିବା ବ୍ୟର୍ଥ ପ୍ରୟାସ । କେବଳ ସମୟକୁ ଅପେକ୍ଷା କରିବାଟା ହିଁ ଶ୍ରେୟଷ୍କର ।

         "ଇତି"


Rate this content
Log in

Similar oriya story from Abstract