STORYMIRROR

Sunanda Mohanty

Abstract Drama Others

3  

Sunanda Mohanty

Abstract Drama Others

କି ହେବ ଶୁଆ ପୋଷିଲେ

କି ହେବ ଶୁଆ ପୋଷିଲେ

1 min
349

    ଗ୍ରାମ ଓ ସହର ମଝି ମଝିଆ ସ୍ଥାନ ରେ ଘରଟି ମଧୁବାବୁଙ୍କର. ଗ୍ରାମର ଚିହ୍ନା ପରିଚୟ, ସାଙ୍ଗସୁଖଙ୍କର ତାଙ୍କ ଘରକୁ ଯିବାଆସିବା ଲାଗିରହିଥାଏ. କାହାକୁ ଚା କାହାକୁ ଜଳଖିଆ କାହାକୁ ସର୍ବତ କାହାକୁ ବି ପାନଖଣ୍ଡେ ଦେଇ ଦେଇ ଥକି ପଡନ୍ତି ନିହାରିକା, ଏଣିକି ଆଣ୍ଠୁ ଧରୁଛି, ସବୁ ରୋଗ ମାଡିବାସୁଛି, ସହଜେ ପିଲାମାନେ ଦୂର ବିଦେଶରେ, ଘର ଖାଁ ଖାଁ ଲାଗେ ତ ଗଲା ଆସିଲା ରେ ଜଣା ପଡ଼େନି l

  ସହରରେ ଥିବା ଭାଇ ଭାଉଜମାନେ ବି ଆସନ୍ତି ଅକାଳେ ସକାଳେ ତାଙ୍କ ଘରକୁ, ଆଉ ଏଥର ନିହାରିକାଙ୍କ ପାଇଁ ଶୁଆ ଟିଏ ଆଣିଦେଇଥିଲା ଭାଇ, କହିଥିଲା ଟୁର ରୁ ଫେରିଲା ବେଳେ ଦୁଇଗୋଟି ପାହାଡଶୁଆ ପାଇଲି ତ ନେଇଆସିଲି ଦୁଇଟିଯାକ, ଗୋଟେ ଘରେ ରହିଲା, ଏଇଟି ତୁ ରଖ, ଖୁବଶୀଘ୍ର ଡ଼ାକିବ ରାମନାମ. ଖୁସିରେ ନିହାରିକା ଲାଗିପଡ଼ିଲେ ତା ଯତ୍ନରେ. ମାସେ ଦିମାସ ଭିତରେ ଭାଇର ଶୁଆଟି ରାମନାମ କହି ହେ ରାମ ଡାକୁଥିବା ବେଳେ ନିହାରିକାଙ୍କ ଶୁଆଟି କିଛି ଡାକୁନି ଏଯାଏଁ l

   ସେଦିନ ସକାଳୁ ସକାଳୁ ଗ୍ରାମର ଜଣେ ପ୍ରଜା ଆସିଥାନ୍ତି, ତାଙ୍କୁ ଜଳଖିଆ ଦେଇ ସାରି ଚା ବସାଇବାକୁ ଯାଉଥାନ୍ତି ନିହାରିକା ଶୁଭିଲା ହେ ରାମ ତ ସ୍ୱାମୀ ମଧୁବାବୁଙ୍କୁ ଚା ଛାଣି ପ୍ରଜାଙ୍କୁ ଦେଇଦେବାକୁ କହି ଦୌଡିଲେ ଶୁଆ ପାଖକୁ. ଏ ଭିତରେ ମଧୁବାବୁ ପ୍ରଜାଙ୍କୁ ବିଦାୟ ଦେଇଆସି ହଠାତ ପଞ୍ଜୁରୀ ଖୋଲି ଶୁଆଟିକୁ ଉଡେଇଦେଲେ. କାରଣ ନଜାଣି ନିହାରିକା ରୋଷେଇ ଘରେ ପଶି ଚା ପୋଡି ଯାଇଥିବାର ଜାଣି ସବୁ ବୁଝିଗଲେ ବି ଘୋର ମନଦୁଃଖ କଲାବେଳେ ଶୁଆଟି ଆପେ ଆପେ ଫେରିଆସି ହେ ରାମ ହେ ରାମ ଡାକୁଥିଲା ତ ନିହାରିକା ଆତ୍ମହରା ହୋଇ ମଧୁବାବୁଙ୍କୁ ଡାକପକାଉଥିଲେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract