STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ଖରାଦିନ ଆସୁଛି

ଖରାଦିନ ଆସୁଛି

2 mins
148


ଦେହ ହାତ ଘୋଳାବିନ୍ଧା ହେଉଛି, ଅଳ୍ପ ଅଳ୍ପ ଶୀତ ବି ଲାଗୁଛି ତ ଅଦା ଗୋଲମରିଚ ପକେଇ ଦୁଇ କପ ଚା କରି ଗୋଟେ କପ ତାଙ୍କ ହାତକୁ ବଢ଼େଇ ଅନ୍ୟ କପ ଟି ନେଇ ଛାତ ଉପରକୁ ଉଠିଗଲି, ଛାତ ଉପରେ ସନ୍ତସନ୍ତିଆ ପରିବେଶ ସାଙ୍ଗକୁ, ସ୍ୟାଣ୍ଡି ଓ କୁକୁ ଏଣେ ତେଣେ ମଇଳା କରିଛନ୍ତି, କେୟାର ଟେକର ବଏ ବି ଦେଖାଯାଉନି, ଦୂର ଗଛପତ୍ର ଭିତରୁ ପକ୍ଷୀ ଗୁଡା ବି କୁଆଡେ ହଜି ଯାଇଛନ୍ତି ଯେମିତି, ଏମିତି ଦିନେ ଦିନେ ଅକାରଣ ଟାରେ ଦେହ ମନ ଭଲଲାଗେନି, କାରଣ ଖୋଜିଲେ ମିଳେନି, ନିରାକରଣର ପ୍ରଶ୍ନ ଉଠୁନଥିବା ବେଳେ ମତେ କାଇଁ ଖରା ଦରକାର ହେଉଥିଲା କେଜାଣି !

   ସ୍ୱାମୀଙ୍କର କାହିଁକି ପ୍ରଶ୍ନ ର ସଠିକ ଉତ୍ତର ଦେଇନପାରି ଚାହିଁଲି ଉତ୍ତର ଆକାଶକୁ, ସୂର୍ଯ୍ୟ ବୁଡିବେ, ପକ୍ଷୀ ନୀଡ଼କୁ ଫେରିବେ, ଗାଇଛେଳିମେଣ୍ଢା ଗୁଡା ବି ଗୋଠବାହୁଡା ହେବେ, ମତେ ବି ସନ୍ଧ୍ୟାବତୀ ଦେବାକୁ ହେବ, ତ କାହିଁକି ସେଇ ଅନଭ୍ୟସ୍ତହାତ ବୋଲାଉଥିବା ନାରୀ ଟିର ସେଇ ଅଭ୍ୟସ୍ତ ସାବ୍ୟସ୍ତ କାରସାରିଥିବା ହାତ ଦୁଇଟାର ଚିକେନ କାଟିବା ଦୃଶ୍ୟ ମତେ ଏବେବି ବିଚଳିତ କରୁଥିଲା, ଆଉ ମୁଁ ସନ୍ତର୍ପଣରେ ଘର ସାରା ଧୂପ ଝୁଣା ବୁଲାଇବା ସହିତ ମୋ କାନପାଖରେ ଗୁଂଜରିତ ହେଉଥିଲା ସ୍ତ୍ରୀ ଲୋକଟା ଗାଈମାଂସ ବି କାଟେ, ତ ସେଦିନ ଚିକେନ ମୁଁ ଖାଇପାରିନଥିଲି ଯଦିଓ ଭାଷା ରେ ସଂଯମତା ରକ୍ଷାକରି, ପରିବେଶ ସହିତ ସାଲିସ କରିନେଇ ଜୀବନ ଜୀବିକା ସମ୍ଭାଳି ନେବା ବଡ଼କଥା ବୋଲି କହିଦେଇ ଆତ୍ମତ୍ରୁପ୍ତିରେ ହସୁଥିଲି ଲୋକ ଦେଖାଣିଆ l

   ସଞ୍ଜ ଦେଲାବେଳେ ବି ଝିପା ଝିପା ବର୍ଷାରେ ସନ୍ତର୍ପଣ ରେ ଶିଉଳୀ ଉପରେ ଗୋଡ଼ ପକାଉ ପକାଉ ସ୍ୱାମୀ ଚିହିଁକି ଉଠି ଆସ୍ତେ ଆସ୍ତେ କହୁଥିଲେ ତ ମୁଁ ତଥାପି ଖରା ଖୋଜୁଥିଲି, ବିରକ୍ତରେ ଖରାଦିନ ଆସୁଛି ବ୍ୟସ୍ତ କାହିଁକି କହି ସେ ଚା କପ ଟା ନେଇ ତଳକୁ ଯାଉ ଯାଉ କହୁଥିଲେ ଖରା ବର୍ଷା ଶୀତ ପରେ ଏଵେ ତ ସେଇ ଗୋଟିଏ ଋତୁ ଜାଣ ଖରା ଆଉ ବ୍ୟସ୍ତ କାହିଁକି ??, ସୂର୍ଯ୍ୟ ବୁଡ଼ିଯାଉଥିଲେ, ସୁନ୍ଦର ଆଭା ଭିତରେ ସ୍ତ୍ରୀ ଲୋକଟାର ସୁନ୍ଦର କମନୀୟ ହାତ ଦୁଇଟା ରେ ଧାରୁଆ ଛୁରୀ ଟା ର ଛବିଟି ଯେମିତି ପ୍ରତିଫଳିତ ହେଉଥିଲା ଆଉ ତା ସହ ପ୍ରଭୁ ସୂର୍ଯ୍ୟ ଦେବ ହସୁଥିଲେ, ଆଉ ଯାଉ ଯାଉ କହୁଥିଲେ ମୁଁ ଆସେ ସକାଳେ, ଜଳେ ମାଧ୍ୟାର୍ହ୍ନ ରେ, ବୁଡ଼େ ସନ୍ଧ୍ୟାରେ, ତୁ କୋଉଟା ଚାଁହୁ, ମୋ ପାଟିରୁ ବାହାରୁଥିଲା ସଦାଜଳୁଥାଅ ପ୍ରଭୁ,ଧୋଇନିଅ,ସବୁ କଳୁଷ କାଳିମା ଭରା ଅପରିଚ୍ଛର୍ଣ୍ଣତା, ସ୍ୱାମୀ ଯାଉ ଯାଉ କହୁଥିଲେ, କିଛି କହିଲ ??, ମୁଁ ତଥାପି କହୁଥିଲି ମତେ ଖରା ଦରକାର, ଏଇ ଦେଖୁନ ଚାରିଆଡେ ସନ୍ତସନ୍ତିଆ, ସେ କିଛି ନକହି ଓଲ୍ହାଉଥାନ୍ତି କଣ ବିଡ଼ିବିଡ଼ି ହୋଇ କେଜାଣି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract