କେବେ ପାଦ ଗଣି ରାସ୍ତା ଚାଲିଛ
କେବେ ପାଦ ଗଣି ରାସ୍ତା ଚାଲିଛ
କେବେ ପାଦ ଗଣି ରାସ୍ତା ଚାଲିଛ ?
କେବେ ସାଗରର ଶେଷ ଖୋଜିଛ ?
ପାଦ ଗଣି ରାସ୍ତା ଚାଲିଲେ ରାସ୍ତା ବି ଦୂର ଲାଗେ । ସାଗରର ଶେଷ ଖୋଜିଲେ ସାଗର ବି ବଡ଼ ଲାଗେ ।
ନୂଆ ଦୁନିଆର ସ୍ୱପ୍ନ ଦେଖି ବଞ୍ଚିଥିବା ଦୁନିଆକୁ ଭୁଲିଯାଉ । ସ୍ୱପ୍ନ ତ ଅସୀମିତ, ହେଲେ ଜୀବନ ସୀମିତ । ସେ ଅସରନ୍ତି ସ୍ୱପ୍ନକୁ ଖୋଜି ଖୋଜି ଜୀବନକୁ ଭୁଲିଯାଉ ।
କେବେ ଖାଲି କାଗଜରେ କଲମକୁ ଗାରେଇ ଗାରେଇ ସାରିବାକୁ ଚେଷ୍ଟା କରିଛ ? କିନ୍ତୁ କେତେବେଳେ ଲେଖି ଲେଖି ସେଇ କଲମର କାଳି ବି ସରିଯାଏ । ଆଉ କାଗଜଟିର ମୂଲ୍ୟ ବଢିଯାଏ ।
କେବେ ଫୁଲ କଢିଟେରୁ ଫୁଲ ଫୁଟିବାର ଦେଖିଛ ? କିନ୍ତୁ ସେ ସୁନ୍ଦର ଫୁଲ ଟିକୁ ଦେଖିଛ, ତାର ସୁମଧୂର ବାସ୍ନାଟିକୁ ଗ୍ରହଣ କରିଛ ।
କେବେ ଗ୍ରୀଷ୍ମର ଉଷ୍ମତା ଖୋଜି ଖୋଜି ବର୍ଷାର ମଧୂରିତ ଜଳ ଦେହରେ ଛିଞ୍ଚି ହୋଇ ପଡ଼େ । ଆଉ କେବେ ଶୀତର ଶୀତଳତା ।
ହଁ ସମୟ ! କେତେବେଳେ କାହାକୁ କୋଉଠି ବି ପହଞ୍ଚାଇ ଦିଏ । ନା ସମୟ ସହ ଲଢିବାର ଶକ୍ତି ଥାଏ , ନା ଥାଏ ଧର୍ଯ୍ୟ । କେବଳ ଶୁଖିଲା ପତ୍ରଟିଏ ସାଜି ପବନରେ ଉଡ଼ି ଚାଲିଥାଉ । କେବେ ବି ପବନର ଶେଷରେ ପଡି ଯିବାର ଭୟ ଥାଏ । ପୁଣି ଏକ ନୂତନ ପବନରେ ଉଡ଼ିବାର ଆକାଂକ୍ଷା ଥାଏ । ବୋଧେ ଜୀବନାଟା ଏମିତି । ଜୀବନର ଅନ୍ତକୁ ନ ଖୋଜି ଚାଲିବାଟା ହିଁ ଶ୍ରେୟସ୍କର । ବର୍ଷର ଛ' ଋତୁ ପରି ଜୀବନରେ ଆସୁଥିବା ଋତୁ ଗୁଡ଼ିକୁ ଉପଭୋଗ କରିବାକୁ ହେବ । ଆଉ ସମୟ ସହ ପରିବର୍ତ୍ତନ ହେବାକୁ ପଡିବ । ଅଥବା ଆମେ ଜୀବନ ରାସ୍ତାରେ ଝୁଣ୍ଟି ପଡିବା ଏକ ଅଦୃଶ୍ୟ ପ୍ରତିରୋଧକ ଦ୍ଵାରା ।