Akshayakumar Dash

Action Classics Inspirational

4  

Akshayakumar Dash

Action Classics Inspirational

କଚେରି

କଚେରି

3 mins
313



କଚେରି ବସିଛି। ଏହି କଚେରିରେ ବିଚାର ଦିନରାତି ଚାଲେ। କେବଳ ଭୋଜନ ଓ ଶୟନ ବେଳେ ଅଳ୍ପ ସମୟ ପାଇଁ ପହଡ ପଡେ। ଏହି କଚେରିରେ ବିଚାର ପାଇଁ ଓକିଲାତି ନାମାରେ ଦସ୍ତଖତ, ଓକିଲ କି ସାକ୍ଷୀ ଦିଆଯାଏ ନାହିଁ। ଲୋକଟାର ମିଛ ସତ କଥା ବିଚାରପତି ଲୋକକୁ ଦେଖିଲେ ବୁଝିପାରନ୍ତି। ମିଛୁଆ ଲୋକ ଦୋଶରୁ ଖସିବା ପାଇଁ ଗୁହାରି କରେ। ବିପଦରେ ପଡ଼ି କେତେକ ସାହାଯ୍ୟ ମାଗନ୍ତି। ଆଉ କେତେକ କଚେରି ଦେଖିବାକୁ ଆସନ୍ତି। କେତେକ ହାତ ଟେକି ସରଣ ପଶନ୍ତି। କେତକ କୀର୍ତନ କରନ୍ତି, କେତେକ ମହାପ୍ରସାଦ ପାଇ ହାକୁଡ଼ି ମାରନ୍ତି। ଏହି ଲୋକ ମାନଙ୍କର ବହୁରୂପ ଜଣା। ପାଖରେ ଚକ୍ର ଅଛି, ସେଥିପ୍ରତି କାହାର ନିଘା ନାହିଁ। ଦଣ୍ଡ ଦେଇହେବ, କେବଳ ଏଇଥି ପାଇଁ ବିଚାର ପତି ଦଣ୍ଡ ଦିଅନ୍ତନି, ଯାହା ଭୂଲ କରନ୍ତି ତାର ଫଳ ଭୋଗନ୍ତି। ଯିଏ ଲାଞ୍ଚ ନିଏ ତାକୁ ରୋଗ ଛାଡେନି, ଯିଏ ଲୋଭ କରି ଟଙ୍କା ରଖେ ସେ ଭୋଗ କରିପାରିନି, ଟଙ୍କା ସଞ୍ଚୟ କରି ରଖିଥାଏ, ଆକସ୍ମିକ ଜୀବନ ଯାଏ। ଯିଏ ଦାନ କରେ ସିଏ ଖୁସିରେ ରୁହେ, ଯିଏ କାହାକୁ ସାହାଯ୍ୟ କରେ, ସେ ଭଲରେ ରଖେ। ପରିଶ୍ରମୀ ଲୋକ, କୃଷକ,ଓ ସଚୋଟ ଲୋକଙ୍କ ଦୁଃଖ ଆଗେ ବିଚାର ପତି ଶୁଣେ।ସତ୍ କହୁଥିବା ଲୋକଙ୍କ ଡିଗ୍ରୀ ହୁଏ। ସବୁ କୋଟରୁ ହାରି ଗଲେ ଏହିକୋଟରେ ପ୍ରାର୍ଥନା କରି ସେ ଜିତି ପାଏ। ଏମିତି କୋଟ ତଳେ ନିଜର ସମସ୍ତ ଅହଙ୍କାରକୁ ବଳିଦେଇ ଭିକ୍ଷା କରି ବସେ। ରଜାରୁ ରଙ୍କ ତାର ବିଚାରକୁ ମାନି ନିଏ। କେହି କେହି ତତକ୍ଷଣାତ୍ ଫଳ ପାଏ ତ କିଏ ଡେରିରେ।ବିଚାରେ କାହାର ମନ ଊଣା ହୁଏନି। ଡିଗ୍ରୀ ପରେ କିଏ କେତେ ଧନ ଦାନ ଦିଅନ୍ତି, ତାର ନିଘା ନାହିଁ। ସେ କେବଳ ତାର ଲୋକମାନଙ୍କୁ କୁହେ, ତୁମଠାରୁ କେବଳ ଏତିକି ଆଶା କରେ ତୁମେ ଆନନ୍ଦରେ ରୁହ। ସମୟ ଭଲ ନଥିଲେ ଧର୍ଯ୍ୟ ଧର। ପାଖରେ ଅର୍ଥ ନାହିଁତ, ସାହସ ରଖି ଆଗକୁ ଚାଲ। ଗୋଟିଏ ବାଟରେ କଣ୍ଟା ଲାଗିଲେ ଅନ୍ୟ ବାଟ ଦେଇ ଚାଲ। ଅହଙ୍କାର, ଗର୍ବ, ଛାଡ଼ି ସମସ୍ତଙ୍କୁ ଭଲପାଅ। ପ୍ରାଣୀ ମାନଙ୍କୁ ଆଦର୍ କର।

ଦିନେ ଜଣେ ଭିକାରୀ ତା କଚେରି ରେ ତାକୁ ପ୍ରଶ୍ନ କଲେ, ଏହି ଧନୀ ଦାରିଦ୍ର୍ୟ ପ୍ରଭେଦ ଉପରେ ଆପଣଙ୍କର କଣ ରାୟ । ସେ କହିଲେ ତୁମେ ଭିକାରୀ, ତୁମ ପାଖରେ କିଛି ନାହିଁ, ଭିକ ମାଗି ଚଲୁଛ, ତୁମେ ନ୍ୟାୟ ଚାହୁଛ, ବହୁ ଧନୀକ ଲୋକ ଆସି ଆହୁରି ଧନ ମାଗୁଛନ୍ତି, ତେବେ ସେମାନେ ଭିକାରୀ କି ନୁହେଁ। ତୁମେ ଏତିକି ଜାଣ, ଯିଏ ନିଜେ ନଖାଇ ଅନ୍ୟକୁ ଖାଇବାକୁ ଦେଲା, ସେ ଯଦି ତଳ ଲୋକଙ୍କୁ ଦେଖିଲା ତେବେ ତାକୁ ମୁଁ ଦେଖିବି। ଭିକରୀଙ୍କ ଭୋକ ଲାଗିଲେ ତାକୁ ମୁଠେ ଅନ୍ନ ଦେଉଥିବା ଲୋକ ମୋତେ ଅନ୍ନ ମୁଠେ ଖାଇବାକୁ ଦିଏବୋଲି ମୋର କଚେରିରେ ସମସ୍ତେ ସମାନ, ରାଜା ହେଇ କି ରଙ୍କ ହେଇ। ସେଥିରେ ଖୁଶି ହୁଏ। ଭିକାରିଟି କହିଲା, ମୁଁ ଜାଣିଛି, ସେଇଥି ପାଇଁ ତୁମେ ଶ୍ରେଷ୍ଟ ବିଚାରପତି, ଦିନନାଥ, ଦୀନବନ୍ଧୁ। ତୁମେ ଥାଉଁ ଥାଉଁ ଭୋକିଲା କେହି ନାହାନ୍ତି। ତୁମର ଆମ୍ବୃତ ବଜାରରେ ଭିକାରୀ ଠାରୁ ରାଜା ପର୍ଯ୍ୟନ୍ତ ପ୍ରାସାଦ ପାଆନ୍ତି। ତୁମ ପାଖରେ ରଙ୍କ ରାଜା ସମାନ।

ହଁ ଠିକ୍ କହୁଛ, ଏମିତି କିଛି ଲୋକ ମୋ କଚେରିକୁ ଆସନ୍ତି, ମୋତେ ତାଙ୍କ ମନ ମୁତାବକ ଫଳ ମାଗନ୍ତି, ପଛରେ ମତେ ନିନ୍ଦା କରନ୍ତି। କାରଣ ତାଙ୍କ ବିଚାର ଆଶା ପୂରଣ କରିବାକୁ ସମୟ ଲାଗିବ। ଧର କାର ପୁତ୍ର ଦରକାର୍, ସମୟ ଲାଗେ, ବା ଜଡି ତାର ଝିଅ ହେଲା ସେ ମୋ ଉପରେ ରାଗିବା , ଗାଳି ଗୁଲଜ, ମୋତେ ବଦନାମ କରେ। ମୁଁ ଜାଣେ, ସେ କିଛି ବର୍ଷ ସମୟ ପରେ ପୁଣି ମୋତେ ପ୍ରଶଂସା କରିବ, କାରଣ ମୁଁ ତାର ମଙ୍ଗଳ କରିଛି , ତାକୁ ଜାଣିବାକୁ ସମୟ ଲାଗେ। ଭିକାରିଟି କହିଲା, ମୁଁ ସେଇଲୋକ ଅଟେ, କଣକି କାଲି ଖାଇବାକୁ ଡେରି ହେଲା, ତୁମ ଧୂପ ଡେରିରେ ସରିଲା, ମୋର ପେଟ ଜଳିଲାଣି, ପାଟିରୁ ବାହାର ପଡିଲା, କାହିଁକି ମିଥାରେ ବଡବିଚାର ପତି କହୁଛୁ, ଯାଉଛି ତୋ ତୋରାଣି ପିଇବାକୁ, ତୁ ଛପନ ପ୍ରକାର ଖାଦ୍ୟ ଖାଉଥା, ମୁଁ ତୋ ତୋରାଣି ପି ରହେ। କହିଲା ବେଳକୁ କିଏ ଜଣେ ମାଆ ଗରମ ଅଭଡ଼ା ଥୋଇଦେଇ ଗଲା, କହିଲା ଖାଇଦେବୁ ବାପ। ଓ କି ସ୍ୱାଦୁ, ପେଟେ ଖାଇ ବଳିଲା, ମୁଁ ବି ଆଉସବୁ ବାଣ୍ଟି ଦେଲି। ମନଟା ଆଉଟ୍ ପାଉଟ ହେଲା, ଭୂଲ କରିଛି, ସେଥିପାଇଁ କ୍ଷମା ମାଗିବାକୁ ଦେଖା କରିବାକୁ ଆସିଲି।

ବିଚାର ପତି କହିଲେ, ମୁଁ ଜାଣିଛି ତୁ ମୋତେ ଛାଡ଼ିବୁନାହୁ କି ମୁଁ ତୋତେ ଛାଡ଼ିବି ନାହିଁ।


Rate this content
Log in

Similar oriya story from Action