Sunanda Mohanty

Fantasy Thriller Others

4  

Sunanda Mohanty

Fantasy Thriller Others

କାୟା ଛାୟା ଓ ଅସ୍ତିତ୍ୱ

କାୟା ଛାୟା ଓ ଅସ୍ତିତ୍ୱ

3 mins
251


ଗାଁରେ ଦୋଳ, ଦଶହରା, କୁମାର ପୂର୍ଣ୍ଣମୀ, ରଜ ଆଦି ପର୍ବ ମାନଙ୍କରେ ମଧ୍ୟ ଏମିତି ଭିଡ଼ ଗହଳି ହୁଏନାହିଁ ଏବେ ଅନ୍ଧାରି ଘର ବାବା ଚାଲିଗଲେ ବୋଲି ଯେତିକି ଲୋକ ଆସିଛନ୍ତି ଗାଁକୁ । ଶହେରୁ ଶହେ ଭାଗ ଗାଁର, ଯୋଉମାନେ ବିଦେଶରେ ରୁହନ୍ତି । ଶହେରୁ ପ୍ରାୟ ସତୁରୀ ଭାଗ ବାହାରୁ । ସମସ୍ତେ ଅନ୍ଧାରି ବାବାଙ୍କ ଭକ୍ତ । ଦୂର ଦୁରାନ୍ତରୁ ଭକ୍ତମାନେ ଛୁଟି ଆସନ୍ତି ବାବାଙ୍କ ଦର୍ଶନ କଥନ, ଉପଦେଶ ଓ ଜଡିବୁଟି ତୁଟୁକା ଔଷଧ ପାଇଁ ।


  ଦିନ ବେଳା କେହି ବାବାଙ୍କୁ ଦେଖିନାହିଁ । ରାତି ପାହିବା ଯଥେଷ୍ଟ ପୂର୍ବରୁ ବାବା କାହା ପାଇଁ କାୟାଟିଏ ତ କାହା ପାଇଁ ଛାୟାଟିଏ । କିଏ କହେ ଏଇ ଏଇ ବାବା ଜଙ୍ଗଲକୁ ବାହାରି ଗଲେ କିଏ କହେ ଏଇ ଏଇ ବାବା ନଦୀରୁ ସ୍ନାନ ସାରି ଫେରି ଭଜନ ପାଇଁ ପ୍ରସ୍ତୁତ ହେଉଥିଲେ, କିନ୍ତୁ ସାମଗ୍ରିକ ଭାବେ ବାବାଙ୍କ ସ୍ଵଶରୀର କେହି ଦେଖିନାହାଁନ୍ତି । ପ୍ରବଚନ ଓ ଭଜନ ତଥା ଚେରମୂଳି ଔଷଧ ଦେବା ଆରମ୍ଭ ହୋଇଯାଏ ତିନିଟାରେ । କେଡେ କେଡେ ଦୁଃସାଧ୍ୟ୍ୟ ରୋଗ ଭଲ ହୋଇଯାଏ ବୋଲି ଭକ୍ତମାନେ ଛୁଟନ୍ତି ସୁଦୂର ସହର ଓ ଗାଁ ତଥା ରାଜ୍ୟରୁ । ରୋଗର ଲକ୍ଷଣ ଶୁଣି ବାବା ନିଜେ ଔଷଧ ଦିଅନ୍ତି ବଦଳରେ ଗୋଟେ ପଇସା ବି ନିଅନ୍ତି ନାହିଁ । ସେଭଳି ବାବାଙ୍କ ମୃତ୍ୟୁରେ ଗ୍ରାମ ଆଜି ଲୋକାରଣ୍ୟ । ଛାୟା ଓ କାୟା ପରି ବାବାଙ୍କୁ ଦେଖୁଥିବା ଲୋକ ଆଜି ମୃତ୍ୟୁ ପରେ ଦେଖୁଛନ୍ତି ତାଙ୍କ ଅସ୍ତିତ୍ୱ । ଅନ୍ଧାରି ଘରୁ ବାବାଙ୍କର କେବଳ ଛାୟାକଳ୍ପ ଦେଖିଥିବା ଭକ୍ତ ଆଜି ବାସ୍ତବ ରୂପ ଦେଖିବାକୁ ବ୍ୟାକୁଳ ।


   ଠେଲାପେଲା, ଘୋଓ ଘା, ଲୋକାରଣ୍ୟ ଭିତରେ ଶେଷ ଦର୍ଶନ କରି ଭକ୍ତମାନେ ଫେରିଯିବା ପରେ କେବଳ ଥିଲେ ଗ୍ରାମ ଲୋକ । ବାବାଙ୍କ ଶରୀର ଫୁଲ, ଫୁଲମାଳ ଓ ସୁଗନ୍ଧ ଭିତରେ ପ୍ରଣାମ କରୁ କରୁ କେହି ଜଣେ ଚିତ୍କାର କଲା ବାବାଙ୍କ ଦୁଇ ହାତ ପାପୁଲି କେହି କାଟି ନେଇଛି । ହୋ ହଲ୍ହା ଗୁଜବ ଭିତରେ ସମସ୍ତେ ଚକିତ ଓ ଆଚମ୍ବିତ । ବାବା ନିଜେ କୁହନ୍ତି ଅଙ୍ଗ ଦାନ ମହା ପୁଣ୍ୟ ସତ କିନ୍ତୁ ସେମିତି ହୋଇଥିଲେ ବାବାତ କହିଥାଆନ୍ତେ, ମୋ ମୃତ୍ୟୁ ପରେ ମୋ ଚକ୍ଷୁ ବା ଶରୀରର ଆଭ୍ୟନ୍ତରରେ ଥିବା କୌଣସି ଅଙ୍ଗ ମୁଁ ଦାନ କରିବାକୁ ଚାହେଁ, ହେଲେ ସେମିତି ତ କିଛି କହିନଥିଲେ ବାବା । କୌଣସି ମନ୍ଦବୁଦ୍ଧି ଏକର୍ମ କରିଛି ନିଶ୍ଚୟ । ସାରା ଗାଁ ଉଠୁଛି ପଡୁଛି । ଗାଁ ଭିତର ଛଡା ବାହାରୁ ଆସିଥିବା କୌଣସି ଭକ୍ତ ଏ କାମ କରିପାରେନା ।


 ଦଉଡି ଆସିଲା ରାମଲୁ । ଜାତିରେ ମୋଚି ବୋଲି ତାକୁ ବାବାଙ୍କ ଦର୍ଶନ ମିଳେନା । ସୁଯୋଗ ପାଇ ଥରେ ସେ ବାବାଙ୍କୁ ସାକ୍ଷାତ କରିବାକୁ ଅନ୍ଧାରି ଘରେ ପଶି ବାବାଙ୍କୁ ପ୍ରଣିପାତ କରି ପଚାରିଥିଲା, ବାବା ଏତେ ବିଦ୍ୟା କୋଉଠୁ ପାଇଲେ କିପରି ଔଷଧ ତିଆରି କରି ପାରୁଛନ୍ତି ତ ବାବା, ତାଙ୍କ ଦୁଇହାତ ଦେଖାଇ କହିଥିଲେ, ଏଇ ହାତ ହିଁ ମୋର ଗୁପ୍ତଧନ । ଏହାରି ବଳରେ କର୍ମ କରି ଔଷଧ ବିତରଣ କରି ଆଜି ପ୍ରସିଦ୍ଧି ଲାଭ କରିପାରିଛି । ମୋର ବି ଦୁଇହାତ ଅଛି କିନ୍ତୁ ମୋଚି କର୍ମ କରୁଥିବାରୁ ମତେ ସମସ୍ତେ ଘୃଣା କରୁଛନ୍ତି ମତେ ଆପଣଙ୍କ ଭଳି ଦୁଇହାତ ମିଳିଲେ ମତେ ଆଉ କେହି ଘୃଣା କରନ୍ତେ ନାହିଁ । ବାବା କହିଥିଲେ, ବାବୁରେ କୌଣସି କର୍ମ ଛୋଟ ନୁହେଁ କି ଜାତି ଅଜାତି କିଛି ନାହିଁ । ମୋ ମୃତ୍ୟୁ ନିକଟ ହେଲାଣି, ତୁ ଆସିବୁ ମୁଁ ମୋ ଦୁଇହାତ କାଟି ତତେ ଦେବା ପରେ ମୃତ୍ୟୁ ଲଭିବି । ମୋ ମୃତ୍ୟୁ ପରେ ଲୋକମାନେ ମୋ ହାତ ନଥିବା ଦେଖିବା ପରେ ତୁ ଆସି ସବୁକଥା କହି ମୋ ମୁଁହରେ ନହେଲେ ବି ହାତରେ ନିଆଁ ଦେବୁ । ଲୋକମାନେ ଠିକ ବୁଝିପାରିବେ ।


    ସତକୁ ସତ ଲୋକମାନେ ବାବାଙ୍କ ଶ୍ରେଷ୍ଠ ଭକ୍ତ ରାମୁଲ ପାଦ ଛୁଇଁ ପ୍ରଣିପାତ କରି ହାତ ଦୁଇଟି ଆଣିବାକୁ କହିବା ପରେ, ରାମୁଲ ହିଁ ମୁଖାଗ୍ନି ଦେଇଥିଲା । ବିସ୍ମୟର କଥା ତା ପରଠୁ ଜୋତା ସିଲେଇ ସହ ରାମଲୁ ହିଁ ଦେଉଥିଲା ଔଷଧ, ସେସବୁ ଔଷଧ ଜଡିବୁଟି, ଚେରମୂଳିରେ ପ୍ରସ୍ତୁତ ହୋଇଥିଲେ ମଧ୍ୟ ମହୋଷଧି ଥିଲା । ତାର ସଚ୍ଚୋଟ ପଣିଆ, ସରଳତା,ତଥା ମିଠାକଥାରେ ବହୁ ଭକ୍ତ ତା ହାତରୁ ଔଷଧ ନେବା ସହ ପ୍ରବଚନ ଶୁଣିବାକୁ ଦୂର ଦୁରାନ୍ତରୁ ଆସୁଥିଲେ । ବାବାଙ୍କ ଆଶୀର୍ବାଦରୁ ଖାଲି ରାମୁଲ ପାଇଁ କାହିଁକି, ଗାଁରେ ଜାତିପ୍ରଥା ଉଠିଯାଇଥିଲା । ଅନ୍ୟମାନଙ୍କ ପାଇଁ ଏହା ପ୍ରେରଣା ଥିଲା । ନିଶା ନିବାରଣ ପାଇଁ ରାମୁଲର ପ୍ରଚେଷ୍ଟା ମଧ୍ୟ, ଅନ୍ଧାରି ଘର ବାବାଙ୍କ ଆଶୀର୍ବାଦରୁ ସମ୍ଭବ ହୋଇପାରିଛି ବୋଲି ଗ୍ରାମଲୋକ କୁହାକୁହି ହେଉଥିଲେ । ବାବା ତାଙ୍କ ନିଜ ହାତ କାଟି ସମସ୍ତଙ୍କ ଜ୍ଞାନ ଚକ୍ଷୁ ଖୋଲି ଦେଇଥିଲେ ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା । ରାମୁଲର ସ୍ବପ୍ନ ଆଜି ବାସ୍ତବ ହୋଇ ତାକୁ ସାମାଜିକ ନ୍ୟାୟ ଦେଇଥିଲେ ଅନ୍ଧାରି ଘର ବାବା ।

   



Rate this content
Log in

Similar oriya story from Fantasy