STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

କାର୍ତ୍ତିକ ୨

କାର୍ତ୍ତିକ ୨

2 mins
165


ମୁରୁଜ ତ ସବୁଦିନେ ସୁରୁଜ ବୁଣନ୍ତି ଆକାଶ ସାରା ଉଦୟ ଆଉ ଅସ୍ତରାଗ ର ।ତାଙ୍କରି ଠୁ ମିଳିଛି ସବୁ ରଙ୍ଗର ଉଜ୍ବଳ ସମ୍ଭାର ।ସମସ୍ତ ପ୍ରସୂନ ରଙ୍ଗେଇ ହୁଅନ୍ତି ଇନ୍ଦ୍ରଧନୁସି ଛଟାରେ ।ରଙ୍ଗ ସବୁ ଜୀବନ ଭରନ୍ତି ଜୀବନ ରେ ।


ମୁରୁଜ ରେ କଳାକୃତି ସବୁ ହସନ୍ତି, ସବୁ ହାତ ର ଆଙ୍ଗୁଳି ମାନେ ଚଳ ଚଞ୍ଚଳ ହୋଇଉଠନ୍ତି ନିଜ ନିଜର ସୁନ୍ଦର ଅଙ୍କା ଦେଖେଇବାର ତତ୍ପରତା ରେ ।


ଚଉରାରାଣୀ ମୂଳରେ ଅଙ୍କା ହୁଅନ୍ତି, ରାଧା ଶ୍ଯାମ,ଜଗନ୍ନାଥ, ବଡଠାକୁରେ, ସୁଭଦ୍ରା, ସୁଦର୍ଶନ ଚତୁର୍ଧା ମୂର୍ତ୍ତି, ଆକାଶ ଦୀପ,ଶୁକସାରୀ, ପାରିଜାତ ଓ କଳ୍ପ ବଟ,ସରଗ ସିଡି, ଶ୍ରୀମନ୍ଦିର, ବୋଇତ, ହଂସହଂସରାଳୀ, ସହ ଅନେକ ପ୍ରକାରେ ଲତା, ଫୁଲ ।କଟକ ରେ ଭୋର ଚାରିରୁ ଉଠି ରାସ୍ତା ଦାଣ୍ଡ ପୁରା ଧୋଇ ସେଥିରେ ବିରାଟ ବିରାଟ ମୁରୁଜ ପକାନ୍ତି ଝିଅମାନେ ।ଦାଣ୍ଡ ଗୋଟେ ଡିଜାଇନର ଅସରନ୍ତି ଲମ୍ବା ଶାଢୀ ଟେ ପରି ଦିଶେ କଲରଫୁଲ୍ ।


ଏବେ ସିନା ପ୍ଯାକେଟ ମୁରୁଜ ମିଳିଲାଣି ,ଆଗେ ସବୁ ଘରେ ବୋଉ ମାନେ ତିଆରି ଦିଅନ୍ତି ।ଯେମିତି ଆମର ପାରମ୍ପାରିକ କଳା ପଟ୍ଟଚିତ୍ର ପାଇଁ ରଙ୍ଗ ଠୁ ଟସର, ଠୁ ଚିତ୍ର ପଟ୍ଟି,ଅଠା ଯାଏଁ ସବୁ ଆମେ ନିଜେ ତିଆରୁ ସେମିତି ମୁରୁଜ ପାଇଁ ହିଙ୍ଗୁଳ, ହଳଦୀ, ଚାଉଳଚୁନା, ହରିଦ୍ରା ପତ୍ର ଚୁନା,ତିଳକ, ନାରଙ୍ଗ,ଇଟାରଙ୍ଗ, ଷଢେଇକଳା ଆଦିରୁ ମାସ ଯାକ ରଙ୍ଗ ତିଆରି ହେଉଥାଏ ଅତିଯତ୍ନ ଓ ଭାଗମାପରେ ।ନଡିଆ ଷଢେଇ ରେ ନ ହେଲେ ହିମାଳୟ ସ୍ନୋ / ପାଉଡର ଡବାରେ ,ନହେଲେ କାଜଗ ପୁଡିଆ କି ଠୁଙ୍ଗା ରେ ସଜ ହୋଇ ରୁହନ୍ତି ସେମାନେ ଏଇ ପଞ୍ଚୁକ ପାଞ୍ଚ ଦିନ ରଙ୍ଗ ଭରିବାକୁ ।


ମତେ ଏତେ ଭଲ ଆଙ୍କି ଆସେନି ମୁରୁଜରେ, କିନ୍ତୁ ଦେଖିବାକୁ ଭାରି ଭଲଲାଗେ ।କି ସୁନ୍ଦର ଆଙ୍କନ୍ତି ସମସ୍ତେ ।ଏପଟେ ତ ଦକ୍ଷିଣ ଦେଶରେ ଏମାନେ ପୁରା ଦକ୍ଷ ଏ ସବୁ ମୁରୁଜ ଅଙ୍କା ରେ ।ପ୍ରତିଦିନ ଦୁଆରେ ଜ୍ଯାମିତିକ ଫୁଲ ସବୁ ଆଙ୍କନ୍ତି ବାରମାସ ଯାକ ।


ଭୋର ଚାରିରୁ ସମସ୍ତେ ମୁଣ୍ଡ ବୁଡେଇ ଗାଧେଇ ପଡିଥାନ୍ତି ।ଆଳତୀ ଦର୍ଶନ ପାଇଁ ମନ୍ଦିରରେ ଭିଡ ଜମେ ।ମଠ ମନ୍ଦିର ଓ ଛକ ମାନଙ୍କରେ ଆଠ ପହର ଯାଏଁ ମହାମନ୍ତ୍ର ସଂକୀର୍ତ୍ତନ, ଯଜ୍ଞ ହୁଏ ।ଅରୁଆ ଡାଲମା ର ବାସ୍ନା ମନ ଟାଣେ ।ସଂକୀର୍ତ୍ତନ ରେ ସମସ୍ତେ ନିଜ ଖୁସିରେ ଯୋଗ ଦିଅନ୍ତି, ଯିଏ ଯାହାର ଆଗ୍ରହ, ସାକ୍ଷ୍ଯ ଅନୁଯାୟୀ ଚାଉଳ, ନଡିଆ, ଘିଅ, ପଇସା ଦେଇ କାମରେ ସହଯୋଗୀ ହୁଅନ୍ତି।ସବୁଆଡେ ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ

ହରେ ରାମ ହରେ ରାମ ରାମ ରାମ ହରେ ହରେ ।।

ଶୁଭୁଥାଏ ।


ଏଠି ଆମେ ବାଙ୍ଗାଲୋର ରେ ମଧ୍ୟ ଓଡିଆ ପରିବାର ମିଶି ଦୁଇଦିନ ଯାଏଁ ସମସ୍ତ ନୀତିନିୟମକୁ ମାନି ସଂକୀର୍ତ୍ତନ କରୁ, ଅରୁଆ ଅନ୍ନ ଭୋଜି ହୁଏ ।ଶାନ୍ତି ଲାଗେ ।ସେଥିପାଇଁ ଆମର ପାନାଥୁର ଓଡିଆ ପରିବାର ଙ୍କୁ ଧନ୍ଯବାଦ ।


ପ୍ରତିଦିନ ଜଗନ୍ନାଥଙ୍କ ଦର୍ଶନ କରିବା ବା ଦେବତା ଦର୍ଶନ କରିବା ଏ ମାସରେ ହୁଏ ।ଥରକ / ଦିନକ ପାଇଁ ପଛେ ହଉ ଜଗନ୍ନାଥ ଦର୍ଶନ କରିବା ।କାଳିଆ ର ଏ ମାସରେ ଗୋଟେ ସ୍ପେସିଆଲ ଭୋଗ ହୁଏ ଅଦା, ନଡିଆ ପାତ, ଲୁଣ ପକା ଖଇ ।ସଂଜ ବେଳେ ଅଳପକି ଅଳପ ସମୟ ଯାଏ ବାଇଶି ପାହାଚ ସିଂହ ପାଖରେ ଭୋଗେଇରେ ଭୋଗେଇଟେ ଧରି ବସିଥାନ୍ତି ।ଚଟ୍ କି ସରିଯାଏ ।ଯୋଗରେ ଥିଲେ ମିଳେ ।


କ୍ରମଶଃ .......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action