କାନ୍ଦୁଛି କଲମ
କାନ୍ଦୁଛି କଲମ
- " ଚୁପ ରହିବାର ବି ଗୋଟେ ସୀମା ଥାଏ । ମୁହଁ ନ ଖୋଲିଲେ ଏମିତି ସାହିତ୍ୟର ଅପମାନ ହେଉଥିବ । "
ଏତିକି କହି ପଣ କରି ଚାଲି ଆସିଲେ ତ୍ରିପାଠୀବାବୁ । କଥାଟା ପ୍ରଘଟ ନ ହେଲେ ବି ଆଗ ଧାଡ଼ିର ସାହିତ୍ୟିକମାନଙ୍କର ଗହଣରେ ଅଛପା ନ ଥିଲା । କାଳେ ଏ ଘଟଣା ସମ୍ବାଦ ପତ୍ରର ମୁଖ ମଣ୍ଡନ କରିବ ସଂସ୍ଥାର ପ୍ରଯୋଜକ ମହୋଦୟ ନିଜେ ଦୌଡ଼ିଲେ ତ୍ରିପାଠୀ ବାବୁଙ୍କ ବାସଭବନକୁ ।
- " ଏମିତି କଥାଟାକୁ ଆଗକୁ ବଢ଼େଇଲେ ହେବ... କିଛି ଦେଇ ନେଇ ରଫା ଦଫା କରି ଦିଅନ୍ତୁ ।"
- " କ'ଣ ଭାବିଛ ଏମିତି କେଇଟା ଟଙ୍କାରେ ମୋ ମୁହଁକୁ ବନ୍ଦ କରି ଦେବ...???"
- " ରଖ ହୋ ତୁମ ପରିବାପଣିଆ... ଝିଅ ଛୁଆଟାକୁ ଦେଖି ଆସି କେତେ ଘର ଫେରି ଯାଇଛନ୍ତି ଯେ , ଆସିବାର ନାଁ ଧରି ନାହାନ୍ତି... ହଁ ଯାହା ଦେଉଛ ଦିଅ ଇଏ ଆମର ସପ୍ତାହେ ଯାଏଁ ଘରୁ ବାହାରିବେ ନାହିଁ ।"
ଆଉ କ'ଣ ସେଇ ଦିନୁ କଲମରୁ ଆଉ ସ୍ୟାହି ଝରିବା ମୁଁ ଦେଖିନି...
