STORYMIRROR

CHITTARANJAN DEHURY

Abstract Classics Inspirational

4  

CHITTARANJAN DEHURY

Abstract Classics Inspirational

କାନ୍ଦୁଛି କଲମ

କାନ୍ଦୁଛି କଲମ

1 min
187


   - " ଚୁପ ରହିବାର ବି ଗୋଟେ ସୀମା ଥାଏ । ମୁହଁ ନ ଖୋଲିଲେ ଏମିତି ସାହିତ୍ୟର ଅପମାନ ହେଉଥିବ । " 


   ଏତିକି କହି ପଣ କରି ଚାଲି ଆସିଲେ ତ୍ରିପାଠୀବାବୁ । କଥାଟା ପ୍ରଘଟ ନ ହେଲେ ବି ଆଗ ଧାଡ଼ିର ସାହିତ୍ୟିକମାନଙ୍କର ଗହଣରେ ଅଛପା ନ ଥିଲା । କାଳେ ଏ ଘଟଣା ସମ୍ବାଦ ପତ୍ରର ମୁଖ ମଣ୍ଡନ କରିବ ସଂସ୍ଥାର ପ୍ରଯୋଜକ ମହୋଦୟ ନିଜେ ଦୌଡ଼ିଲେ ତ୍ରିପାଠୀ ବାବୁଙ୍କ ବାସଭବନକୁ । 


   - " ଏମିତି କଥାଟାକୁ ଆଗକୁ ବଢ଼େଇଲେ ହେବ... କିଛି ଦେଇ ନେଇ ରଫା ଦଫା କରି ଦିଅନ୍ତୁ ।" 


   - " କ'ଣ ଭାବିଛ ଏମିତି କେଇଟା ଟଙ୍କାରେ ମୋ ମୁହଁକୁ ବନ୍ଦ କରି ଦେବ...???"


  - " ରଖ ହୋ ତୁମ ପରିବାପଣିଆ... ଝିଅ ଛୁଆଟାକୁ ଦେଖି ଆସି କେତେ ଘର ଫେରି ଯାଇଛନ୍ତି ଯେ , ଆସିବାର ନାଁ ଧରି ନାହାନ୍ତି... ହଁ ଯାହା ଦେଉଛ ଦିଅ ଇଏ ଆମର ସପ୍ତାହେ ଯାଏଁ ଘରୁ ବାହାରିବେ ନାହିଁ ।"


  ଆଉ କ'ଣ ସେଇ ଦିନୁ କଲମରୁ ଆଉ ସ୍ୟାହି ଝରିବା ମୁଁ ଦେଖିନି...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract