ଚକୋଲେଟ
ଚକୋଲେଟ
ଗୁରୁବାର ଆମ ଘରେ ଧାନ ଚାଉଳ ବିକିବା ମାନେ ମୋ ମାଆଙ୍କର ରୁଦ୍ରାଣୀ ଅବତାରଙ୍କ ସହ ଭେଟ । ହେଲେ ବି ମୋ ଅଳି ଆଗରେ ହାର୍ ମାନି ଯାଏ ତାଙ୍କ ନିଷ୍ପତ୍ତି । ଗାଆଁ ଗହଳରେ ପଇସା ମିଳିବ କୋଉଠୁ...?
- " ମାଆ ଚକୋଲେଟ ଖାଇବି..."
- " ଆଜି ଗୁରୁବାର ଧନଟା କାଲି କିଣି ଦେବି ।"
ପୁଣି ମିଛିମିଛିକା ଶୈଶବ ଅସ୍ତ୍ର ଲୁହ....
- " ଏଇ ନେ ଧାନ ମାଣେ ଲୁଚେଇକି ନେବୁ... କାହାକୁ ଦେଖେଇବୁ ନାହିଁ...''।
ଚକୋଲେଟ ତ ଅଛି କେବଳ ମାଆର ମନଟେ ନାହିଁ....।
ଚକୋଲେଟ ଦିବସ ଶୁଭେଚ୍ଛା...।
