CHITTARANJAN DEHURY

Abstract Classics Inspirational

3  

CHITTARANJAN DEHURY

Abstract Classics Inspirational

ସେଇ ଜୋତାହଳକ...

ସେଇ ଜୋତାହଳକ...

1 min
250



  " ହେ... ଭଗବାନ ସେଇ ଜୋତା ହଳକରେ କଣ ଅଛି କେଜାଣି ପକ୍ଷୀରାଜ ଘୋଡ଼ା ଭଳି ଦୌଡ଼ି ଦୌଡ଼ି ସବୁତକ ପୁରସ୍କାର ନେଇଗଲେ...

କୌଣସି ଉପାୟରେ ମୋତେ ମିଳି ଯାଆନ୍ତା କି..???" ଏମିତି ଦିନ ରାତି ନାହିଁ ଯୋଉ ଦିନ ମୁଁ ଏ କଥା ଭାବିନି...


   ମଧ୍ୟବିତ୍ତ ପରିବାରର ହୁଏତ ସବୁ ପିଲାଙ୍କ ଏହା ଗୋଟିଏ ନିତିଦିନିଆ ସ୍ବପ୍ନ । ସରକାରଙ୍କ ପ୍ରଦତ୍ତ ମାଗଣାରେ ମିଳୁଥିବା କଳା ଜୋତାରେ ରଙ୍ଗ ମାରି ଚକମକ କରିବା ବି ଭାଗ୍ୟରେ ଜୁଟେ ନାହିଁ ।


   - " ବୋଧ ହୁଏ ମୋ ଶନି ନଜର ଲାଗିଗଲା ଆଲୋକ ଭାଇଙ୍କ ଉପରେ" ପ୍ରତିଯୋଗିତାର କେଇ ଦିନ ଆଗରୁ ଅଜଣା ଗାଡ଼ି ଧକ୍କାରେ ଗୋଡ଼ ଦୁଇଟି ଭାଙ୍ଗି ଗଲା ସେଇ ଆମ ସାହି ଚମ୍ପିୟାନଙ୍କର । ସୌଭାଗ୍ୟବଶତଃ ମୋ ପାଳି ପଡ଼ିଲା ତାଙ୍କ ସ୍ଥାନରେ ପ୍ରତିଦ୍ବନ୍ଦିତା କରିବାରେ ।ପ୍ରଥମ ଥର ଜୋତା ପିନ୍ଧିବାର ସୌଭାଗ୍ୟ ।


   -" ଇଏ କଣ ଯେତେ ଦୌଡ଼ିଲେ ବି ମୁଁ କାହିଁ କାହାକୁ ଅତିକ୍ରମ କରି ପାରୁନି । ତାହା ହେଲେ ଏ ଜୋତାରେ କିଛି ଶକ୍ତି ନାହିଁ..!! ସବୁ ଶକ୍ତି ସେଇ ବଳିଷ୍ଠ ଜଙ୍ଘ ଆଉ ପ୍ରତିଦିନ ଅଭ୍ୟାସରେ ।" ପରାଜିତ ଯୋଦ୍ଧା ସମ ଲାଜରେ ଆଉ ଦୌଡ଼ିବାକୁ ଇଚ୍ଛା ହେଉ ନ ଥାଏ ।"

 

   - ପଛରୁ କେହି ଜଣଙ୍କର ଚିତ୍କାର ଶୁଭୁଥାଏ-" କିଛି ଅନ୍ୟ କଥା ନ ଭାବି ଦୌଡ଼ି ଚାଲ.. ନ ହେଲେ ଆମ ସାହିର ଇଜ୍ଜତ ଗଲା... ଏଇ ପଦେ କଥା ସତେ ଯେମିତି ମୋ ମନରେ ଉତପ୍ରେରକ ଭଳି ଅସର କରି ଗଲା । ଯଦି ଓ ମୁଁ ପ୍ରଥମ ସ୍ଥାନ ଅଧିକାର କରିଥିଲି ତଥାପି ମନରେ ସେଇ ଖୁସି ନ ଥାଏ । 


  ଆଜି ବି ସେଇ ଜୋତାହଳକ ସାଇତି ରଖିଛି ଆଉ ରଖିଥିବି...


Rate this content
Log in

Similar oriya story from Abstract