STORYMIRROR

CHITTARANJAN DEHURY

Abstract Tragedy Classics

4  

CHITTARANJAN DEHURY

Abstract Tragedy Classics

ଇଚ୍ଛା_ଅସରନ୍ତି

ଇଚ୍ଛା_ଅସରନ୍ତି

2 mins
248


 ଆଜି ରବିବାର ମାନେ ମାୟାନଗରୀ ଦର୍ଶନ । ସପ୍ତାହ ଯା'କର ପରିଶ୍ରମର ପାଉଣା ମିଳିବ । ଘରୁ ସଅଳ ସଅଳ ଯିବାକୁ ପଡ଼ିବ ଗାଁ ମୁଣ୍ଡ ପଥର 

ଖଣିକୁ । 


    - " ହଇଓ ଶୁଣୁଛ ପଖାଳ ଗଣ୍ଡେ ବାଢ଼ି ଦେଲ । ଉଛୁର ହେଲାଣି । ସଅଳ ସଅଳ ନ ଗଲେ ଠିକାଦାର ବହେ ଶୁଣେଇବ, ଚଉଦ ପୁରୁଷ ଉଦ୍ଧାର ହୋଇ ଯିବେ ।"


   ପଖାଳ କଂସେ ଆଉ ଶୁଖିଲା ମରିଚଟିଏ ଦେଇ ସାଆନ୍ତାଣୀ କହିଲେ-" ହେତୁ ଅଛି କି ନାହିଁ, ଫେରିଲା ବେଳେ ସପ୍ତାହ ଯାକ ପାଇଁ ରାସନ ନେଇ ଆସିବ ।"


    - " ଆମ ରାମ କହୁଥିଲା କୁଆଡ଼େ ଏଇ ଶୁକ୍ରବାର ଶିରୀ ପଞ୍ଚମୀ । ମୋର ବି ଇଛା ନୂଆ ସାର୍ଟ ପେଣ୍ଟ ହଳେ ରାମ ପାଇଁ ଆଣି ଦିଅନ୍ତନି । ସବୁ ପିଲାମାନେ ନୂଆ ଜାମା ପେଣ୍ଟ ପିନ୍ଧି ଧୋବ ଫରଫର ଚକଚକ ଦିଶୁଥିବେ । ଆମ ରାମ କଣ ଭାବୁଥିବ କହିଲ ।"


   - " ବୁଝିଲ ରାମ ବୋଉ କାହାର ଇଚ୍ଛା ନାହିଁ ନିଜ ପୁଅ ସୁନ୍ଦର ଦିଶୁ । ଜାଣିଛ ଖାଲି ସେଇଥି ପାଇଁ ତିନି ଚାରି ଦିନ ହେଲା ଦୁଇ ପହରେ ବି ପଥର ସହ ନିଜକୁ ପଥର କରି ଦେଉଛି ।"


    ---------------------------------------------

    ---------------------------------------------


   - " ବୁଝିଲ କି'ରେ କଣ୍ଟ୍ରାକ୍ଟର ବାବୁଙ୍କ ଝିଅ ବାହାଘର ପାଇଁ ସବୁ ପଇସା ଖର୍ଚ୍ଚ ହୋଇ ଯାଇଛି । କଣ୍ଟ୍ରାକ୍ଟର ଫୋନ କରିଥିଲେ , ଏଇ ସପ୍ତାହରେ ଖାଲି ଚଳିଲା ଭଳିଆ କିଛି ଟଙ୍କା ନେଇଥାଅ । ଆର ସପ୍ତାହରେ ସବୁ ଟଙ୍କା ନେବ ।"


  - " ବାବୁ ! ଶିରୀ ପଞ୍ଚମୀଟା ଛୁଆଟାକୁ ସାର୍ଟ ପେଣ୍ଟ ହଳେ ଦେବି ବୋଲି କହିଥିଲି , ଆଉ ହଜାରେ ଟଙ୍କା ଦେଇ ଥାଆନ୍ତୁ ।"


  - " ଦେଇ ଦିଅନ୍ତି ଯେ , ତୋତେ ହଜାରେ ଟଙ୍କା ଦେଇ ଦେଲେ କମ୍ ପଡ଼ିବ । ସାଇ ପିଲାଙ୍କୁ ସରସ୍ୱତୀ ପୂଜା ଚାନ୍ଦା ପରା ଦୁଇ ହଜାରେ ଦବାକୁ ପଡ଼ିବ ।"


   ମୁଣ୍ଡ କାନ ଆଉଁସି ବିଚରା ନଟ ଭାବୁଥାଏ, ଏତେ ଟଙ୍କା ନେଇ ସାଇ ପିଲାଗୁଡ଼ା କେମିତି ମଦ ପିଇ ଡିଜେ ବଜେଇ ଭଷାଣି କରନ୍ତି । 


    ଏତିକି ବେଳେ ପଛରୁ ଶୁଭିଲା ଛାଡ଼ ଛାଡ଼ ମୋ ଟଙ୍କା ବି ମୁଁ ନେବି ।




Rate this content
Log in

Similar oriya story from Abstract