STORYMIRROR

CHITTARANJAN DEHURY

Abstract Tragedy Inspirational

3  

CHITTARANJAN DEHURY

Abstract Tragedy Inspirational

ସୁମନ ସଦା ମହକିବୁ ତୀର୍ଥ ମଶାଣି ନ ବାରିବୁ

ସୁମନ ସଦା ମହକିବୁ ତୀର୍ଥ ମଶାଣି ନ ବାରିବୁ

2 mins
174


    ଜୁନ ମାସର କଥା । ଚୀନ ପ୍ରଦତ୍ତ କରୋନା ଭୂତାଣୁର ସଂକ୍ରମଣରେ ସାରା ବିଶ୍ୱରେ ହାହାକାର ମଚି ଯାଇଥିଲା ବେଳେ ନିପଟ ମଫସଲ ଅସନାପଦା ବାଦ ପଡ଼ି ଥାଆନ୍ତା କି ପରି !! ହଁ.. ହଁ.. ଡାକ୍ତର ହେଲେ ବି ଭୟ କାହାର ନାହିଁ । ଭୟ ଯୋଗୁଁ ପରା ଦେବତାମାନେ ଲୁଚିଯିବା ଦେବତାମାନଙ୍କର ଗୋଟେ ଅଭ୍ୟାସ ଭଳି ବୋଧ ହୁଏ । ବେସରକାରୀ ଚିକିତ୍ସାଳୟ ଏକ ପ୍ରକାର ବନ୍ଦ କହିଲେ ଚଳେ । ସାହା ଭରସା କହିଲେ ସରକାରୀ ଡାକ୍ତରଖାନା । ରୋଗୀ ଦେଖିବା ଦୂରର କଥା ପାଖ ପଶେଇ ଦେଉ ନ ଥାଆନ୍ତି । 

    ପୁଅ ବୋହୂଙ୍କ ଠାରୁ ଏକ ପ୍ରକାର ତଡ଼ା ଖାଇଲା ପରେ ଗୋପାଳବାବୁ ଅସନାପଦାର ପନ୍ଦର ବର୍ଷର ପୁରାତନ ପ୍ରଧାନ ଶିକ୍ଷକ ଡାକ୍ତରଖାନାର ହତା ଭିତରକୁ ପଶୁ ପଶୁ ମୁଣ୍ଡ ବୁଲେଇ ଖସି ପଡ଼ିଲେ । କେହି ଗୋଟେ ବି ସଂକ୍ରମଣ ଭୟରେ ଆସିଲେ ନାହିଁ । 

    ଆଖି ଖୋଲିଲା ବେଳକୁ ହରିଜନ ସାହିର ଟୋକା ରାମୁ ଗୋଡ଼ ପାଖରେ ବସି ଗୋଡ଼ ମୋଡ଼ି ଦେଉଥାଏ । ଗୋପାଳ ବାବୁ ଶୁଣିଲେ କୁଆଡ଼େ ସେହି ଟୋକା ନିଜେ ବୋହି ଆଣି ଶୁଏଇଛି ବିଛଣାରେ । ଡାକ୍ତରଙ୍କୁ ଡାକି ଔଷଧ ବ୍ୟବସ୍ଥା କରିଛି । 

     ପିଲାଟି ଭଲ ପଢ଼ୁଥିଲା ପ୍ରାଥମିକ ବିଦ୍ୟାଳୟରେ । ବାପା ମାଆ ଛାଡ଼ି ଯିବା ପରେ ପଢ଼ି ପାରି ଥାଆନ୍ତା । ବ୍ରାହ୍ମଣ ଜାତିର ଗୋପାଳ ମିଶ୍ର ଭାରି ଜାତିବାଦୀ । ଶିକ୍ଷା ବୃତ୍ତି ମିଳୁ ଥିଲେ ସୁଦ୍ଧା ହଷ୍ଟେଲରେ ରହିବାକୁ ଅନୁମତି ଦେଲେ ନାହିଁ । ବଣମଲ୍ଲୀ ବଣରେ ଫୁଟି ମଉଳି ଗଲା । ବହୁ କଷ୍ଟରେ ରାମୁ ପରିବାର ପ୍ରତିପୋଷଣ ପାଇଁ ଡାକ୍ତରଖାନାରେ ଝାଡ଼ୁ ମାରୁଛି ।

     ଏ କଥା ଭାବି ଅନୁତାପର ଦୁଇ ଟୋପା ଅଶ୍ରୁ ଝରି ପଡ଼ୁଥିଲା। ନିଜର ପକ୍ଷପାତିତା ଗୁଣକୁ ସମୟ ପ୍ରବହାର ତାଳେ ତାଳେ ଶିଖେଇ ଦେଉଥିଲା । ନିଜର ବୃଥା ଅହଂଭାବ ଦ୍ୱାରା କାହାର ଭବିଷ୍ୟତ ହତ୍ୟାକାରୀ ଭାବେ ନିଜକୁ ନିଜ ଠାରୁ ଖୁବ ଛୋଟ ମଣୁଥିଲେ । ଭାବୁଥିଲେ ଫୁଲ କଥା... କି ଭଳି ଫୁଲ ମନ୍ଦିର ମଶାଣି ନ ଦେଖି ନିଜ ବାସନାକୁ ବିତରିବାରେ ହଜେଇ ଦେଇ ଥାଏ ।

          " ସୁମନ ସଦା ମହକିବୁ

           ତୀର୍ଥ ମଶାଣି ନ ବାରିବୁ ।।"



Rate this content
Log in

Similar oriya story from Abstract