ଚିରା କାଗଜ
ଚିରା କାଗଜ
(୧)
ମନେ ପଡ଼େ ପିଲାଳିଆ ଦୁଷ୍ଟାମୀ । ବାପାଙ୍କ ସହ ଯାତ୍ରା ନାଟକ ଦେଖିବାକୁ ଭାରି ଇଚ୍ଛା ସତ୍ତ୍ୱେ ପରଦିନ ବିଦ୍ୟାଳୟରେ ନିଦ ଲାଗିବ କହି ବାରମ୍ବାର ମନା କରନ୍ତି ।
ଦିନେ ବାପାଙ୍କର ପୁରୁଣା ଯାତ୍ରା ଟିକେଟ ଧରି ଘରୁ ଲୁଚି ଯାତ୍ରା ଦେଖିବାକୁ ପଳେଇଥିଲି । ଟିକେଟ ଯାଞ୍ଚ କରୁଥିବା ବ୍ୟକ୍ତି କହିଲା - "ହେ.. ଏଇଟା ପରା ଚିରା କାଗଜ । ତଥାପି ଦୟା ଦେଖେଇ ଭିତରକୁ ଛାଡ଼ି ଦେଇଥିଲା ।"
(୨)
ଗୋଟିଏ ବେସରକାରୀ ସଂସ୍ଥାରେ ଚାକିରି ପାଇଁ ଆବେଦନ କରିଥିଲି । ବାରମ୍ବାର ଦୌଡ଼ିବା ପରେ ହତୋତ୍ସାହ ହୋଇ ଅଫିସ ଆଗରେ ଚା ଦୋକାନରେ ଚା ପିଉଥାଏ । ହଠାତ ନଜର ପଡ଼ିଲା ଦୋକାନୀ ବରା, ସିଙ୍ଗଡ଼ା ଦେଉଥିବା କାଗଜ ଉପରେ ।
ମୁଁ ପଚାରିବାରୁ ଦୋକାନୀ କହିଲା ଏ ଅଫିସ୍ ର ପିଅନ ଏ ସବୁ ଦେଇ ବଦଳରେ ଚା ପିଇ ଯାଇଛି ।
ମୁଁ ମୋ ଭବିଷ୍ୟତକୁ ସେ ଚିରା କାଗଜରେ ସ୍ପଷ୍ଟ ଭାବରେ ଦେଖି ପାରୁଥିଲି ।
(୩)
ମଧ୍ୟବିତ୍ତ ପରିବାର । ପୁଅ ବାହାଘର ପରେ ଆମ ଶୟନ କକ୍ଷଟି ତାର ହେବ ସଫାସୁତରା ନିଜେ ମୋ ପୁଅ କରୁଥାଏ । କେତେକ ପୁରୁଣା କାଗଜ ଚିରି ଫୋପାଡ଼ି ଦେଉଥାଏ ।
ମୋ ନଜର ପଡ଼ିଲା ମୋ ଯୁବକ ସମୟର ଫୋଟୋ ଲଗା ଗୋଟିଏ କାଗଜ ଖଣ୍ଡ ଉପରେ । ସେଇ ଖଣ୍ଡକ ମୋ ଅଦାଲତରେ ବିବାହ ପ୍ରମାଣପତ୍ରର ଖଣ୍ଡେ ଅଂଶ ।
ଅଜାଣତରେ ଲୁହ ଦୁଇ ଟୋପା ବହି ଆସିଲା । ମୁଁ ଓ ମୋ ସ୍ତ୍ରୀ ଜାଣୁ ଉଭୟ ପରିବାରର ଅରାଜି ସତ୍ତ୍ୱେ ଲୁଚି ଛପି କେମିତି ବିବାହ ହୋଇଥିଲା ।
